-
1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ଶାନ୍ତି, ସହନଶୀଳତା ଏବଂ ସତ୍ୟର ବାର୍ତ୍ତା ଦେଇଛନ୍ତି, ଯାହା ସମଗ୍ର ମାନବଜାତି ପାଇଁ ପ୍ରେରଣା। ସେ ଅସ୍ପୃଶ୍ୟତା, ନିରକ୍ଷରତା, ନିଶା ଏବଂ ଅନ୍ୟାନ୍ୟ ସାମାଜିକ କୁପ୍ରଥା ଦୂର କରିବା ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ ଏବଂ ସମାଜର ଦୁର୍ବଳ ବର୍ଗକୁ ଶକ୍ତି ଓ ସମର୍ଥନ ଦେଇଥିଲେ।
-
2.ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୨୩ତମ ଭାରତ-ରୁଷିଆ ବାର୍ଷିକ ସମ୍ମିଳନୀ ପାଇଁ ୫-୬ ଡିସେମ୍ବରରେ ଭାରତ ଆସିବାର ସମ୍ଭାବନା ରହିଛି।
-
3.ଜାତିସଂଘ ପକ୍ଷରୁ ସଦ୍ୟ ଏକ ଆକଳନରୁ ଜଣାପଡ଼ିଛି ଯେ, ୨୦୮୦ ପରେ ବିଶ୍ୱର ଜନସଂଖ୍ୟା ହ୍ରାସ ପାଇବ। ସେବେ ଯାଏ ଜନସଂଖ୍ୟା ବଢ଼ି ପ୍ରାୟ ୧୦.୮ ବିଲିୟନ ଅର୍ଥାତ୍ ୧,୦୮୦ କୋଟିରେ ପହଞ୍ଚବ ।
-
4.କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶା ସମେତ ଦେଶର ବେସାମରିକ କ୍ଷେତ୍ରରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବରେ ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ।
-
5.ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଯଦି କୌଣସି ସମ୍ପତ୍ତି ସ୍ୱାମୀ ଏବଂ ସ୍ତ୍ରୀ ଉଭୟଙ୍କ ନାମରେ ପଞ୍ଜିକୃତ ହୋଇଥାଏ ଏବଂ ମିଳିତ ଭାବରେ କିଣାଯାଇଥାଏ, ତେବେ ସ୍ୱାମୀ କେବଳ ଇଏମଆଇ ଦେଇଥିବା ଦାବି କରି ପୂର୍ଣ୍ଣ ମାଲିକାନା ଦାବି କରିପାରିବେ ନାହିଁ। ବିଚାରପତି ଅନିଲ କ୍ଷେତ୍ରପାଲ ଏବଂ ହରିଶ ବୈଦ୍ୟନାଥନ ଶଙ୍କରଙ୍କ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି।
-
6.ଫିଲିପାଇନ୍ସରେ ଏକ ଶକ୍ତିଶାଳୀ ଭୂମିକମ୍ପରେ ପ୍ରଥମେ ୬୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ୬୯କୁ ବୃଦ୍ଧି ପାଇଛି।
-
7.ଆରଏସଏସ ୧୯୨୫ ମସିହାରେ ନାଗପୁରରେ କେଶବ ବଳିରାମ ହେଡଗେୱାରଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ମୋଦିଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିବା ଏକ ଡାକଟିକଟ ଏବଂ ସ୍ମାରକୀ ମୁଦ୍ରା ଏହି ଅବଦାନର ପ୍ରତୀକ ଏବଂ ସଂଗଠନର ସେବାକୁ ସମ୍ମାନିତ କରେ।
-
8.ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ, ଏଥର ମଧ୍ୟ ରେପୋ ହାର ଅପରିବର୍ତ୍ତିତ ରହିଛି। ଏହାର ଅର୍ଥ ହେଉଛି ଆପଣଙ୍କର ଋଣ ଇଏମଆଇ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଅଗଷ୍ଟ ପରେ ଏବେ ଅକ୍ଟୋବରରେ ମଧ୍ୟ ରେପୋ ରେଟ୍ ୫.୫% ରେ ଅପରିବର୍ତ୍ତିତ ରହିଛି।
-
9.ଭାରତୀୟ ବୈଦ୍ୟୁତିକ ଗତିଶୀଳତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସୃଷ୍ଟି ହୋଇଛି। ଓମେଗା ସିକି ମୋବିଲିଟି (ଓଏସଏମ) ବିଶ୍ୱର ପ୍ରଥମ ସ୍ୱୟଂଶାସିତ (ଚାଳକହୀନ) ବୈଦ୍ୟୁତିକ ତିନି ଚକିଆ ଯାନ, "ସ୍ୱୟଂଗତି" ଲଞ୍ଚ କରିଛି। ଏଭଳି ସ୍ଵତନ୍ତ୍ର ଅଟୋର ମୂଲ୍ୟ ମାତ୍ର ୪ ଲକ୍ଷ ଟଙ୍କା ରହିଥିବା ଜଣାପଡ଼ିଛି।
-
10.କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଜୈବ-ଚିକିତ୍ସିୟ ଅନୁସନ୍ଧାନ କାର୍ଯ୍ୟକ୍ରମ (BRCP)ର ତୃତୀୟ ପର୍ଯ୍ୟାୟକୁ ଜାରି ରଖିବା ପାଇଁ ଅନୁମୋଦନ କରିଛି।
