-
1.ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ)-ସହରାଞ୍ଚଳ ଓ ପିଏମ୍ଏୱାଇ-ସହରାଞ୍ଚଳ ୨.୦ରେ ଓଡ଼ିଶା ପାଇଁ ୨.୨ ଲକ୍ଷ ଘର ମଞ୍ଜୁର କରାଯାଇଥିଲା। ସେଥିରୁ ୧.୭ ଲକ୍ଷ ଘରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଅର୍ଥାତ ମଞ୍ଜୁର ହୋଇଥିବା ଘରର ୭୪ ପ୍ରତିଶତ ନିର୍ମାଣ ହୋଇସାରିଛି।
-
2.ବ୍ରିଟେନର ଦ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେରାଇନ୍ ଇଞ୍ଜିନିୟରିଂ, ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଆଇମାର୍ଇଏସ୍ଟି)ର ଭାରତ ଶାଖା ଭୁବନେଶ୍ବରଠାରେ ଉଦ୍ଘାଟିତ ହୋଇଯାଇଛି।
-
3.ପ୍ୟାରିସରେ ରବିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ମୁଖାପିନ୍ଧା ଚୋରମାନେ ସ୍କୁଟରରେ ଆସି ବିଖ୍ୟାତ ଲୁଭ୍ର ସଂଗ୍ରହାଳୟରେ ପହଞ୍ଚିଥିଲେ ଏବଂ ଡିସ୍କ କଟର ବ୍ୟବହାର କରି ଏକ ବହୁମୂଲ୍ୟ ସୁନା ମୁକୁଟ ସମେତ ଆଉ ନେପୋଲିୟନ ବୋନାପାର୍ଟଙ୍କ ସମୟର ଅମୂଲ୍ୟ ଅଳଙ୍କାର ଲୁଟି ଫେରାର ହୋଇଯାଇଛନ୍ତି।
-
4.ଆସନ ବଣ୍ଟନକୁ ନେଇ ଆରଜେଡି ସହିତ ମତଭେଦ ପରେ, ଜେଏମ ବିହାରରେ ମେଣ୍ଟ ଭାଙ୍ଗି ଦେଇଛି ଏବଂ ଏକାକୀ ଛଅଟି ଆସନରେ ଲଢ଼ିବ ବୋଲି ଘୋଷଣା କରିଛି।
-
5.ଗିନିଜ୍ ରେକର୍ଡ ଉପରେ ଅଯୋଧ୍ୟାର ନଜର। ପ୍ରଜ୍ବଳିତ ହେବ ୨୬ଲକ୍ଷରୁ ଅଧିକ ଦୀପ। ଆଜିଠାରୁ ଅଯୋଧ୍ୟାରେ ଦୀପୋତ୍ସବ ପାଳନ ହେବାକୁ ଯାଉଛି।
-
6. ମନ୍ତ୍ରୀ ପ୍ରିୟାଙ୍କ ଖଡ଼ଗେଙ୍କ ନିର୍ବାଚନମଣ୍ଡଳୀ ଚିତ୍ତପୁରରେ, ଶାନ୍ତି ଏବଂ ଆଇନ ଶୃଙ୍ଖଳା ଭଙ୍ଗ ହେବାର ସମ୍ଭାବନା ଦର୍ଶାଇ କର୍ତ୍ତୃପକ୍ଷ ରବିବାର ଦିନ ଆରଏସଏସର ପଦଯାତ୍ରା ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ। ତଥାପି, କୋର୍ଟ ଆରଏସଏସକୁ ଅନୁମତି ପ୍ରଦାନ କରିଛନ୍ତି।
-
7.କର୍ଣ୍ଣାଟକର ପୂର୍ବତନ ବିଜେପି ବିଧାୟକ ସୁଭାଷ ଗୁଟ୍ଟେଦାରଙ୍କ ବାସଭବନ ନିକଟରେ ପୋଡ଼ା ଭୋଟର ତାଲିକା ମିଳିଛି। ୨୦୨୩ ବିଧାନସଭା ନିର୍ବାଚନ ସମୟରେ ଆଲାନ୍ଦ ବିଧାନସଭା କ୍ଷେତ୍ରରେ ହୋଇଥିବା ଅଭିଯୋଗରେ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଏହାର ତଦନ୍ତକୁ ଜୋରଦାର କରିଛି।
-
