-
1.ବିଶ୍ୱର ୮୦ ପ୍ରତିଶତ ସମସ୍ୟାର ମୂଳ ହେଉଛି ବୃଦ୍ଧମାନେ କ୍ଷମତାରେ ରହିବା। ସେମାନେ ପିରାମିଡ୍ ନିର୍ମାଣ କରନ୍ତି ଏବଂ ସବୁକିଛି ଉପରେ ସେମାନଙ୍କର ନାମ ରଖନ୍ତି ବୋଲି ୬୪ ବର୍ଷୀୟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଶୁକ୍ରବାର ଲଣ୍ଡନରେ ବ୍ରିଟିସ ଐତିହାସିକ ଡେଭିଡ୍ ଓଲୁସୋଗାଙ୍କୁ କହିଛନ୍ତି।
-
2.ଅଭିନେତାରୁ ରାଜନେତା ପାଲଟିଥିବା ତାମିଲନାଡ଼ୁର ଥାଲାପତି ବିଜୟଙ୍କ ଜନସଭା ରୢାଲିରେ ଆଜି ବଡ଼ଧରଣର ଦଳାଚକଟା ହୋଇଛି। ଏଥିରେ ୧୦ ଶିଶୁ ଓ ୧୬ ମହିଳାଙ୍କ ସମେତ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ୭୦ରୁ ଅଧିକ ଲୋକ ଅସୁସ୍ଥ ଓ ଗୁରୁତର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
-
3.ଦିଲ୍ଲୀସ୍ଥିତ ଶ୍ରୀ ଶାରଦା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ-ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କୁ ଗିରଫ କଲା ପୁଲିସ। ଆଗ୍ରାରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।
-
4.ସୋନମ ୱାଙ୍ଗଚୁକ୍ ଦୀର୍ଘ ଦିନ ଧରି ଲଦାଖକୁ ରାଜ୍ୟ ମାନ୍ୟତା ଦେବା ଏବଂ ଆଦିବାସୀ ଅଧିକାର ସଂରକ୍ଷଣ ପାଇଁ ଷଷ୍ଠ ଅନୁସୂଚୀ ଅଧୀନରେ କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ୱୀକୃତି ଦେବା ପାଇଁ ଲଢ଼େଇ କରିଆସୁଛନ୍ତି। ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ଙ୍କୁ ଗିରଫ ପରେ ଯୋଧପୁର କେନ୍ଦ୍ରୀୟ କାରାଗାରରୁ ପଠାଇ ଦିଆଯାଇଛି।
-
5.ଦେଶର ସହରାଞ୍ଚଳଗୁଡ଼ିକରେ ଦୈନନ୍ଦିନ କିଣାକିଣି ସମୟରେ ଅଧିକରୁ ଅଧିକ ଅର୍ଥ ନଗଦ ବଦଳରେ ଡିଜିଟାଲ୍ ଆକାରରେ ପୈଠ କରାଯାଉଛି। ଦେଶର ୨୯ଟି ବଡ଼ ସହରରେ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି ଯେ ୧୦୦ ଟଙ୍କାର ଖର୍ଚ୍ଚରେ ୭୪ ଟଙ୍କା ଡିଜିଟାଲ୍ ଜରିଆରେ ପୈଠ ହେଉଛି।
-
6.ବିଲ୍ ଗେଟ୍ସଙ୍କ କମ୍ପାନି ମାଇକ୍ରୋସଫ୍ଟ ଏହାର ୱିଣ୍ଡୋଜ୍ ୧୦ ଅପରେଟିଂ ସିଷ୍ଟମକୁ ନିୟମିତ ଅପ୍ଡେଟ୍ ଦେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ଅକ୍ଟୋବର ୧୪ରୁ ଏହା କୌଣସି ଅପ୍ଡେଟ୍ ଦେବ ନାହିଁ। ଫଳରେ ୱିଣ୍ଡୋଜ୍ ୧୦ରେ ଚାଲୁଥିବା କମ୍ପ୍ୟୁଟରଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିବ ଓ ସେଥିରେ ସାଇବର ଆକ୍ରମଣ ଆଶଙ୍କା ବଢ଼ିଯିବ।
-
7.ଆଗାମୀ ବିହାର ବିଧାନସଭା ନିର୍ବାଚନ ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ନିର୍ବାଚନ ପ୍ରସ୍ତୁତିକୁ ଚୂଡ଼ାନ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିସନ ଅକ୍ଟୋବର ୪ ଏବଂ ୫, ୨୦୨୫ରେ ବିହାର ଗସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
-
8.ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ପରିବାର ଧୂଲେ ଜିଲ୍ଲାରେ ମହାରାଷ୍ଟ୍ର ମନ୍ତ୍ରୀ ଜୟକୁମାର ରାୱଲଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଛନ୍ତି | ଜୟକୁମାର ସେମାନଙ୍କ ପୈତୃକ ଜମି ବେଆଇନ ଭାବରେ ଦଖଲ କରିଥିବା ଅଭିଯୋଗ କରିଛନ୍ତି।