-
11.କେନ୍ଦ୍ର କ୍ୟାବିନେଟ କମିଟି ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ମିଶନକୁ ଅନୁମୋଦନ କରିଛି। ଘରୋଇ ଉତ୍ପାଦନ ବୃଦ୍ଧି ଏବଂ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ। ଏହି ମିଶନ ୨୦୨୫-୨୬ରୁ ୨୦୩୦-୩୧ ପର୍ଯ୍ୟନ୍ତ ୬ ବର୍ଷ ଅବଧିରେ କାର୍ଯ୍ୟକାରୀ ହେବ। ଏହି ମିଶନ ପାଇଁ ୧୧ ହଜାର ୪୪୦ କୋଟି ଟଙ୍କା ଖର୍ଚ୍ଚ ହେବ।
-
12.କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀଙ୍କୁ ମହଙ୍ଗା ସହାୟତା ୩% ମଞ୍ଜୁର କରିଛି।
-
13.ସରକାର ୧୯ କିଲୋଗ୍ରାମର ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬ ଟଙ୍କା ବୃଦ୍ଧି କରିଛନ୍ତି।
-
14.ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ସଦ୍ୟତମ ରିପୋର୍ଟ ‘କ୍ରାଇମ୍ ଇନ୍ ଇଣ୍ଡିଆ ୨୦୨୩’ ପ୍ରକାଶ ପାଇଛି। ୨୦୨୩ରେ ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଓଡ଼ିଶା ଦେଶରେ ସର୍ବାଧିକ ୧,୯୭୮ଟି କେସ୍ ରେଜିଷ୍ଟର୍ କରିଛି, ଯାହା ଆଇପିସିର ଧାରା ୩୫୪(ବି) ଅଧୀନରେ ଅତ୍ୟନ୍ତ ଚିନ୍ତାଜନକ।
-
15.ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ୨ ଅକ୍ଟୋବର ସକାଳେ ଗଭୀର ଅବପାତରେ ପରିଣତ ହେବ।
-
16.ଅଭିଷେକ ଏବେ ଇଂଲଣ୍ଡର ଫିଲ୍ ସଲ୍ଟଙ୍କଠାରୁ ୮୨ ପଏଣ୍ଟ ଆଗରେ ଅଛନ୍ତି, ତିଲକ ବର୍ମା ତୃତୀୟ ସ୍ଥାନରେ ଅଛନ୍ତି। ଅଭିଷେକ ୪୪.୮୫ ହାରରେ ୩୧୪ ରନ କରି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ ହୋଇଛନ୍ତି।
-
17.କଳାହାଣ୍ଡି ଜିଲା ଭବାନୀପାଟଣା ଛତର ଯାତ୍ରାରୁ ଚୋରି କରି ପୋଖରୀକୁ ମୋବାଇଲ ଫିଙ୍ଗିଦେଲେ ଲୁଟିଆ । ଜଣେ ଯୁବତୀଙ୍କ ସହ ୯ ଅଭିଯୁକ୍ତ ଗିରଫ।
-
18.ସଂସଦର ବିଭିନ୍ନ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କର ନାମକୁ ଘୋଷଣା କରାଯାଇଛି । ଭର୍ତ୍ତୁହରି ଅର୍ଥ କମିଟି ଅଧ୍ୟକ୍ଷ , ସପ୍ତଗିରି ଉଲ୍ଲାକାଙ୍କୁ ଗ୍ରାମ୍ୟ ଉନ୍ନୟନ କମିଟି ଅଧ୍ୟକ୍ଷ ,ସାସଂଦ ସୁକାନ୍ତ ପାଣିଗ୍ରାହୀ କୃଷି,ପ୍ରାଣୀ ସମ୍ପଦ ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିରେ , ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ଯୋଗାଯୋଗ ଓ ପ୍ରଯୁକ୍ତିବିଦ୍ୟାରେ ସଦସ୍ୟ ଭାବେ ଗ୍ରହଣ କରାଯାଇଛି । ଶିକ୍ଷା, ମହିଳା, ଶିଶୁ, ଯୁବ ଓ କ୍ରୀଡ଼ା କମିଟି ସହ ସାର ଓ ରସାୟନ କମିଟିରେ ସମ୍ୱିତ ପାତ୍ର ସ୍ଥାନ ପାଇଛନ୍ତି।
-
19.୩୧ ବର୍ଷୀୟ ଚେନ୍ନାଇରେ ଜନ୍ମିତ ଏଆଇ ଉଦ୍ୟୋଗୀ ଆରଭିନ୍ଦ ଶ୍ରୀନିଭାସ ଏମ୍୩ଏମ୍ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ୍ ୨୦୨୫ରେ ଭାରତର ସବୁଠାରୁ ଯୁବ ଆରବପତି ଭାବେ ସ୍ଥାନ ପାଇଛନ୍ତି। ୨୧,୧୯୦ କୋଟି ଟଙ୍କାର ସମ୍ପତ୍ତି ସହ ପରପ୍ଲେକ୍ସିଟି ଏଆଇର ପ୍ରତିଷ୍ଠାତା ତଥା ସିଇଓ ଶ୍ରୀନିଭାସ ଜେନେରେଟିଭ୍ ଏଆଇ କ୍ଷେତ୍ରରେ ଏକ ପ୍ରମୁଖ ନାମ ହୋଇଛନ୍ତି।
-
20.ପୋଲିସ SI ପରୀକ୍ଷା ସ୍ଥଗିତ ଘୋଷଣା। ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଥିବା ନେଇ ସୂଚନା ମିଳିଛି। ସାନି ପରୀକ୍ଷା ତାରିଖ ଶୀଘ୍ର ଘୋଷଣା ନେଇ କୁହାଯାଇଛି।