-
1.ଅସୀମ ମୁନିର ରାୱଲପିଣ୍ଡିସ୍ଥିତ ଜେନେରାଲ୍ ମୁଖ୍ୟାଳୟରେ ମୁନିର ତାଙ୍କ ଶୀର୍ଷ କମାଣ୍ଡରମାନଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ଆଫଗାନ-ତାଲିବାନ ଆକ୍ରମଣକୁ ସେ ପାକିସ୍ତାନର ପଶ୍ଚିମ ସୀମାରେ ଏକ ପ୍ରମୁଖ ଗୁଇନ୍ଦା ବିଫଳତା ବୋଲି ବର୍ଣ୍ଣନା କରିଛନ୍ତି।
-
2.ପାକିସ୍ତାନ ଓ ପିଓକେର ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରି ମେ’ ମାସରେ ଭାରତର ଆତଙ୍କବାଦ ବିରୋଧୀ ସାମରିକ କାର୍ଯ୍ୟାନୁଷ୍ଠାନ ‘ଅପରେସନ୍ ସିନ୍ଦୂର’ ରେ ୧୦୦ରୁ ଅଧିକ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି ବୋଲି ସେନାର ଉପମୁଖ୍ୟ (ଷ୍ଟ୍ରାଟେଜି) ଲେଫ୍ଟନାଣ୍ଟ ଜେନେରାଲ୍ ରାଜୀବ ଘାଇ କହିଛନ୍ତି।
-
3.ଆଇଆଇଟି, ଆଇଆଇଏମ୍, ଏମ୍ସ ଓ ଏନ୍ଆଇଟି ଭଳି ଦେଶର ଶୀର୍ଷ କଲେଜଗୁଡ଼ିକରେ ଛାତ୍ର ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇବା ସୁପ୍ରିମ୍କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗଣମାଧ୍ୟମ ତଥ୍ୟ ଅନୁଯାୟୀ, ୨୦୧୮ ପରଠାରୁ ୯୮ରୁ ଅଧିକ ଛାତ୍ରଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରୁ ୩୯ଟି କେବଳ ଆଇଆଇଟିରେ ଘଟିଛି।
-
4.ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍)ରେ ବାୟୁ ଗୁଣବତ୍ତା ଅଚାନକ ହ୍ରାସ ପାଇଛି। ଆଜି ଦିଲ୍ଲୀର ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ୨୧୧ରେ ପହଞ୍ଚିବା ପରେ ଏହା ‘ଖରାପ’ ଶ୍ରେଣୀଭୁକ୍ତ ହୋଇଛି।
-
5.ମଧ୍ୟପ୍ରଦେଶରେ କଫ୍ ସିରପ୍ ପିଇ ୨୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି। ଏଭଳି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ପିଲାମାନଙ୍କ ପାଇଁ ଏହି ମାରାତ୍ମକ କଫ୍ ସିରପ୍ ଲେଖୁଥିବା ଡାକ୍ତର ସ୍ବୀକାର କରିଛନ୍ତି ଯେ ସେ ପ୍ରତିଟି କଫ୍ ସିରପ୍ ବୋତଲରୁ ୧୦ ପ୍ରତିଶତ କମିସନ ପାଆନ୍ତି। କୋଲଡ୍ରିଫ୍ କଫ୍ ସିରପ୍ ବୋତଲର ଦାମ୍ ୨୪.୫୪ ଟଙ୍କା ଥିବାବେଳେ ସେ ପ୍ରତି ବୋତଲ ପିଛା ୨.୫୪ ଟଙ୍କା କମିସନ୍ ପାଆନ୍ତି।
-
6.ରାଜସ୍ଥାନର ଯୋଧପୁର ରାଜପଥରେ ଜୈସଲମେର୍ରୁ ୨୦ କିଲୋମିଟର୍ ଦୂରରେ ଅବସ୍ଥିତ ୱାର୍ ମ୍ୟୁଜିୟମ୍ ନିକଟରେ ଏକ ଘରୋଇ ବସ୍ରେ ହଠାତ ନିଆଁ ଲାଗି ଏହା ସଂପୂର୍ଣ୍ଣ ଜଳିଯାଇଛି। ବସ୍ରେ ୫୭ ଜଣ ଯାତ୍ରୀ ଥିବା ବେଳେ ରାତି ୯ଟା ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ସଂପର୍କରେ ସୂଚନା ମିଳିଛି।
-
7. ବିଶାଖାପାଟଣାରେ ସ୍ଥାପନ ହେବାକୁ ଥିବା ଗୁଗୁଲ୍ ଏଆଇ ହବ୍ ଭାରତର ଡିଜିଟାଲ୍ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
-
