-
1.ନରୱେର ନୋବେଲ କମିଟି ଶୁକ୍ରବାର ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରିଛି। ଭେନେଜୁଏଲାର ଲୋକଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଏକଚ୍ଛତ୍ରବାଦରୁ ଗଣତନ୍ତ୍ରକୁ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ହାସଲ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ମାରିଆ କୋରିନା ମାଚାଡୋଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
-
2.ଅପରେସନ ସିନ୍ଦୂର ସମୟରେ ପାକିସ୍ତାନୀ ଗଣମାଧ୍ୟମ ଦାବି କରିଥିଲା ଯେ ଭାରତୀୟ ମହିଳା ପାଇଲଟ ସ୍କ୍ୱାଡ୍ରନଲିଡର ଶିବାଙ୍ଗୀ ସିଂହ ପାକିସ୍ତାନୀ ସେନାର କବଜାରେ ଅଛନ୍ତି । ପାକିସ୍ତାନ ଯେଉଁ ରାଫେଲ ବିମାନ ଖସାଇଦେଇଥିଲା ତାହାକୁ ଶିବାଙ୍ଗୀ ଚଳାଉଥିଲେ । କିନ୍ତୁ ପାକିସ୍ତାନର ମିଛର ପୁଣି ଥରେ ପର୍ଦାଫାସ ହୋଇଛି।
-
3.ପୁଲିସ ପୁରନ କୁମାରଙ୍କ ଘରୁ ଏକ ସୁଇସାଇଡ ନୋଟ୍ ଜବତ କରିଛି। ଉକ୍ତ ସୁଇସାଇଡ ନୋଟରେ ସେ ବର୍ଷ ବର୍ଷ ଧରି ନିର୍ଯାତନା, ଜାତିଗତ ଭେଦଭାବ ଏବଂ ଅପମାନର ସମ୍ମୁଖୀନ ହୋଇଥିବା କଥା ବର୍ଣ୍ଣନା କରିଛନ୍ତି। ଏଥିସହିତ କିଛି ଅଧିକାରୀଙ୍କ ନାମ ଉଲ୍ଲେଖ କରିଛନ୍ତି।
-
4.ସୌର ଶକ୍ତି ଓ ପବନ ଶକ୍ତି ଉତ୍ପାଦନ ପାଣିପାଗ ସ୍ଥିତି ଉପରେ ଅତ୍ୟଧିକ ନିର୍ଭରଶୀଳ। ସେହି ଶକ୍ତିକୁ ସଂରକ୍ଷିତ ରଖିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ସେହି ପ୍ରକ୍ରିୟାକୁ ଅକ୍ଷୟ ଶକ୍ତି ବ୍ୟାଙ୍କିଂ କୁହାଯାଇଛି। ବଳକା ସଂରକ୍ଷିତ ଶକ୍ତି ଦରକାର ସମୟରେ ବ୍ୟବହାର କରିହେବ ଗ୍ରିଡ୍କୋ ସହ ‘ରିନ୍ୟୁ ଇ-ଫୁଏଲ୍ସ’ ଓ ଅଲ୍ଟ୍ରାଟେକ୍ ସିମେଣ୍ଟ୍ର ଚୁକ୍ତି।
-
5.ଭୁବନେଶ୍ବର ରାଜଭବନର ଅଧିକାଂଶ ଗାଡ଼ିକୁ ଇଲେକ୍ଟ୍ରିକ୍ ଯାନ (ଇଭି)ରେ ପରିବର୍ତ୍ତନ କରିବା ଅଭିଯାନକୁ ଦେଶର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରଶଂସା କରିଛନ୍ତି।
-
6.ଗହଣା ଭାବେ ହେଉ କିମ୍ବା କଏନ୍ ହେଉ, ସୁନାକୁ ସେମାନେ ବିଭିନ୍ନ ରୂପରେ କିଣି ଘରେ ରଖିଛନ୍ତି। ଲୋକଙ୍କ ଘରେ ଏବେ ୩୪,୬୦୦ ଟନ୍ ସୁନା ରହିଥିବା ଆକଳନ କରାଯାଇଛି। ଏହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୮୮.୮ ପ୍ରତିଶତ।
-
7. ଦେଶରେ ୧୦୦ ବଡ଼ ଧନୀଙ୍କ ସମ୍ପତ୍ତି ଗୋଟିଏ ବର୍ଷ ଭିତରେ ୯ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ୨୦୨୪ରେ ସେମାନଙ୍କ ମୋଟ୍ ସମ୍ପତ୍ତି ୯୭ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୫ରେ ତାହା ୯ ପ୍ରତିଶତ ହ୍ରାସ ପାଇ ୮୮ ଲକ୍ଷ କୋଟି ଟଙ୍କା ରହିଯାଇଛି ବୋଲି ଫୋର୍ବସ୍ ପକ୍ଷରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି। ଆଦାନୀ ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନୀ ୮.୧୭ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି।
