-
1.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେରଳର ପବିତ୍ର ଶବରୀମାଳା ଶ୍ରୀ ଆୟାପ୍ପା ମନ୍ଦିରରେ ପ୍ରବେଶ କରି ଇତିହାସ ରଚିଛନ୍ତି। ୬୭ ବର୍ଷୀୟ ରାଷ୍ଟ୍ରପତି ମୁର୍ମୁ ଏହା ଦ୍ୱାରା ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଏହି ପବିତ୍ର ତୀର୍ଥସ୍ଥଳରେ ପ୍ରାର୍ଥନା କରିଛନ୍ତି।
-
2.ଚୀନ୍ ଏପର୍ଯ୍ୟନ୍ତ ବଡ଼ ପରିମାଣରେ ଇ-ସିମ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିନାହିଁ। ଏହି କାରଣରୁ ଆପଲ୍ ଚୀନ୍ରେ ଆଇଫୋନ୍ ଏଆର ଲଞ୍ଚ୍କୁ ଗୋଟିଏ ମାସ ବିଳମ୍ବ କରିଥିଲା।
-
3.ଜାଭେଲିନ ଥ୍ରୋ ତାରକା ନୀରଜ ଚୋପ୍ରାଙ୍କୁ ଏକ ବଡ଼ ସମ୍ମାନ ମିଳିଛି। ଦେଶ ପ୍ରତି ତାଙ୍କର ଅବଦାନ ପାଇଁ, ତାଙ୍କୁ ଟେରିଟୋରିଆଲ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ପ୍ରଦାନ କରାଯାଇଛି।
-
4.ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬୩ ଜଣ ଯାତ୍ରୀ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
-
5.ଭୋଜପୁରୀ ସିନେମାର ସୁପରଷ୍ଟାର ଖେସାରି ଲାଲ ଯାଦବ ରାଷ୍ଟ୍ରୀୟ ଜନତା ଦଳ (RJD) ଟିକେଟରେ ବିହାର ନିର୍ବାଚନ ଲଢ଼ୁଛନ୍ତି।
-
6.ଆଗାମୀ ନଭେମ୍ବର ୬ ଏବଂ ୧୧ ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ନଭେମ୍ବର ୧୪ ତାରିଖରେ ଏହାର ଫଳାଫଳ ଘୋଷଣା କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
-
7.ନୂଆଦିଲ୍ଲୀ ଲୋକପାଳଙ୍କ ନିକଟରେ ବର୍ତ୍ତମାନ ସାତ ଜଣ ସଦସ୍ୟ ଅଛନ୍ତି, ଯେଉଁଥିରେ ଜଣେ ଅଧ୍ୟକ୍ଷ ଏବଂ ଛଅ ଜଣ ସଦସ୍ୟ ଅଛନ୍ତି। କିନ୍ତୁ ଏହାର ଅନୁମୋଦିତ ସଂଖ୍ୟା ଆଠ। ଦୁର୍ନୀତି ବିରୋଧରେ ପଦକ୍ଷେପ ଗ୍ରହଣ କରୁଥିବା ଲୋକପାଳ ପ୍ରାୟ ୫ କୋଟି ମୂଲ୍ୟର ସାତୋଟି ବିଳାସପୂର୍ଣ୍ଣ BMW କାର କ୍ରୟ କରିବା ପାଇଁ ଏକ ଟେଣ୍ଡର ଜାରି କରିଛନ୍ତି।
-
8.କାନାଡାରେ ପଞ୍ଜାବୀ ସିଙ୍ଗର ତେଜୀ କହଲୋଙ୍କୁ ଗୁଳିମାଡ ହୋଇଛି। ଗ୍ୟାଙ୍ଗଷ୍ଟାର୍ ରୋହିତ ଗୋଦାରା ଗ୍ୟାଙ୍ଗ ତାଙ୍କୁ ଗୁଳି ମାରିଥିବା ଜଣାପଡିଛି।
-
9.ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଯାହାଫଳରେ ଆମେରିକାର ନୱାର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏଆଇ- ୧୯୧ ଉଡ଼ାଣ ଭରିବାର କିଛି ସମୟ ପରେ ମୁମ୍ବାଇ ଫେରିଆସିଛି।
-
10ପାକିସ୍ତାନ ସହିତ ହୋଇଥିବା ସଂଘର୍ଷ ପଛରେ ଭାରତର କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ୟାକୁବ ମୁଜାହିଦ ଓରଫ ମୁଲ୍ଲା ୟାକୁବ୍।
-
11.ଉଚ୍ଚ ନ୍ୟାୟାଳୟ ଏଫ୍ଏମ୍ ମହାବିଦ୍ୟାଳୟ ଛାତ୍ରୀ ସୈାମ୍ୟାଶ୍ରୀ ବିସି ମୃତ୍ୟୁ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଜାମିନ ଦେଇଛି । ସୈାମ୍ୟାଶ୍ରୀ ବିସି ଆତ୍ମହୁତି ମାମଲାରେ ମୋଟ ୪ଜଣଙ୍କୁ ଗିରଫ କରାଯାଇଥିଲା ।
-
12.ବହୁ ଚର୍ଚ୍ଚିତ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର ସି.ବି.ଆଇ କୁ ଅର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
-
13.ଭୁବନେଶ୍ଵର ୟୁନିଟ୍-୧ ପରିବା ମାର୍କେଟ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୧୫ରୁ ଅଧିକ ଦୋକାନ ଘର ଜଳିଯାଇଛି।
-
14.ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍ପି ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ଏବଂ ସାର୍ପ ସୁଟରକୁ ୧୦ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା। ଏହି ମାମଲାରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି।
-
15.ବହୁପ୍ରତୀକ୍ଷିତ ଭାରତ-ଆମେରିକା ବାଣିଜ୍ୟ ଡିଲ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଡିଲ୍ ଘୋଷଣା ହେବା ପରେ ଭାରତୀୟ ଦ୍ରବ୍ୟ ଉପରେ ଆମେରିକା ଲାଗୁ କରୁଥିବା ଟାରିଫକୁ ୧୫ରୁ ୧୬% ହ୍ରାସ କରିପାରେ। ଏବେ ଭାରତରୁ ଆମେରିକା ଆମଦାନୀ କରୁଥିବା ଦ୍ରବ୍ୟ ଗୁଡ଼ିକ ଉପରେ ୫୦% ଟାରିଫ ଲାଗୁ କରୁଛି।