-
1.ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ରବିବାର ରୁଷ୍କୁ ସମର୍ଥନ କରୁଥିବା ଦେଶମାନଙ୍କ ଉପରେ ଆମେରିକାର ଶୁଳ୍କକୁ ଯଥାର୍ଥ ବୋଲି କହିଛନ୍ତି।
-
2.ଦିଲ୍ଲୀ ପୀତମପୁରାର ଆଶିଷ ଏବଂ ବନ୍ଦନା ନାମକ ଜଣେ ଜୈନ ଦମ୍ପତି ସେମାନଙ୍କ ୫ ମାସର ଭ୍ରୂଣକୁ ଦିଲ୍ଲୀ ଏମ୍ସକୁ ଦାନ କରିଛନ୍ତି। ବନ୍ଦନାଙ୍କର ରୁଟିନ୍ ଚେକଅପ୍ ସମୟରେ ତାଙ୍କ ଗର୍ଭସ୍ଥ ଶିଶୁର ହୃଦ୍ସ୍ପନ୍ଦନ ଚାଲୁନଥିବା ଜଣାପଡ଼ିବାପରେ ବନ୍ଦନା ଏବଂ ତାଙ୍କ ସ୍ବାମୀ ଭ୍ରୁଣ ଦାନ କରିବାକୁ ଚାହିଥିଲେ।
-
3.ସଂଶୋଧିତ ଭୋଟର ତାଲିକାରେ ନାମ ଯୋଡ଼ିବା କିମ୍ବା ବାଦ୍ ଦେବା ସଂକ୍ରାନ୍ତରେ ପରିଚୟ ପ୍ରମାଣ ପାଇଁ ଆଧାର କାର୍ଡକୁ ଏକ ଦଲିଲ ଭାବରେ ଗ୍ରହଣ ଆଧାରକୁ ଦ୍ୱାଦଶ ଡକୁମେଣ୍ଟ ଭାବରେ ବିବେଚନା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
4.ଫେସବୁକ୍, ଏକ୍ସ, ୟୁଟ୍ୟୁବ୍ ସମେତ ୨୬ଟି ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ନିଷିଦ୍ଧକୁ ନେପାଳବାସୀ ଜୋର୍ଦାର୍ ବିରୋଧ କରି ସୋମବାର ନେପାଳ ରାଜଧାନୀ କାଠମାଣ୍ଡୁ ସମେତ ଅନ୍ୟ ସହରରେ ବଡ଼ଧରଣର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି।
-
5.ଦିଲ୍ଲୀର ଏକ କୋର୍ଟ ଆଦାନୀ ଏଣ୍ଟରପ୍ରାଇଜେସକୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ କିଛି ସାମ୍ବାଦିକ, କର୍ମୀ ଏବଂ ବିଦେଶୀ ସଂଗଠନକୁ କମ୍ପାନୀ ବିରୁଦ୍ଧରେ ସତ୍ୟାସତ୍ୟ ଯାଞ୍ଚ ହୋଇନଥିବା ଏବଂ ମାନହାନିକାରୀ ସୂଚନା ଏବଂ ଖବର ପ୍ରକାଶନ, ସେୟାର କିମ୍ବା ପ୍ରସାରଣ କରିବାରୁ ନିଷେଧ କରିଛନ୍ତି।
-
6.ନେପାଳ ସରକାର ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ଉଠାଇ ଦେଇଛନ୍ତି। ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପୃଥ୍ବୀ ସୁବା ଗୁରୁଙ୍ଗ କହିଛନ୍ତି ଯେ ସୋମବାର (୮ ସେପ୍ଟେମ୍ବର ୨୦୨୫) ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ଉଠାଇବା ନିଷ୍ପତ୍ତି ନିଆଯାଇଛି।
-
7.ଉତ୍କଳ ବିଶ୍ଵବିଦ୍ୟାଳୟରୁ ଅଣଛାତ୍ରଙ୍କ କବ୍ଜାରେ ଥିବା ୫ଟି ଛାତ୍ରାବାସର ୨୧୮ ରୁମ୍ ଅଣଛାତ୍ର ମୁକ୍ତ ହୋଇଛି।
-
8.କଟକ ବଡ଼ ଡାକ୍ତରଖାନାର ନୂଆ କୋଠା ନିର୍ମାଣ ଅବଧିକୁ ଦୁଇ ଠିକାସଂସ୍ଥା ବାରମ୍ବାର ଘୁଞ୍ଚାଇ ଚାଲିଛନ୍ତି। ଚୁକ୍ତି ଖିଲାପ ହେଉଥିବାରୁ ସଂସ୍ଥା ବିରୋଧରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ(ଓବିସିସି) ପକ୍ଷରୁ ୨୪୬ କୋଟି ଟଙ୍କା ଜରିମାନା ଲଗାଯାଇଛି।
