-
1.ଜଳବାୟୁ ପରିବର୍ତ୍ତନ କାରଣରୁ ଜଙ୍ଗଲ ନିଆଁ ଭିତ୍ତିଭୂମି, ପରିବେଶ ଓ ମାନବ ସ୍ୱାସ୍ଥ୍ୟ ପାଇଁ ଭୟାନକ ବିପଦ ସୃଷ୍ଟି କରୁଛି। ଜଙ୍ଗଲ ନିଆଁ ପିଏମ୍ ୨.୫ କଣିକା ପ୍ରଦୂଷଣରେ ବଡ଼ ଯୋଗଦାନ କରୁଛି, ଯାହା କି ମାନବ ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ ଭାବେ ସାମନାକୁ ଆସିଛି ବୋଲି ମିଳିତ ଜାତିସଂଘର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମ୍ଓ) କହିଛି।
-
2.ଏକ ଐତିହାସିକ ନିଷ୍ପତ୍ତିକ୍ରମେ ଜିଏସ୍ଟି ବ୍ୟବସ୍ଥାରେ ସରଳୀକରଣ କରି ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ୍କୁ ପ୍ରତ୍ୟାହାର କରାଯାଇଥିଲା। ଏହାର ଲାଭ ଦେଶର ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସମସ୍ତଙ୍କୁ ମିଳିବ।
-
3.ଚୀନ୍କୁ ସମର୍ଥନ କଲେ ଆମେରିକାରେ ନୋ ଏଣ୍ଟ୍ରି ଭଳି କିଛି କଟକଣା ଲଗାଇବାକୁ ଯାଉଛି ଟ୍ରମ୍ପ ପ୍ରଶାସନ। ଆମେରିକାର ବିଦେଶ ମନ୍ତ୍ରୀ ମାର୍କ ରୁବିଓ ଘୋଷଣା କରିଛନ୍ତି କି କିଛି ମଧ୍ୟ ଆମେରିକୀୟ ନାଗରିକଙ୍କ ଉପରେ ନୂଆ ଭିସା ଅନୁଯାୟୀ ପ୍ରତିବନ୍ଧକ ଲଗାଯିବ ।
-
4.ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ୧୫ ବର୍ଷିଆ ରୋଡମ୍ୟାପ୍ ପ୍ରସ୍ତୁତ କରିଛି, ଯେଉଁଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଭାରତର ସଶସ୍ତ୍ର ବାହିନୀରେ ପରିବର୍ତ୍ତନ କରାଯିବ।
-
5.ଖାଦ୍ୟର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ସରକାରୀ ସ୍କୁଲର ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି | ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ହାଇଦ୍ରାବାଦରେ ଶିକ୍ଷକ ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି।
-
6.ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ରାଜସ୍ଥାନ ବିଧାନସଭା ଦ୍ୱାରା ପୂର୍ବତନ ବିଧାୟକ ପେନସନ ମଞ୍ଜୁର କରାଯାଇଛି। ବିଧାନସଭା ସଚିବାଳୟ ତାଙ୍କ ଆବେଦନ ଉପରେ ପ୍ରକ୍ରିୟା ସମାପ୍ତ କରି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ତାରିଖରୁ ପେନସନ ଜାରି କରିବାକୁ ନିର୍ଦ୍ଦେଶ ଦେଇଛି।
-
7.ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଅବସ୍ଥିତ ଟେସଲା ଏକ୍ସପେରିଏନ୍ସ ସେଣ୍ଟରରୁ ଏହାର ମଡେଲ୍ ‘ଓ୍ବାଇ’ ଇଲେକ୍ଟ୍ରିକ୍ କାରର ପ୍ରଥମ ଡେଲିଭରି ହୋଇଛି। ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ପ୍ରତାପ ସରନାୟକ ଭାରତରେ ଏହି କାରର ପ୍ରଥମ ଗ୍ରାହକ ହୋଇଛନ୍ତି।
-
