-
1.ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାଇଁ ୭୦୦ଟି ସ୍ୱଦେଶୀ ଭାବରେ ବିକଶିତ ଅସ୍ତ୍ର ମାର୍କ ୨ କ୍ଷେପଣାସ୍ତ୍ର କିଣିବାକୁ ଯୋଜନା କରୁଛି। ଏହି କ୍ଷେପଣାସ୍ତ୍ରଗୁଡ଼ିକ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ |
-
2.ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗକୁ ୨୦୨୫-୨୬ ଆର୍ଥିକ ବର୍ଷର ଅତିରିକ୍ତ ଖର୍ଚ୍ଚଦାବି ପ୍ରସ୍ତାବ ପଠାଇବାକୁ କୁହାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ପ୍ରଶାସନିକ ଖର୍ଚ୍ଚଦାବିକୁ ଅର୍ଥ ବିଭାଗକୁ ପଠାଇବାକୁ କୁହାଯାଇଛି।
-
3.ଆଧାର ସମ୍ବନ୍ଧୀୟ ଯେକୌଣସି ସମସ୍ୟା ପାଇଁ, ଆପଣ ୟୁଆଇଡିଏଆଇ ହେଲ୍ପଲାଇନ୍ ନମ୍ବର ୧୯୪୭କୁ କଲ୍ କରିପାରିବେ। ଏହି ୟୁଆଇଡିଏଆଇ ହେଲ୍ପଲାଇନ୍ ନମ୍ବର ୨୪ ଘଣ୍ଟା ଉପଲବ୍ଧ ଏବଂ ସମସ୍ତ ପ୍ରକାରର ସୂଚନା, ଅଭିଯୋଗ ଏବଂ ଅପଡେଟ୍ ସହିତ ସହାୟତା ପ୍ରଦାନ କରିବ।
-
4.ପାର୍ବଣ ଋତୁରେ ବଢୁଥିବା ଭିଡକୁ ନଜରରେ ରଖି ଭାରତୀୟ ରେଳ ଦିଲ୍ଲୀର ୫ ମୁଖ୍ୟ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ବିକ୍ରି ୨୮ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିୟମ ତତ୍କାଳ ପ୍ରଭାବରେ ଲାଗୁ କରାଯାଇଛି।
-
5.ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଦୋଷୀମାନଙ୍କୁ ଫାଶୀ ବଦଳରେ ବିଷ ଇଞ୍ଜେକ୍ସନର ବିକଳ୍ପ ଦେବାକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। କେନ୍ଦ୍ରର ଏହି ଆଭିମୁଖ୍ୟକୁ ସୁପ୍ରିମ୍କୋର୍ଟ ଏକ ପୁରୁଣାକାଳିଆ ଚିନ୍ତାଧାରା ବୋଲି କହିଛନ୍ତି।
-
6.ହମାସ ଆତଙ୍କବାଦୀ ସଂଗଠନ ଗାଜା ସିଟିରେ ୮ ଜଣ ପାଲେଷ୍ଟାଇନ ନାଗରିକଙ୍କୁ ଇସ୍ରାଏଲର ଗୁପ୍ତଚର ବୋଲି ଅଭିଯୋଗ କରି ସାର୍ବଜନୀନ ଭାବେ ଗୁଳିକରି ହତ୍ୟା କରିଛି।
-
7.ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଟ୍ରମ୍ପ୍ କହିଛନ୍ତି, ମୁଁ ଜାଣିନାହିଁ ଯେ, ସେ କାହିଁକି ଏହି ଯୁଦ୍ଧ ଜାରି ରଖିଛନ୍ତି। ତାଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ଜିତିବା ଉଚିତ୍ ଥିଲା।
-
