- 1.ହଙ୍ଗେରୀର ପ୍ରଖ୍ୟାତ ଔପନ୍ୟାସିକ ଲାସ୍ଲୋ କ୍ରାସ୍ନାହୋର୍କାଇ ସାହିତ୍ୟରେ ୨୦୨୫ ମସିହାର ନୋବେଲ୍ ପୁରସ୍କାର ଜିତିଛନ୍ତି। ମୂଲ୍ୟବୋଧଯୁକ୍ତ କାଳଜୟୀ ସାହିତ୍ୟକୃତି ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି।
-
2. ଇସ୍ରାଏଲ ଓ ହମାସ ମଧ୍ୟରେ ଦୀର୍ଘ ଦୁଇ ବର୍ଷ ଧରି ଚାଲିଥିବା ସଂଘର୍ଷ ଶେଷ କରିବା ପାଇଁ ଏକ ଐତିହାସିକ ଶାନ୍ତି ଚୁକ୍ତିର ପ୍ରଥମ ପର୍ଯ୍ୟାୟକୁ ନେଇ ସହମତି ପ୍ରକାଶ ପାଇଛି ବୋଲି ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି।
-
3.ସିଆଲକୋଟ ସେକ୍ଟର ନିକଟ ନିୟନ୍ତ୍ରଣ ରେଖା(ଏଲ୍ଓସି) ଅଞ୍ଚଳରେ ପାକିସ୍ତାନ ସେନାର ଅସାଧାରଣ ଗତିବିଧି ଚିହ୍ନଟ ହେବାପରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ପାକ୍ ସେନାର ସଶସ୍ତ୍ର ୟୁନିଟ୍, କନ୍ଭୟ ଏବଂ ଲଜିଷ୍ଟିକ୍ ଉପାଦାନଗୁଡ଼ିକ ଆଗୁଆ ଅଞ୍ଚଳରେ ମୁତୟନ କରାଯାଇଛି।
-
4.ବ୍ରିଟେନ୍ ଭାରତକୁ ହାଲୁକା ବହୁମୁଖୀ କ୍ଷେପଣାସ୍ତ୍ର (ଏଲ୍ଏମ୍ଏମ୍) ଯୋଗାଇବ। ଏଥିପାଇଁ ଉଭୟ ଦେଶ ମଧ୍ୟରେ ୩୫୦ ନିୟୁତ ପାଉଣ୍ଡ (୪୬୮ ନିୟୁତ ଡଲାର)ର ଚୁକ୍ତି ସ୍ବାକ୍ଷର ହୋଇଛି।
-
5.ଅପରେସନ୍ ସିନ୍ଦୂରରେ ପରାଜୟର ସାମ୍ନା କରିବା ପରେ, ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବେ ଏକ ସ୍ୱତନ୍ତ୍ର ମହିଳା ବ୍ରିଗେଡ୍ ଗଠନ କରୁଛି। ଜୈଶ ଏହାର ପ୍ରଥମ ମହିଳା ଶାଖାର ନାମ "ଜମାତ ଅଲ-ମୁମିନାତ" ରଖିଛି।
-
6.ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଅମୀର ଖାନ୍ ମୁତ୍ତାକି ଗୋଟିଏ ସପ୍ତାହ ପାଇଁ ଭାରତ ଗସ୍ତରେ ଆସି ଦିଲ୍ଲୀ ପହଞ୍ଚିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ତାଙ୍କ ଉପରେ ଲାଗିଥିବା ଯାତ୍ରା କଟକଣା କୋହଳ କରିବାପରେ ସେ ଏହି ଯାତ୍ରା କରିଛନ୍ତି।
-
7.ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍)ରେ ବାଦ ପଡ଼ିଥିବା ଭୋଟରଙ୍କୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମତଦାତା ତାଲିକାରୁ ଅନ୍ତର କରାଯାଇଥିବା ୩.୭ ଲକ୍ଷ ବ୍ୟକ୍ତିଙ୍କ ଆବେଦନ ପ୍ରକ୍ରିୟାକୁ ସହଜ କରିବା ପାଇଁ ବିହାର ରାଜ୍ୟ ଆଇନ ସେବା ପ୍ରାଧିକରଣ (ଏସ୍ଏଲ୍ଏସ୍ଏ)କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
-
8.ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ସୁନିଶ୍ଚିତ କରିବାରେ ଆମକୁ ସାହାଯ୍ୟ କରିବା ବଦଳରେ କିଛି ଦଳ ଓ ଗୋଷ୍ଠୀ ଯେଉଁ ମନଗଢ଼ା କାହାଣୀ ସୃଷ୍ଟି କରୁଛନ୍ତି ତାହାକୁ ନେଇ ସମସ୍ୟା ଉପୁଜୁଛି’ ବୋଲି ନିର୍ବାଚନ କମିସନ କହିଛନ୍ତି।
-
9.କର୍ଣ୍ଣାଟକ ସରକାର ମାସିକ ଋତୁସ୍ରାବ ଛୁଟି ନୀତି-୨୦୨୫କୁ ଅନୁମୋଦନ କରିଛନ୍ତି। ଏହା ଅଧୀନରେ, ସରକାରୀ କାର୍ଯ୍ୟାଳୟ, ଘରୋଇ କମ୍ପାନୀ ଏବଂ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ ପ୍ରତି ମାସରେ ଗୋଟିଏ ଦିନ ଦରମା ଋତୁସ୍ରାବ ଛୁଟି ପାଇବେ, ଯାହାକି ବର୍ଷରେ ମୋଟ ୧୨ ଦିନ ହେବ।
-
10.ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର କହିଛନ୍ତି ଯେ ଭାରତ ୨୦୨୮ ସୁଦ୍ଧା ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ଦିଗରେ ଦ୍ରୁତ ଗତିରେ ଅଗ୍ରଗତି କରୁଛି।
-
11.ଚୀନ୍ର ଦକ୍ଷିଣ- ପଶ୍ଚିମ ଚୀନ୍ର ସିଚୁଆନ୍ ଅଞ୍ଚଳରେ ୫.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ତିବ୍ଦତର ସ୍ୱାୟତ ଶାସିତ ବା ସ୍ୱଂୟ ଶାସିତ ଅଞ୍ଚଳରେ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି ।
-
12.ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ ହେବ। ଏହା ସହ ଭୁବନେଶ୍ବରରେ ଷ୍ଟେଟ୍ ଅଫ ଦ ଆର୍ଟ ହୋଲସେଲ ମାଛ ମାର୍କେଟ ଏବଂ ହୀରାକୁଦରେ ସମନ୍ବିତ ଆକ୍ବା ପାର୍କର ଶିଳାନ୍ୟାସ ହେବ।
-
13.ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୨ଜଣ ଛାତ୍ରୀ ୪୦ତମ ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଚୟନ ହୋଇଛନ୍ତି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ୪୦ତମ ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତାରେ ଜୁନିୟର ବିଭାଗରେ ଓଡ଼ିଶାରୁ ମୋଟ ୭୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।
-
14.ଦକ୍ଷିଣ ବାଲାଂଦେଶ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଏହା ପ୍ରଭାବରେ ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଏବଂ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
-
15.ମହିଳା କ୍ରିକେଟ ବିଶ୍ଵକପର ଗୁରୁବାର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୫୨ ରନର ଟାର୍ଗେଟ ଦେଇଛି ଭାରତୀୟ ଦଳ। ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୫୧ ରନ ସଂଗ୍ରହ କରିଛି।