-
8.ଓଡ଼ିଶା ଜନ ବିଶ୍ଵାସ ଅଧ୍ୟାଦେଶ, ୨୦୨୫ ରାଜ୍ୟରେ ଏକ ବିଶ୍ଵାସଭିତ୍ତିକ ଓ ସୁଗମ ଶାସନ ବ୍ୟବସ୍ଥା ପ୍ରତିଷ୍ଠା କରିବ। ଏହି ଅଧ୍ୟାଦେଶ ଭାରତ ସରକାରଙ୍କ ଜନ ବିଶ୍ଵାସ (ସଂଶୋଧନ ବ୍ୟବସ୍ଥା) ଆଇନ, ୨୦୨୩ ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନଏସ), ୨୦୨୩ ସହିତ ସମନ୍ବୟ ରକ୍ଷା କରୁଛି। ଏହା ଅଣ-ଗୁରୁତର ନିୟାମକ ଓ ପ୍ରଶାସନିକ ଅପରାଧଗୁଡ଼ିକୁ ଫୌଜଦାରୀ ଦଣ୍ଡରୁ ମୁକ୍ତ କରି ଦେୟ ଦଣ୍ଡ ବ୍ୟବସ୍ଥା ପ୍ରଚଳନ କରିବା ସହ ଅନୁପାଳନ ବୋଝକୁ ହ୍ରାସ କରିବ।
-
9.ଔଷଧ ଉପରେ ଟାରିଫ (ଶୁଳ୍କ) ଲଗାଯିବାକୁ ନେଇ ଟ୍ରମ୍ପ ପ୍ରଶାସନ ନିଜ ଆଭିମୁଖ୍ୟ କିଛିଟା ନରମ କରିଛି। ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଜେନେରିକ୍ ଔଷଧ ଉପରେ ଟାରିଫ ଲଗାଯିବ ନାହିଁ ।
-
10. ଦକ୍ଷିଣ ଇସ୍ରାଏଲରେ ୨୦୨୩ ଅକ୍ଟୋବର ୭ରେ ହମାସର ଭୟାନକ ଆକ୍ରମଣ ପରଠାରୁ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟିବା ପୂରା ବିଶ୍ବକୁ ଆଶ୍ବସ୍ତ କରିଛି।
-
11.କାବୁଲରେ ଥିବା ତେହେରିକ୍-ଏ-ତାଲିବାନ ପାକିସ୍ତାନ (ଟିଟିପି) ଶିବିରକୁ ଟାର୍ଗେଟ୍ କରି ପାକିସ୍ତାନ ସୀମାପାର ଅଭିଯାନ ଚଳାଇଥିବା ବେଳେ ଗତରାତିରେ କାବୁଲର କେତେକ ସ୍ଥାନରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା।
-
12.୧୯୯୨ରେ ଓଡ଼ିଶା ପୁଲିସରେ ସବ୍ଇନ୍ସପେକ୍ଟର ପଦ ଲାଗି ଅନୁଷ୍ଠିତ ନିଯୁକ୍ତି ପରୀକ୍ଷା ଅନିୟମିତତା ଯୋଗୁଁ କ୍ଷତିଗ୍ରସ୍ତ ତିନି ପରୀକ୍ଷାର୍ଥୀଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୪୫ ଲକ୍ଷ ଟଙ୍କା କ୍ଷତିପୂରଣ ଦୁଇ ମାସ ମଧ୍ୟରେ ଦେବାକୁ ଓଡ଼ିଶା ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଜାରି କରିଛନ୍ତି।
-
13.ଅସୁଛି ବାଲିଯାତ୍ରା। ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଯୋରଦାର ପ୍ରସ୍ତୁତି। ବ୍ୟବସାୟୀମାନେ ନିଜର ପ୍ରଚାର ପ୍ରସାର ଓ ବ୍ୟାବସାୟ ପାଇଁ ଉତ୍ସାହିତ ରହିଛନ୍ତି।
-
14.ଓଡ଼ିଶାରେ କାର୍ଯ୍ୟରତ ୩ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଛି। ଏ ନେଇ ଶୁକ୍ରମାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେମାନେ ହେଲେ ଆଇଏଏସ ଅଧିକାରୀ ଶାଳିନୀ ପଣ୍ଡିତ, ସମର୍ଥ ବର୍ମା ଏବଂ ସ୍ଵଧାଦେବ ସିଂହ।
-
15.ଭାରତ-ଓ୍ବେଷ୍ଟଇଣ୍ଡିଜ ୨ୟ ଟେଷ୍ଟର ପ୍ରଥମ ଦିବସରେ ଭାରତ ବ୍ୟାଟିଂ କରି ୨ ଉଇକେଟ ହରାଇ ୩୧୮ ରନ ସଂଗ୍ରହ କରିଛି। ଯଶସ୍ଵୀ ଜୟସଓ୍ବାଲଙ୍କ ଚିତ୍ତାକର୍ଷକ ଅପରାଜିତ ୧୭୩ ରନ ବଳରେ ଟିମ ଇଣ୍ଡିଆ ଏକ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଛି। ଜୟସଓ୍ବାଲ ଏବଂ ଶୁବମନ ଗିଲ(୨୦) ଅପରାଜିତ ରହିଛନ୍ତି।