# |
Date |
Type |
Current Affairs |
No. Of Views |
Status |
Action |
2381 |
13-04-2022 |
Odia |
- ଏଣିକି ଦୁଇଟି ରେଗୁଲାର ଡିଗ୍ରି କୋର୍ସ କରିପାରିବେ ଛାତ୍ରଛାତ୍ରୀ | ଏଣିକି ଫିଜିକାଲ ମୋଡରେ ଛାତ୍ରଛାତ୍ରୀମାନଙ୍କୁ ଏକକାଳୀନ ଦୁଇଟି ପୂର୍ଣ୍ଣକାଳୀନ ଡିଗ୍ରି କୋର୍ସ କରିବାକୁ ଅନୁମତି ଦେବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିଷ୍ପତ୍ତି ନେଇଛି।
- ସ୍କାଏମେଟର ରିପୋର୍ଟରେ କୁହାଯାଇଛି ଯେ, ୨୦୨୨ ରେ ମୌସୁମୀ ବର୍ଷା ଦୀର୍ଘ ମିଆଦି ହାରାହାରିର ୯୮ ପ୍ରତିଶତ (+/-5%) ରହିବ । ଅର୍ଥାତ ଦୀର୍ଘ ମିଆଦୀ ହାରାହାରି ବର୍ଷା ୮୮୦.୬ ମିଲିମିଟର ଧରାଯାଇଥିବାବେଳେ ଚଳିତ ବର୍ଷ ମୌସୁମୀ ୪ ମାସ (ଜୁନ-ସେପ୍ଟେମ୍ବର)ରେ ତାହାର ୯୮ ପ୍ରତିଶତ ରହିବ ଓ ତାହା ୫ ପ୍ରତିଶତ କମ ବା ଅଧିକ ହୋଇପାରେ ।
- କର୍ଣ୍ଣାଟକରେ ଜଣେ କଣ୍ଟ୍ରାକ୍ଟର ବା ଠିକାଦାରଙ୍କ ମୃତ୍ୟୁ ସେଠାରେ ରାଜନୀତି ଝଡ ସୃଷ୍ଟି କରିଛି। ଆତ୍ମହତ୍ୟା କରିଥିବା ଠିକାଦାର ଜଣକ ତାଙ୍କ ମୃତ୍ୟୁ ପାଇଁ କର୍ଣ୍ଣାଟକ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ କେଏସ ଈଶ୍ୱରପ୍ପା ଦାୟୀ ବୋଲି ସୁଇସାଈଡ଼ ନୋଟରେ ଲେଖିଥିଲେ | ଆଉ ଏହି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ସହ ଗିରଫ କରିବାକୁ ଦାବି କରିଛି|
- ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏବଂ ଅର୍ଥମନ୍ତ୍ରୀ ଋଷି ସୁନକଙ୍କୁ ଲକଡାଉନ୍ ସମୟରେ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବାରୁ ସେମାନଙ୍କୁ ନିର୍ଦ୍ଧାରିତ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି।
- ରାଜଧାନୀର ଅନ୍ୟତମ ଜନବହୁଳ ଅଞ୍ଚଳ ପଳାସୁଣିରେ ୧୬ ନମ୍ବର ଜାତୀୟ ରାଜପଥ ଉଫରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ହେବ। ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀ ଏଥିପାଇଁ ଜାଗା ପରିଦର୍ଶନ କରିଛନ୍ତି ।
- ଆସନ୍ତା ୧୪ ଓ ୧୫ ତାରିଖ ଭୁବନେଶ୍ବର ଏମ୍ସର ବର୍ହିବିଭାଗ (ଓପିଡି) ବନ୍ଦ ରହିବ। ମହାବୀର ଜୟନ୍ତୀ ଓ ଗୁଡ୍ ଫ୍ରାଇଡେ୍ ଅବସରରେ ଏହ ୨ ଦିନ ଓପିଡି ସେବା ବନ୍ଦ ରହିବ।
- କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି। ଜାତୀୟ ଜନଜାତି କମିସନ ଆରେଷ୍ଟ ୱାରେଣ୍ଟ ଜାରି କରିଥିବା ଜଣାପଡ଼ିଛି । ଏନେଇ ଜନଜାତି କମିସନ ଡିଜିପି ସୁନୀଲ ବଂଶଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
- ନାଦିଆର ଦୁଷ୍କର୍ମ ଏବଂ ହତ୍ୟା ମାମଲରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ମୁଖ୍ୟ ଅଭିଯୁକ୍ତ ସହ ମାମଲା ସମସ୍ତ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରିବାକୁ ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତି ଶୁଣାଣିରେ ସିବିଆଇ କୋର୍ଟରେ ରିପୋର୍ଟ ଦାଖଲ କରିବ।
- ପ୍ରତିବର୍ଷ ଏପ୍ରିଲ ୨୪ ତାରିଖ ଦିନ ମାଷ୍ଟର ଦିନାନାଥ ମଙ୍ଗେସ୍କରଙ୍କ ଶ୍ରାଦ୍ଧୋତ୍ସବ ଅବସରରେ ପ୍ରଦାନ କରାଯିବ। ପୁରସ୍କାର ନିମନ୍ତେ ଏପରି ବ୍ୟକ୍ତିତ୍ୱଙ୍କୁ ଚୟନ କରାଯିବ ଯିଏ ଦେଶ ଓ ସମାଜର ନିଶ୍ୱାର୍ଥ ସେବା ଲାଗି ନିଜ ଜୀବନକୁ ଉତ୍ସର୍ଗ କରିଥିବେ। ଚଳିତବର୍ଷ ଏହି ପୁରସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନୀତ କରାଯିବ।
- ଗୋପାଳପୁର ବିଜୁ ପଟ୍ଟନାୟକ ପାର୍କ ପରିସରରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଜୁ ଆଡଭେଞ୍ଚର ପାର୍କକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି।
- ନ୍ୟୁୟର୍କରେ ଥିବା ବ୍ରୁକ୍ଲି ସବ୍ ଓ୍ୱେ ମେଟ୍ରୋ ଷ୍ଟେସନ୍ ନିକଟରେ ଗୁଳିକାଣ୍ଡ । ଏଥିରେ ୧୬ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ପ୍ରଥମେ ମୃତାହତର ସୂଚନା ମିଳିଥିଲା ମାତ୍ର ପରବର୍ତ୍ତୀ ସମୟରେ ୧୬ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।
- ଟେଲିକମ ଉପକରଣ ନିର୍ମାତା ନୋକିଆ ଋଷ ବଜାରରେ ତାର ବ୍ୟବସାୟକୁ ବନ୍ଦ କରିଛି ବୋଲି ତାର ସିଇଓ ଖବର ସରବରାହ ସଂସ୍ଥା ରୟେଟର୍ସକୁ କହିଛନ୍ତି ।
- ଆମେରିକାର ନ୍ୟୁୟର୍କର ବ୍ରୁକଲିନରେ ଥିବା ଏକ ମେଟ୍ରୋ ଷ୍ଟେସନରେ ଆଜି ଗୁଳିମାଡ଼ ହୋଇଛି। ଏଥିରେ ଏପର୍ଯ୍ୟନ୍ତ ୫ ଜଣଙ୍କ ଜୀବନ ଯାଇଛି ।
- ନିଜକୁ ଦେବାଳିଆ ଘୋଷିତ କଲା ଶ୍ରୀଲଙ୍କା । ଘୋର ଆର୍ଥିକ ସଂକଟ ମଧ୍ୟରେ କିଛି ଦିନ ଧରି ଅତ୍ୟନ୍ତ ଅସହାୟ ଅବସ୍ଥାରେ ଥିବା ଶ୍ରୀଲଙ୍କା ସରକାର ହାତ ଟେକିଦେଇଛନ୍ତି । ଏନେଇ ଆଜି ଶ୍ରୀଲଙ୍କା ଅର୍ଥ ମନ୍ତ୍ରାଳୟ କୌଣସି ଋଣ ଶୁଝି ନପାରିବା ନେଇ ଘୋଷଣା କରିଛି । ବର୍ତ୍ତମାନ ଦେଶର ଋଣଭାର ୫୧ ବିଲିୟନ ଡଲାର ହୋଇଥିବାବେଳେ ଏହି ଶୁଝିବାର କୌଣସି ସମ୍ଭାବନା ଦିଶୁନାହିଁ । ମୋଟ ଘରୋଇ ଉତ୍ପାଦ ବା ଜିଡିପିର ୮୫ ପ୍ରତିଶତ ଋଣ ଭାରରେ ବୁଡ଼ିଛି ଶ୍ରୀଲଙ୍କା ।
- ୟୁକ୍ରେନରେ ଋଷ ପ୍ରୟୋଗ କରିପାରେ ରାସାୟନିକ ଅସ୍ତ୍ର । ଏନେଇ ସତର୍କ ସୂଚନା ଜାରି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।
|
558 |
Y |
|
2382 |
13-04-2022 |
English |
- India becomes first country in world to administer first dose of Covid vaccines to 97% of 18 plus people, says Health Minister Dr. Mansukh Mandaviya.
