-
1.ଧରାବତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା । ମାଆଙ୍କ ଆଗମନରେ ଗାଁଠୁ ସହର ଉତ୍ସବମୁଖର ହୋଇଛି। ମଣ୍ଡପରେ ଆଜି ମାଙ୍କ ମହାଅଷ୍ଟମୀ ପୂଜା ଚାଲିଥିବା ବେଳେ ଶକ୍ତିପୀଠରେ ଚାଲିଛି ମହାନବମୀ ପୂଜା ।
-
2.୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ବାଜି ମାରିଛି ଏକାଧିକ ଓଡ଼ିଆ ଫିଲ୍ମ। ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ସମେତ ‘ଦ ସି ଆଣ୍ଡ ସେଭେନ ଭିଲେଜେସ’ ଓ ‘ମୋ ବୋଉ, ମୋ ଗାଁ’କୁ ଜାତୀୟ ପୁରସ୍କାର ମିଳିଛି। ଏହାବ୍ୟତୀତ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ।
-
3.ସୋସିଆଲ ନେଟୱାର୍କିଂ ଓ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ ସରକାରଙ୍କ ‘ସହଯୋଗ ପୋର୍ଟାଲ’କୁ ସମର୍ଥନ କରିବା ପାଇଁ ସେପ୍ଟେମ୍ବର ୨୪ରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରି ଏହାକୁ ଭାରତରେ ମୁକ୍ତ ଅଭିବ୍ୟକ୍ତି ପାଇଁ ଏକ ଝଟକା ବୋଲି କହିଛି। ଏଥିସହିତ ଏହି ଆଦେଶକୁ ଚ୍ୟାଲେଞ୍ଜ କରିବ ବୋଲି ନିଶ୍ଚିତ କରିଛି।
-
4.ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆତ୍ମଜୀବନୀ ‘ଆଇ ଆମ୍ ଜର୍ଜିଆ- ମାଇଁ ରୁଟ୍ସ, ମାଇଁ ପ୍ରିନ୍ସିପଲ୍ସ’ର ଭାରତୀୟ ସଂସ୍କରଣର ମୁଖବନ୍ଧ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୁଖବନ୍ଧରେ ମୋଦୀ କହିଛନ୍ତି ଯେ, ମେଲୋନି ଜଣେ ଦେଶପ୍ରେମୀ, ଉଲ୍ଲେଖନୀୟ ସମସାମୟିକ ନେତା ଏବଂ ଏହି ଆତ୍ମଜୀବନୀକୁ ତାଙ୍କର ‘ମନ୍ କୀ ବାତ୍’ କୁହାଯାଇପାରେ।
-
5.ଅନ୍ତର୍ଜାତୀୟ ଡାକ୍ତରୀ ପତ୍ରିକା ‘ଦ ଲାନ୍ସେଟ୍’ରେ ସଦ୍ୟ ପ୍ରକାଶିତ ଏକ ଗବେଷଣାତ୍ମକ ତଥ୍ୟରୁ ଜଣାପଡ଼ିଛି ଯେ, ଭାରତରେ ୧୯୯୦ରୁ ୨୦୨୩ ମଧ୍ୟରେ କ୍ୟାନସର ବା କର୍କଟ ରୋଗୀଙ୍କ ସଂଖ୍ୟା ୨୬ ପ୍ରତିଶତ ବୃଦ୍ଧି ପାଇଛି।
-
6.ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ସୋମବାର ରେକର୍ଡ ହ୍ରାସ ପାଇଛି। ଟଙ୍କା ମୂଲ୍ୟ ୭ ପଇସା କମି ୧ ଡଲାର ମୂଲ୍ୟ ୮୮ ଟଙ୍କା ୭୯ ପଇସାରେ ପହଞ୍ଚିଛି।
-
7.ସୋସିଆଲ ନେଟୱାର୍କିଂ ଓ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ ସରକାରଙ୍କ ‘ସହଯୋଗ ପୋର୍ଟାଲ’କୁ ସମର୍ଥନ କରିବା ପାଇଁ ସେପ୍ଟେମ୍ବର ୨୪ରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରି ଏହାକୁ ଭାରତରେ ମୁକ୍ତ ଅଭିବ୍ୟକ୍ତି ପାଇଁ ଏକ ଝଟକା ବୋଲି କହିଛି। ଏଥିସହିତ ଏହି ଆଦେଶକୁ ଚ୍ୟାଲେଞ୍ଜ କରିବ ବୋଲି ନିଶ୍ଚିତ କରିଛି।