8.ଝାଡ଼ଖଣ୍ଡ ରାଜ୍ୟର ହଜାରିବାଗ ଜିଲ୍ଲାର ବାରକାଗାଁ ଅଞ୍ଚଳର ଜୋରାକଟ ଗାଁରୁ ସିପିଆଇ ମାଓବାଦୀର ପୂର୍ବତନ ଜୋନାଲ କମାଣ୍ଡର ସୁନିଲ ଗଞ୍ଜୁଙ୍କୁ ପୁଲିସ ଗିରଫ କରିଛି। ସୁନିଲ ଗଞ୍ଜୁ ୨୦୦୧ ମସିହାରେ ହୋଇଥିବା ବେଲଟୁ ଗଣହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲେ।
-
9.ଭୁବନେଶ୍ବରରେ ପ୍ରଥମ ଥର ପାଇଁ ରୁପାର କିଲୋପିଛା ଦାମ୍ ୨ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଛି। ବଜାର ତଥ୍ୟ ଅନୁଯାୟୀ ଏକ କେଜି ରୁପା ଦାମ୍ ମଙ୍ଗଳବାର ୯୦୦୦ ଟଙ୍କା ବୃଦ୍ଧି ପାଇ ୨,୦୬,୦୦୦ ଟଙ୍କାରେ ପହଞ୍ଚିଛି।
-
10.ଆର୍ଏସ୍ପି ଷ୍ଟିଲ୍ ମେଲ୍ଟିଂ ସପ୍-୨ର ନୂତନ ତଥା ଅତ୍ୟାଧୁନିକ କାଷ୍ଟର-୪ରୁ ଉତ୍ପାଦନ ଆରମ୍ଭ ହୋଇଛି। ଗତ ୧୩ ତାରିଖ ସନ୍ଧ୍ୟାରେ ଏଠାରେ ପ୍ରଥମ କାଷ୍ଟ୍ ସଫଳତାର ସହିତ ସମ୍ପାଦିତ ହୋଇଥିଲା। ଚୁକ୍ତିର ମାତ୍ର ୪୪ ମାସ ମଧ୍ୟରେ କାଷ୍ଟର୍-୪ କାର୍ଯ୍ୟକ୍ଷମ ହୋଇ ସମଗ୍ର ସେଲ୍ରେ ନୂଆ ରେକର୍ଡ ସୃଷ୍ଟି କରିଛି।
-
11.ସେପ୍ଟେମ୍ବରରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ମାତ୍ର ୦.୨୦ ପ୍ରତିଶତକୁ ହ୍ରାସ ପାଇଛି। ସହରାଞ୍ଚଳରେ ଏହି ହାର ୦.୫୮ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୦.୦୫ ପ୍ରତିଶତ ରହିଛି।
-
12.କେନ୍ଦୁଝରର ସାନଘାଗରାରେ ରାଜ୍ୟର ୨ୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର(Regional Plant Resource Centre) ପ୍ରତିଷ୍ଠା ହେବ ।
-
13.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ପ୍ରଶଂସାରେ ପୋତି ପକାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଶେହବାଜ୍ ଏହି ପ୍ରଶଂସା ତାଙ୍କର ଇସଲାମାବାଦ କାର୍ଯ୍ୟାଳୟରୁ ନୁହେଁ; ବରଂ ମିଶରରେ ହେଉଥିବା ଗାଜା ଶାନ୍ତି ସମ୍ମିଳନୀରେ କରିଛନ୍ତି।
-
14.ପଶ୍ଚିମବଙ୍ଗ ଦୁର୍ଗାପୁର ଘଟଣା ନୂଆମୋଡ଼ ନେଇଛି। ପୀଡ଼ିତା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇନାହିଁ। କେବଳ ଜଣେ ଅଭିଯୁକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା କହିଛନ୍ତି ଆସାନସୋଲ-ଦୁର୍ଗାପୁର କମିଶନରେଟ ପୁଲିସର କମିଶନର ସୁନୀଲ କୁମାର ଚୌଧୁରୀ।
-
15.ଗୁଜରାଟର ଅହମ୍ମଦାବାଦରେ ଆୟୋଜିତ ହୋଇଛି ୭୦ତମ ଫିଲ୍ମଫେୟାର ପୁରସ୍କାର ସମାରୋହରେ ଆତ୍ମଜୀବନୀମୂଳକ ସ୍ପୋର୍ଟସ୍ ଡ୍ରାମା ‘ଚନ୍ଦୁ ଚାମ୍ପିଅନ୍’ରେ ଉତ୍କୃଷ୍ଟ ଅଭିନୟ ଲାଗି କାର୍ତ୍ତିକ ଆର୍ଯ୍ୟନ୍ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି । ‘ଆଇ ୱାଣ୍ଟ ଟୁ ଟକ୍’ ଲାଗି ଅଭିଷେକ ବଚ୍ଚନ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ହାତେଇଛନ୍ତି ।