-
1.କେନ୍ଦ୍ର ସରକାର ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ (ଏନଜିଏଚଏମ) ଅଧୀନରେ ପାରାଦୀପ ସମେତ ତିନୋଟି ପ୍ରମୁଖ ବନ୍ଦରକୁ ସବୁଜ ହାଇଡ୍ରୋଜେନ୍ ହବ୍ (ଜିଏଚଏଚ) ଭାବରେ ଚିହ୍ନଟ କରିଛନ୍ତି। ଅନ୍ୟ ଦୁଇଟି ବନ୍ଦର ଗୁଜରାଟ ଏବଂ ତାମିଲନାଡୁରେ ଅଛି।
-
2.ସରକାରଙ୍କ ପିଏମ ୱାଇଫାଇ ଯୋଜନା, ପିଏମ ୱାନି-(ପବ୍ଲିକ୍ Wi-Fi ନେଟୱାର୍କ ଇଣ୍ଟରଫେସ୍) ଅଧୀନରେ, ସାଧାରଣ ଲୋକମାନେ ସାର୍ବଜନୀନ ବ୍ୟବହାର ପାଇଁ ସେମାନଙ୍କର ୱାଇଫାଇ ନେଟୱାର୍କ ସେୟାର କରି ଆୟ କରିପାରିବେ।
-
3.ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ୪ର୍ଥ ଅଭିଯୁକ୍ତ ଧରାପଡ଼ିଛି। ତା’ ନାଁ ହେଉଛି ଶେଖ ନାସିରୁଦ୍ଦିନ ଓ ଘର ଦୁର୍ଗାପୁର ଅଞ୍ଚଳରେ। ସ୍ଥାନୀୟ ବିଯଡ଼ା ଗ୍ରାମରୁ ପୁଲିସ ତା’କୁ ଧରିଛି।
-
4.ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମଧ୍ୟରେ ଆସନ ବଣ୍ଟନ ଚୂଡ଼ାନ୍ତ ହୋଇଛି। ବିଜେପି ଏବଂ ଜେଡିୟୁ ପ୍ରତ୍ୟେକଙ୍କୁ ୧୦୧ଟି ଲେଖାଏଁ ଆସନ ,ଚିରାଗ ପାସୱାନଙ୍କୁ ୨୯ ଆସନ ,ଜିତନ ରାମ ମାଞ୍ଝିଙ୍କୁ ୬ ଆସନ ଦିଆଯାଇଛି।
-
5.କର୍ଣ୍ଣାଟକର ମନ୍ତ୍ରୀ ପ୍ରିୟାଙ୍କ ଖଡ଼ଗେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଏକ ଚିଠି ଲେଖି ସରକାରୀ ସ୍କୁଲ ଏବଂ କଲେଜ ପରିସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS)ର କାର୍ଯ୍ୟକ୍ରମଗୁଡ଼ିକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ ବୋଲି ଜଣାଇଛନ୍ତି ।
-
6.ଉତ୍ତର-ପୂର୍ବ ଦିଲ୍ଲୀର ଜ୍ୟୋତି ନଗରରେ ଥିବା ଏକ ଜୈନ ମନ୍ଦିରରୁ ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର ଏକ ସୁନା ଖଚିତ କଳସ ଚୋରି ହୋଇଛି।
-
7.ତାତାରସ୍ତାନର ଆଞ୍ଚଳିକ ମୁଖ୍ୟ ରୁସ୍ତମ ମିନିଖାନୋଭ ଏହି ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଏହି ଅଞ୍ଚଳ ସ୍ଥାନୀୟ ବଜାରରେ ପ୍ରବେଶ କରିବା ପାଇଁ ଭାରତ ପାଇଁ ଏକ ପ୍ରବେଶ ପଥ ହୋଇପାରେ।
-
