-
1. ରୁଷ୍ ନିକଟବର୍ତ୍ତୀ ଅଞ୍ଚଳରେ ଆମେରିକା ଦୁଇଟି ପରମାଣୁ ବୁଡ଼ାଜାହାଜ ମୁତୟନ କରିଥିବାରୁ ଏହାକୁ ନେଇ ଉତ୍ତେଜନା ବଢ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି କହିଛନ୍ତି ଯେ ରୁଷ୍ ସହ ଆବଶ୍ୟକ ସ୍ଥଳେ ପରମାଣୁ ଯୁଦ୍ଧ ଲଢ଼ିବା ପାଇଁ ଆମେ ପ୍ରସ୍ତୁତ।
-
2.ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ କାଶ୍ମୀରରେ ଆତଙ୍କୀ ନିରୋଧ ଅପରେସନ୍ ଜୋରଦାର ହୋଇଛି। ସୁରକ୍ଷାବାହିନୀର ‘ଅପରେସନ୍ ମହାଦେବ’ ଏବଂ ‘ଅପରେସନ୍ ଶିବଶକ୍ତି’ରେ ୫ ଆତଙ୍କବାଦୀ ନିପାତ ହେବାପରେ ପୁଣିଥରେ ଅପରେସନ୍ ଅଖଲ୍ରେ ମଧ୍ୟ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି।
-
3.ନିର୍ବାଚନ କମିସନ(ଇସି) ଆଜି କହିଛନ୍ତି ଯେ ବିହାରର ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବାର ପ୍ରଥମ ୨୪ ଘଣ୍ଟା ମଧ୍ୟରେ କୌଣସି ରାଜନୈତିକ ଦଳ ଦାବି କିମ୍ବା ଆପତ୍ତି ଦାଖଲ କରିନାହାନ୍ତି।
-
4.ନିର୍ବାଚନ କମିସନ(ଇସି)ଙ୍କ ଉପରେ ତୀବ୍ର ଆକ୍ରମଣ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଦାବି କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଜାଲିଆତି ହୋଇଛି ଏବଂ ୭୦ରୁ ୧୦୦ ଆସନରେ ସନ୍ଦେହଜନକ ଭାବେ ହେରଫେର କରାଯାଇଛି।
-
5.ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ାଙ୍କ ନାତି ତଥା ହାସନର ପୂର୍ବତନ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କୁ ଶନିବାର ଦୁଷ୍କର୍ମ ଅଭିଯୋଗରେ ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରେବନ୍ନାଙ୍କ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ବି ଲଗାଯାଇଛି। ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି କୋର୍ଟ କହିଛନ୍ତି।
-
6.ଗାଜାରେ ଚାଲିଥିବା ହିଂସା ଏବଂ ମାନବାଧିକାର ଉଲ୍ଲଂଘନ ପାଇଁ ସମଗ୍ର ବିଶ୍ୱରେ ଇସ୍ରାଏଲ ବିରୁଦ୍ଧରେ ସମାଲୋଚନା ନିରନ୍ତର ବୃଦ୍ଧି ପାଉଛି। ଏବେ ସ୍ଲୋଭେନିଆ ଇସ୍ରାଏଲ ସହିତ ଯେକୌଣସି ପ୍ରକାରର ଅସ୍ତ୍ରଶସ୍ତ୍ର କାରବାରକୁ ସ୍ଲୋଭେନିଆ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛି।
-