-
9.ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ (୬୮)ଙ୍କ ସୋମବାର ଚେନ୍ନାଇର ଏମ୍ଜିଏମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୃ ହୋଇଛି।
-
10.୨୦୨୨ ମସିହାରେ ସହକାରୀ ଶିକ୍ଷକ ପଦବୀ ପାଇଁ ମନୋନୀତ ହୋଇ ନଥିବା ଜଣେ ପ୍ରାର୍ଥୀଙ୍କୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଜିଲ୍ଲାର ମିନତୀ ରାଣୀ ମହାପାତ୍ର ଇତିହାସ ବିଷୟ ପାଇଁ ସହକାରୀ ଶିକ୍ଷକ ପଦବୀ ନିମନ୍ତେ ଆବେଦନ କରିଥିଲେ ।
-
11.ଡିଜିଟାଲ ମୁଦ୍ରା କ୍ରିପ୍ଟୋକରେନ୍ସି ଗ୍ରହଣୀୟତାରେ ଭାରତ ଶୀର୍ଷ ସ୍ଥାନ ହାସଲ କରିଛି। ଏହା ପଛକୁ ଆମେରିକା ଦ୍ବିତୀୟ ସ୍ଥାନରେ ରହିଛି। ଷଷ୍ଠ ବାର୍ଷିକ ଚେନ୍ଆନାଲିସିସ୍ ବିଶ୍ବସ୍ତରୀୟ କ୍ରିପ୍ଟୋ ଗ୍ରହଣୀୟତା ସୂଚୀରୁ ଏହା ଜଣାପଡ଼ିଛି।
-
12.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାଇଥିବା ୫୦ ପ୍ରତିଶତ ଶୁଳ୍କ ପ୍ରଭାବରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୦.୫୦ ପ୍ରତିଶତ କମ୍ ହେବ ବୋଲି ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭି ଅନନ୍ତ ନାଗେଶ୍ବରନ ଆକଳନ କରିଛନ୍ତି।
-
13.ଜିଏସ୍ଟି ପରିଷଦ ବିଭିନ୍ନ ସାମଗ୍ରୀ ଉପରୁ ଟିକସ କମ୍ କରିବା ପରେ ଆଗକୁ ଅନେକ ଜିନିଷ ଶସ୍ତା ହେବାକୁ ଯାଉଛି। ଆସନ୍ତା ପୂଜାରେ କେବଳ ସହରାଞ୍ଚଳରେ ଲୋକମାନେ ୨.୧୯ ଲକ୍ଷ କୋଟି ଟଙ୍କା ବ୍ୟୟ କରିବେ ବୋଲି ଆଶା କରାଯାଉଛି।
-
14.ଭାରତ ସରକାର ଚାଇନାର ସର୍ଟ-ଭିଡିଓ ପ୍ଲାଟଫର୍ମ ଟିକ୍ଟକ୍ ଉପରେ ଲାଗୁ ବ୍ୟାନ ହଟାଇବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ରୀୟ ଆଇଟି, ସୂଚନା ଓ ପ୍ରସାରଣ ତଥା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି।
-
15.ସାଧାରଣତଃ ଦକ୍ଷିଣ ଭାରତୀୟ ମହିଳାମାନେ କେଶରେ ଗଜରା ଲଗାଇବାକୁ ପସନ୍ଦ କରିଥାନ୍ତି। ତେବେ ମାଲୟାଲମ ଅଭିନେତ୍ରୀ ନାଭ୍ୟା ନାୟାରଙ୍କ ପାଇଁ ଏହା ମହଙ୍ଗା ପଡ଼ିଛି। ୧୫ ସେ.ମି. ଲମ୍ବା ମଲ୍ଲୀଫୁଲର ଗଜରା ପିନ୍ଧିଥିବାରୁ ଅଷ୍ଟ୍ରେଲିଆର ମେଲବୋର୍ନ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କ ଉପରେ ୧୯୮୦ ଅଷ୍ଟ୍ରେଲୀୟ ଡଲାର (ପ୍ରାୟ ୧.୧୪ ଲକ୍ଷ ଟଙ୍କା)ର ଜରିମାନା କରାଯାଇଛି।