-
.ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ଫଳାଫଳ ମଧ୍ୟ ସେହିଦିନ ଘୋଷଣା ହେବ।
-
2.ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓରେଶନିକ୍ ହାଇପରସୋନିକ୍ କ୍ଷେପଣାସ୍ତ୍ର ନିର୍ମାଣ ବିଷୟରେ ଘୋଷଣା କରିଛନ୍ତି। ଏହାକୁ ରୁଷର ସବୁଠାରୁ ଘାତକ କ୍ଷେପଣାସ୍ତ୍ର ବୋଲି କୁହାଯାଉଛି ।
-
3.୨୦୨୩ ପାଇଁ ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଯେଉଁଥିରେ ବଲିଉଡ୍ ବାଦଶାହା ଅଭିନେତା ଶାହରୁଖ ଖାନଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ପୁରସ୍କାର । ‘ଯଓ୍ୱାନ’ ଫିଲ୍ମ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ସେହିପରି ‘ଟୁଓ୍ୱେଲଥ୍ ଫେଲ୍’ ଫିଲ୍ମ ପାଇଁ ବିକ୍ରାନ୍ତ ମାସିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରାଯାଇଛି ।
-
4.୨୦୨୧ରେ ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଥିବା ବେଳେ ୨୦୨୨ରେ ‘ଦମନ’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଥିଲା । ଆଉ ଏବେ ୨୦୨୩ ପାଇଁ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଓଡ଼ିଆ ଫିଲ୍ମ 'ପୁଷ୍କରା'କୁ ଜାତୀୟ ପୁରସ୍କାର ପାଇଁ ବିବେଚିତ କରାଯାଇଛି ।
-
5.ଭୋଟର ତାଲିକାର ସଠିକତା ଏବଂ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ବିହାରରେ ଭୋଟର ତାଲିକା ସଂଶୋଧନ ଅଭିଯାନ (ଏସଆଇଆର) କରାଯାଇଥିଲା। ଏହି ଅଭିଯାନ ଗୋଟିଏ ମାସ ଧରି ଚାଲିଥିଲା। ଏବେ ଏହା ଶେଷ ହୋଇଛି।
-
6. ଭାରତର ନିର୍ବାଚନ କମିସନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ଲଗାଯାଇଥିବା ଭୋଟର ଚୋରି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କମିସନ ନିର୍ବାଚନ ଅଧିକାରୀମାନଙ୍କୁ ନିରପେକ୍ଷ ଏବଂ ସ୍ୱଚ୍ଛ ଭାବରେ କାମ କରିବାକୁ ଏବଂ ଦାୟିତ୍ୱହୀନ ବୟାନକୁ ଅଣଦେଖା କରିବାକୁ କହିଛନ୍ତି।
-
7.ରିଲ୍ସରେ ହିନ୍ଦୁ ମହିଳା ଉଲଗ୍ନ ହୋଇ ଟଙ୍କା ଆୟ କରୁଛନ୍ତି ବୋଲି କହୁଥିବାର ସାଧ୍ୱୀ ରୀତମ୍ଭରାଙ୍କ ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି।
-
8.ଗିରଫ ହେବାର ବର୍ଷକ ପରେ ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ାଙ୍କ ନାତି ପ୍ରଜ୍ବଳ ରେବନ୍ନା। ନିଜ ଗୃହସହାୟିକାଙ୍କ ସହ ଦୁଷ୍କର୍ମ ଓ ଧମକ ଦେବା ମାମଲାର ଅଭିଯୁକ୍ତ ତଥା ପୂର୍ବତନ ଜେଡିଏସ୍ ସାଂସଦଙ୍କୁ ଦୋଷୀ ବୋଲି ଘୋଷଣା କରିଛନ୍ତି କୋର୍ଟ।
-
9.ଆନ୍ଧ୍ରପ୍ରଦେଶର ନାନ୍ଦୟାଲ ଜିଲ୍ଲାରେ ଏକ ମନ୍ଦିର ଉଦଘାଟନ ସମୟରେ ମନ୍ଦିର ପରିସରରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମନ୍ତ୍ରୀ ବିସି ଜନାର୍ଦ୍ଦନ ରେଡ୍ଡିଙ୍କ ସମ୍ପର୍କୀୟ ଭାଇ ଜଣେ କାର୍ଯ୍ୟରତ ପୁଲିସ୍ କନଷ୍ଟେବଳଙ୍କୁ ଚାପୁଡ଼ା ମାରିଥିବା ସୂଚନା ରହିଛି।
-
10. ବିହାର ବିଜେପିର ଜଣେ ପୁରୁଣା ନେତା ଏବଂ ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର କୁମାର ଶର୍ମା ଆଜି ପ୍ରଶାନ୍ତ କିଶୋରଙ୍କ ଦଳ ଜନସ୍ୱରାଜରେ ଯୋଗ ଦେଇଥିଲେ।
-