7.ମୋଦୀ ଶନିବାର କହିଛନ୍ତି ଯେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି । ସମ୍ପ୍ରତି ମୋର୍ଗାନ୍ ଷ୍ଟାନଲିର ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଛି ଯେ ଭାରତ ୨୦୨୮ ସୁଦ୍ଧା ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି ଏବଂ ଏହା ୨୦୩୫ ସୁଦ୍ଧା ଏହାର ଜିଡିପି ଦୁଇଗୁଣରୁ ଅଧିକ କରି ୧୦.୬ ଟ୍ରିଲିୟନ ଡଲାର କରିବାକୁ ଯୋଜନା କରୁଛି।
-
8. ମହାରାଷ୍ଟ୍ରରେ ଶେତକରୀ କ୍ରାନ୍ତି ସଂଗଠନ ଶନିବାର (୦୨ ଅଗଷ୍ଟ) ଦିନ ଉଦ୍ଧବ ଠାକରେଙ୍କ ଦଳ ଶିବସେନା (ୟୁବିଟି)ରେ ବିଲୟ ହୋଇଯାଇଛି |
-
9. ହ୍ବାଟ୍ସଆପ୍ ଓ ଅନ୍ୟାନ୍ୟ ବାର୍ତ୍ତା ପ୍ରେରଣର ବଳିଷ୍ଠ ମାଧ୍ୟମ ସତ୍ତ୍ବେ ଏସ୍ଏମ୍ଏସ୍ ଅଲୋଡ଼ା ହୋଇନାହିଁ। ଓଡ଼ିଶାର ମୋବାଇଲ ଫୋନ ବ୍ୟବହାରକାରୀମାନେ ମାସକୁ ପ୍ରାୟ ୫୬ କୋଟି ଏସ୍ଏମ୍ଏସ୍ ପଠାଉଛନ୍ତି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟରୁ ଏହା ଜଣାଯାଇଛି।
-
10. ଜୁନ୍ ମାସରେ ଭାରତରେ ହ୍ବାଟ୍ସଆପ୍ ୯୮ ଲକ୍ଷରୁ ଅଧିକ ଆକାଉଣ୍ଟ ନିଷିଦ୍ଧ କରିଛି। ହ୍ବାଟ୍ସଆପ୍ର ଦୁରୁପଯୋଗ ଏବଂ କ୍ଷତିକାରକ କାର୍ଯ୍ୟକଳାପ ବନ୍ଦ କରିବାକୁ କମ୍ପାନି ଏଭଳି ପଦକ୍ଷେପ ନେଇଛି। ୯୮ ଲକ୍ଷ ଆକାଉଣ୍ଟ ମଧ୍ୟରୁ ପାଖାପାଖି ୧୯.୭୯ ଆକାଉଣ୍ଟ୍କୁ କମ୍ପାନି ନିଜଆଡ଼ୁ ସକ୍ରିୟତାର ସହ ବନ୍ଦ କରିଛି।
-
11.ବ୍ୟାସନଗର ପୌରାଞ୍ଚଳ ଷ୍ଟେସନ୍ ବଜାରରେ ଥିବା ସଚେତନ ନିଶା ନିବାରଣ କେନ୍ଦ୍ରରେ ଆଜି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ ତାଙ୍କୁ ମାରି ଦେଇଥିବା ଥାନାରେ ଅଭିଯୋଗ ହୋଇଛି।
-
12.କୋରାପୁଟ ଜିଲ୍ଲା ନାରାୟଣପାଟଣାରେ। ନାରାୟଣପାଟଣା ସରକାରୀ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ରାଜେଶ ମହାପାତ୍ର କିଛି ମାସ ହେଲା ଅନ୍ଲାଇନ୍ରେ ଜୁଆ ଖେଳୁଥିଲେ। ଋଣ କରି ଅନ୍ଲାଇନ୍ ଗେମ୍ରେ ଲକ୍ଷାଧିକ ଟଙ୍କା ହାରିବା ପରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ କ୍ରୀଡ଼ା ଶିକ୍ଷକ। ସୌଭାଗ୍ୟବଶତଃ ପତ୍ନୀ ଠିକ୍ ସମୟରେ ପହଞ୍ଚିଯିବାରୁ ବଞ୍ଚି ଯାଇଛନ୍ତି।
-
13.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀରେ ଦେଶର ୯.୭ କୋଟି ଚାଷୀଙ୍କୁ ପିଏମ୍ କିଷାନ ସହାୟତା ରାଶି ବାବଦକୁ ୬୯୭କୋଟି ଟଙ୍କା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୩୪ଲକ୍ଷ ୮୫ହଜାର ୮୮୧ଜଣ ଚାଷୀଙ୍କୁ ୨ହଜାର ଟଙ୍କା ହିସାବରେ ମୋଟ୍ ୬୯୭ କୋଟି ଟଙ୍କା ପ୍ରଦାନ କରିଛନ୍ତି।
