1. କୃଷି ସଂକ୍ରାନ୍ତୀୟ ୩ଟି ବିଲ୍ ଲୋକସଭାରେ ଉପସ୍ଥାପିତ ।
2. ସୀମାରେ ଚୀନ୍ ବିଛାଇଛି ଅପଟିକାଲ ଫାଇବର କେବୁଲ, ଭାରତକୁ ଭରସା ରେଡିଓ ।
3. ସମଗ୍ର ଭାରତରେ ସେପ୍ଟେମ୍ବର ୧୫ ତାରିଖ ଇଞ୍ଜିନିୟର ଦିବସ ରୂପେ ପାଳିତ ହେଉଛି ା ୧୮୬୧ ମସିହାର ଏହି ପବିତ୍ର ଦିନରେ ନବଭାରତର ଅନ୍ୟତମ ନିର୍ମାତା ଇଞ୍ଜିନିୟର ମୋକ୍ଷଗୁଣ୍ଡମ୍ ବିଶ୍ବେଶ୍ବରାୟା ମହୀଶୂର (ଆଧୁନିକ କର୍ଣ୍ଣାଟକ) ରାଜ୍ୟର ମୁଖିନହାଲି ଗ୍ରାମରେ ଜନ୍ମଲାଭ କରିଥିଲେ
4. ୨୦୦୭ରେ ଜାତିସଂଘ ପକ୍ଷରୁ ଏକ ପ୍ରସ୍ତାବ ଗୃହୀତ ହେବାପରେ ପ୍ରତିବର୍ଷ ଆଜିର ଦିନଟିକୁ ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଇଆସୁଛି।
5. ତାଜମହଲ ନିକଟରେ ନିର୍ମାଣାଧୀନ ମୋଗଲ ସଂଗ୍ରହାଳୟ ବର୍ତ୍ତମାନ ଛତ୍ରପତି ଶିବାଜୀଙ୍କ ନାମରେ ନାମିତ ହେବ। ସଂଗ୍ରହାଳୟରେ ଶିବାଜୀଙ୍କ ଇତିହାସ ମଧ୍ୟ ଲିପିବଦ୍ଧ ହେବ।
6. ଆଇପିଏଲ୍ର ଚଳିତ ସଂସ୍କରଣରେ କଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳର ନେତୃତ୍ବ ନେବେ ଦିନେଶ କାର୍ତ୍ତିକ।
7. ଜାତୀୟ ହୋମିଓପାଥି କମିଶନ୍ ବିଲ୍ ୨୦୧୯ ଓ ଜାତୀୟ ଭାରତୀୟ ଚିକିତ୍ସା ପଦ୍ଧତି କମିଶନ୍ ବିଲ୍ ୨୦୨୦ ଲୋକସଭାରେ ଗୃହିତ ହୋଇଛି। ଉଭୟ ହୋମିଓପାଥି ଚିକିତ୍ସା ଓ ଭାରତୀୟ ଚିକିତ୍ସା ପଦ୍ଧତି ପାଇଁ ଦକ୍ଷ ଡାକ୍ତର ଯୋଗାଇବା ହେଉଛି ଏହି ବିଲ୍ର ମୂଳ ଲକ୍ଷ୍ୟ। ଦୁଇଟି ଯାକ ବିଲ୍ ଗତ ମାର୍ଚ୍ଚ ମାସରେ ରାଜ୍ୟସଭାର ଅନୁମୋଦନ ଲାଭ କରିଥିଲା।
11. ବର୍ତ୍ତମାନର ଇସ୍ପାତ ପୁଞ୍ଜଗୁଡିକର ବିକାଶ ସହ ପରିବେଶ ଅନୁକୂଳ ସବୁଜିମା ଭରା ଇସ୍ପାତ ପୁଞ୍ଜର ବିକାଶ ନେଇ ଏହି ଚିଠା ନୀତିରେ ଉଲ୍ଲେଖ ରହିଛି।
ଏହି ଇସ୍ପାତ ପୁଞ୍ଜ ଦେଶକୁ ଆତ୍ମନିର୍ଭର କରିବା ସହ ବିଶେଷକରି ପୂର୍ବ ଭାରତରେ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବ । ଇସ୍ପାତ ମନ୍ତ୍ରାଳୟର ପୂର୍ବୋଦୟ ନୀତିର ଅଂଶବିଶେଷ ଭାବେ ଏହି ଇସ୍ପାତ ପୁଞ୍ଜଗୁଡିକ ଦେଶର ପୂର୍ବଭାଗ ଛତିଶଗଡ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶରେ ପ୍ରତିଷ୍ଠା କରାଯିବ ।
12.ସଂସଦରେ ଦି ଫାର୍ମର୍ସ ପ୍ରଡ୍ୟୁସ୍ ଟ୍ରେଡ୍ ଆଣ୍ଡ୍ କମର୍ସ (ପ୍ରମୋସନ ଆଣ୍ଡ୍ ଫାସିଲିଟେସନ) ଅଧ୍ୟାଦେଶ, ୨୦୨୦ ଓ ନିଶ୍ଚିତ ମୂଲ୍ୟ ଓ କୃଷି ସେବା ଉପରେ କୃଷକ (ସଶକ୍ତୀକରଣ ଓ