-
1.ଆକାଉଣ୍ଟଧାରୀଙ୍କ ଅନ୍ତେ ତାଙ୍କ ଅଂଶ ନୋମିନୀମାନଙ୍କୁ ମିଳିବ। ସରକାରଙ୍କ ପକ୍ଷରୁ ବ୍ୟାଙ୍କିଙ୍ଗ ସିଷ୍ଟମରେ କ୍ଲେମ କରିବା ପାଇଁ ଏଭଳି ସମାନ ଏବଂ ସହଜ ବ୍ୟବସ୍ଥା ଆଣିଛନ୍ତି। ଏଣିକି ବ୍ୟାଙ୍କ ଆକାଉଣ୍ଟରେ ରହିପାରିବେ ୪ ଜଣ ନୋମିନୀ।
-
2.ଭୁବନେଶ୍ୱରର ସୈନିକ ସ୍କୁଲ ନିକଟରେ ୯.୮୫ ଏକର ଜମି ଉପରେ ୧୭୩ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ସର୍ବବୃହତ ଏହି ପ୍ରେକ୍ଷାଳୟ ଇଡ୍କୋ ପକ୍ଷରୁ ନିର୍ମାଣ କରାଯାଉଛି। ୨୦୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ ସହିତ ୫୦୦ ସିଟ୍ ବିଶିଷ୍ଟ ଏକ ଓପନ୍ ଏୟାର ଥିଏଟର୍ ମଧ୍ୟ ଏହି ପରିସର ମଧ୍ୟରେ ରହିବ। ମୁଖ୍ୟମନ୍ତ୍ରୀ ୨୦୨୬ ମେ ମାସ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
-
3.୨୦୨୦ରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଗଲାୱାଲରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ସ୍ଥାନଠାରୁ ପ୍ରାୟ ୧୧୦ କିଲୋମିଟର ଦୂରରେ ତିବ୍ଦତର ପାଙ୍ଗୋଙ୍ଗ ହ୍ରଦର ପୂର୍ବ ଭାଗରେ ଚୀନ୍ ଦ୍ବାରା ନିର୍ମାଣ କାର୍ଯ୍ୟକଳାପ ଜୋର୍ସୋରରେ ଚାଲିଛି।
-
4.ଜମ୍ମୁ କାଶ୍ମୀରର ୪ଟି ରାଜ୍ୟସଭା ଆସନ ପାଇଁ ଆଜି ହୋଇଥିବା ନିର୍ବାଚନରେ ଶାସକ ନ୍ୟାସନାଲ କନ୍ଫରେନ୍ସ (ଏନ୍ସି)କୁ ବଡ଼ ସଫଳତା ମିଳିଛି। ତିନୋଟି ଆସନରେ ଏନ୍ସି ବିଜୟୀ ହୋଇଥିବା ବେଳେ ଚତୁର୍ଥ ଆସନ ବିଜେପିକୁ ଯାଇଛି।
-
5. ପାଞ୍ଚ ବର୍ଷର ବିରତି ପରେ ଆସନ୍ତା ୨୬ ତାରିଖରୁ ପୁଣି ଥରେ ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବା (India-China Direct Flight ) ଆରମ୍ଭ ହେବ । Indigo ଘୋଷଣା କରିଛି ଯେ ଏହା ଅକ୍ଟୋବର ୨୬ରୁ କୋଲକାତା-ଗୁଆଙ୍ଗଝୋଉ ବିମାନ ଏବଂ ନଭେମ୍ବର ୧୦ରୁ ଦିଲ୍ଲୀ-ଗୁଆଙ୍ଗଝୋଉ ବିମାନ ସେବା ପୁଣି ଆରମ୍ଭ କରିବ।
-
6. ମହାରାଷ୍ଟ୍ରର ସତାରା ଜିଲ୍ଲାରେ ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଜଣେ ମହିଳା ଡାକ୍ତର ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ପୀଡ଼ିତା ଡାକ୍ତର ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ବାମ ହାତ ପାପୁଲିରେ ସୁଇସାଇଡ୍ ନୋଟ୍ ଲେଖି ୨ ଜଣ ପୁଲିସଙ୍କ ବିରୋଧରେ ଦୁଷ୍କର୍ମ ଓମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି।
-
7.ବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟା । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ ।
-
8.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳା କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିବା ସହିତ ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୩୦୨ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିଛନ୍ତି।
-
9.ଭାରତୀୟ ରେଳବାଇ ହାଇଦ୍ରାବାଦ-ଭୁବନେଶ୍ୱର ନୂଆ-ହାଇଦ୍ରାବାଦ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନର ସେବାକୁ ପୂର୍ବ ସୂଚିତ ସମୟ, ରହଣି ଏବଂ ସଂରଚନା ସହିତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି।
-
10. ଭିଲୱାଡ଼ା ପେଟ୍ରୋଲ ପମ୍ପରେ ରାଜସ୍ଥାନର ଜଣେ ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ (ଏସ୍ଡିଏମ୍) ଓ ପଟ୍ରୋଲ୍ ପମ୍ପ୍ କର୍ମଚାରୀ ହାତାହାତି ହେବା ମାମଲା ଆଉ ପାଦେ ଆଗକୁ ବଢ଼ିଛି। ତଦନ୍ତ ପରେ ନିଲମ୍ବିତ ହୋଇଛନ୍ତି ପ୍ରଶାସନିକ ଅଧିକାରୀ।
-
11.ତାଲିବାନ ଶାସିତ ଆଫଗାନିସ୍ତାନ ଡ୍ୟାମ ନିର୍ମାଣ କରି ପାକିସ୍ତାନକୁ ପାଣି ସୀମିତ କରିବାକୁ ଯୋଜନା କରୁଛି।
-
12.ଜାତିସଂଘ (United Nations) ପ୍ରତିଷ୍ଠାର ୮୦ତମ ବାର୍ଷିକୀ ପାଳନ କରାଯାଉଛି। ଏହି ଅବସରରେ ଭାରତର ରାଜଧାନୀ ଦିଲ୍ଲୀରେ ଅଭିଭାଷଣ ସମୟରେ ଜୟଶଙ୍କର ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC)ର ସଦସ୍ୟମାନଙ୍କୁ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ସୁରକ୍ଷା ଦେବାର ଅଭିଯୋଗ କରିଥିଲେ।
-
13.ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ନଭେମ୍ବର ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
-
14.ରେଳ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, IRCTC ପ୍ରତିଦିନ ୧.୩ ରୁ ୧.୪ ନିୟୁତ ଟ୍ରେନ ଟିକେଟ୍ ବିକ୍ରୟ କରେ। ତଥାପି, ପର୍ବପର୍ବାଣୀ ଏବଂ ଛୁଟିଦିନ ଭଳି ପିକ୍ ଯାତ୍ରା ଋତୁରେ ଏହି ସଂଖ୍ୟା ବହୁତ ବଢ଼ିଯାଏ।
-
15.ବିଜ୍ଞାପନ ଗୁରୁ ଭାବରେ ଜଣାଶୁଣା ପୀୟୁଷ ପାଣ୍ଡେଙ୍କର ୭୦ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ହୋଇଛି। ସେ ‘ଅବକି ବାର ମୋଦି ସରକାର’ ଏବଂ ‘ଥଣ୍ଡା ମତଲବ କୋକା-କୋଲା’ ସମେତ ଅନେକ ପ୍ରସିଦ୍ଧ ବିଜ୍ଞାପନ ଲେଖିଥିଲେ।