-
1.ମହାରାଷ୍ଟ୍ରର ଶିରିଡିର ପ୍ରସିଦ୍ଧ ସାଇ ବାବା ମନ୍ଦିରରେ ଜଣେ ଭକ୍ତ ମନ୍ଦିରକୁ ନଅଟି ରତ୍ନ ଖଚିତ ଏକ ୯୪୫ ଗ୍ରାମ ଓଜନର ସୁନା ହାର ଦାନ କରିଥିଲେ। ଏହି ମୂଲ୍ୟବାନ ହାରର ମୋଟ ମୂଲ୍ୟ ଏକ କୋଟି ଦୁଇ ଲକ୍ଷ ଚଉସ୍ତରୀ ହଜାର ପାଞ୍ଚ ଶହ ଅଶୀ ଟଙ୍କା ଆକଳନ କରାଯାଇଛି।
-
2.ପ୍ରତ୍ୟେକ ଓଡ଼ିଆ ଘରେ ଭାଗବତ ଏବଂ ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ପୁନରୁଦ୍ଧାର ଓ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।
-
3.ଗାଜାରେ ଅସ୍ତ୍ରବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବ ମଧ୍ୟରେ ଇସ୍ରାଏଲ ଗତ ୨୪ ଘଣ୍ଟାରେ ଇସ୍ରାଏଲ ଆକ୍ରମଣରେ ୭ ଜଣ ଶିଶୁଙ୍କ ସମେତ ୭୦ ଜଣ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ପଣବନ୍ଦୀଙ୍କ ମୁକ୍ତି ପରେ ହିଁ ଅସ୍ତ୍ରବିରତି ଲାଗୁ ହେବ।
-
4.ୟୁଏସ୍ କମିସନ ଅନ୍ ଇଣ୍ଟର୍ନ୍ୟାସନାଲ ରେଲିଜିଅସ୍ ଫ୍ରିଡମ୍ (ଏସ୍ସିଆଇଆର୍ଏଫ୍) ପକ୍ଷରୁ ପ୍ରକାଶିତ ଏକ ଅନୁସନ୍ଧାନମୂଳକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହି ରିପୋର୍ଟରେ ଅହମଦିଆ ମୁସଲମାନ ସମ୍ପ୍ରଦାୟ ଉପରେ ପାକିସ୍ତାନର ବ୍ୟବସ୍ଥିତ ନିର୍ଯାତନା ଏବଂ ସମଗ୍ର ଦେଶରେ ବଳପୂର୍ବକ ଧର୍ମାନ୍ତରୀକରଣ ଓ ଈଶନିନ୍ଦା ସମ୍ବନ୍ଧୀୟ ହିଂସାର ଭୟାବହ ବୃଦ୍ଧିକୁ ନିନ୍ଦା କରାଯାଇଛି।
-
5.ବ୍ରିଟେନ୍ର ଇଷ୍ଟ ସସେକ୍ସ ସ୍ଥିତ ‘ପିସ୍ କମ୍ୟୁନିଟି ସେଣ୍ଟର ଆଣ୍ଡ୍ ମସ୍ଜିଦ’ରେ ଗତରାତିରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି।
-
6.ସରକାରୀ ତଥ୍ୟର ବିଶ୍ଳେଷଣରୁ ଜଣାପଡିଛି ଯେ, ୨୦୨୨ ଓ ୨୦୨୩ରେ ଭାରତରେ ବିବାହ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ ଆତ୍ମହତ୍ୟା କରିଛନ୍ତି।
-
7.ସ୍ୱାସ୍ଥ୍ୟ ଗବେଷଣା ସଂସ୍ଥା ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଦେଶରେ କମ ଖର୍ଚ୍ଚରେ ଏବଂ ପ୍ରଭାବଶାଳୀ ଯକ୍ଷ୍ମା ପରୀକ୍ଷା ପାଇଁ ବିକଶିତ ଏକ ସ୍ୱଦେଶୀ କିଟ୍ କୁ ଅନୁମୋଦନ କରିଛି। ତେଲେଙ୍ଗାନାର ହୁୱେଲ୍ ଲାଇଫ୍ସାଇନ୍ସ ଦ୍ୱାରା ବିକଶିତ କ୍ୱାଣ୍ଟିପ୍ଲସ୍ ଏମଟିବି ଫାଷ୍ଟ ଡିଟେକ୍ସନ୍ କିଟ୍, ଏକକାଳୀନ ୯୬ଟି ନମୁନା ପରୀକ୍ଷା କରିପାରିବ ବୋଲି ଦାବି କରିଛି। ଏହା ପରୀକ୍ଷା ଖର୍ଚ୍ଚକୁ ପ୍ରାୟ ୨୦ ପ୍ରତିଶତ ହ୍ରାସ କରିବ।
-
