-
1.ରସାୟନ ବିଜ୍ଞାନରେ ୨୦୨୫ ମସିହାର ନୋବେଲ୍ ପୁରସ୍କାର ଜାପାନର କ୍ୟୋତୋ ବିଶ୍ୱବିଦ୍ୟାଳୟର ସୁସୁମୁ କିତାଗାୱା, ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟର ରିଚାର୍ଡ ରୋବସନ୍ ଓ ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଓମାର ଏମ୍ ୟାଘିଙ୍କୁ ମିଳିତ ଭାବରେ ପ୍ରଦାନ କରାଯାଇଛି। ମେଟାଲ୍-ଅର୍ଗାନିକ୍ ଫ୍ରେମ୍ୱାର୍କସ (ଏମ୍ଓଏଫ୍) ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
-
2.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଇସ୍ରାଏଲ ଏବଂ ହମାସ ଆମେରିକା ଦ୍ୱାରା ମଧ୍ୟସ୍ଥତା କରାଯାଇଥିବା ଏକ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ସହମତ ହୋଇଛନ୍ତି।
-
3.ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ବି ଆର୍ ଗୱାଇଙ୍କ ଉପରକୁ ଜୋତା ଫିଙ୍ଗିବା ଉଦ୍ୟମ ପରେ ଏବେ ପୁଣି ତାଙ୍କ ବିରୋଧରେ ସୋସିଆଲ ମିଡିଆରେ ଜାତିବାଦ ଆକ୍ରମଣ ଜାରି ରହିଛି। ବୁଧବାର ବିଳମ୍ବିତ ସନ୍ଧ୍ୟାରେ ପଞ୍ଜାବ ପୁଲିସ କିଛି ସୋସିଆଲ ମିଡିଆ ପୋଷ୍ଟ୍କୁ ନେଇ ଏକାଧିକ ଏତଲା ରୁଜୁ କରିଛି।
-
4.କାନାଡା ଦୀର୍ଘ ଦିନ ଧରି ଉଚ୍ଚଶିକ୍ଷା ଲାଗି ସବୁଠାରୁ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ମଧ୍ୟରୁ ଅନ୍ୟତମ । ଚଳିତବର୍ଷ ୧୯,୫୮୨ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ‘ଅଣ-ଅନୁପାଳନକାରୀ’ ବା କ୍ଲାସରେ ଯୋଗ ଦେଉ ନ ଥିବା ‘ନିଖୋଜ’ ଛାତ୍ର ଭାବରେ ଚିହ୍ନଟ କରାଯାଇଛି।
-
5.ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର୍ ଷ୍ଟାର୍ମର ଦୁଇ ଦିନିଆ ଭାରତ ଗସ୍ତରେ ଆସି ମୁମ୍ବାଇ ପହଞ୍ଚିଛନ୍ତି। ଭାରତ-ବ୍ରିଟେନ ମଧ୍ୟରେ ଏକ ବିସ୍ତୃତ ରଣନୀତିକ ଓ ବାଣିଜ୍ୟିକ ସହଭାଗୀତାକୁ ନୂଆ ଉଚ୍ଚତାକୁ ନେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଷ୍ଟାର୍ମର କହିଛନ୍ତି।
-
6.ଉତ୍ତରପ୍ରଦେଶର କାନପୁରସ୍ଥିତ ମିଶ୍ରି ବଜାର ଅଞ୍ଚଳରେ ଏକ ସଂଦିଗ୍ଧ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣେ ମହିଳାଙ୍କ ସହ ଆଠ ଜଣ ଲୋକ ଆହତ ହୋଇଛନ୍ତି।
-
7.ରୁପା ଦର ନିଆଁ ଲାଗିବା ଭଳି ବଢ଼ିଚାଲିଛି। ବୁଧବାର ଭୁବନେଶ୍ବରରେ ରୁପା କେଜି ୨୯୦୦ ଟଙ୍କା ବୃଦ୍ଧି ପାଇ ୧,୭୦,୦୦୦ ଟଙ୍କା ହୋଇଛି। ଖୁବ୍ କମ୍ ସମୟ ଭିତରେ ରୁପାରେ ଏଭଳି ବଡ଼ ଧରଣର ବୃଦ୍ଧି ଘଟିଛି।
-
8.ଭାରତର ପ୍ରତିଟି ଜିଲ୍ଲାରେ ୫ଜି ପହଞ୍ଚିପାରିଛି। ଭାରତରେ ଏବେ ୧ଜିବି ଡାଟାର ଦାମ୍ ଚା’ କପ୍ ଦରଠାରୁ କମ୍ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
-
9.ଛତିଶଗଡରେ ଏକ ବଡ ଅଘଟଣ ଘଟିଛି । ଶକ୍ତି ଜିଲାରେ ଥିବା ଏକ ଘରୋଇ ବିଦ୍ୟୁତ ପ୍ଲାଣ୍ଟରେ ଲିଫ୍ଟ ଖସିପଡିବାରୁ ୪ଜଣଙ୍କ ମୃତ୍ୟୁ ହୋଇଛି ।
-
10.ଇସ୍ରାଏଲ ଓ ପାଲେଷ୍ଟାଇନର ଗାଜାସ୍ଥିତ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୨ବର୍ଷ ପୂରଣ ହୋଇଛି। ୨୦୨୩ ଅକ୍ଟୋବର ୭ରେ ଦକ୍ଷିଣ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା। ହମାସ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ଇସ୍ରାଏଲର ୧୨୦୦ରୁ ଅଧିକ ନାଗରିକ ପ୍ରାଣ ହରାଇଥିଲେ।
-
11.କୋଲ୍ଡରିଫ୍ ପରେ ମଧ୍ୟପ୍ରଦେଶ ସରକାର ରାଜ୍ୟରେ ଆଉ ଦୁଇଟି କଫ୍ ସିରପ୍ ବିକ୍ରିକୁ ନିଷିଦ୍ଧ କରିଛନ୍ତି। ଏଗୁଡିକ ହେଲା ‘ରିଲିଫ୍’ ଓ ‘ରେସ୍ପିଫ୍ରେସ ଟିଆର’।
-
12.ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ମା’ ସମଲେଶ୍ବରୀ ପୀଠର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମା’ ସମଲେଶ୍ବରୀ ମନ୍ଦିର ବିକାଶ କାମ ୩୧୬ କୋଟି ଟଙ୍କା ବିନିଯୋଗରେ ୮୨ ଏକର ପରିମିତ ଅଞ୍ଚଳରେ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଛି ।
-
13.ଐତିହାସିକ ବାଲିଯାତ୍ରା କଟକ ୨୦୨୫ରେ ଷ୍ଟଲ ବା ଦୋକାନ ଖୋଲିବା ପାଇଁ ପ୍ଲଟ ପଞ୍ଜୀକରଣ ତାରିଖ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । କର୍ଫ୍ୟୁ ପରିସ୍ଥିତି ଏବଂ ଇଣ୍ଟରନେଟ ବନ୍ଦ ରହିଥିବା ଅନେକ ବ୍ୟବସାୟୀ ପଞ୍ଜୀକରଣରୁ ବଞ୍ଚିତ ହୋଇଥିଲେ ।
-
14.ଏସ୍ଆଇ ପରୀକ୍ଷା ମହାଘୋଟାଲା ମାମଲା। ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି।
-
15.ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ମାସର ପ୍ରଥମ ୮ଦିନରେ ରାଜ୍ୟରେ ହାରାହାରି ୮୬.୩ ମିମି ବର୍ଷା ରେକର୍ଡ ହୋଇଛି।