- Union Minister Hardeep Singh Puri launches 'Jigyasa' quiz competition to celebrate Azadi Ka Amrit Mahotsav.
- The India Meteorological Department on Tuesday predicted that thunderstorms and heavy rainfall are likely to occur in Kerala and Tamil Nadu for the next two days.
- Aviation Minister Jyotiraditya Scindia launches first Dornier-228 aircraft at Pasighat airport in Arunachal Pradesh.
- The NHRC has issued notices to the Haryana govt, a local body and a senior police official over a report that one person had died and three others suffered health complications while cleaning a sewage tank in Palwal district.
- The National Human Rights Commission (NHRC) in a statement said the incident happened on April 9, and the sewage tank cleaning was being carried out by the municipal council through a private company, which had further given a sub-contract to another company.
- A court in Mumbai on Tuesday granted bail to three students arrested in the 'Bulli Bai' app case. Magistrate KC Rajput of Bandra court granted bail to Vishal Kumar Jha, Shweta Singh and Mayank Agarwal. Previously, both the Magistrate and sessions court had denied them bail, but the three filed their pleas again after the police submitted a charge sheet.
- CM Bhagwant Mann on Tuesday said his government will soon give "good news" to the people of the state, indicating that it could announce 300 units of free electricity to households.
- Telengana govt and Ministry of Commerce, Thailand entered into a Memorandum of Understanding aiming to promote trade and investments between both, an official release said on 12 Apr.
- India and US reaffirm their commitment to promote regional stability and rule of law at fourth 22 Ministerial Dialogue. PM Modi says India-US friendship would be an integral part of India’s development journey for next 25 yrs.
- India and the UK have welcomed the substantial bilateral engagement which covered cyber governance, deterrence, and mutual resilience in the Annual Cyber Dialogue in London
- India on Tuesday handed over to Cambodia 325,000 doses of Made in India Covishield vaccines under the Quad Vaccine Partnership scheme.
- Ahead of the New Year celebrations in Sri Lanka, 11,000 MT of rice from India reached Colombo on Tuesday. According to the Indian embassy in Sri Lanka, the rice reached Colombo on board the ship Chen Glory.
- India recorded a total of 796 new COVID-19 cases in the last 24 hours, taking the coronavirus tally to 4,30,36,928. The country also reported at least 19 Covid-related deaths, bringing the total number of fatalities to 5,21,710.
- After a software solutions provider gifted five of its trusted employees with BMWs each worth Rs 1 crore, in Chennai another IT firm has gifted 100 Maruti cars to 100 of its employees.
- A 53-year-old man hacked to death all five members of his elder brother's family, including two minor children, in Odisha's Cuttack district after he was allegedly assaulted by them over some property dispute, police said on Tuesday.
- India is projected to fall “well short” of its target for 2022 of having 100 gigawatts (GW) of installed solar capacity, largely due to slow uptake of rooftop solar, a new report by JMK Research and the Institute for Energy Economics and Financial Analysis (IEEFA) said on Tuesday.
- The National Commission for Scheduled Tribes (NCST) has issued an arrest warrant against the Keonjhar Collector Ashish Thakare for absconding and failing to appear before it despite repeated summons, an official said Tuesday.
- Odia feature film Adieu GODARD, an Indo-French co-production, will have its UK premiere in London next month. It will be screened at the historic BFI Southbank Theater in London as part of the prestigious 24th UK Asian Film Festival (UKAFF) which begins May 4. The festival is supported by the British Film Institute (BFI) and the Arts Council of England
- The Odisha state government has identified around 5,000 acres of land in Khurda district for establishment of a next generation mega industrial estate. The industrial estate has been planned focusing on job creation and entrepreneurship for youth.
|
560 |
Y |
|
2383 |
12-04-2022 |
Odia |
- ସୋମବାର ପାକିସ୍ତାନର ସଂସଦରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ପାକିସ୍ତାନର ୩ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ବଡ଼ ଭାଇ ତଥା ୭୦ ବର୍ଷୀୟ ଶାହବାଜ୍ ସରିଫ୍। ସେପଟେମ୍ବର ୧୯୫୧ରେ ଲାହୋରରେ ଶାହାବାଜଙ୍କ ଜନ୍ମ। ସେ ବଡ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସହ ରାଜନୀତିରେ ପାଦ ଥାପିଥିଲେ। ଶାହାବାଜ ୧୯୮୮ରେ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୮ରେ ଦ୍ବିତୀୟ ଓ ୨୦୧୩ରେ ତୃତୀୟ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ ଶାହାବାଜ।
- ଚୀନରେ କରୋନା ସଂକ୍ରମଣକୁ ରୋକିବା ପାଇଁ ୫ ଅପ୍ରେଲରୁ ସଂଘାଇରେ ଲକଡାଉନ୍ ଲାଗୁ ହୋଇଛି । ତାହା ମଧ୍ୟ ନିୟମ କଡ଼ାକଡ଼ି । ତେବେ ସହରର ୨୬ କୋଟି ଲୋକ ଘର ମଧ୍ୟରେ ଏବେ ବନ୍ଦୀ ।
- ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଛି ହାଇପ୍ରୋଫାଇଲ ଆଲୋଚନା । ବୁଚା ସହରରେ ଗଣହତ୍ୟା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା ବ୍ୟକ୍ତ କରିଛନ୍ତି ।