11.ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା’କୁ ତୃତୀୟ ପର୍ଯ୍ୟାୟରେ ପୁଣି ସମ୍ପ୍ରସାରଣ କରାଯାଇଛି। ଏଥର ପାଞ୍ଚ ବର୍ଷ ପାଇଁ ଅର୍ଥାତ ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୨୭୩୮ କୋଟି ଟଙ୍କା ବରାଦ କରାଯାଇଛି।
-
12.ଅନୀଲ ଅମ୍ବାନୀଙ୍କ ପାଇଁ ଅଡୁଆ। ଇଡି ସମ୍ମୁଖରେ ଜେରା ହେବାକୁ ମିଳିଲା ସମନ । ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲ ଅମ୍ବାନୀଙ୍କୁ ସମନ ଜାରି କରିଛି । ରିପୋର୍ଟ ଅନୁଯାୟୀ ଇଡି ତାଙ୍କୁ ଅଗଷ୍ଟ ୫ରେ ଦିଲ୍ଲୀରେ ଥିବା ମୁଖ୍ୟାଳୟରେ ପଚରାଉଚରା ପାଇଁ ହାଜର ହେବାକୁ କହିଛି ।
-
13. ହାଇଦ୍ରାବାଦରେ ଏକ ଘରୋଇ ସ୍କୁଲ୍ର ଫି’କୁ ନେଇ ସୋସିଆଲ ମିଡିଆରେ ଏପରି କିଛି ଭାଇରାଲ୍ ହୋଇଛି, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଯାହାର ନର୍ସରୀ କ୍ଲାସର ବାର୍ଷିକ ଫି’ ୨,୫୧,୦୦୦ ବୋଲି ଦର୍ଶା ଯାଇଛି ।
-
14.୧ ଅଗଷ୍ଟରୁ ଏଲପିଜି ସିଲିଣ୍ଡରର ଦାମ୍ କମିବା ସହ ୟୁପିଆଇ ସମ୍ବନ୍ଧିତ ନିୟମରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଏହାସହ ୧୫ ଅଗଷ୍ଟରୁ ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ର ନିୟମ ଲାଗୁ ହେବ ।
-
15.ତୈଳ କମ୍ପାନୀ ସାରା ଦେଶରେ ୧୯ କିଲୋ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ରେ ହ୍ରାସ ହୋଇଛି । ଏଥିରେ ୩୩.୫୦ ଟଙ୍କା କମ୍ ହୋଇଛି । ଏହି ନୂଆ ଦାମ୍ ୧ ଅଗଷ୍ଟରୁ ଲାଗୁ ହେବ । ମାତ୍ର ଘରୋଇ ସିଲିଣ୍ଡର ଦାମ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।
-
16.ତୈଳ କମ୍ପାନୀ ସାରା ଦେଶରେ ୧୯ କିଲୋ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ରେ ହ୍ରାସ ହୋଇଛି । ଏଥିରେ ୩୩.୫୦ ଟଙ୍କା କମ୍ ହୋଇଛି । ଏହି ନୂଆ ଦାମ୍ ୧ ଅଗଷ୍ଟରୁ ଲାଗୁ ହେବ । ମାତ୍ର ଘରୋଇ ସିଲିଣ୍ଡର ଦାମ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।
-
17.ଅଗଷ୍ଟ ୧୫ ଠାରୁ ଘରୋଇ ଯାନ ପାଇଁ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ନୂଆ ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ଏହି ବାର୍ଷିକ ପାସ୍ ଅନୁଯାୟୀ, ୨୦୦ ଟୋଲ୍ ମାଗଣା ହେବ, ଅର୍ଥାତ୍ ଯାହା ପାଇଁ ୩୦୦୦ ଟଙ୍କାର ଶୁକ୍ଳ ଦେବାକୁ ପଡିବ ।
-
18.କର୍ଣ୍ଣାଟକର କୋପ୍ପାଲ ଜିଲାରେ କର୍ଣ୍ଣାଟକ ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ଲିମିଟେଡ (KRIDL)ର ପୂର୍ବତନ କିରାଣି କାଲାକପ୍ପା ନିଦାଗୁଣ୍ଡିଙ୍କ ନାମରେ ଲୋକାୟୁକ୍ତ ଛାପାରେ ୩୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଠାବ ହୋଇଛି।
-
19.ଓଏଏସ ଅଧିକାରୀ ତଥା OSDMAରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ତ୍ରୀ ଅର୍ଚ୍ଚନା ଦାସ। ଛୁଆ ଜନ୍ମ ପରଠୁ ମେଡିକାଲରୁ ସାର୍ଥକ କୁଆଡେ ପଳାଇଥିବା ତାଙ୍କ ସ୍ତ୍ରୀ କହିଛନ୍ତି।
-
20.ଦି ଆପଣ ନେଟିଭ ଆପ ମାଧ୍ୟମରେ ୱିଣ୍ଡୋଜ ୧୧ରେ ହ୍ବାଟ୍ସଆପ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମେଟା ଏହାର ସଦ୍ୟତମ ବିଟା ଅପଡେଟରେ ପ୍ରାୟ ନିଶ୍ଚିତ କରିଛି ଯେ ୱିଣ୍ଡୋଜ ୧୧ରେ ହ୍ବାଟ୍ସଆପ ନେଟିଭ ଆପ ଆଉ ସମର୍ଥିତ ହେବ ନାହିଁ।