-
8.ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ଜନସାଧାରଣ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବାରୁ ଆୱାମୀ ଆକ୍ସନ କମିଟି (ଏଏସି) ପକ୍ଷରୁ ଶେହବାଜ ସରିଫ ସରକାରଙ୍କ ବିରୋଧରେ ଆନ୍ଦୋଳନ ହୋଇଛି। ଏହି ହିଂସାତ୍ମକ ଆନ୍ଦୋଳନରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨ ଜଣ ଆହତ ହୋଇଛନ୍ତି।
-
9.ଲେହକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଚାଲିଥିବା ଆନ୍ଦୋଳନ ସେପ୍ଟେମ୍ବର ୨୪ରେ ହିଂସାତ୍ମକ ରୂପ ନେଇଥିଲା। ଗୁଳିଚାଳନାର ନିରପେକ୍ଷ ବିଚାର ବିଭାଗୀୟ ତଦନ୍ତ ଦାବିରେ ଏଲ୍ଏବି ଆଜି ଆଲୋଚନାକୁ ବର୍ଜନ ଘୋଷଣା କରିଛି। ଆନ୍ଦୋଳନ ସମୟରେ ଅଟକ ଥିବା ସମସ୍ତଙ୍କୁ ତୁରନ୍ତ ବିନା ସର୍ତ୍ତରେ ମୁକ୍ତ କରିବାକୁ କେଡିଏ କହିଛି। ଲଦାଖରୁ ଭୟ, ଦୁଃଖ ଓ କ୍ରୋଧର ପରିବେଶ ଦୂର କରିବାକୁ ଏଲ୍ଏବି ଅଧ୍ୟକ୍ଷ ଥୁପ୍ସ୍ଥାନ୍ ଛିୱାଙ୍ଗ ସରକାରଙ୍କୁ କହିଛନ୍ତି।
-
10.ରାଜ୍ୟରୁ ଓଡ଼ିଶା କ୍ୟାଡରର ଆଉ ଦୁଇ ଜଣ ଆଇଏଏସ୍ ଅଫିସର୍ କେନ୍ଦ୍ରୀୟ ଡେପୁଟେଶନରେ ଯିବେ। ୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର ସମର୍ଥ ବର୍ମା ଏବଂ ୨୦୧୪ ବ୍ୟାଚ୍ ଆଇଏଏସ୍ ଅଫିସର ସ୍ବାଧାଦେବ ସିଂ କେନ୍ଦ୍ରୀୟ ଡେପୁଟେଶନରେ ଯିବେ।
-
11.ବଙ୍ଗୋପସାଗରରେ ନୂଆ ଲଘୁଚାପ ସୃଷ୍ଟି ହେବାରୁ ଓଡ଼ିଶାରେ ଦୁର୍ଗାପୂଜା ଉତ୍ସବ ମଳିନ କରିପାରେ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ଅକ୍ଟୋବର ୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବ।
-
12.କେନ୍ଦ୍ର ସରକାର ଓଡ଼ିଶାର ଶିରିଷ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରିଛନ୍ତି।
-
13.ଏମ୍ଏସଏମ୍ଇ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟ ଅର୍ଥ ନିଗମରେ ୫୦୮୯ଟି ଋଣ ଆକାଉଣ୍ଟ ଉପରେ ୨୪୪ କୋଟି ଟଙ୍କାର ମୂଳ ଅର୍ଥ ବିନିଯୋଗ ହୋଇଥିବା ବେଳେ ସୁଧ ଆସି ୯୬୧୬ କୋଟି ଟଙ୍କାରେ ପହଞ୍ଚିଲାଣି।
-
14.ପବିତ୍ର ଦୁର୍ଗା ପୂଜା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ପବିତ୍ର ଦୁର୍ଗା ପୂଜା ଆମ ସଂସ୍କୃତି, ଆସ୍ଥା ଓ ଆଧ୍ୟାତ୍ମିକ ଗୌରବର ପ୍ରତୀକ।
-
15.ଆର୍ୟନ ଖାନ୍ ଡ୍ରଗ୍ ମାମଲାର ଯାଞ୍ଚ ଅଧିକାରୀ ସମୀର ୱାନଖେଡେ ଶାହରୁଖ ଓ ଗୌରୀ ଖାନଙ୍କ ପ୍ରଡକ୍ସନ କମ୍ପାନୀ ରେଡ୍ ଚିଲିଜ୍ ଉପରେ ୨ କୋଟି ଟଙ୍କାର ମାନହାନି ମାମଲା କରିଛନ୍ତି।