-
1.ପଳାତକ ଅପରାଧୀଙ୍କ ପାଇଁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ଜେଲ୍ ସୃଷ୍ଟି କରିବାକୁ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
-
2.କର୍ଣ୍ଣାଟକର ସମସ୍ତ ସରକାରୀ ସ୍କୁଲ ଓ କଲେଜ କ୍ୟାମ୍ପସରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର କାର୍ଯ୍ୟକଳାପକୁ ରୋକିବା ପାଇଁ କଟକଣା ଲାଗୁ କରିବାକୁ କର୍ଣ୍ଣାଟକ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି।
-
3.ବିହାର ଏସଆଇଆର (SIR) ( ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୧୭ ତାରିଖରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅକ୍ଟୋବର ୨୦ ତାରିଖରେ ସମାପ୍ତ ହେବ। ତା'ପରେ ତାଲିକା ୱେବସାଇଟରେ ପ୍ରକାଶ କରାଯିବ।
-
4.ପଞ୍ଜାବ ପୁଲିସର (Punjab police) ଜଣେ ଡିଆଇଜି ଲାଞ୍ଚ ନେଇ ସିବିଆଇ (CBI) ହାତରେ ଧରା ପଡ଼ିଛନ୍ତି । ଜଣେ ସ୍କ୍ରାପ୍ ଡିଲରଙ୍କଠାରୁ ମାସକୁ ୫ ଲକ୍ଷ ଟଙ୍କା ନେଉଥିବାବେଳେ ସିବିଆଇ ତାଙ୍କୁ ଗିରଫ କରିଛି ।
-
5.ସୀମାନ୍ତ ଛତିଶଗଡ଼ରେ ସବୁଠାରୁ ବଡ଼ ନକ୍ସଲ ଆତ୍ମସମର୍ପଣକୁ ନେଇ ପୁଲିସ ସଜବାଜ ହେଉଛି। ଇନ୍ଦ୍ରାବତୀ ଡିଭିଜନ ଏବଂ ମାଡ଼ ଡିଭିଜନର ୧୫୦ରୁ ଊର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ ପାଇଁ ଇନ୍ଦ୍ରାବତୀ ନଦୀ ଡେଇଁ ଚାଲିଚାଲି ବିଜାପୁର ପହଞ୍ଚୁଛନ୍ତି।
-
6.ଡାକ୍ତରଙ୍କ ଅନୁଯାୟୀ, ମୋବାଇଲ୍ ଫୋନ୍ କିମ୍ବା କମ୍ପ୍ୟୁଟରରେ ଗେମ୍ ଖେଳୁଥିବା ସମୟରେ ହଠାତ୍ ମୃତ୍ୟୁକୁ ’ସଡନ ଗେମର ଡେଥ୍’ କୁହାଯାଏ। ଏହି କ୍ଷେତ୍ରରେ, କୌଣସି ଆଘାତ କିମ୍ବା କାହା ସହିତ କୌଣସି ବିବାଦ ନଥାଏ।
-
7. ଚଣ୍ଡିଗଡ଼ ପୁଲିସର ସ୍ୱତନ୍ତ୍ର ତଦନ୍ତ ଦଳ (ଏସ୍ଆଇଟି) ଆଇପିଏସ୍ ପୁରନ କୁମାରଙ୍କ ଆତ୍ମହତ୍ୟା ମାମଲାର ତଦନ୍ତକୁ ଜୋରଦାର କରିଛି। ଏବେ ସୁଦ୍ଧା ୫ ଜଣରୁ ଅଧିକ ବ୍ୟକ୍ତିଙ୍କ ବୟାନ ରେକର୍ଡ ହୋଇ ସାରିଲାଣି। ସେମାନେ ସମସ୍ତେ ହେଉଛନ୍ତି ଆଇପିଏସ୍ଙ୍କ କର୍ମଚାରୀ। ତେବେ ଜାଣିବାକୁ ମିଳିଛି ଯେ ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ଓକିଲଙ୍କ ସହ କଥା ହୋଇଥିଲେ ଆଇପିଏସ୍ ପୁରନ ସିଂହ।
-