- ଝାଡଖଣ୍ଡର ଦେଓଗଡ ଜିଲ୍ଲା ତ୍ରିକୂଟ ପର୍ବତ ଶିଖରରେ ଥିବା ରୋପୱେରେ ଗତକାଲି ଯାନ୍ତ୍ରୀକ ତୃଟି ଘଟି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଯୋଗୁ ପ୍ରାୟ ୨୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୪୮ ଜଣ ଜୀବନ ମରଣ ମଧ୍ୟରେ ଝୁଲି ରହିଥିଲେ। ୨ ହଜାର ଫୁଟ ଉପରେ ଝୁଲି ରହିଥିବା ଏହି ୪୮ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି।
- ଯୁକ୍ତଦୁଇ ପରୀକ୍ଷା ସୂଚୀ । ୩ଟି ବିଷୟର ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି । ଗଣିତ, ଗୃହ ବିଜ୍ଞାନ, ଭୋକେସନାଲ ବାୟୋଲୋଜି ବିଷୟରେ ହୋଇଛି ପରିବର୍ତ୍ତନ । ମେ’ ୧୯ ବଦଳରେ ୩୧ରେ ହେବ ପରୀକ୍ଷା ।
- କୋଭିଡ-୧୯ ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଆବେଦନ ଦାଖଲ କରିବା ନିମନ୍ତେ ସୁପ୍ରିମ୍କୋର୍ଟ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି । ଗତ ୨୪ ମାର୍ଚ୍ଚ ୨୦୨୨ରେ ସମୟସୀମା ନିର୍ଦ୍ଧାରଣ ସଂକ୍ରାନ୍ତରେ ସର୍ବୋଚ୍ଚ ଅଦାଲତ ଆବଶ୍ୟକ ଆଦେଶ ଦେଇଛନ୍ତି ।
- ପୁରୀରେ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜର ଲୋକାର୍ପଣ ସମାରୋହରେ ଭର୍ଚ୍ଚୁଆଲ ମାଧ୍ୟମରେ ସାମିଲ ହୋଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।
- ଏଡିଜି ଆର.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦେଶକ ଅତିରିକ୍ତ ଦାୟିତ୍ବ। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଇନ୍ଦା ବିଭାଗ ନିର୍ଦେଶକ ଥିବା ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ବଦଳି କରାଯାଇଛି।
- ଯୁଦ୍ଧ ୪୮ ଦିନରେ ପହଞ୍ଚିଥିବାବେଳେ ଏହାର ଅନ୍ତ କେବେ ହେବ ତାର କୌଣସି ସୂଚନା ମିଳି ପାରୁ ନାହିଁ। ରୁଷ୍ ସୈନ୍ୟ ଏବେ ପୂର୍ବ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ରୁଷ୍ର ଆକ୍ରମଣକୁ ୟୁକ୍ରେନ ଦୃଢତାର ସହ ମୁକାବିଲା କରିଚାଲିଛି।
- ଟାଟା କନ୍ସଲଟାନନ୍ସି ସର୍ବିସ(ଟିସିଏସ)୨୦୨୨ ମସିହାରେ ଏକ ଲକ୍ଷରୁ ଅଧିକ ଫ୍ରେସରମାନଙ୍କୁ ନିଯୁକ୍ତି ଦେଇଛି ଓ ୨୦୨୩ ମସିହାରେ ୪୦ ହଜାର ଲୋକଙ୍କୁ ନିଯୁକ୍ତି ଦେବାର ଲକ୍ଷ ରଖିଛି। ଏହାଛଡ଼ା କମ୍ପାନୀ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା କମ୍ପାନୀ ୧ ଲକ୍ଷ ୩ ହଜାର୫୪୬ ଜଣ ଲୋକଙ୍କୁ ନିଯୁକ୍ତି ଦେଇ ରେକର୍ଡ ସୃଷ୍ଟି କରିଛି।
- ଏସିଆ ଏବଂ କମନଓ୍ବେଲ୍ଥ ଗେମ୍ସରେ ବ୍ରୋଞ୍ଜ ବିଜେତା ଦିୟା କାକରାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଦିବ୍ୟା ନ୍ୟାସନାଲ ବଡି ବିଲଡର ସଚିନ ପ୍ରତାପଙ୍କୁ ନିଜ ଜୀବନସାଥୀ ବାଛିଛନ୍ତି ।
- ଭାରତ ସୋମବାର ଋଷ୍ରେ ବିକସିତ ସ୍ୱଦେଶୀ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ ହୋଲିନାର ସଫଳ ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଧୃବ ଏଡଭାନ୍ସଡ ଲାଇଟ ହେଲିକ୍ୟାପ୍ଟରରେ ବହୁ ଉଚ୍ଚତାରୁ ସଫଳତା ସହିତ କରାଯାଇଛି ।
- କେଭିଏସ୍ ଆଡ୍ମିଶନର ସର୍ବନିମ୍ନ ବୟସସୀମା ୬ ବର୍ଷ ରଖିଥିଲା। ହେଲେ ଏହାକୁ ବିରୋଧ କରି ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ଆଜି କୋର୍ଟ ଏହି ମାମଲାର ଶୁଣାଣି କରି କେନ୍ଦ୍ରୀୟ ବିଦ୍ୟାଳୟର ନିଷ୍ପତ୍ତିକୁ ଉଚିତ ଦର୍ଶାଇବା ସହିତ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି।
- ଜାତୀୟ ସ୍ତରରେ ଓଡ଼ିଶାର ସ୍ଥାନ କେଉଁଠି ରହିଛି ତାହା ନିତି ଆୟୋଗର ରାଜ୍ୟ ଶକ୍ତି ଓ ଜଳବାୟୁ ସୂଚକାଙ୍କ ରିପୋର୍ଟରୁ ଆହୁରି ସ୍ପଷ୍ଟ ହୋଇଯାଇଛି। ୨୦ଟି ବୃହତ୍ ରାଜ୍ୟକୁ ନେଇ ରୢାଙ୍କ ପ୍ରସ୍ତୁତ ହୋଇଛି; ଓଡ଼ିଶା ସେଥିରେ ଷୋଡ଼ଶ ସ୍ଥାନରେ ରହିଛି। ବୃହତ୍ ରାଜ୍ୟଗୁଡ଼ିକ ମଧ୍ୟରେ ଗୁଜରାଟ ଶୀର୍ଷ ସ୍ଥାନରେ ରହିଛି। ଗୁଜରାଟ ପଛକୁ କେରଳ ଦ୍ବିତୀୟ ଏବଂ ପଞ୍ଜାବ ତୃତୀୟ ସ୍ଥାନରେ ରହିଛି।
- ରୁଷ୍-ୟୁକ୍ରେନ୍ ମଧ୍ୟରେ ଲଗାତାର ୪୭ ଦିନ ଧରି ଯୁଦ୍ଧ ଜାରି ରହିଥିବା ବେଳେ ରୁଷ୍ ସେନା ପୂର୍ବ ୟୁକ୍ରେନ୍ରେ ଆକ୍ରମଣ ଜୋର୍ଦାର କରିଛି। ରୁଷ୍ ସହିତ କୌଣସି ପରିସ୍ଥିତିରେ ସାଲିସ୍ର ପ୍ରଶ୍ନ ଉଠୁନାହିଁ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନ୍ସ୍କି ଘୋଷଣା କରିଥିବାରୁ ୟୁକ୍ରେନ୍ ବାହିନୀ ସବୁ ଶକ୍ତି ଖଟାଇ ଲଢ଼ୁଛନ୍ତି।
- ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ସ୍କ୍ରିପ୍ଟ ରାଇଟର୍ ଶିବ ସୁବ୍ରମଣ୍ୟମଙ୍କର ରବିବାର ରାତିରେ ପରଲୋକ ହୋଇଛି। ତାଙ୍କୁ ୬୩ ବର୍ଷ ହୋଇଥିଲା।
- ନିର୍ଦ୍ବନ୍ଦ୍ବରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ବଡ଼ ଘୋଷଣା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ। ସରକାରୀ କର୍ମଚାରୀଙ୍କ ବେତନ ଏବଂ ପେନ୍ସନ୍ରେ ୧୦ ପ୍ରତିଶତ ବୃଦ୍ଧି ସହ ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ୨୫୦୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି
- ରାଜ୍ୟରେ ପ୍ରତିଷ୍ଠା ହେବ ସବୁଜ ହାଇଡ୍ରୋଜେନ୍ ପ୍ଲାଣ୍ଟ। ଉଭୟ ଘରୋଇ ଓ ରପ୍ତାନୀ କ୍ଷେତ୍ର ପାଇଁ ଏହାକୁ ପ୍ରତିଷ୍ଠା କରାଯିବ। ଏଥିପାଇଁ ଇପିକଲ ଓ ବିପିସିଏଲ ମଧ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି।
- ବାଲିମେଳା ପାୱାର ହାଉସ୍ର ୧ ନମ୍ବର ୟୁନିଟ୍ ପରୀକ୍ଷାମୂଳକ ଭାବେ ବିଦ୍ୟୁତ ଉତ୍ପାଦନ ଆରମ୍ଭ କରିଛି। ପରୀକ୍ଷା ସଫଳ ହେଲେ ଖୁବଶୀଘ୍ର ଏହାକୁ ବାଣିଜ୍ୟିକ ୟୁନିଟ୍ ଭାବରେ ବ୍ୟବହାର କରାଯିବ।
- ରାଜ୍ୟର ୧୨ ସହର ତାପମାତ୍ରା ୪୦ ଡିଗ୍ରି ପାର୍ କରିଥିବା ବେଳେ ଆଉ ୫ ସହରର ତାପମାତ୍ରା ୪୦ ପାଖାପାଖି ରହିଥିଲା। ପଶ୍ଚିମ ଓଡ଼ିଶାର ୫ ସହରର ତାପମାତ୍ରା ୪୨ ଡିଗ୍ରି ଉପରେ ରହିବା ସହ ଜଳୁଛି ପଶ୍ଚିମ ଓଡ଼ିଶା।
|
575 |
Y |
|
2384 |
12-04-2022 |
English |
- India on Monday reported a total of 861 new COVID-19 cases, taking the coronavirus tally to 4,30,36,132. According to Union Health Ministry, the country reported at least 6 Covid-related deaths, bringing the total number of fatalities to 5,21,691.
- In Pakistan, Opposition's joint candidate Shehbaz Sharif was elected as the country's 23rd Prime Minister on 11 Apr. The Pakistan Muslim League-Nawaz (PML-N) chief got 174 votes.
- Gujarat, Kerala and Punjab have emerged as the top three performers states in the NITI Aayog's State Energy and Climate Index (SECI).
- JNU Clashes - University Administration warns students that no violence will be tolerated on campus and appealed to them to maintain peace and harmony. Two groups clashed over non-vegetarian food and obstruction of Ram Navami puja.
- In a first, the Jnanpith Award Presentation Ceremony was held in Assam to confer the award to the renowned Assamese poet Nilamani Phookan
- Four days after joining the Aam Aadmi Party (AAP) Jabna Chauhan, who had the distinction of being the youngest woman sarpanch of the country at the age of 22, has been booked in an old cement embezzlement case in Mandi district.
