-
1.ଦେଶରେ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ଲାଗୁ କରିବାକୁ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।
-
2.ଚଳିତ ବର୍ଷ ମେ’ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିରେ କୌଣସି ତୃତୀୟ ପକ୍ଷର ହାତ ନାହିଁ ବୋଲି ଭାରତ ବାରମ୍ବାର ଦାବି କରି ଆସିଥିଲେ ସୁଦ୍ଧା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ମାନି ନାହାନ୍ତି। ବାରମ୍ବାର ସେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିର ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି।
-
3.ନାରାୟଣପୁର ଜିଲ୍ଲାରେ ଏକ ଏନ୍କାଉଣ୍ଟର୍ରେ ନିହତ ହୋଇଥିବା ଶୀର୍ଷ ମାଓବାଦୀ କମାଣ୍ଡର କାଥା ରାମଚନ୍ଦ୍ର ରେଡ୍ଡୀର ମୃତଦେହକୁ ସଂରକ୍ଷଣ କରିବାକୁ ଶୁକ୍ରବାର ସୁପ୍ରିମ୍କୋର୍ଟ ଛତିଶଗଡ଼ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
-
4.୬ ଦଶନ୍ଧିରୁ ଅଧିକ ସମୟ ଧରି, ମିଗ୍-୨୧ ଭାରତୀୟ ବାୟୁସେନାର ମେରୁଦଣ୍ଡ ହୋଇ ରହିଥିଲା। ୧୯୬୫ ମସିହାର ଭାରତ-ପାକ୍ ଯୁଦ୍ଧରେ, ନୂତନ ଭାବରେ ସାମିଲ ହୋଇଥିବା ମିଗ୍-୨୧ ଯୁଦ୍ଧ ପାଟ୍ରୋଲ୍ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାୟୁ ପ୍ରତିରକ୍ଷା ଯୋଗାଇଥିଲା। ୧୯୭୧ ସୁଦ୍ଧା ଏହା ନିର୍ଣ୍ଣାୟକ ହୋଇଥିଲା।
-
5.ଦିଲ୍ଲୀସ୍ଥିତ ଶ୍ରୀ ଶାରଦା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ-ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଛାତ୍ରୀମାନଙ୍କୁ କିପରି ପ୍ରଲୋଭିତ କରୁଥିଲେ। ସହରର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଅନୁଷ୍ଠାନରୁ ବହିଷ୍କୃତ ଛାତ୍ରୀ ଜଣକ କହିଛନ୍ତି, ଭଣ୍ଡ ବାବା ଛାତ୍ରୀମାନଙ୍କୁ ମାଗଣା ବିଦେଶ ଯାତ୍ରା, ଆଇଫୋନ୍, କାର୍ ଓ ଲାପ୍ଟପ୍ ଅଫର କରୁଥିଲେ।
-
6.ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶୁକ୍ରବାର ଦାବି କରିଛନ୍ତି ଯେ ଚଳିତ ବର୍ଷ ସାମରିକ ସଂଘର୍ଷ ସମୟରେ ଭାରତର ୭ଟି ଯୁଦ୍ଧ ବିମାନକୁ ପାକିସ୍ତାନ ଖସାଇ ଦେଇଛି। ଜାତିସଂଘ ସାଧାରଣ ଅଧିବେଶନରେ ଉଦ୍ବୋଧନ ଦେବା ଅବସରରେ ସରିଫ ତାଙ୍କ ଦେଶର ବାୟୁସେନାକୁ ପ୍ରଶଂସା କରି ଏହି ଟିପ୍ପଣୀ ଦେଇଛନ୍ତି।
-
7.ଭାରତ କହିଛି ଯେ ଯଦି ଇରାନ ଓ ଭେନିଜୁଏଲାରୁ ତେଲ କିଣାକୁ ଅନୁମତି ଦିଆଯାଏ, ତେବେ ରୁଷରୁ ତେଲ କିଣା ବନ୍ଦ କରିବାକୁ ବିଚାର କରାଯିବ ।
-
8.ବରେଲୀରେ ନମାଜ ପାଠ ପରେ ଗଣ୍ଡଗୋଳ ପରିସ୍ଥିତି । ‘ଆଇ ଲଭ ମହମ୍ମଦ’ ପୋଷ୍ଟର ବିବାଦକୁ ନେଇ ହଙ୍ଗାମା । ରାସ୍ତାରେ ଉତ୍ତେଜନା ମୂଳକ ପରିସ୍ଥିତି । ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିବା ପରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯିବ ସହ ଦୋକାନ ବଜାର ବନ୍ଦ କରାଯାଇଛି ।
