-
1. ଦେଶରେ ସୂଚନା ଅଧିକାର ଆଇନର କାର୍ଯ୍ୟକାରିତା ନେଇ ୨୦୨୪ ଜୁଲାଇ ପହିଲାରୁ ୨୦୨୫ ଜୁନ୍ ମଧ୍ୟରେ ସଙ୍ଗଠନ ପକ୍ଷରୁ ଦେଶରେ ହୋଇଥିବା ସର୍ଭେ ଅନୁଯାୟୀ ଆପତ୍ତି-ଅଭିଯୋଗ ସମାଧାନ କରିବାରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଥିବାବେଳେ ଓଡ଼ିଶା ୯ମ ସ୍ଥାନରେ ରହିଛି ବୋଲି ସତର୍କ ନାଗରିକ ସଙ୍ଗଠନ ରିପୋର୍ଟରୁ ଜଣାଯାଇଛି।
-
2.ଲସ ଆଞ୍ଜେଲସ ପ୍ରଖ୍ୟାତ ହଲିଉଡ ଅଭିନେତ୍ରୀ ଡାଏନ କିଟନଙ୍କ ପରଲୋକ ହୋଇଛି। ଅଭିନେତ୍ରୀଙ୍କର ୭୯ ବର୍ଷ ବୟସରେ ମୃତ୍ୟୁ ହୋଇଛି।
-
3.ଦେଶରେ ପ୍ରଥମ ବୁଲେଟ ଟ୍ରେନ୍ ଅଗଷ୍ଟ ୨୦୨୭ରେ ଚାଲିବ। ଗୁଜରାଟର ମେହସାଣାରେ ଆୟୋଜିତ ଭାଇବ୍ରେଣ୍ଟ ଗୁଜରାଟ ରିଜିଓନାଲ କନଫରେନ୍ସରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି।
-
4.ଇସ୍ରାଏଲ ଘୋଷଣା କରିଛି ଯେ ଆମେରିକାର ଅନୁମୋଦନରେ ଆମେ ଗାଜାର ସମସ୍ତ ହମାସ ଟନେଲ୍ ନେଟୱର୍କ ଧ୍ୱଂସ କରିଦେବୁ। ଗାଜାରେ କୌଣସି ଗୋଟିଏ ବି ଟନେଲ୍ ରହିବାକୁ ଦିଆଯିବ ନାହିଁ ବୋଲି ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି।
-
5. ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କ ବୃଦ୍ଧି ପାଇଥିବା ବେଳେ ଆଫ୍ଗାନ ବିଦେଶ ମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ଜାରି ହୋଇଥିବା ମିଳିତ ବୟାନକୁ ନେଇ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।
-
6.ଆଫ୍ଗାନିସ୍ତାନରେ କ୍ଷମତାସୀନ ତାଲିବାନ ସେନା ଆକ୍ରମଣରେ ପାକିସ୍ତାନର ୫୮ ଜଣ ସୈନ୍ୟ ନିହତ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।
-
7. କେନ୍ଦ୍ର ପେଟ୍ରୋଲିୟମ ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ତାଙ୍କ ସ୍ଥାନରେ ବିଜେପିର ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ସି ସଦାନନ୍ଦନ ମାଷ୍ଟରଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନିଯୁକ୍ତି ଦେବାକୁ ସୁପାରିସ କରିଛନ୍ତି।
-
8.ହିମାଚଳପ୍ରଦେଶ ପୋଲିସ ତା’ର ଫ୍ଲିଟରେ ଟାଟା କର୍ଭ ଇଭିକୁ ଯୋଡିଛି। ସମ୍ପ୍ରତି, ହିମାଚଳପ୍ରଦେଶ ପୋଲିସ ସୋସିଆଲ ମିଡିଆରେ ନୂତନ ଯାନର ଫଟୋ ସେୟାର କରିଛି, ଯେଉଁଥିରେ ଏକ ଧଳା ଟାଟା କର୍ଭ ଇଭି ଦେଖାଯାଇଛି।