- A group of scientists from Indian Institute of Chemical Technology, IICT, Hyderabad have designed a hybrid material which can absorb greenhouse gas methane and convert it to clean hydrogen.
- Finance Ministry has said that tax collections during financial year 2021-22 has crossed 27 lakh crore rupees.
- Hardik Pandya has become the fastest Indian to smash 100 sixes in IPL history. The 28-year-old all-rounder achieved the feat after smashing a six off SRH's Aiden Markram on Monday. Pandya took 1,046 balls to reach 100 sixes. DC captain Rishabh Pant was the previous fastest Indian to reach 100 sixes in IPL, taking 1,224 balls.
- Shahid Kapoor’s starrer ‘Jersey’ has been postponed again. The film which was set to release on April 14 will now hit theatres a week later on April 22.
- IPICOL and Bharat Petroleum Corporation Limited (BPCL) joined forces to take a vital step towards the proliferation of green energy in the state of Odisha.
- Chief Minister Naveen Patnaik on Monday dedicated Shri Jagannath Medical College at Puri. Union Health Minister, Mansukh Mandviya also participated in the inaugural session virtually from New Delhi.
- The Odisha government appointed senior Indian Police Service (IPS) officer RP Koche as Director of Intelligence.
- The Chief Justice of India NV Ramana, who will retire on August 26 after a tenure of one year and four months, said that "65 years is too early an age for someone to retire".
- The AAP on Monday dissolved its Himachal Pradesh working committee after some more of its leaders from the hill state, including its woman wing chief Mamata Thakur, joined the BJP.
|
556 |
Y |
|
2385 |
11-04-2022 |
English |
- With 1,054 fresh cases, India's COVID-19 tally has climbed to 4,30,35,271, while the death count due to the viral disease has gone up to 5,21,685 with 29 more fatalities, the Union health ministry said on Sunday.
- Police have attached a plot of land worth ₹ 3.50 crore in Ghazipur district belonging to the mother of gangster-turned-politician Mukhtar Ansari, an official statement said on Sunday.
- The Supreme Court has agreed to hear a plea related to the bifurcation of Andhra Pradesh in 2014. The plea contended that the Andhra Pradesh Reorganisation Act was passed by both houses of Parliament in a "controversial" manner.
- Senior CPI(M) leader Sitaram Yechury was re-elected as the General Secretary of the party for the third consecutive time here on Sunday.
- The ruling DMK on Sunday "warned" the Centre against imposing Hindi, saying the Tamil people still remembered the anti-Hindi agitation by late party patriarch M Karunanidhi, implying that they would not allow it to happen.
- Odisha Chief Minister Naveen Patnaik has asked all ministers in his government to submit performance reports of their departments amid speculations over a possible reshuffle.
- Jharkhand government has claimed to have utilised 86 per cent of the total revised budget allocation for fiscal 2021-22.
- Two groups of students clashed at the Jawaharlal Nehru University’s Kaveri Hostel here Sunday allegedly over serving of non-vegetarian food in the mess on Ram Navami, with police saying six students were injured in the violence.
- The Indian Coast Guard (ICG) Sunday commissioned a squadron of Advanced Light Helicopter (ALH) MK III here, which will strengthen maritime security.
- India has 103 active or defunct spacecraft and 114 objects categorised as ‘space debris’ in orbit and it has embarked on a research to reduce such fragments from outer space.
- Collector Sangram Keshari Mahapatra has ordered a probe into the alleged misappropriation of depositors’ money to the tune of Rs 1.5 crore from the Routapada branch of Khurda Central Cooperative Bank (KCCB) here.
- The National Human Rights Commission (NHRC) has recently disposed of 1,902 out of the 2,621 petitions filed by rights activist seeking redressal of grievances regarding the unavailability of social welfare schemes and basic amenities in Koraput and Keonjhar districts
- After remaining cancelled in view of the Covid-19 situation, SambalpurPuri Intercity Express train resumed its services Sunday
- A seismic survey conducted by Oil India Limited (OIL) has yielded positive results with the discovery of oil and natural gas at two places under Gop block in Puri district.
- A British-era bridge on the dry Sukthwa river in Madhya Pradesh's Narmadapuram collapsed while a trailer-truck was crossing Sunday, leading to traffic disruption on the Bhopal-Nagpur national highway, a senior police official said.