8.ଉତ୍ତରପ୍ରଦେଶର ବରେଲିରେ ଏକ ଛୋଟ ଚା ଦୋକାନରେ କାମ କରୁଥିବା ହିମାଂଶୁ ଗୁପ୍ତା ୟୁପିଏସସି ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଏବେ ସେ ଜଣେ ଆଇଏଏସ ଅଧିକାରୀ ଭାବେ କାମ କରୁଛନ୍ତି।
-
9.ପିଏଫ୍ ଆକାଉଣ୍ଟ ପାଇଁ ନୂତନ ନିୟମ ଅନୁଯାୟୀ, କର୍ମଚାରୀମାନେ ଚାକିରି ଛାଡିବାର ଗୋଟିଏ ବର୍ଷ ପରେ ବିବାହ, ଘର ନିର୍ମାଣ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ ଆବଶ୍ୟକତା ପାଇଁ ଏବେ ସେମାନଙ୍କ ପିଏଫ୍ ଆକାଉଣ୍ଟରୁ ପାଣ୍ଠି ଉଠାଇପାରିବେ। ଏହାର ଅର୍ଥ ହେଉଛି ସେମାନଙ୍କୁ ଆଉ ୨ ମାସ ଅପେକ୍ଷା କରିବାକୁ ପଡ଼ିବ ନାହିଁ, ବରଂ ସମ୍ପୂର୍ଣ୍ଣ ୧୨ ମାସ ଅପେକ୍ଷା କରିବାକୁ ପଡ଼ିବ।
-
10.ଗାଜାରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରତି ସତ୍ବେ ରବିବାର ଉଭୟଙ୍କ ପକ୍ଷରୁ ଆକ୍ରମଣ ପ୍ରତିଆକ୍ରମଣ କରାଯାଇଛି। ହମାସ ପ୍ରଥମେ ଆକ୍ରମଣ କରିବା ପରେ ଇସ୍ରାଏଲ ପକ୍ଷରୁ ଏହାର ଜବାବରେ ଏୟାରଷ୍ଟ୍ରାଇକ କରାଯାଇଛି।
-
11.ରାଜ୍ୟର ୪୮ ହଜାର ୬୯୩ ଜଣ ହିତାଧିକାରୀଙ୍କୁ ରବିବାର ଗୃହ ନିର୍ମାଣ ପାଇଁ କିସ୍ତି ପ୍ରଦାନ କରାଯାଇଛି।
-
12.ରାଜ୍ୟରେ ୪୭୧ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।
-
13.ଦେଶର ବିଭିନ୍ନ ବଡ଼ ଇଲେକ୍ଟ୍ରିକାଲ ଦୋକାନରେ ଦୀପାବଳି ଆଲୋକକୁ ଦେଖି ଏବଂ ରିପୋର୍ଟରୁ ଜଣାପଡିଛି ଯେ ଚାଇନାରେ ତିଆରି ୧୦ ମିଟର ଏଲଇଡି ଲାଇଟ ୯୫-୧୧୦ ଟଙ୍କାରେ ମିଳୁଛି, କିନ୍ତୁ ଭାରତୀୟ ଲାଇଟ ଦାମ ଦୁଇଗୁଣ, ଅର୍ଥାତ୍ ୨୨୦ ଟଙ୍କା। ଭାରତୀୟ ଲାଇଟ୍ କ୍ୱାଲିଟି ଭଲ ହେଲେ ମଧ୍ୟ ଏହାର ପ୍ଲଗ ଚାଇନା କନେକ୍ଟରରେ ଫିଟ୍ ହେଉନାହିଁ।
-
14.ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁଯାୟୀ, ଅକ୍ଟୋବର ୨୧ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
-
15.ଭାରତ-ଚାଇନା ସମ୍ପର୍କ ସ୍ବାଭାବିକ କରିବା ସହିତ, ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ନଭେମ୍ବର ୯, ୨୦୨୫ରୁ ସାଂଘାଇ ଏବଂ ନୂଆଦିଲ୍ଲୀ ମଧ୍ୟରେ ରାଉଣ୍ଡ-ଟ୍ରିପ ବିମାନ ଚଳାଚଳ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି।