-
1.ଅର୍ଥନୀତିରେ ନୋବେଲ୍ ପୁରସ୍କାର ୩ ଜଣ ଅର୍ଥନୀତିଜ୍ଞଙ୍କୁ ପ୍ରଦାନ କରାଯିବ। ସେହି ଅର୍ଥନୀତିଜ୍ଞମାନେ ହେଲେ ନେଦରଲ୍ୟାଣ୍ଡ୍ରେ ଜନ୍ମିତ ଜୋଏଲ୍ ମୋକିର, ଫ୍ରାନ୍ସରେ ଜନ୍ମିତ ଫିଲିପ୍ ଅଘିଅନ୍ ଏବଂ କାନାଡାରେ ଜନ୍ମିତ ଅର୍ଥନୀତିଜ୍ଞ ପିଟର ହୋୱିଟ୍। ନବସୃଜନ ପରିଚାଳନା ଅର୍ଥନୈତିକ ଅଭିବୃଦ୍ଧିର ବ୍ୟାଖ୍ୟା ପାଇଁ ସେମାନଙ୍କୁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ଦିଆଯିବ ବୋଲି କମିଟି ପକ୍ଷରୁ ଘୋଷଣା କରାଯାଇଛି।
-
2.ରାଜ୍ୟ ସରକାର ସୋମବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରୀ କୋଠା ବାହାରେ ସିସିଟିଭି ଲଗାଇବାକୁ ଯୋଜନା କରିଛନ୍ତି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ସରକାରୀ କୋଠା ବାହାରେ ଲାଗିବାକୁ ଥିବା ସିସିଟିଭି ଅତିକମ୍ରେ ୫୦୦ ମିଟର ଯାଏଁ କଭରେଜ କରିବ।
-
3.ନୂଆ ଗାଜା ଯୁଦ୍ଧବିରତି ଚୁକ୍ତିର ଏକ ଅଂଶବିଶେଷ ଭାବେ ହମାସ୍ ୨୦ ଜଣ ପଣବନ୍ଦୀଙ୍କୁ ରେଡକ୍ରସ୍କୁ ହସ୍ତାନ୍ତର କରିଛି। ପଣବନ୍ଦୀମାନଙ୍କୁ ୨ଟି ପର୍ଯ୍ୟାୟରେ ମୁକ୍ତ କରାଯାଇଛି।
-
4.ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ସାରା ଆଜି ହମାସ କବଳରୁ ମୁକ୍ତ ହୋଇଥିବା ପଣବନ୍ଦୀଙ୍କୁ ଏକ ବ୍ୟକ୍ତିଗତ ବାର୍ତ୍ତା ଦେଇ ସ୍ବାଗତ କରିଛନ୍ତି।
-
5.ଆଇଆର୍ସିଟିସି ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ସୋମବାର ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ସଭାପତି ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଦୁର୍ନୀତି, ଆପରାଧିକ ଷଡ୍ଯନ୍ତ୍ର ଓ ଠକେଇ ଅଭିଯୋଗରେ ଚାର୍ଜଫ୍ରେମ୍ କରିଛନ୍ତି।
-
6.ତାମିଲନାଡ଼ୁର କରୁରଠାରେ ୨୭ ସେପ୍ଟେମ୍ବର ୨୦୨୫ର ରାଲିରେ ହୋଇଥିବା ଦଳାଚକଟାର ତଦନ୍ତ କରିବାକୁ ସୁପ୍ରିମ୍କୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି।
-
7.ସରକାର କର୍ମଜୀବୀ ଲୋକଙ୍କୁ ଆଉ ଏକ ଖୁସି ଖବର ଦେବାକୁ ପ୍ରସ୍ତୁତ ହୋଇଛନ୍ତି। ଏବେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ପିଏଫ୍ ଆକାଉଣ୍ଟରୁ ଯୋଗ୍ୟ ବାଲାନ୍ସର ୧୦୦% ଉଠାଣକୁ ଅନୁମତି ଦେଇଛି।