-
9.ଭାରତୀୟ ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ ଓଡ଼ିଶା ୮ ବର୍ଷିଆ ଓ ୨୪ ବର୍ଷିଆ ଅବଧିର ସରକାରୀ ପ୍ରତିଭୂତି ନିଲାମ କରିବ। ଉଭୟ ମିଆଦର ପ୍ରତିଭୂତିରୁ ୫୦୦ କୋଟି ଟଙ୍କା ଲେଖାଏଁ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି।
-
10.ଦେଶ ଭାରତରେ ଏବେ ୧୦.୬୦ କୋଟି ପରିବାର ଶସ୍ତା ଏଲ୍ପିଜିରେ ରୋଷେଇ କରୁଛନ୍ତି। ଏଥିସହିତ ଦେଶରେ ପ୍ରତିଦିନ ୬.୭ କୋଟି ଲୋକ ପେଟ୍ରୋଲ୍ ପମ୍ପଗୁଡ଼ିକୁ ଯାଇ ଗାଡ଼ିରେ ଇନ୍ଧନ ଭରୁଛନ୍ତି।
-
11. ଚୀନ୍ ହଠାତ୍ ଆମେରିକାରୁ ସୋୟାବିନ କିଣିବା ବନ୍ଦ କରିଦେଇଛି। ଏହା ସମଗ୍ର ଆମେରିକାରେ ସଙ୍କଟ ସୃଷ୍ଟି କରିଛି। ସୋୟାବିନର ମୂଲ୍ୟ ବହୁତ ହ୍ରାସ ପାଇଛି ଏବଂ ଆମେରିକୀୟ ଚାଷୀଙ୍କ ମଧ୍ୟରେ ଆର୍ତିକ କ୍ଷତି ନେଇ ଆତଙ୍କ ଦେଖାଦେଇଛି।
-
12.ଶ୍ରୀମନ୍ଦିର ପ୍ରସଙ୍ଗରେ ସରକାର ସତୁରୀ ଦଶକରୁ ମାଳମାଳ କମିସନ ଓ କମିଟି ଗଠନ କରିଛନ୍ତି। ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରି ତଦନ୍ତ ମଧ୍ୟ କରାଇଛନ୍ତି। ମାତ୍ର ଫଳ ଘର ଶୂନ। ଏପରିକି ଏହି ସବୁ ତଦନ୍ତ ରିପୋର୍ଟ ସାର୍ବଜନୀନ ମଧ୍ୟ ହେଉ ନାହିଁ।
-
13.ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ଯେ, ଉତ୍ତର-ପଶ୍ଚିମ ଥଣ୍ଡା ପବନର ପ୍ରବାହ ଶକ୍ତିଶାଳୀ ହେବାରୁ ଓଡ଼ିଶାରେ ଶୀତ ଲମ୍ବା ଓ ଅଧକ ହେବାର ସମ୍ଭାବନା ରହିଛି। ଏହା କୃଷି ଓ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିପାରେ।
-
14.ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ା ଉପ-ନିର୍ବାଚନ ଭୋଟ୍। ଆସନ୍ତାକାଲି(ସୋମବାର) ଏଥିପାଇଁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ।
-
15.ନିୟମଗିରି ପାହାଡ଼ ଉପରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ। ଘରକୁ ବିଜୁଳି, ନଳକୁ ପାଣି ଓ ସାହିକୁ ସିସି ରାସ୍ତା ଭଳି ଅନେକ ମୌଳିକ ସେବାରୁ ବଞ୍ଚିତ ରହିଛନ୍ତି ଏହି ଜନଜାତି। ବର୍ତ୍ତମାନ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ୨୩ ଗାଁବାସୀ ଅନ୍ଧାରରେ କାଳ କାଟୁଛନ୍ତି।