-
1.ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଫେବ୍ରୁଆରୀ ୧୫ରୁ ୨୫ ମଧ୍ୟରେ ଯେକୌଣସି ତାରିଖରେ ଆରମ୍ଭ ହେବ ପରୀକ୍ଷା। ଏନେଇ CHSE ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି। ଡିସେମ୍ବର ୧୫ ତାରିଖ ସୁଦ୍ଧା ଆଡମିଟ କାର୍ଡ ମିଳିବ।
-
2.ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା ଅଧୀନରେ ଓଡ଼ିଶା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।
-
3.ଭାରତୀୟ ରିଜର୍ଭ ବ୍ୟାଙ୍କର ସଦ୍ୟତମ ତଥ୍ୟ ଅନୁଯାୟୀ, ଅକ୍ଟୋବର ୧୦ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨.୧ ବିଲିୟନ ଡଲାର (ଭାରତୀୟ ମୁଦ୍ରା ୨୧୦ କୋଟି ଡଲାର) ହ୍ରାସ ପାଇ ୬୯୭.୭ ବିଲିୟନ ଡଲାର ହୋଇଛି।
-
4.ଗୁଜରାଟରେ ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି । ଗୃହମନ୍ତ୍ରୀ ହର୍ଷ ସଂଘଭିଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇଛି। କ୍ୟାବିନେଟରେ ମୋଟ ୨୬ ମନ୍ତ୍ରୀ ଅଛନ୍ତି ।
-
5.ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଏବେ ଆଉ କେବଳ ଜଣେ ବିଧାୟକ ହୋଇ ନାହାଁନ୍ତି । ଜାଡେଜାଙ୍କୁ ଗୁଜୁରାଟ ସରକାରରେ ମନ୍ତ୍ରୀ ପଦ ମିଳିଛି। ରିଭାବା ଜାଡେଜାଙ୍କୁ ପ୍ରାଥମିକ, ମାଧ୍ୟମିକ ଏବଂ ବୟସ୍କ ଶିକ୍ଷା (ଶିକ୍ଷା ବିଭାଗ)ର ଦାୟିତ୍ୱ ମିଳିଛି |
-
6.ଆରଜେଡି ବିଧାୟକ ରୀତଲାଲ ଯାଦବ ଜେଲରୁ ବାହାରି ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଅର୍ଥାତ୍ ସେ ଏଥର ଜେଲ୍ରୁ ହିଁ ନିର୍ବାଚନ ଲଢ଼ିବେ।
-
7. ବହୁକୋଟି ଟଙ୍କାର ପିଏନବି ଠକେଇର ଅନ୍ୟତମ ଅଭିଯୁକ୍ତ ତଥା ପଳାତକ ମେହୁଲ ଚୋକସି ସମ୍ପର୍କରେ ବେଲଜିୟମର ଏକ କୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଆଣ୍ଟୱର୍ପ କୋର୍ଟ ଚୋକସିଙ୍କ ଭାରତ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଛି।
-
8.ମୋଟରଯାନ ନିୟମ ନ ମାନିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ। ନିୟମ ଉଲ୍ଲଂଘନକାରୀଙ୍କ ଯାନର ଆରସି(ପଞ୍ଜୀକରଣ ପ୍ରମାଣପତ୍ର) ରଦ୍ଦ କରାଯିବ।
