-
1.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଶୁଳ୍କ ସମ୍ପର୍କିତ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଔଷଧ କ୍ଷେତ୍ର ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି।
-
2.ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ରୁଷ ସହିତ ଯୁଦ୍ଧ ଶେଷ ହେବା ପରେ ସେ ରାଷ୍ଟ୍ରପତି ପଦ ଛାଡିଦେବେ ଏବଂ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ।
-
3.କର୍ଣ୍ଣାଟକରେ ଚାଲିଥିବା ସାମାଜିକ-ଆର୍ଥିକ ଓ ଶିକ୍ଷାଗତ ସର୍ଭେ ତଥା ଜାତି ଗଣନା କାର୍ଯ୍ୟକ୍ରମରେ ଜନସାଧାରଣ ତଥ୍ୟ ପ୍ରଦାନ କରିବା ସମ୍ପୂର୍ଣ୍ଣ ସ୍ୱେଚ୍ଛାକୃତ ବୋଲି ଉଚ୍ଚ ନ୍ୟାୟାଳୟ ଏକ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ସର୍ଭେ କର୍ମଚାରୀମାନେ ବ୍ୟକ୍ତିଗତ ତଥ୍ୟ ପ୍ରଦାନ ପାଇଁ କାହାକୁ ବାଧ୍ୟ କରିପାରିବେ ନାହିଁ।
-
4.ଭାରତୀୟ ବାୟୁସେନା ପାଇଁ ୯୭ଟି ହାଲୁକା ଲଢୁଆ ବିମାନ (ଏଲ୍ସିଏ) ତେଜସ୍ ଏମ୍କେ୧ଏ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଗୁରୁବାର ହିନ୍ଦୁସ୍ତାନ ଏରୋନଟିକ୍ସ (ହାଲ୍) ସହିତ ୬୨,୩୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଚୁକ୍ତିନାମା ସ୍ୱାକ୍ଷର କରିଛି।
-
5.ଭାରତର ନିର୍ବାଚନ କମିସନ (ଇସିଆଇ) ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଭୋଟ ଗଣତି ନିୟମରେ ପରିବର୍ତ୍ତନ ଆଣିଛନ୍ତି। ଯେଉଁ କେନ୍ଦ୍ରରେ ପୋଷ୍ଟାଲ୍ ବାଲଟ୍ (ଡାକ ମତପତ୍ର) ଗଣତି ଚାଲିଥିବ, ସମସ୍ତ ପୋଷ୍ଟାଲ୍ ବାଲଟ୍ ଗଣତି ସରିବା ପରେ ହିଁ ଇଭିଏମ୍ ଗଣତି ପ୍ରକ୍ରିୟା ଶେଷ କରାଯିବ।
-
6.ସରକାର ଲଦାଖ ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅଣଲାଭକାରୀ ସଂଗଠନର ଏଫସିଆରଏ ପଂଜୀକରଣକୁ ରଦ୍ଦ କରିଦେଇଛନ୍ତି । ଏହା ବିରୋଧରେ ବିଦେଶୀ ପାଣ୍ଠି ନିୟନ୍ତ୍ରଣ କରୁଥିବା ଆଇନର ବାରମ୍ବାର ଉଲ୍ଲଂଘନ ଅଭିଯୋଗ ରହିଛି।
-
7.ବାବା ବିଶୁଦ୍ଧାନନ୍ଦ ମହାରାଜ। ହିନ୍ଦୁମାନେ ଗୋଟାଏ ପିଲା ଜନ୍ମ କରିବା ସହ ସେମାନଙ୍କ ପିଲାଙ୍କୁ ବଡ଼ କରି ବିଦେଶ ପଠାଇବା ନୀତିରେ ବିରକ୍ତ ଭାବ ପ୍ରକାଶ କରି ବାବା ସେଭଳି ମାତାପିତାଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି। ସେ ଏହି ବଡ଼ ବୟାନ ଦେଇ ଚର୍ଚ୍ଚାରେ ଅଛନ୍ତି।
-
