-
1.ସାମାଜିକ କର୍ମୀ ସୋନମ୍ ୱାଙ୍ଗ୍ଚୁକଙ୍କ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ ଏନ୍ଏସଏ (ଜାତୀୟ ସୁରକ୍ଷା ଆଇନ) ଅଧୀନରେ ସୋନମ୍ଙ୍କ ଗିରଫଦାରୀକୁ ବିରୋଧ କରି ସୁପ୍ରିମ୍କୋର୍ଟ ଯାଇଛନ୍ତି ଏବଂ ତାଙ୍କୁ ତୁରନ୍ତ ମୁକ୍ତ କରିବାପାଇଁ ଆବେଦନ କରିଛନ୍ତି।
-
2.ତାମିଲନାଡୁର କରୁର୍ ଜିଲ୍ଲାରେ ଗତ ସପ୍ତାହରେ ପୁଲିସର ଲାଠିଚାର୍ଜ ଯୋଗୁଁ ଦଳାଚକଟାରେ ୪୧ ଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ ତାମିଲାଗା ଭେଟ୍ରି କାଝାଗମ୍ ବା ଟିଭିକେ ଶୁକ୍ରବାର ମାଡ୍ରାସ ହାଇକୋର୍ଟଙ୍କୁ କହିଛି।
-
3.ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଆଜି ଏକ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପାକିସ୍ତାନ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦକୁ ସମର୍ଥନ ଜାରି ରଖେ, ତେବେ ଭାରତୀୟ ସେନା ପୂର୍ବରୁ ବିଭିନ୍ନ ଅପରେସନ୍ରେ ଦେଖାଇଥିବା ସଂଯମ ପ୍ରଦର୍ଶନ କରିବ ନାହିଁ ଏବଂ ପାକିସ୍ତାନକୁ ମାନଚିତ୍ରରୁ ଲୋପ କରିଦେବ।
-
4.ଭାରତର ମୁଖ୍ୟ ବିଚାରପତି ବି.ଆର. ଗାଭାଇ ଶୁକ୍ରବାର କହିଛନ୍ତି ଯେ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ବୁଲଡୋଜରର ଶାସନ ଦ୍ୱାରା ନୁହେଁ, ଆଇନର ଶାସନ ଦ୍ୱାରା ପରିଚାଳିତ ହୁଏ। ମରିସସରେ ଏକ କାର୍ଯ୍ୟକ୍ରମ ସମୟରେ, ସେ ବୁଲଡୋଜର ନ୍ୟାୟକୁ ନିନ୍ଦା କରୁଥିବା ତାଙ୍କ ନିଜ ରାୟକୁ ଉଲ୍ଲେଖ କରିଥିଲେ।
-
5.ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଏବଂ ବାରମ୍ବାର ଚେତାବନୀ ସତ୍ତ୍ୱେ, ଦିଲ୍ଲୀରେ ବୁଲା କୁକୁରଙ୍କ ଆତଙ୍କ ନିରନ୍ତର ଜାରି ରହିଛି। ଜବାହରଲାଲ ନେହେରୁ ଷ୍ଟାଡିୟମରେ ଚାଲିଥିବା ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ସମୟରେ ଶୁକ୍ରବାର ଦିନ ଦୁଇ ବିଦେଶୀ ପ୍ରଶିକ୍ଷକଙ୍କୁ କୁକୁର କାମୁଡ଼ି ଦେଇଥିଲେ।
-
6.ସରକାରଙ୍କ ଦ୍ବାରା ଜିଏସଟି ହ୍ରାସ କରାଯିବାର ସକାରାତ୍ମକ ପ୍ରଭାବ ପାର୍ବଣ ବଜାର ଉପରେ ପଡ଼ିଛି । ଏପରିକି ପୂଜା ବଜାରରେ ଗତ ୧୦ ବର୍ଷରେ ସର୍ବାଧିକ ବିକ୍ରି ରେକର୍ଡ କରାଯାଇଛି । ଅଗ୍ରଣୀ କାର୍ ନିର୍ମାତା ମାରୁତି ସୁଜୁକିର ବିକ୍ରି ଚଳିତ ନବରାତ୍ରୀରେ ୧୦୦% ବୃଦ୍ଧି ପାଇଛି।
-
7.ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ-ଜନମନ) ଅଧୀନରେ ଓଡ଼ିଶାକୁ ୨୪ କୋଟି ଟଙ୍କାର ଅନୁଦାନ ମିଳିଛି। ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ଏହି ଅର୍ଥ ପ୍ରଦାନ କରାଯାଇଥିବା କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