8.କମନୱେଲଥ କ୍ରୀଡାର କାର୍ଯ୍ୟନିର୍ବାହୀ ବୋର୍ଡ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ପ୍ରସ୍ତାବିତ ଆୟୋଜକ ସହର ଭାବରେ ଅହମଦାବାଦକୁ ସୁପାରିଶ କରିବ।ଆୟୋଜକ ସହର ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନଭେମ୍ବର ୨୬ରେ ଗ୍ଲାସଗୋରେ ୨୦୨୫ ସାଧାରଣ ପରିଷଦରେ ନିଆଯିବ।
-
9.ବେଙ୍ଗାଲୁରୁରେ ଜଣେ ଡାକ୍ତରଙ୍କ ଅମାନୁଷିକ କାର୍ଯ୍ୟ ଧରାପଡ଼ିଛି। ବେଙ୍ଗାଲୁରୁ ପୁଲିସ୍ ଜଣେ ଡାକ୍ତରଙ୍କୁ ତାଙ୍କ ପତ୍ନୀଙ୍କୁ ଘାତକ ଇଞ୍ଜେକ୍ସନ ଦେଇ ହତ୍ୟା କରିବା ଅଭିଯୋଗରେ ଗିରଫ କରିଛି।
-
10.କେନ୍ଦ୍ର ସରକାର ଓ ରାଜ୍ୟ ସରକାରଗୁଡ଼ିକର ପରାମର୍ଶ କ୍ରମେ ମାଓ ଅଧ୍ୟୁଷିତ ଅଞ୍ଚଳରେ ଯବାନମାନେ ଦିନରାତି ନିଜର ଅଭିଯାନରେ ଲାଗିପଡ଼ିଛନ୍ତି।୧୩୭ ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।
-
11.ଆମେରିକାକୁ ଡାକସେବା ଆରମ୍ଭ କଲା ଭାରତ। ୨ମାସ ତଳେ ସମସ୍ତ ପାର୍ସଲକୁ ସ୍ଥଗିତ ରଖାଯାଇଥିଲା। ହେଲେ ଏବେ ଭାରତୀୟ ଡାକ ବିଭାଗ ଆମେରିକାକୁ ସମସ୍ତ ବର୍ଗର ଆନ୍ତର୍ଜାତୀୟ ଡାକ ସେବା ପୁନଃଆରମ୍ଭ କରିଛି।
-
12.ପାକିସ୍ତାନୀ ସେନା ଓ ଆଫଗାନ ତାଲିବାନ ଶାସନ ମଧ୍ୟରେ ଗତ ସପ୍ତାହେ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଦୁଇ ଦେଶ ୪୮ ଘଣ୍ଟାର ଯୁଦ୍ଧବିରାମ ପାଇଁ ରାଜି ହୋଇଛନ୍ତି।
-
13.ବି.ଆର ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣଙ୍କ ସ୍ମରଣୀୟ ଚରିତ୍ର ପାଇଁ ଘରେ ଘରେ ପରିଚିତ ହୋଇଥିଲେ ପଙ୍କଜ ଧୀର । ତାଙ୍କର ୬୮ବର୍ଷ ବୟସରେ ହଠାତ୍ ଦେହାନ୍ତ ହୋଇଛି ।
-
14.ସ୍ନେହାଙ୍ଗିନୀ ଛୁରିଆ ବିଜେଡିର ନୂଆପଡ଼ା ପ୍ରାର୍ଥୀ ହେଲେ
-
15.ରାଜ୍ୟସ୍ତରୀୟ ତଦାରଖ କମିଟି(ଏସ୍ଏଲ୍ଏମ୍ସି)ର ରିପୋର୍ଟକୁ ଆଧାରକରି କେଭିଆଇସି ରାଜ୍ୟ ନିର୍ଦ୍ଦେଶକ ଆର୍ବିଆଇ ସମେତ ନାବାର୍ଡ ସିଜିଏମ୍, ଜୋନାଲ ଡେପୁଟି ସିଇଓ-କୋଲ୍କାତା, ଏସ୍ଏଲ୍ବିସି ମହାପ୍ରବନ୍ଧକ, ଓଡ଼ିଶା ଖଦି ବୋର୍ଡ ସଚିବ ଏବଂ ୬ଟି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦେଇଥିବା ପତ୍ରରୁ ଜଣାପଡ଼ିଛି ଯେ, ଓଡ଼ିଶାରେ ୭ ହଜାର ୧୮୨ଟି ୟୁନିଟ୍ ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୨୯୦୯ଟିର କୌଣସି ଚିହ୍ନବର୍ଣ୍ଣ ନାହିଁ, ଯାହାକି ଯାଞ୍ଚ ହୋଇଥିବା ୟୁନିଟ୍ର ୪୦.୫ ପ୍ରତିଶତ।