- As the Central Bureau of Investigation (CBI) team probing the Birbhum violence case made further progress Sunday by arresting another accused, the officials are trying to trace the "higher-level political and administrative links" of the accused as well as the victims
- Total electric vehicle (EV) retails reached 4,29,217 units in 2021- 22, a rise of three-fold from 1,34,821 units in the financial year 2020-21, the industry body said.
- At least 135 new CCTVs will be installed in Puri Jagannath temple premises.Puri District Collector & Asst. Chief Administrator of Sri Jagannath Temple Administration (SJTA), Samarth Verma declared it on Thursday.
- Vigilance Directorate has traced record cash of around Rs 2 crore from the house of Kartikeswar Roul, Assistant Engineer of Minor Irrigation Division in Bhanjanagar in Ganjam district.
- Nesting of Olive Ridley sea turtle has peaked all-time high on Rushikulya coast on Odisha’s Ganjam district as on Sunday.More than 5 crore eggs were laid on the 2nd biggest Olive Ridley-friendly coast of the world this year.
|
525 |
Y |
|
2386 |
11-04-2022 |
Odia |
- ବହିଷ୍କୃତ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ପୁଣି କ୍ଷମତାସୀନ କରାଯାଉ ବୋଲି ଦାବି କରି ରବିବାର ଦିନ ‘ପାକିସ୍ତାନ ତେହରୀକ୍-ଏ-ଇନ୍ସାଫ୍’ର (ପିଟିଆଇ) ସଦସ୍ୟମାନେ ପାକିସ୍ତାନର କେତେକ ସହରରେ ପ୍ରତିବାଦ ରାଲି ପ୍ରଦର୍ଶନ କରିଥିଲେ।
- ବ୍ରିଟେନ୍ର ଅର୍ଥମନ୍ତ୍ରୀ ରିଷି ସୁନକଙ୍କ ପତ୍ନୀ ତଥା ଇନ୍ଫୋସିସ୍ର ସହ ପ୍ରତିଷ୍ଠାତା ଏନ୍ ଆର ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କ ଟିକସ ତଥ୍ୟ ସମ୍ବାଦପତ୍ରରେ ଲିକ୍ ହୋଇଯାଇଛି।
- ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି ଏବଂ ରାମ ନବମୀ ଅବସରରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ଆସନ୍ତା ଡିସେମ୍ବର ୨୦୨୩ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ।
- ତିନ୍ ମୂର୍ତ୍ତି ଭବନରେ ସ୍ଥାପିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ଡକ୍ଟର୍ ଭୀମରାଓ ଆମ୍ବେଦକରଙ୍କ ଜନ୍ମବାର୍ଷିକୀ ଏପ୍ରିଲ୍ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ ବୋଲି ଏ ସଂକ୍ରାନ୍ତରେ ଅବଗତ ଥିବା ସରକାରୀ ଅଧିକାରୀମାନେ ଶନିବାର ଦିନ କହିଛନ୍ତି।
- କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ଏକ ହଜାର ତଳକୁ ଖସିଛି ।
- IPL ଇତିହାସରେ ରିଟାୟର୍ଡ ଆଉଟ ହେବାରେ ଅଶ୍ୱିନ ପ୍ରଥମ ଖେଳାଳି, ଟିମର ଭଲ ପାଇଁ ନେଲେ ନିଷ୍ପତ୍ତି ।
- କୋଲକାତାକୁ ୪୪ ରନ୍ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ, କୁଲଦୀପ ଯାଦବଙ୍କୁ ୪ ଓ୍ଵିକେଟ୍ ।
- ୨ ବର୍ଷ ହେଲା ଦିଆଯାଉନି ‘ବ୍ୟାସକବି ଫକୀର ମୋହନ ଭାଷା ସମ୍ମାନ’: ସମ୍ମାନ ପ୍ରଦାନରେ ବାରମ୍ବାର ବିଭ୍ରାଟ ।
- ୧୨୮ ଚକିଆ ଟ୍ରାଲା ଯିବା ବେଳେ ଭୁଶୁଡିଗଲା ଟ୍ରିଟିଶ କାଳର ପୋଲ, ଭୋପାଳ-ନାଗପୁର ଜାତୀୟ ରାଜପଥ ଉପରେ ଲମ୍ବା ଜାମ ।
- ଦିଲ୍ଲୀରେ ପ୍ରସବ ପରେ ପ୍ରାଣ ହରାଉଥିବା ମହିଳାଙ୍କ ସଂଖ୍ୟାକୁ ନେଇ ଆଇଟିଆଇର ସାଙ୍ଘାତିକ ତଥ୍ୟ: ପ୍ରତି ମାସରେ ହାରାହାରି ୧୬ ଜଣ ମହିଳାଙ୍କ ମୃତ୍ୟୁ ।
- ଯୋଗୀଙ୍କ ବଡ଼ ଘୋଷଣା; ସମସ୍ତ ବିଧାନସଭା କ୍ଷେତ୍ରରେ ହେବ ୧୦୦ ଶଯ୍ୟା ବିଶିଷ୍ଟ ଉନ୍ନତ ଡାକ୍ତରଖାନା ।
- ପୋଲ ଉପରେ ୧୨୮ ଚକା ବିଶିଷ୍ଟ ଟ୍ରାଲା ଯିବାରୁ ଇଂରେଜ ଅମଳରେ ନିର୍ମିତ ଏହି ପୋଲ ଟ୍ରାଲାର ଓଜନ ସହି ପାରିନଥିଲା। ପୋଲ ଭାଙ୍ଗିବା ପରେ ଜାତୀୟ ରାଜପଥ ଉପରେ ଭୀଷଣ ଜାମ ଲାଗି ରହିଛି। ଶହ ଶହ ଗାଡି ଅଟକି ରହିଛି।
- ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ରବିବାର ୨୪ କ୍ୟାବିନେଟ୍ ମନ୍ତ୍ରୀଙ୍କ ଇସ୍ତଫା ସ୍ୱୀକାର କରିଛନ୍ତି। ଏହା ପୂର୍ବରୁ ରାଜ୍ୟ ମନ୍ତ୍ରୀ ପରିଷଦର ୨୪ ଜଣ ମନ୍ତ୍ରୀ ଏପ୍ରିଲ ୭ ତାରିଖ ଦିନ ଔପଚାରିକ ଇସ୍ତଫା ଦେଇସାରିଥିଲେ। ମନ୍ତ୍ରୀମାନଙ୍କ ସାମୂହିକ ଇସ୍ତଫାର କାରଣ ମନ୍ତ୍ରୀମଣ୍ଡଳର ପୁନର୍ଗଠନ ବୋଲି ଏବେ ଜଣାପଡିଛି। ଏପ୍ରିଲ ୧୧ ତାରିଖ ଦିନ ନୂଆ ମନ୍ତ୍ରୀ ପରିଷଦର ଗଠନ ହେବ।
- ରାଜଧାନୀରେ ପିଏମଜି ଅଫିସ ସମ୍ମୁଖରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ୱାମୀ-ସ୍ତ୍ରୀ ଓ ପିଲା ଶୋଇଥିବା ବେଳେ କରାଯାଇଛି ମରଣାନ୍ତକ ଆକ୍ରମଣ । ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛି ସ୍ବାମୀଙ୍କ ମୃତଦେହ । ଆହତ ଅବସ୍ଥାରେ ସ୍ତ୍ରୀ ଓ ଛୋଟ ପିଲାକୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
- ଡିଜେଲ ଏବଂ ପେଟ୍ରୋଲ ଭଳି ପେଟ୍ରୋଲିୟମ ସାମଗ୍ରୀ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସର ବର୍ଦ୍ଧିତ ମୂଲ୍ୟ ଦେଶବାସୀଙ୍କୁ ଆକ୍ତାମାକ୍ତା କରିଛି। ଦିନକୁ ଦିନ ଏହିସବୁ ସମାଗ୍ରୀର ମୂଲ୍ୟ ବଢି ଚାଲିଛି ସିନା; କମିବାର ନାଁ ଧରୁନାହିଁ। ଏହିକ୍ରମରେ ଏବେ ଭାରତରେ ଏଲ୍ପିଜି ମୂଲ୍ୟ ସାରା ବିଶ୍ବରେ ସବୁଠୁ ମହଙ୍ଗା ରହିଛି।
- ଓଡ଼ିଶା ଏକ୍ଷେତ୍ରରେ ୨୬ପ୍ରତିଶତ ରେକର୍ଡ ଅଭିବୃଦ୍ଧି ହାସଲ କରିଥିବାର ଜଣାପଡ଼ିଛି। ଗତବର୍ଷ ମାର୍ଚ୍ଚରେ ମୋଟ୩୨୮୫.୨୯କୋଟି ଟଙ୍କା ଆଦାୟ ହୋଇଥିଲା ବେଳେ ୨୦୨୨ମାର୍ଚ୍ଚରେ କିନ୍ତୁ ଏହା ୪୧୨୪.୬୬କୋଟି ଛୁଇଁଛି।
- ୧୦ ବର୍ଷ ପୂର୍ବେ ୧୦୦ କୋଟି ଏକ ବଡ଼ ସଂଖ୍ୟା ଭାବେ ବିବେଚିତ ହେଉଥିବା ବେଳେ ବର୍ତ୍ତମାନ ସମୟରେ ଏହା ଏକ ସାଧାରଣ କଥା ପରି ମନେ ହେଉଛି। ଏସ୍ ଏସ୍ ରାଜାମୌଲୀଙ୍କ ଫିଲ୍ମ ‘ଆରଆରଆର’ କଥା ହିଁ ଦେଖନ୍ତୁ। ଏହା ମଧ୍ୟରେ ଚଳଚ୍ଚିତ୍ର ମୋଟ୍ ୧୦୦୦ କୋଟି ଟଙ୍କାର ଆୟ କରିସାରିଲାଣି।
- ଚଳିତ ଆଇପିଏଲ୍ରେ ରବିବାର ୨ୟ ମ୍ୟାଚ୍ରେ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍ସ। ଶେଷଆଡ଼କୁ ରୋମାଞ୍ଚକର ହୋଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସକୁ ମାତ୍ର ୩ ରନ୍ରେ ରାଜସ୍ଥାନ ପରାସ୍ତ କରିଛି।