8.ଏଆଇ କ୍ଷେତ୍ରରେ ଚୀନ୍ ଏବଂ ଆମେରିକା ମଧ୍ୟରେ ଏକ ପ୍ରତିଯୋଗିତା ଚାଲିଛି। ଆଗାମୀ ପାଞ୍ଚ ବର୍ଷ ଚୀନ୍ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ସମୟ ମଧ୍ୟରେ ଏହା ଏଆଇ କ୍ଷେତ୍ରରେ ଆମେରିକାକୁ ଡେଇଁବାକୁ ପ୍ରସ୍ତୁତ ହେଉଛି।
-
9.ବିହାର ପରେ ୨୦୨୬ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟରୁ ଦେଶରେ ଏସ୍ଆଇଆର ଆରମ୍ଭ ହେବ। ଏଭଳି ପରିସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଭୋଟର ତାଲିକାର ଯାଞ୍ଚ ହେବ। ଏ ବାବଦ ପ୍ରସ୍ତୁତି ପ୍ରକ୍ରିୟାକୁ ଆୟୋଗ ତ୍ବରାନ୍ବିତ କରିଛନ୍ତି।
-
10.ଆମେରିକା ଆସନ୍ତା ନଭେମ୍ବର ମାସରୁ ଚୀନରୁ ଆମଦାନୀ ଉପରେ ଅତିରିକ୍ତ ୧୦୦% ଶୁଳ୍କ ଲାଗୁ କରିବ।
-
11.ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣି । ଓଡିଶା ପକ୍ଷରୁ ଏଜି ପୀତାମ୍ବର ଆଚାର୍ଯ୍ୟ ଟ୍ରିବ୍ୟୁନାଲରେ ପକ୍ଷ ରଖିଛନ୍ତି। ଯୁଗ୍ମ ବୈଷୟିକ କମିଟିର ରିପୋର୍ଟକୁ ଉଭୟ ରାଜ୍ୟର ମୁଖ୍ୟ ସଚିବ ଏବଂଜଳସମ୍ପଦ ସଚିବ ତର୍ଜମାକରିବା ପରେ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରାଯିବ ବୋଲି ଆଡ଼ଭୋକେଟ ଜେନେରାଲ ଶ୍ରୀ ଆଚାର୍ଯ୍ୟ ଖଣ୍ଡପୀଠଙ୍କୁ ଜଣାଇଥିଲେ ।
-
12.ବଲାଙ୍ଗିର ଜିଲା ପାଟଣାଗଡ ଥାନା ଭାଇଁଷା ଗାଁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ପୁରୁଣା ପରିତ୍ୟକ୍ତ କୋଠାରୁ ୨ଟି କଙ୍କାଳ ଠାବ ହୋଇଛି।
-
13.ଭାରତୀୟ ସିନେମାର ଶେହେନ୍ଶାହ ଅମିତାଭ ବଚ୍ଚନ ୮୩ ବର୍ଷ ବୟସରେ ପାଦ ଥାପିଛନ୍ତି ।
-
14.ଆଗାମୀ ଚଳଚ୍ଚିତ୍ର “ବୃଷଭ” ସହିତ ଫେରୁଛନ୍ତି ସୁପରଷ୍ଟାର ମୋହନଲାଲ। ନିର୍ମାତା ଏହି ଫିଲ୍ମଟି ଆସନ୍ତା ନଭେମ୍ବର ୬ରେ ସିନେମା ହଲରେ ରିଲିଜ୍ ହେବ ।
-
15.ଦୀପିକା ପାଦୁକୋନଙ୍କୁ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ 'ସ୍ପିରିଟ୍' ଏବଂ ପ୍ରଭାସଙ୍କ 'କଳ୍କୀ ୨୮୯୮ ଏଡି' ସିକ୍ୱେଲ୍ ରୁ ଆଉଟ୍ କରାଯାଇଥିଲା। ଏହାର କାରଣ ଥିଲା ତାଙ୍କର ୮ ଘଣ୍ଟାର ସିଫ୍ଟ ଦାବି।