8.ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଏଭଳି ଏକ ଜରିମାନା ଦେବାକୁ ରସିଦ ପଠାଯାଇଛି | ତେବେ ଏହି ଫାଇନ ରାଶି ୧୦ କି ୨୦ ହଜାର ନୁହେଁ ବରଂ ୮ ଲକ୍ଷ ଟଙ୍କାର ଫାଇନ ଦେବାକୁ କୁହାଯାଇଛି | ବାସ୍ତବରେ ଅଖିଳେଶଙ୍କ କାରକେଡ଼ ସହ ତାଙ୍କ ବ୍ୟକ୍ତିଗତ ଗାଡି ନିୟମକୁ ଭାଙ୍ଗି ଦ୍ରୁତ ଗତିରେ ଯାଇଥିବାରୁ ଏହି ଫାଇନ ଜାରି କରାଯାଇଛି |
-
9.ପୂରା ପଞ୍ଜାବ ସହର। ଏହି ପ୍ରକୃତିକ ବିପର୍ଯ୍ୟାୟରେ ଏବେ ସୁଦ୍ଧା ୪୩ ଲୋକଙ୍କ ଜୀବନ ଯାଇ ସାରିଲାଣି। ଯେବେ କି ୧.୭୧ ଲକ୍ଷ ହେକ୍ଟର ଜମିରେ ହୋଇଥିବା ଫସଲ ବନ୍ୟା ଜଳରେ ବର୍ବାଦ ହୋଇଛି। ୨୩ଟି ଜିଲ୍ଲାର ସମୁଦାୟ ୧୯୦୨ଟି ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଯାହା ଦ୍ୱାରା ୩,୮୪,୨୦୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି।
-
10.କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ସିପିଏସଇ) ବିଏସ୍ଏନ୍ଏଲ୍ ଓ ଏମ୍ଟିଏନ୍ଏଲ୍ର ପୁନଃରୁଦ୍ଧାରକୁ ଅତୀତରେ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛି। ଏଥିପାଇଁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବିଏସ୍ଏନ୍ଏଲ୍ ଓ ଏମ୍ଟିଏନ୍ଏଲ୍ ନେଟୱର୍କ ବ୍ୟବହାର କରିବା ଲାଗି କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖାଯାଇଥିଲା।
-
11.ଓଡିଶାର ସମସ୍ତ ସରକାରୀ ଅଫିସ୍ରେ BSNL ନେଟ୍ୱାର୍କ ବାଧ୍ୟତାମୂଳକ ହେବ । ଏନେଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଚିଠି କରାଯାଇଛି।
-
12.ନାତି, ନାତୁଣୀଙ୍କ ଉପରେ ଜେଜେ ବାପା ଓ ଜେଜେ ମା’ଙ୍କର କୌଣସି ଆଇନଗତ ଅଧିକାର ନାହିଁ। ନାତି, ନାତୁଣୀଙ୍କ ଉପରେ ଜେଜେ ବାପା ଓ ଜେଜେ ମା’ ଯେଉଁ ଅଧିକାର ଦାବି କରିଥାନ୍ତି ତାହା କେବଳ ସେମାନଙ୍କର ଭାବପ୍ରବଣତା ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି।
-
13.ଲଘୁଚାପ ପ୍ରଭାବରେ ମହାନଦୀ ଉପର ମୁଣ୍ଡରେ ବର୍ଷା ହୋଇଛି। ଛତିଶଗଡ଼ ଏବଂ ମଧ୍ୟପ୍ରବେଶ ଆଡୁ ବନ୍ୟାପାଣି ମାଡ଼ି ଆସୁଛି। ଫଳସ୍ବରୂପ ହୀରାକୁଦ ଜଳ ଭଣ୍ଡାରକୁ ଅଧିକ ଜଳ ପ୍ରବାହ କରୁଛି।
-
14.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଟାରିଫ୍ ମାଡ଼ ଭାରତୀୟ ଅର୍ଥନୀତିକୁ ଘାଇଲା କରିଦେଇଥିବାବେଳେ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍ଆଇଆଇ) ପୁଞ୍ଜିବଜାରରୁ ବିପୁଳ ନିବେଶ ପ୍ରତ୍ୟାହାର କରିବାରେ ଲାଗିଛନ୍ତି।
-
15.ଆଗାମୀ ୩ ବର୍ଷରେ ପ୍ରାୟ ୪୫ ହଜାର ଶିକ୍ଷକ ପଦବୀ ପୂରଣ ହେବ। ଚୁକ୍ତିଭିତ୍ତିକ ନୁହେଁ, ରେଗୁଲାର ଭିତ୍ତିରେ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝି ଦୃଢ଼ତାର କହିଛନ୍ତି।