- ଦୁଇ ଓପ୍ନରଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ସଫଳତା ବଳରେ ଚଳିତ ଆଇପିଏଲ୍ରେ ୨ୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ରବିବାର ପ୍ରଥମ ମ୍ୟାଚ୍ରେ ପୂର୍ବ ଚମ୍ପିଆନ୍ କଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୪୪ ରନ୍ରେ ଦିଲ୍ଲୀ ପରାସ୍ତ କରିଛି।
- ଚଳିତବର୍ଷ ଭକ୍ତଙ୍କ ମେଳରେ ରଥଯାତ୍ରା କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଦୁଇବର୍ଷ ପରେ ତିନିରଥ ଟାଣିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିପାରିବେ। ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା ଏବଂ ସ୍ନାନଯାତ୍ରା ଦେଖିବାକୁ ଏବର୍ଷ ଭକ୍ତଙ୍କୁ ଅନୁମତି ଦିଆଯିବ।
|
511 |
Y |
|
2387 |
10-04-2022 |
Odia |
- ପାକିସ୍ତାନରେ ଇମ୍ରାନ୍ ସରକାରର ପତନ ଘଟିଛି। ଅନାସ୍ଥା ଭୋଟ୍ରେ ଇମ୍ରାନ୍ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି। ଅନାସ୍ଥା ଭୋଟ୍ରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ।
- ମାର୍ଚ୍ଚ ୧୧ରେ ସିନେମାଘରେ ରିଲିଜ୍ ହୋଇଥିବା ସିନେମା ‘ଦ କଶ୍ମୀର ଫାଇଲ୍ସ’ ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ଜୀବନୀ ଉପରେ ଆଧାରିତ ।
- ଓମିକ୍ରନର ସବ୍ ଭାରିଆଣ୍ଟ XEର ଦ୍ୱିତୀୟ ମାମଲା ମୁମ୍ବାଇରେ ଚିହ୍ନଟ ହୋଇଛି । ବିଏମସି ଏନେଇ ସୂଚନା ଦେଇଛି । ମୁମ୍ବାଇର ଶାନ୍ତାକ୍ରୁଜରେ ୬୭ ବର୍ଷୀୟ ବ୍ୟକ୍ତି XE ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । କୁହାଯାଉଛି ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୧୧ରେ କାମ ପାଇଁ ବଡ଼ଦୋରା ଯାଇଥିଲେ ।
- ଭାରତୀୟ ନିର୍ମିତ ଶେରମ ଇନ୍ଷ୍ଟିଚ୍ୟୁଟ୍ର କୋଭାଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍ ବର୍ତ୍ତମାନ କମ୍ ମୂଲ୍ୟରେ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେବ। ଏହି ୨ଟି ଟୀକାର ମୂଲ୍ୟ ଅଧାରୁ ଅଧିକ ହ୍ରାସ କରାଯାଇଛି। ଉଭୟ ଟିକାର ଦର ଡୋଜ୍ ପ୍ରତି ୨୨୫ ଟଙ୍କା ଧାର୍ଯ୍ୟ କରାଯାଇଛି।
- ଦେଶ ବାହାରେ ଗ୍ୟାସ୍ ସିଲିଣ୍ଡର ପିଛା ୭ରୁ ୮ ଟଙ୍କା ଟିକସ ନିଆଯାଉଛି । ଅଥଚ ଭାରତରେ ଉତ୍ପାଦ ଶୁଳ୍କ ଓ ସେସ୍ ବାବଦରେ ସିଲିଣ୍ଡର ପିଛା ଆଦାୟ ହେଉଛି ୨୫୦ରୁ ୩୦୦ ଟଙ୍କା । ଏମିତି ଟ୍ୟାକ୍ସ ଲଦି ୭ ବର୍ଷ ଭିତରେ ପେଟ୍ରୋଲ୍, ଡିଜେଲ୍ ଓ ଗ୍ୟାସ୍ ଉପରୁ କେନ୍ଦ୍ର ସରକାର ଆଦାୟ କଲେଣି ୨୬ ଲକ୍ଷ କୋଟି ଟଙ୍କା । ତୈଳ ଓ ଗ୍ୟାସ ଦର ନିୟନ୍ତ୍ରଣ ନ କରି ବିପଣନକାରୀ କମ୍ପାନୀଙ୍କୁ ଖୁଲମଖୋଲା ଛାଡ଼ି ଦେଇଛନ୍ତି କେନ୍ଦ୍ର ସରକାର ।
- ଜାମ୍ମୁ ଓ କାଶ୍ମୀର ଅନ୍ତର୍ଗତ ଅନନ୍ତନାଗରେ ଭାରତୀୟ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା । ଏନକାଉଣ୍ଟରରେ ପ୍ରାଣ ହରାଇଛି ଲସକର-ଏ-ତଏବାର ଜଣେ କମାଣ୍ଡର।
- ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । କୁସୁମ ଗଛରେ ଝୁଲୁଛି ୩ ଯୁବତୀଙ୍କ ମୃତଦେହ । ତୋହରା ପଞ୍ଚାୟତ ଡଙ୍ଗରିଭଟାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗଛ ଡାଳରେ ୩ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଛି । ତିନି ଯୁବତୀ ତିନି ସାଙ୍ଗ ବୋଲି ସୂଚନା ମିଳିଛି ।
- ଜାତୀୟ ସଙ୍ଗୀତ ନାଟକ ଅକାଦେମି ଫେଲୋସିପ୍ ଓ ପୁରସ୍କାର ଏବଂ ୨୦୨୧ର ଲଳିତ କଳା ଅକାଦେମି ଫେଲୋସିପ୍ ଓ ପୁରସ୍କାର ଆଜି ପ୍ରଦାନ କରାଯାଇଛି।ସଙ୍ଗୀତ, ନୃତ୍ୟ, ମଞ୍ଚ ନାଟକ, ପାରମ୍ପରିକ ଲୋକ ସଂଗୀତ, ଆଦିବାସୀ ନୃତ୍ୟ ଆଦି କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ୪୪ କଳାକାରଙ୍କୁ ସଙ୍ଗୀତ ନାଟକ ଅକାଦେମି ପୁରସ୍କାରରେ ସମ୍ମାନିତ କରାଯାଇଛି।
- ଛଉ ନୃତ୍ୟ ପାଇଁ ତପନ କୁମାର ପଟ୍ଟନାୟକ ଓ ଓଡ଼ିଶୀ ନୃତ୍ୟ ପାଇଁ ସୁରୂପା ସେନଙ୍କୁ ୨୦୧୮ର ସଙ୍ଗୀତ ନାଟକ ଅକାଦେମି ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ଓ ଦିଗବିଜୟୀ ଖଟୁଆଙ୍କ ସମେତ ୨୦ ଜଣ ଶିଳ୍ପୀଙ୍କୁ ୨୦୨୧ର ଲଳିତ କଳା ଅକାଦେମି ପୁରସ୍କାର ଉପରାଷ୍ଟ୍ରପତି ପ୍ରଦାନ କରିଥିଲେ।
- ଛଅ ସପ୍ତାହରୁ ଊର୍ଦ୍ଧ୍ବ କାଳଧରି ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ବେଳେ ଶୁକ୍ରବାର ଏକ ଟ୍ରେନ୍ ଷ୍ଟେସନରେ ପିଲାଙ୍କ ସମେତ ୫୦ରୁ ଊର୍ଧ୍ବ ଲୋକଙ୍କୁ ରୁଷ୍ ସୈନିକମାନେ ରକେଟ୍ ମାଡ଼ କରି ହତ୍ୟା କରିବା ପରେ ୟୁକ୍ରେନ୍ର ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବା ରୁଷିଆ ବିରୋଧରେ ୫,୧୪୯ଟି ଯୁଦ୍ଧ ଅପରାଧ ଅଭିଯୋଗ ଆଣିଛନ୍ତି।
- ‘ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ଉତ୍ତରପ୍ରଦେଶର ଜଣେ ବିବାଦୀୟ ଧର୍ମଗୁରୁଙ୍କ ବିରୋଧରେ ଶନିବାର ଏକ ମାମଲା ରୁଜୁ କରିଛି। ସଂପୃକ୍ତ ବିବାଦୀୟ ଧର୍ମଗୁରୁ ମହନ୍ତ ବଜରଙ୍ଗ ମୁନି ଦାସ ଏକ ସମ୍ପ୍ରଦାୟ ବିରୋଧରେ ଘୃଣା ଭାଷଣ ଦେଇ ‘ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ଅଭିଯୋଗ ହୋଇଥିଲା।
- କାନାଡାର ଟରଣ୍ଟୋ ନଗରୀସ୍ଥିତ ଏକ ଭୂତଳ ରେଳ ଷ୍ଟେସନ୍ ପ୍ରବଶେପଥ ନିକଟରେ ଘଟିଥିବା ଗୁଳିକାଣ୍ଡରେ ଏକାଧିକ ଗୁଳିଚୋଟ ଖାଇ ଜଣେ ୨୧ ବର୍ଷିୟ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି।
- ପାଣିପାଗ ବିଭାଗ ଅନୁଯାୟୀ, ଝାରସୁଗୁଡାରେ ୪୧.୪ ଡିଗ୍ରୀ, ଟିଟିଲାଗଡ ଏବଂ ବାରିପଦାରେ ତାପମାତ୍ରାରେ ୪୧ ଡିଗ୍ରୀ, ସୋନପୁରରେ ୪୦.୮ ଡିଗ୍ରୀ, ଅନୁଗୁଳରେ ୪୦.୭ ଡିଗ୍ରୀ, ତାଳଚେରରେ ୪୦.୪ ଡିଗ୍ରୀ, ସମ୍ବଲପୁରରେ ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ୩୬.୮ ଡିଗ୍ରୀ ଏବଂ କଟକରେ ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି।
- ବହୁ ପ୍ରତିକ୍ଷିତ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆସନ୍ତା ୧୧ ତାରିଖ ଦିନ ଉଦଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବେ ।
- ହ୍ୟାକ ହେଲା ଭାରତୀୟ ପାଣିପାଗ ବିଭାଗର ଟ୍ୱିଟର ଆକାଉଣ୍ଟ ।
- ଜମ୍ମୁ- କଶ୍ମୀର ମସଜିଦ ଭିତରେ ‘ଦେଶ ବିରୋଧୀ ସ୍ଲୋଗାନ’ ଦେଇ ଦେଶଦ୍ରୋହ ଅଭିଯୋଗରେ ୧୩ ଗିରଫ ।
- ଭାରତୀୟ ରେଳବାଇ ଏବଂ ଡାକ ବିଭାଗ ମିଶି ଡୋର-ଟୁ-ଡୋର କରିବେ ଡେଲିଭରି, ଘରେ ବସି ପଠାଇ ପାରିବେ ପାର୍ସଲ ।
- ରାଜ୍ୟର ପ୍ରାୟ ୧୨୨୩ ମହାବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ ଅଧ୍ୟକ୍ଷ। ଭାରପ୍ରାପ୍ତ ଅଧ୍ୟକ୍ଷ କାମ ଚଳାଉଛନ୍ତି। ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।
- ବିଜେଡିର ମଞ୍ଜୁଲତା କହଁର ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ମଞ୍ଜୁଲତା ଡେପୁଟି ମେୟର ହେବା ଥୟ ହୋଇଥିଲା ।
- ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ଡିଜିଟାଲ୍ ବ୍ୟାଙ୍କିଂକୁ ନେଇ ନୂଆ ନିୟମ ଜାରି କରିଛି । ଦେଶର ବ୍ୟାଙ୍କ ଗୁଡ଼ିକ କ୍ରମାଗତ ଭାବରେ ଡିଜିଟାଲ୍ ବ୍ୟାଙ୍କିଂ ୟୁନିଟ୍ ଖୋଲିପାରିବେ । ଏହି ୟୁନିଟ୍ ୨ ପ୍ରକାରର ହେବ । ଯେଉଁଥିରେ ପ୍ରଥମେ ଗ୍ରାହକ ସମସ୍ତ ସେବାର ଲାଭ ଉଠାଇ ପାରିବେ । ଅନ୍ୟପଟେ ଦ୍ୱିତୀୟରେ ସେମାନଙ୍କୁ ଏଥିପାଇଁ ସହାୟତା ଦିଆଯାଇ ପାରିବ ।
|
578 |
Y |
|
2388 |
09-04-2022 |
Odia |
- ଇମ୍ରାନ୍ ଖାନ୍ କହିଥିଲେ କି, ମୁଁ ଆଦୈ ଭାରତ ବିରୋଧି ନୁହେଁ । ଅନେକ ସମ୍ମାନ ଓ ଶିକ୍ଷା ଭାରତ ଦେଇଛି । କ୍ରିକେଟ ଖେଳିବା ଦିନଠାରୁ ସମ୍ପର୍କ ରହିଆସିଛି । ଭାରତ ଓ ପାକିସ୍ତାନ ଏକାସାଙ୍ଗରେ ସ୍ୱାଧିନ ଲାଭ କରିଥିଲେ । ଭାରତୀୟ ମାନେ ସ୍ୱାଭିମାନୀ ।
- ଜମାତ ଉଦ୍ ଦାୱା ଆତଙ୍କବାଦୀ ସଂଗଠନର ମୁଖ୍ୟ ହାଫିଜ୍ ସଇଦକୁ ଜେଲ୍ । ଆଉ ୨ଟି ମାମଲାରେ ହାଫିଜକୁ ୩୧ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଏନେଇ ପାକିସ୍ତାନ ମିଡିଆ ଦାବି କରିଛି ।
- ୟୁକ୍ରେନରେ ଥିବା ରେଳ ଷ୍ଟେସନରେ ୨ଟି ରକେଟ ମାଡ଼ କରିଛି ରୁଷ। ଏହି ରକେଟ ମାଡ଼ରେ ୩୦ଜଣ ମୃତ୍ୟୁ ହୋଇଥିବା ବେଳେ ୧୦୦ଜଣ ଆହତ ହୋଇଛନ୍ତି।
- ଆମେରିକାରେ ଥିବା କୋଷ୍ଟରିକା ଠାରେ ଗୁରୁବାର ଦିନ ଏକ ଭୟଙ୍କର ପ୍ଲେନ କ୍ରାସ ହୋଇଛି । ଏଥିରେ ଜରୁରୀକାଳୀନ ଅବତରଣ କରିବା ବେଳେ ପଣ୍ୟବାହୀ ବିମାନ ଦୁଇଖଣ୍ଡ ହୋଇଯାଇଛି ।
- ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ସଲିଡ଼ ଫୁଏଲ ଡକଟେଡ ରାମଜେଟ୍ (SFDR) ବୋଷ୍ଟର ମିସାଇଲର ସଫଳ ପରୀକ୍ଷଣ ।
- ନୂତନ ଆର୍ଥିକ ବର୍ଷ ୨୦୨୨-୨୩ ର ପ୍ରଥମ ବୈଠକରେ ମନିଟାରି ପଲିସି ଫଳାଫଳକୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଘୋଷଣା କରିଛନ୍ତି। ରେପୋରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖାଯିବା ସହ ରିଭର୍ସ ରେପୋରେଟ୍ ମଧ୍ୟ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି।
- ଉତ୍ତର ପ୍ରଦେଶର ସୀତାପୁରରେ ହିନ୍ଦୁ ମହନ୍ତଙ୍କ ବିବାଦୀୟ ବୟାନ - ମହନ୍ତ ଜଣଙ୍କ ସର୍ବସମ୍ମୁଖରେ ମୁସଲମାନ ମହିଳାମାନଙ୍କୁ ଉଠାଇ ଦୁଷ୍କର୍ମ କରିବେ ବୋଲି ଧମକ ଦେଇଛନ୍ତି । ଆଉ ଏହି ସମୟରେ ତାଙ୍କ ସମର୍ଥକମାନେ ଜୟ ଶ୍ରୀରାମ ନାରା ଦେଇ ମହନ୍ତଙ୍କୁ ଉତ୍ସାହିତ କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।
- ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି । କେନ୍ଦ୍ର ସରକାର ପିଏମ ଆବାସ ଯୋଜନା ମାଧ୍ୟମରେ ୩ କୋଟିରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି । ଯାହାର ସୂଚନା ନିଜେ ପ୍ରଧାନମନ୍ତ୍ରୀ ମୋଦି ଦେଇଛନ୍ତି ।
- ମାର୍ଚ୍ଚ ୩୧ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷର ଖରିଫ ଧାନ କିଣା ପ୍ରକ୍ରିୟା ଶେଷ ହୋଇଛି । ମୋଟ ୫୭ଲକ୍ଷ ୨୨ହଜାର ୩୦୪ମେଟ୍ରିକ ଟନ ଧାନ କିଣିଛି ଯୋଗାଣ ବିଭାଗ । ୩୦ ଜିଲ୍ଲାର ମୋଟ ୧୨ଲକ୍ଷ ୯୨ହଜାର ୭୩୨ଜଣ ଚାଷୀ ଧାନ ବିକ୍ରି କରିଛନ୍ତି ।ଏଥିରେ ରହିଛନ୍ତି ୧୦ଲକ୍ଷ ୯୨ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଯାହାକି ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ୯୫ ପ୍ରତିଶତ ଅଧିକ
- ରାଜ୍ୟରେ ପ୍ରକାଶ ପାଇଲା OSSTET-୨ର ପରୀକ୍ଷା ଫଳ । ଚଳିତବର୍ଷ ହୋଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ୩୮ହଜାର ୪୧୧ଜଣ ପରୀକ୍ଷାର୍ଥୀ । OSSTET ସଫଳତା ହାର ୫୮ଦଶମିକ ୯୯ପ୍ରତିଶତ ରହିଛି । ପେପର- ଓ୍ୱାନ ଓ ପେପର-୨ରେ ମୋଟ୍ ୬୫ହଜାର ୧୦୬ଜଣ ପରୀକ୍ଷା ଦେଇଥିଲେ ।
- ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ପାଇଁ ଆସନ୍ତା ୧୦ ତାରିଖରୁ କୋଭିଡ୍ ପ୍ରିକସନ୍ (ବୁଷ୍ଟର) ଡୋଜ୍ ଉପଲବ୍ଧ ହେବ। ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ଯେଉଁମାନେ କି ଦ୍ବିତୀୟ ଡୋଜ୍ ନେବାର ୯ ମାସ ହୋଇସାରିଛି ସେମାନେ ପ୍ରିକସନ୍ ଡୋଜ୍ ତଥା ବୁଷ୍ଟର୍ ଡୋଜ୍ ନେଇପାରିବେ।
- କ୍ରେମଲିନ୍ ପ୍ରବକ୍ତା ଡିମିତ୍ରି ପେସ୍କୋଭ ରୁଷର ସୈନିକମାନେ ବହୁସଂଖ୍ୟାରେ ନିହତ ହୋଇଥିବା ବିଷୟ ଏକ ଟିଭି ସାକ୍ଷାତକାରରେ କହିଛନ୍ତି। ଯଦିଓ ନିର୍ଦ୍ଦିଷ୍ଟ ସଂଖ୍ୟା ନେଇ କିଛି କୁହାଯାଇ ନାହିଁ ତଥାପି ସୈନିକମାନଙ୍କ ବୃଦ୍ଧି ପାଉଥିବା ମୃତ୍ୟୁସଂଖ୍ୟା ଦେଶ ପାଇଁ ଏକ ବଡ଼ ବିପର୍ଯ୍ୟୟ ବୋଲି ସେ କହିଛନ୍ତି।
- ଦିଲ୍ଲୀରେ ସଂସଦୀୟ ସରକାରୀ ଭାଷା କମିଟିର ୩୭ତମ ବୈଠକରେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶରେ ଇଂରାଜୀର ବିକଳ୍ପ ଭାବେ ହିନ୍ଦୀ ଭାଷାକୁ ଗ୍ରହଣ କରାଯିବା ଆବଶ୍ୟକ ଏହା କହିଛନ୍ତି।
- ଦେଶରେ ସରକାର ବିଚାରପତିମାନଙ୍କୁ ବଦନାମ କରିବାର ଏକ ନୂଆ ଧାରା ଆରମ୍ଭ ହୋଇଛି। ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍ଭି ରମଣା ଆଜି କ୍ଷୋଭର ସହ କହିଛନ୍ତି।
- ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ସମୁଦାୟ ୯.୭୪ ଲକ୍ଷ ଟାବଲେଟ୍ ଏବଂ ସ୍ମାର୍ଟଫୋନ୍ ବଣ୍ଟନ କରିବାକୁ ଘୋଷଣା କରିଛନ୍ତି। ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗକୁ ୧୦୦ ଦିନିଆ କାର୍ଯ୍ୟ ଯୋଜନାରେ ଏହାକୁ ଅନ୍ତର୍ଭୁକ୍ତ କରିବାକୁ କୁହାଯାଇଥିବା ଜଣାପଡ଼ିଛି।
- କୋଭିଡ୍-୧୯ରେ ମୃତକଙ୍କ ନିମନ୍ତେ ୫୦ ହଜାର ଟଙ୍କାର ସହାୟତା ରାଶି, ମେ ୨୮ ଆବେଦନର ଶେଷ ତାରିଖ।
- ଅପହଞ୍ଚ ଅଞ୍ଚଳବାସୀଙ୍କୁ ସୁବିଧାରେ ମିଳିବ ସ୍ୱାସ୍ଥ୍ୟସେବା, ନୂଆପଡା ଜିଲ୍ଲାରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଜନା।
- କଳିଙ୍ଗ ଷ୍ଟାଡ଼ିୟମରେ ଶୁକ୍ରବାର ଖେଳାଯାଇଥିବା ଏଫ୍ଆଇଏଚ୍ ମହିଳା ପ୍ରୋ ଲିଗ୍ ହକି ୨୦୨୧-୨୨ର ମ୍ୟାଚରେ ଭାରତ ୨-୧ ଗୋଲରେ ନେଦରଲାଣ୍ଡ୍ସକୁ ପରାସ୍ତ କରିଛି।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅଟଳ ଇନୋଭେସନ ମିଶନକୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଆଇଏମ ଦେଶରେ ଏକ ନବସୃଜନ ସଂସ୍କୃତି ଏବଂ ଉଦ୍ୟମଶୀଳତା ସହ ଜଡ଼ିତ ଇକୋସିଷ୍ଟମ ବିକଶିତ କରିବା ଦିଗରେ ନିଜର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ପାଇଁ କାମ କରିବ।
- କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ବିଷୟ ଘୋଷଣା କରି କହିଛନ୍ତି, ୨୦୨୪ ଜୁନ ପର୍ଯ୍ୟନ୍ତ ଏଥିପାଇଁ ଖାଦ୍ୟ ସବସିଡିର ଅଂଶ ଭାବରେ ବାର୍ଷିକ ପ୍ରାୟ ୨୭୦୦ କୋଟି ଟଙ୍କା କେନ୍ଦ୍ର ସରକାର ବହନ କରିବେ।
|
549 |
Y |
|
2389 |
09-04-2022 |
English |