-
8.ନର୍ସଙ୍କ ପ୍ରତି ଦୁର୍ବ୍ୟବହାର ଓ ନିର୍ଯ୍ୟାତନା ଅଭିଯୋଗରେ ଦିଲ୍ଲୀ ଏମ୍ସରେ କାର୍ଯ୍ୟରତ ବରିଷ୍ଠ ଓଡ଼ିଆ ଡାକ୍ତର ଡ. ଏ.କେ. ବିଷୋୟୀଙ୍କୁ ନିଲମ୍ବିତ କରାଯାଇଛି ।
-
9.ମୌଳବାଦୀ ସଂଗଠନ ତେହେରିକ୍-ଏ-ଲାବୈକ୍ (TLP) ଇସଲାମାବାଦ ଅଭିମୁଖେ ପଦଯାତ୍ରା କରିବାକୁ ଧମକ ଦେଇଥିଲା। ଗତକାଲି ରାତିରେ ସଂଗଠନର କର୍ମୀମାନେ ମୁରିଦକେରେ ଥିବାବେଳେ ଯେତେବେଳେ ପାକିସ୍ତାନ ରେଞ୍ଜର୍ସ ଏକ ନରସଂହାର ଆରମ୍ଭ କରିଥିଲେ, ଯେଉଁଥିରେ ୨୮୦ ତେହେରିକ୍-ଏ-ଲାବୈକ୍ କର୍ମୀଙ୍କ ମୃତ୍ୟୁ ହୋଇଥିଲା।
-
10.ପୂର୍ବତନ ଆଇଏଏସ୍ ଅଧିକାରୀ କନ୍ନନ ଗୋପୀନାଥନ କଂଗ୍ରେସ ମହାସଚିବ (ସଂଗଠନ) କେ.ସି. ବେଣୁଗୋପାଳ ଏବଂ ଦଳର ନେତା ପବନ ଖେଡାଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି।
-
11.ବିହାରର ସମସ୍ତ ୨୪୩ ବିଧାନସଭା ଆସନରେ ଗୋରକ୍ଷକଙ୍କୁ ପ୍ରାର୍ଥୀ କରିବାକୁ ଉତ୍ତରାଖଣ୍ଡର ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ସୋମବାର ଘୋଷଣା କରିଛନ୍ତି।
-
12.ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଂଶ ପ୍ଲଟ ପଞ୍ଜୀକରଣକୁ ସହଜ ଓ ସ୍ଵଚ୍ଚ କରିବା ପାଇଁ ନୂଆ ମାନକ ପ୍ରକ୍ରିୟା (SOP) ଜାରି କରିଛି।
-
13.ବିଦ୍ୟୁତ ଆବଶ୍ୟକତା ବୃଦ୍ଧି ପାଇଁ ଭାରତ ବ୍ରହ୍ମପୁତ୍ର ନଦୀ ଅବବାହିକାରେ ୭୬ ଗିଗାୱାଟରୁ ଅଧିକ ଜଳବିଦ୍ୟୁତ ଉତ୍ପାଦନ ପାଇଁ ୬.୪ ଲକ୍ଷ କୋଟି ଟଙ୍କା (୭୭ ବିଲିୟନ ଡଲାର)ର ଯୋଜନା ପ୍ରସ୍ତୁତ କରିଛି।
-
14.ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କପୁରସିଂଠାରେ ବନ୍ଦ ହୋଇ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ କାରଖାନାରୁ ବାଦୁଡି ଏବଂ ଚେମେଣି ପକ୍ଷୀ ମାରିବା ଅଭିଯୋଗରେ ବନ ବିଭାଗ ୧୧ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
-
15.ଭାରତର ଖୁଚୁରା ମୁଦ୍ରାସ୍ଫୀତି ସେପ୍ଟେମ୍ବର ୨୦୨୫ରେ ୧.୫୪%କୁ ଖସିଛି, ଯାହା ଜୁନ ୨୦୧୭ ପରେ ସର୍ବନିମ୍ନ। ଅଗଷ୍ଟରେ ଏହା ୨.୦୭% ଥିଲା। ଖାଦ୍ୟ ଜିନିଷ ଯେମିତି ପରିବା, ତେଲ, ଫଳ, ଡାଲି, ଶସ୍ୟ, ଅଣ୍ଡା ଓ ଇନ୍ଧନର ମୂଲ୍ୟ କମିବା ହେତୁ ମୁଦ୍ରାସ୍ଫୀତି ହ୍ରାସ ପାଇଛି।