-
14.ଶେଷରେ ଆଖି ବୁଜିଛନ୍ତି ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମ୍ସରେ ତାଙ୍କର ପରଲୋକ ଘଟିଛି। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ। ତାଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଓଡ଼ିଶା ଆସିବ।
-
15.କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାଯ୍ୟଳୟ ପରିସରରେ ଅଛି ବହୁ ପୁରାତନ ହାତୀହାଳ ସରକାରୀ ଉପ୍ରା ବିଦ୍ୟାଳୟ। ୧୮୮୯ ମସିହାରେ ପ୍ରତିଷ୍ଠିତ ଏହି ସର୍ବପୁରାତନ ବିଦ୍ୟାଳୟ ବର୍ତ୍ତମାନ ୧୩୬ବର୍ଷରେ ପାଦ ରଖିଛି। ଏହି ସ୍କୁଲର ସ୍ଥିତି ଏବେ ଦୟନୀୟ। ପ୍ରଥମରୁ ଅଷ୍ଟମ ପଯ୍ୟନ୍ତ ୮ଟି ଶ୍ରେଣୀ ଥିବାବେଳେ ରହିଛନ୍ତି ତିନି ଶିକ୍ଷୟିତ୍ରୀ।
-
16.ସାଗରିକା ନାଥ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ଏସ୍ପି ଭାବେ ନିଯୁକ୍ତି ପାଇଛନ୍ତି।
-
17. ଅନୁଦାନପ୍ରାପ୍ତ ହାଇସ୍କୁଲ, ବ୍ଲକ୍ଗ୍ରାଣ୍ଟ ହାଇସ୍କୁଲ, ସଂସ୍କୃତ ଟୋଲ୍ ସ୍କୁଲରେ ଅତିଥି ଶିକ୍ଷକ ନିଯୁକ୍ତି ଦିଆଯିବ। ଅବସର ନେଇଥିବା ୬୩୮୭ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନିଯୁକ୍ତି ମିଳିବ।
-
18.ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲିୟମ୍ ସାମଗ୍ରୀ ବିକ୍ରି, ଯୋଗାଣ, ସଂରକ୍ଷଣ ଓ ପରିବହନକୁ ରାଜ୍ୟ ସରକାର ନିଷିଦ୍ଧ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗର ସଚିବ ସଞ୍ଜୟ କୁମାର ସିଂହ ଓଡ଼ିଶାର ସମସ୍ତ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି।
-
19.ରାୟଗଡ଼ା ଟାଉନ ଥାନା ପୋଲିସ ଏକ ହନୁମାନ କଏନ୍ ରାକେଟ ଠାବ କରିବା ସହ ଏଥିରେ ଜଡ଼ିତ ତିନିଜଣ ଠକଙ୍କୁ ଗିରଫ କରିଛି।
-
20.ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଥିବା ମହିଳାଙ୍କ ବୟସ ୧ ଜୁଲାଇ, ୨୦୨୪ ସୁଦ୍ଧା ୨୧ ବର୍ଷରୁ କମ୍ ହୋଇନଥିବା ଆବଶ୍ୟକ । ସେହିଭଳି ୬୦ ବର୍ଷରୁ ଅଧିକ କୌଣସି , ସେହିଭଳି ଯଦି କୌଣସି ମହିଳା ମାସକୁ ମୋଟ ୧୫୦୦ ଟଙ୍କା କିମ୍ବା ତା ଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,୦୦୦ ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ସହାୟତା ଗ୍ରହଣ କରୁଛନ୍ତି ସେମାନେ ସୁଭଦ୍ରା ଟଙ୍କା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।