-
8.ଭାରତ ଉପରେ ଉଚ୍ଚ ଟାରିଫ ଲାଗୁ କରିଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଦେଶରେ ଏକ ବଡ଼ ଆର୍ଥିକ ସଙ୍କଟ ଦେଖାଦେଇଛି | ଏହି ସଙ୍କଟ ଯୋଗୁଁ, ଆମେରିକାର ପ୍ରମୁଖ ମହାକାଶ ସଂସ୍ଥା, ନାସା, ଏହାର ଦୈନିକ ଅପଡେଟ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖିଛି। ନାସା ଏହାର ୱେବସାଇଟରେ ଏହା ଘୋଷଣା କରିଛି।
-
9.ଦେଶରେ ପାଞ୍ଚଟି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ଇନଫର୍ମେସନ୍ ଟେକ୍ନୋଲୋଜି (ଏଲନ୍ଆଇଇଏଲ୍ଆଇଟି) ଡିଜିଟାଲ୍ ବିଶ୍ବବିଦ୍ୟାଳୟର ପାଞ୍ଚଟି କେନ୍ଦ୍ର ଶୁଭାରମ୍ଭ କରିଛନ୍ତି। ସେଥିରୁ ଗୋଟିଏ ବାଲେଶ୍ବରରେ ରହିଛି।
-
10.ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନେତୃତ୍ବାଧୀନ ମୁଦ୍ରାନୀତି କମିଟି ସୁଧ ହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରେପୋ ହାର ୫.୫୦ ପ୍ରତିଶତରେ ଅପରିବର୍ତ୍ତିତ ରହିଛି।
-
11.ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲାରେ । କଫ ସିରପ୍ ଖାଇବା ପରେ ଆଉ ତିନି ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଗତ ୨୦ଦିନରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଲାଣି । ଯାହାକି ଏକ ଚିନ୍ତାର ବିଷୟ ହୋଇଛି ।
-
12.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହମାସକୁ ଶାନ୍ତି ପ୍ରସ୍ତାବ ଗ୍ରହଣ କରିବା ପାଇଁ ଏକ ସମୟସୀମା ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ହମାସ ରବିବାର (ଅକ୍ଟୋବର ୫) ସନ୍ଧ୍ୟା ୬ଟା ଭିତରେ ଶାନ୍ତି ପ୍ରସ୍ତାବ ଗ୍ରହଣ କରିବାକୁ ସମୟ ଦିଆଯାଇଛି।
-
13.ନୂଆ ରଘୁନନ୍ଦନ ଲାଇବ୍ରେରୀ ଜାଗାରେ E-ଲାଇବ୍ରେରୀ ନିର୍ମାଣ ହେବ । ରାଜ୍ୟ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏ ନେଇ ସୂଚନା ଦେଇଛନ୍ତି। ‘ଜ୍ଞାନ’ ଯଜ୍ଞ ମଣ୍ଡପ ନାଁରେ ନାର୍ମିତ ହେବ ଡିଜିଟାଲ ଲାଇବ୍ରେରୀ’।
-
14.ନବରାତ୍ରି ଏବଂ ଦଶହରା ପର୍ବ ପରେ ସୁନା ମୂଲ୍ୟ ହଠାତ ହ୍ରାସ ପାଇଛି। ଗତ କିଛି ଦିନ ଧରି ବୃଦ୍ଧି ପାଉଥିବା ସୁନାର ମୂଲ୍ୟ 3 ଅକ୍ଟୋବର, 2025 ରେ ହ୍ରାସ ପାଇଛି।
-
15.ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଫ ସ୍ପିନର ରୋସନାରା ପରଓ୍ବିନ କ୍ରିକେଟ ଜଗତରୁ ଅବସର ଗ୍ରହଣ କରିଛନ୍ତି।