8.ବିଜେପି ବିହାର ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବରେ ନିଯୁକ୍ତ କରିଥିବା ବେଳେ ସି.ଆର. ପାଟିଲ ଏବଂ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସହ-ପ୍ରଭାରୀ ଭାବରେ ନିଯୁକ୍ତ କରିଛି। ସେହିଭଳି ତାମିଲନାଡୁର ନିର୍ବାଚନ ପ୍ରଭାରୀ ଦାୟିତ୍ବ ମିଳିଛି ଦଳର ନାମୀ ନେତା ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ।
-
9.ଏସିଆର ପ୍ରଥମ ମହିଳା ଲୋକୋମୋଟିଭ୍ ପାଇଲଟ୍, ସୁରେଖା ଯାଦବ, ଏହି ମାସ ୩୦ ତାରିଖରେ ଅବସର ନେବାକୁ ଯାଉଛନ୍ତି। ସେ ପ୍ରାୟ ୩୬ ବର୍ଷ ଧରି ଲୋକୋମୋଟିଭ୍ ପାଇଲଟ୍ ଭାବରେ କାର୍ଯ୍ୟ କରିଛନ୍ତି।
-
10.ଖୋର୍ଦ୍ଧା କୁମ୍ଭାରବସ୍ତର ୱଣ୍ଡରଲା ଆମ୍ୟୁଜମେଣ୍ଟ ପାର୍କ ଏକ ବର୍ଷ ପୂରଣ କରିଛି। ଏହି ବର୍ଷକ ଭିତରେ ପାର୍କକୁ ୨.୬୪ ଲକ୍ଷ ଲୋକ ପରିଦର୍ଶନ କରିଥିଲେ। ପ୍ରଥମ ୧୦ ମାସରେ କମ୍ପାନିର ମୋଟ୍ କାରବାର ୨୦ କୋଟି ଟଙ୍କା ରହିଥିଲା। ତାହାକୁ ଆସନ୍ତା ବର୍ଷ ଦ୍ବିଗୁଣିତ କରି ୪୦ କୋଟି ଟଙ୍କା କରିବାକୁ ଲକ୍ଷ୍ୟ ରଖାଯାଇଛି।
-
11.ଆସନ୍ତା ବର୍ଷ ଏପ୍ରିଲ୍ରୁ ଡିଜିଟାଲ୍ ପେମେଣ୍ଟ୍ ପ୍ରମାଣୀକରଣ ପାଇଁ ନୂଆ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି। ବର୍ତ୍ତମାନ ସମୟରେ ମୋବାଇଲ୍ ନମ୍ବରରେ ଏସ୍ଏମ୍ଏସ୍ ଜରିଆରେ ଆସୁଥିବା ୱାନ୍ ଟାଇମ୍ ପାସ୍ୱାର୍ଡ (ଓଟିପି) ଦେଇ ଗ୍ରାହକମାନେ ପେମେଣ୍ଟ୍ କରିପାରୁଛନ୍ତି। କିନ୍ତୁ ଆସନ୍ତା ବର୍ଷରୁ ଦୁଇ ପ୍ରକାର ପ୍ରମାଣୀକରଣ ବ୍ୟବସ୍ଥା ଲାଗୁ ହେବ। ସାଇବର ଠକେଇରୁ ଲୋକମାନଙ୍କୁ ସୁରକ୍ଷା ଦେବା ଲାଗି ଏହି ବ୍ୟବସ୍ଥା କରାଯାଉଛି।
-
12.ଦୀର୍ଘ ଛଅ ଦଶନ୍ଧି ଧରି ସେବା ଯୋଗାଇବା ପରେ ଭାରତୀୟ ବାୟୁସେନାର ଅନ୍ୟତମ ଲଢୁଆ ବିମାନ ମିଗ୍-୨୧ ବିଦାୟ ନେଇଛି ।
-
1.ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରା ପାଇଁ ସେପ୍ଟେମ୍ବର ୨୬ରୁ ପ୍ଲଟ ଲାଗି ଆବେଦନ ଆରମ୍ଭ ହେବ।
-
14.ମହାନଦୀ ଉପରମୁଣ୍ଡରେ ଅତି ପ୍ରବଳ ବର୍ଷା ଦ୍ବାରା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଛି। ଜଳଭଣ୍ଡାରରୁ ୨୦ଟି ଫାଟକ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି।
-
15.ଏସିଆ କପ୍ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟରେ ଗୁରୁବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ସୁପର-୪ ମ୍ୟାଚ୍ରେ ପାକିସ୍ତାନ ୧୧ ରନ୍ରେ ବାଂଲାଦେଶକୁ ପରାସ୍ତ କରିଛି।