-
9.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାରସୁଗୁଡ଼ାରୁ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍)ର ୪ଜି ସେବା ଆରମ୍ଭ କରିବେ।ଡିଜିଟାଲ୍ ଭାରତ ନିଧି ଅଧୀନରେ ବିଏସ୍ଏନ୍ଏଲ୍ ଦ୍ବାରା ୧୪,୧୮୦ଟି ୪ଜି ସାଇଟ୍ କାର୍ଯ୍ୟକ୍ଷମ କରାଯାଇଛି।
-
10. ଓଡ଼ିଆ ସିନେମା ଇତିହାସରେ ଭୋର୍ ସମୟରୁ ମୁକ୍ତିଲାଭ କରିବା ଭଳି ଘଟଣା ପ୍ରଥମ ଥର କଟକରେ ଦେଖିବାକୁ ମିଳିଛି। ଅନୁଭବ ମହାନ୍ତି ଅଭିନୀତ ସିନେମା ‘ଚାରିଧାମ’ ଭୋର ସାଢ଼େ ୫ଟାରେ କଟକ ବୃନ୍ଦାବନ ସିନେମା ହଲରେ ମୁକ୍ତିଲାଭ କରିଛି।
-
11.ଟାଟା ମୋଟର୍ସ ଆସନ୍ତା ଅକ୍ଟୋବର ୧ରୁ ଶୈଳେଶ ଚନ୍ଦ୍ରଙ୍କୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଛି। କମ୍ପାନୀର ଗୋଷ୍ଠୀ ମୁଖ୍ୟ ଆର୍ଥିକ ଅଧିକାରୀ ପିବି ବାଲାଜୀ ଇସ୍ତଫା ଦେଇଛନ୍ତି ଏବଂ ସେ ନଭେମ୍ବର ୧୭ରେ ପଦ ଛାଡିବେ।
-
12.ନାଟୋ ମୁଖ୍ୟ ମାର୍କ ରୁଟ୍ଙ୍କ ଦାୟିତ୍ଵହୀନ ମନ୍ତବ୍ୟର ଦୃଢ଼ ନିନ୍ଦା କରିଛି ଭାରତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଶୁଳ୍କ ଲାଗୁ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ କରିଥିବା ରୁଟ୍ କହିଥିଲେ। ରୁଟଙ୍କ ଏହି ମନ୍ତବ୍ୟ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ ଏବଂ ତ୍ରୁଟିପୂର୍ଣ୍ଣ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କଡ଼ା ଶବ୍ଦରେ କୁହାଯାଇଛି।
-
13.ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ସରକାରୀ ଉଦ୍ୟୋଗ (State PSUs)ର କର୍ମଚାରୀମାନଙ୍କ ପାଇଁ ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏହାଦ୍ୱାରା ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ସମୁଦାୟ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଛି।
-
14.ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ମୋଟ ୩୮୯ ଜଣ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରିୟାଂଶୁ ପାଲ୍ ଓସିଏସ ଟପ୍ପର ହୋଇଛନ୍ତି।
-
15.ବଲିଉଡ ଅଭିନେତା ଶାହରୁଖ ଖାନ ଏବଂ ପତ୍ନୀ ଗୌରୀ ଖାନଙ୍କ ପ୍ରଯୋଜନା ସଂସ୍ଥା ରେଡ୍ ଚିଲିଜ ଏଣ୍ଟରନେଟନମେଣ୍ଟ ବିରୋଧରେ ମାନହାନୀ ମାମଲା ଦାୟର କରିଛନ୍ତି ମୁମ୍ବଇର ପୂର୍ବତନ ଏନସିବି(ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ) ଅଧିକାରୀ ସମୀର ଓ୍ବାଙ୍ଖେଡେ। ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ନିର୍ଦେଶିତ ପ୍ରଥମ ଓ୍ବେବରେ ତାଙ୍କ ଚରିତ୍ର ସଂହାର କରାଯାଇଛି, ଯାହା ତାଙ୍କ ସମ୍ମାନହାନୀ କରିଛି ବୋଲି ସମୀର ଦର୍ଶାଇଛନ୍ତି। ନେଟଫ୍ଲିକ୍ସ ଏବଂ ଅନ୍ୟ କିଛି ଓଟିଟି ପ୍ଲାଟଫର୍ମକୁ ମଧ୍ୟ ସେ ପକ୍ଷଭୁକ୍ତ କରିଛନ୍ତି।