-
9.ଆଟର୍ଣ୍ଣି ଜେନେରାଲ ଭାବରେ ବରିଷ୍ଠ ଆଇନଜୀବୀ ଆର. ଭେଙ୍କଟରମଣିଙ୍କ କାର୍ଯ୍ୟକାଳକୁ ଆହୁରି ୨ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି କେନ୍ଦ୍ର ସରକାର। ଅକ୍ଟୋବର ୧, ୨୦୨୫ ରୁ ଆହୁରି ଦୁଇ ବର୍ଷ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବା ପରେ ସେ ସେପ୍ଟେମ୍ବର ୩୦, ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।
-
10.ଚୈତନ୍ୟାନନ୍ଦଙ୍କ ବିରୋଧରେ ଏଫଆଇଆର ଦାୟର ହେବା ପରଠାରୁ 'ବାବା'ଙ୍କ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ମଧ୍ୟରେ, କର୍ତ୍ତୃପକ୍ଷମାନେ ଜାଣିବାକୁ ପାଇଛନ୍ତି ଯେ ଚୈତନ୍ୟାନନ୍ଦ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା ପାଇଁ ଭିନ୍ନ ଭିନ୍ନ ନାମ ଏବଂ ପ୍ରମାଣପତ୍ର ବ୍ୟବହାର କରିଥିଲେ। ତଦନ୍ତକାରୀମାନେ କହିଛନ୍ତି ଯେ ଏଫଆଇଆର ଦାୟର ହେବା ପରେ ବାବା ୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଉଠାଇ ନେଇଥିଲେ।
-
11.ଦେଶ ଭିତରେ ସ୍ପିଡ୍ ପୋଷ୍ଟର ଶୁଳ୍କ ଶେଷ ଥର ପାଇଁ ୨୦୧୨ ଅକ୍ଟୋବରରେ ସଂଶୋଧିତ ହୋଇଥିବା ବେଳେ ସଂଶୋଧିତ ଦର ନେଇ ଡାକ ବିଭାଗ ସୂଚନା ଦେଇଛି। ଦସ୍ତାବିଜ ଏବଂ ପାର୍ସଲ ପାଇଁ ସ୍ପିଡ୍ ପୋଷ୍ଟ ଅଧୀନରେ ପଞ୍ଜିକରଣର ମୂଲ୍ୟଯୁକ୍ତ ସେବା ପାଇଁ ୫ ଟଙ୍କା ଲାଗୁ ହେବାକୁ ଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁଳ୍କ ଉପରେ ୧୦% ଓ ନୂଆ ଗ୍ରାହକଙ୍କ ପାଇଁ ୫% ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯିବ।
-
12.ରାହୁଲ ବ୍ରାଜିଲ ଓ କଲମ୍ବିଆରେ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେବେ। ଏହା ସହ କିଛି ଦେଶର ରାଷ୍ଟ୍ରପତି ଓ ବରିଷ୍ଠ ନେତାଙ୍କ ସହ ବୈଠକ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହି ସମୟରେ ରାହୁଲ ଆମେରିକା ଶୁଳ୍କ ବୃଦ୍ଧି ମାମଲାରେ ମଧ୍ୟ ଅନ୍ୟ ଦେଶର ନେତାଙ୍କ ସହିତ ବିଚାର ବିମର୍ଶ କରିବେ।
-
13.ଜାତୀୟ ରାଜପଥରେ ଗୋରୁଙ୍କ ପ୍ରାଦୁର୍ଭାବ ହ୍ରାସ ପାଇଁ ଆରମ୍ଭ ହେବ ଅଭିଯାନ। ଏହା ପୂର୍ବରୁ ଭାରତୀୟ ରାଜମାର୍ଗ ପ୍ରାଧିକରଣ (ଏନ୍ଏଚ୍ଏଆଇ) ପକ୍ଷରୁ ଗାଈଗୋରୁଙ୍କ ପାଇଁ ସର୍ବାଧିକ ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ କରାଯିବ।
-
14.ହୀରାକୁଦ ଜଳ ଭଣ୍ଡାରରୁ ୨୦ଟି ଫାଟକ ଦେଇ ନିଷ୍କାସିତ ବନ୍ୟାଜଳ ଶନିବାର ମୁଣ୍ଡଳିରେ ଶୀର୍ଷ ଛୁଇଁଛି। ଗତକାଲି ସନ୍ଧ୍ୟା ୬ଟା ବେଳକୁ ମୁଣ୍ଡଳିରେ ବନ୍ୟାପାଣି ୫.୭୩ ଲକ୍ଷ କ୍ୟୁସେକ୍ ପ୍ରବାହିତ ହେଉଥିବା ବେଳେ ଶନିବାର ରାତି ୯.୩୦ ସୁଦ୍ଧା ତାହା ବୃଦ୍ଧି ପାଇ ୫ଲକ୍ଷ ୯୨ ହଜାର ୨୫୫ କ୍ୟୁସେକ୍ରେ ପହଞ୍ଚିଛି।
-
15.ଚଳିତବର୍ଷ ଶେଷଆଡକୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ସ୍ଥିତି ସମୀକ୍ଷା କରିବାକୁ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନେତୃତ୍ବରେ ନିର୍ବାଚନ କମିଶନ (ଇସି) ଟିମ୍ ଅକ୍ଟୋବର ୪ରେ ବିହାର ଗସ୍ତ କରିବେ ବୋଲି ଜଣାପଡିଛି।