8.ଆଇଫେଲ ଟାୱାର- ଏ ନାଁ ଶୁଣିଲେ ଲୋକଙ୍କର ଆଖି ଆଗକୁ ଚାଲିଆସେ ଏକ ଆକାଶଛୁଆଁ ଟାଓ୍ଵାର କଥା ।୨୦୨୬ରେ ଏହାକୁ ଭଙ୍ଗାଯିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଏ ଖବର ସତ କି ନା ସେ ନେଇ ବି ଆଲୋଚନା ହେଉଛି । ତେବେ ଏ ଖବରକୁ ନେଇ ଦୁନିଆର ଅନେକ ପର୍ଯ୍ୟଟକ ଚିନ୍ତାବ୍ୟକ୍ତ କରିଛନ୍ତି ।
-
9.କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରାଜ୍ୟ ଖଣି ପ୍ରସ୍ତୁତି ସୂଚୀ ଓ ରାଜ୍ୟ ରୢାଙ୍କିଂ ୨୦୨୫ ରିପୋର୍ଟରୁ ଏଭଳି ସଙ୍କେତ ମିଳିଛି। ରାଜ୍ୟଗୁଡ଼ିକୁ କ, ଖ ଓ ଗ ଭଳି ତିନିଟି ବର୍ଗରେ ଭାଗ କରି ଶ୍ରେଷ୍ଠ ତିନି ରାଜ୍ୟଗୁଡ଼ିକର ନାମ ଘୋଷଣା କରାଯାଇଛି। କୌଣସି ବର୍ଗରେ ଓଡ଼ିଶା ଶ୍ରେଷ୍ଠ ତିନି ରାଜ୍ୟ ଭିତରେ ସ୍ଥାନ ପାଇନାହିଁ।
-
10.୨୦୨୫ ଜୁଲାଇ ୧ରୁ ଏହି ମହଙ୍ଗା ଭତ୍ତା ୫୮ ପ୍ରତିଶତ ହିସାବରେ କର୍ମଚାରୀମାନଙ୍କୁ ମିଳିବ । କର୍ମଚାରୀମାନେ ଚଳିତ ଅକ୍ଟୋବର ମାସ ଦରମାରେ ଏହି ବର୍ଦ୍ଧିତ ୫୮ ପ୍ରତିଶତ ମହଙ୍ଗା ଭତ୍ତାକୁ ନଗଦ ଆକାରରେ ପାଇବେ ।
-
11.୭୧୧ଟି ହିନ୍ଦୀ ଶିକ୍ଷକ ପଦବି ପୂରଣ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ ପକ୍ଷରୁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟ ରଦ୍ଦ କରିଛନ୍ତି।
-
12.ହେନଲି ପାସପୋର୍ଟ ସୂଚକାଙ୍କ ପକ୍ଷରୁ ଚଳିତବର୍ଷ ପାଇଁ ବିଭିନ୍ନ ଦେଶର ପାସପୋର୍ଟ ତାଲିକା ଜାରି କରାଯାଇଛି। ତଦନୁଯାୟୀ ସିଙ୍ଗାପୁର ପାସପୋର୍ଟ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସବୁଠୁ ଶକ୍ତିଶାଳୀ ପାସପୋର୍ଟ ଭାବେ ମାନ୍ୟତାଲାଭ କରିଛି। ସିଙ୍ଗାପୁର ପାସପୋର୍ଟଧାରୀ ବ୍ୟକ୍ତି ବିନା ଭିସାରେ ୧୯୩ ରାଷ୍ଟ୍ରକୁ ଗସ୍ତ କରିପାରିବେ ବୋଲି ଜଣାପଡିଛି।
-
13.୨୦୨୩ ମସିହାରୁ ରାଜ୍ୟରେ ଆକାଂକ୍ଷୀ ବ୍ଲକ ସଂଖ୍ୟା ୨୯ ଥିବାବେଳେ ଏଥିରୁ ୨୦ଟି ବ୍ଲକକୁ ବାଦ୍ ଦିଆଯାଇଛି । ପୁରୁଣା ୯ଟି ବ୍ଲକ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦେଇଥିବା ୧୧ଟି ବ୍ଲକକୁ ମିଶାଇ ଏବେ ମୋଟ ୨୦ଟି ବ୍ଲକ ନିମନ୍ତେ ‘ପ୍ରଭାରୀ ଅଫିସର’ଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର ।
-