8.ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଭାରତୀୟ କାରାଗାର ପରିସଂଖ୍ୟାନ ୨୦୨୩ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ପଶ୍ଚିମବଙ୍ଗର ଜେଲରେ ସର୍ବାଧିକ ସଂଖ୍ୟକ ବିଦେଶୀ କଏଦୀ ଅଛନ୍ତି। ଭାରତରେ ମୋଟ ୬୯୫୬ ଜଣ ବିଦେଶୀ କଏଦୀ ଅଛନ୍ତି, ଯେଉଁଥିରୁ ୨୫୦୮ ବିଦେଶୀ କଏଦୀ (ପ୍ରାୟ ୩୬ ପ୍ରତିଶତ ପଶ୍ଚିମବଙ୍ଗର ଜେଲରେ ବନ୍ଦୀ ଅଛନ୍ତି।
-
9.ଚୀନ୍ ବିଶ୍ୱର ଅନେକ ଦେଶ ପାଇଁ ଏକ ପ୍ରମୁଖ ମୁଦ୍ରଣ କେନ୍ଦ୍ର ପାଲଟିଛି। ଚୀନ୍ ବିଶ୍ୱର ସବୁଠାରୁ ଉନ୍ନତ ମୁଦ୍ରଣ ସୁବିଧା ରଖିଛି। କୁହାଯାଏ ଯେ ଚୀନ୍ କେବଳ ନିଜସ୍ୱ ନୋଟ ୟୁଆନ୍ ଛାପେ ନାହିଁ, ବରଂ ନେପାଳ, ବାଂଲାଦେଶ ଏବଂ ଶ୍ରୀଲଙ୍କା ଭଳି ଦକ୍ଷିଣ ଏସୀୟ ଦେଶ ପାଇଁ ମଧ୍ୟ ନୋଟ୍ ଛାପେ। ଯଦିଓ ସୁରକ୍ଷା କାରଣରୁ ଭାରତର ମୁଦ୍ରଣ ଘରୋଇ ଭାବରେ ମୁଦ୍ରଣ କରାଯାଏ, ପଡ଼ୋଶୀ ଦେଶଗୁଡ଼ିକର ମୁଦ୍ରଣ ଚୀନ୍ରେ ହୁଏ।
-
10.ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ନିବେଶକ ସର୍ଭେ ୨୦୨୫ ରିପୋର୍ଟରୁ ଜଣାଯାଇଛି ଯେ ଦେଶରେ ପୁଞ୍ଜି ବଜାରରେ ନିବେଶ ନେଇ ୬୩ ପ୍ରତିଶତ ପରିବାର ସଚେତନ ଅଛନ୍ତି। କିନ୍ତୁ କେବଳ ୯.୫ ପ୍ରତିଶତ ପରିବାର ନିବେଶ କରିଛନ୍ତି। ସର୍ଭେରୁ ଏହା ଜଣାଯାଇଛି ଯେ ପ୍ରାୟ ୬୩ ପ୍ରତିଶତ ପରିବାର ବା ପ୍ରାୟ ୨୧.୩ କୋଟି ପରିବାର ଅତିକମ୍ରେ ଗୋଟିଏ ସିକ୍ୟୁରିଟିଜ୍ ମାର୍କେଟ ଉତ୍ପାଦ ସଂପର୍କରେ ସଚେତନ ଅଛନ୍ତି।
-
11.ପଶ୍ଚିମବଙ୍ଗର ଉତ୍ତରାଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଭୂସ୍ଖଳନ ଓ ଆକସ୍ମିକ ବନ୍ୟାରେ ଏ ପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ନିଖୋଜ ଅଛନ୍ତି।
-
12.ରାଜସ୍ଥାନର ଜୟପୁର ସ୍ଥିତ ସୱାଇ ମାନ ସିଂହ ହସ୍ପିଟାଲରେ ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାରୁ ୮ଜଣଙ୍କ ଜୀବନ ଯାଇଛି ।
-
13.୨୦୨୫ ମହିଳା କ୍ରିକେଟ୍ ବିଶ୍ବକପ୍ର୍ ପାକିସ୍ତାନ ଦଳକୁ ଭାରତୀୟ ଦଳ ବିଶାଳ ସ୍କୋର ବ୍ୟବଧାନରେ ପରାସ୍ତ କରିଛି । ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି୨୪୭ ରନ୍ କରିଥିଲା ।
-
14.ଅଶାନ୍ତ କଟକ। କଟକରେ ଅଶାନ୍ତ ଥିବାରୁ କର୍ଫ୍ୟୁ ଲଗାଯାଇଛି। ରବିବାର ରାତି ୧୦ଟାରୁ ୩୬ ଘଣ୍ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ।
-
15.ନଭେମ୍ବର ୨୨ରେ ବିହାର ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ଏହା ପୂର୍ବରୁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ରବିବାର ସ୍ପଷ୍ଟ କରିଛନ୍ତି।