-
9.ଓଟିଟିରେ ରିଲିଜ୍ ହେଲା ଟାଇଗର ଶ୍ରଫଙ୍କ ଆକ୍ସନ ଥ୍ରୀଲର ଫିଲ୍ମ "ବାଗୀ ୪" । ଫିଲ୍ମଟି ଗତ ମାସରେ ସିନେମା ହଲରେ ମୁକ୍ତିଲାଭ କରିଥିଲା।
-
10.ଆଫଗାନିସ୍ତାନର ପାକଟିକା ପ୍ରଦେଶ ଉପରେ ପାକିସ୍ତାନ ସେନା ଶୁକ୍ରବାର ରାତିରେ ବିମାନ ଆକ୍ରମଣ କରିଛି। ପାକିସ୍ତାନ ବିମାନ ଆକ୍ରମଣ କରିବା ନେଇ ତାଲିବାନ ସରକାର ପକ୍ଷରୁ ଅଭିଯୋଗ କରାଯାଇଛି।
-
11.ସିଙ୍ଗାପୁର ପୁଲିସ ଫୋର୍ସ ଅନୁଯାୟୀ, ଜୁବୀନ ଗର୍ଗଙ୍କ ମୃତ୍ୟୁ ସିଙ୍ଗାପୁରର କୋରୋନର୍ସ ଆଇନ ୨୦୧୦ ଅନୁଯାୟୀ ତଦନ୍ତ କରାଯାଉଛି। ପ୍ରାଥମିକ ତଦନ୍ତରେ ଜୁବୀନ ଗର୍ଗଙ୍କ ମୃତ୍ୟୁ ପଛରେ ହତ୍ୟା କିମ୍ବା ଷଡ଼ଯନ୍ତ୍ର ଭଳି କୌଣସି ପ୍ରମାଣ ମିଳିନାହିଁ। ତଦନ୍ତ ସମ୍ପୂର୍ଣ୍ଣ ହେବାକୁ ତିନି ମାସ ପର୍ଯ୍ୟନ୍ତ ସମୟ ଲାଗିପାରେ।
-
12.ଆନ୍ଦୋଳନକୁ ଦମନ କରିବା ଲାଗି ପୁଲିସ କାର୍ଯ୍ୟାନୁଷ୍ଠାନରେ ୧୪୦୦ ଲୋକ ପ୍ରାଣ ହରାଇଥିଲେ। ବାଂଲାଦେଶରେ ଗତବର୍ଷ ହୋଇଥିବା ବିକ୍ଷୋଭ ହିଂସାକୁ ନେଇ ହସିନାଙ୍କ ବିରୋଧରେ ୭୮ଟି ମାମଲା ରୁଜୁ ହୋଇଛି।
-
13.ଦାମୀ କାର୍ରେ ଚାଲାଣ ହେଉଥିଲା ବ୍ରାଉନସୁଗାର ଖବର ପାଇ ସ୍ପେଶାଲ କ୍ରାଇମ୍ ୟୁନିଟ୍ ଖୋର୍ଦ୍ଧାରୁ ୫୫୬ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି। ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ।ଉକ୍ତ ଘଟଣାରେ ଖୋର୍ଦ୍ଧାର ଜଣେ ମହିଳା ଓ ନିମାପଡ଼ାର ୨ ଯୁବକ ଗିରଫ ହୋଇଛନ୍ତି। ଏମାନଙ୍କ ନିକଟରୁ ନଗଦ ୫ ଲକ୍ଷ ୧୦ ହଜାର ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ମଧ୍ୟ ଜବତ ହୋଇଛି।
-
14.ହାଇଦ୍ରାବାଦର କୋମପାଲିରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ ହୋଇଛି। ପୀଡିତା ଜଣଙ୍କ ଭୁବନେଶ୍ୱରର ଭରତପୁରର ବାସିନ୍ଦା ଅନିନ୍ଦିତା ମହନ୍ତ ଭାବରେ ଚିହ୍ନଟ କରାଯାଇଛି।
-
15.କେନ୍ଦ୍ର ସରକାର ଜନଗଣନା ୨୦୨୭ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନାଗରିକମାନେ ନଭେମ୍ବର ୧ ରୁ ୭ ମଧ୍ୟରେ ଡିଜିଟାଲ୍ ମାଧ୍ୟମରେ ନିଜର ବ୍ୟକ୍ତିଗତ ତଥ୍ୟ ଦାଖଲ କରିପାରିବେ ବୋଲି ଘୋଷଣା କରାଯାଇଛି।