14. ବିଶ୍ଵପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା। ଚଳିତବର୍ଷ କଟକ-ଇନ୍-କଟକର ଥିମ୍ ରହିବ ଓଡିଆ ଭାଷା, ଓଡିଆ ସାହିତ୍ୟ। ବର୍ତ୍ତମାନ ସୁଦ୍ଧା ୪ ଜଣ ବଲିଉଡ୍ କଳାକାରଙ୍କ ସହ ଯୋଗାଯୋଗ ହୋଇସାରିଛି।
-
15.ଓଡ଼ିଶାର ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ ଭାବେ ପରିଚିତ କଟକସ୍ଥିତ ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର ଅବ୍ୟବସ୍ଥାରେ ୨୦୨୫ ମସିହା ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଏସସିବି ମେଡିକାଲରେ ମୋଟ ୮୯ଟି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଉପକରଣ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିରହିଛି।
-
16.ରୁଷରୁ ତେଲ କିଣିବା ନେଇ ଚୀନ୍ ଉପରେ ଆମେରିକାର ଚାପ ମଧ୍ୟରେ, ଚୀନ୍ ଏହାର ତୈଳ ଆମଦାନୀକୁ ସମ୍ପୂର୍ଣ୍ଣ ବୈଧ ଏବଂ ଆଇନଗତ ଘୋଷଣା କରିଛି ଏବଂ ଯଦି ବେଜିଂର ସ୍ୱାର୍ଥ କ୍ଷତିଗ୍ରସ୍ତ ହୁଏ ତେବେ କଠୋର ପ୍ରତିଶୋଧମୂଳକ ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦେଇଛି।
-
17.ଓଡ଼ିଶା ସରକାର ‘ଆମ ସୁବାହକ ଯୋଜନା’ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଆଗାମୀ ୪ବର୍ଷ ମଧ୍ୟରେ ଏହି ଯୋଜନାରେ ନିର୍ଦ୍ଦିଷ୍ଟ ବର୍ଗର ମାତ୍ର ୧୧୦୦ଜଣ ମହିଳାଙ୍କୁ କାର(ଟ୍ୟାକ୍ସି) କିଣିବା ପାଇଁ ସର୍ବାଧିକ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସୁଧ ରିହାତି ପ୍ରଦାନ କରିବେ ସରକାର ।
-
18.ତ୍ରିପୁରା(Tripura)ରୁ ଆସିଛି ଅତ୍ୟନ୍ତ ଲଜ୍ଜା ତଥା ଭୟଙ୍କର ଘଟଣା। ଏଠାରେ ଜଣେ ୧୪ ମାସର ଶିଶୁ କନ୍ୟା ସହ ଘଟିଛି ଜଘନ୍ୟକାଣ୍ଡ। ତାଙ୍କୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିବା ପରେ ହତ୍ୟା କରି ପୋତି ଦେବା ଭଳି ଅମାନୁଷିକ କାଣ୍ଡ ଘଟାଇଛି।
-
19.ଆଫଗାନିସ୍ତାନଠାରୁ ଏକଦିବସୀୟ ସିରିଜ ହାରିବା ପରେ ଘରକୁ ଫେରୁଥିବା ବାଂଲାଦେଶ ଖେଳାଳିମାନେ ପ୍ରଶଂସକଙ୍କ କ୍ରୋଧର ସମ୍ମୁଖୀନ ହୋଇଥିଲେ।
-
20.ମଧ୍ୟପ୍ରଦେଶରେ କୋଲ୍ଡରିଫ୍ କଫ୍ ସିରପ୍ ସେବନ କରି ୨୩ ପିଲାଙ୍କ ମୃତ୍ୟୁ ଘଟଣା ପରେ ଏହାର ଉତ୍ପାଦନ ଓ ବିକ୍ରି ବନ୍ଦ ହୋଇଛି।