- Pakistan Prime Minister Imran Khan faces the most crucial challenge of his political career as he faces no-confidence motion in the national assembly today. With this, Imran Khan might become the first PM to be removed through a no-trust vote.
- Ukraine called for more weapons and harsher sanctions after it blamed Russia for a missile attack that killed at least 52 people at a train station packed with women, children and the elderly fleeing the threat of a Russian offensive in the east.
- At least five of the 30 districts of Odisha have turned Covid-free with no active cases, a health department official said. There are no active cases or fresh infections in Puri, Nayagarh, Keonjhar, Kalahandi and Koraput districts, he said.
- More than 30 per cent of Indian districts are vulnerable to extreme forest fires, said a study released Thursday, warning such wildfires have risen by over 10 times in the last two decades
- The Higher Education (HE) Department Friday directed the Odisha Computer Application Centre (OCAC) to cancel the admission of eight students of BJB Autonomous College, who have submitted fake disability certificates
- In a bid to diffuse the situation arising out of shackling of journalist Loknath Dalei at the Balasore DHH, authorities Friday transferred the inspector-in-charge (IIC) of Nilagiri police station, Draupadi Das and investigation officer (IO) of the case Subarna Behera, to the Balasore district police headquarters
- Union Cabinet has approved continuation of Atal Innovation Mission (AIM) till March 2023. The AIM will work on its intended target of creating an innovation culture and entrepreneurial ecosystem in the country.
- Bihar legislative council elections.BJP bags 8 seats, JDU 5, RJD 5, Congress 1, RLJP 1 and Independent 4.
- Calcutta High Court handed over the probe into the murder of the deputy gram pradhan Bhadu Sheikh, which allegedly sparked violence in West Bengal’s Birbhum district, to the Central Bureau of Investigation (CBI).
- Germany, leaders have agreed on a package to support and integrate refugees fleeing the war in Ukraine. This includes access to job centers and language courses.
- At least 39 people have died and dozens wounded after rockets hit a railway station in the city of Kramatorsk in eastern Ukraine on 08 Apr (Friday).
- UN General Assembly votes to suspend Russia from its Human Rights Council.
- China is moving to enter Bangladeshi infrastructure development through its Belt and Road Initiative (BRI).
- Nine students from AIIMS-Bhubaneswar have been awarded with the prestigious ICMR Postgraduate Thesis Grant for January 2022 session.
- The Supreme Court Friday termed as “unfortunate” and rued the “new trend” of maligning judges by governments if judicial pronouncements are not as per their liking .
- With new coronavirus variants emerging every four months on average, UN Secretary-General Antonio Guterres has cautioned that the COVID-19 pandemic is far from over as large outbreaks are spreading in Asia.
- India today reported 1,150 new COVID-19 cases, taking the total number of coronavirus infections to 4,30,34,217. According to the Union Health Ministry data, the active cases dipped to 11,492.
- In a boost to the Aam Aadmi Party's plan to strengthen its base in Jammu and Kashmir, a former state minister, an ex-MLA and a former Congress leader joined the party in New Delhi on Friday.
- Total 45,000 tonnes of illegally mined coal was seized in Meghalaya's East Jaintia Hills district after the high court pulled up the state government for its failure to check illegal mining, officials said on Friday.
- The European Union will resume its diplomatic presence in Ukrainian capital Kyiv, after temporarily moving it to Poland after Russia's invasion of Ukraine, the bloc said on Friday.
|
571 |
Y |
|
2390 |
08-04-2022 |
Odia |
- ପାକିସ୍ତାନ ନ୍ୟାସନାଲ ଆସେମ୍ବଲିର ଉପାଧ୍ୟକ୍ଷ ଏପ୍ରିଲ୍ ୩ରେ ଦେଇଥିବା ନିଷ୍ପତ୍ତି ବେଆଇନ୍ । ଆସନ୍ତା ୯ ତାରିଖ ସକାଳ ୧୦ଟାରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରିବାକୁ ସଂସଦ ଅଧ୍ୟକ୍ଷ ଅସଦ କ୍ୱାସିରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୯ ତାରିଖ ରାତି ସୁଦ୍ଧା ଭୋଟିଂ ସାରିବାକୁ କୁହାଯାଉଛି ।
- ଦୋଷୀ ଓ ଅଭିଯୁକ୍ତ ଚିହ୍ନଟ ସହ ଜଡ଼ିତ କ୍ରିମିନାଲ୍ ପ୍ରୋସିଜର ଆଇଡେଣ୍ଟିଫିକେସନ୍ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇଛି । ଯଦିଓ ବିରୋଧୀ ବିଲକୁ ବିରୋଧ କରିଛନ୍ତି । ତଥାପି ଧ୍ୱନିମତରେ ଏହାକୁ ପାସ୍ କରାଯାଇଛି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହେବ ।
- ଅନ୍ତଃରାଷ୍ଟ୍ରୀୟ ମୂଦ୍ରାକୋଷ ବା IMFର ଏକ ଓ୍ୱର୍କିଂ ପେପର ଅନୁସାରେ ଭାରତ ୨୦୧୯ରେ ସର୍ବାଧିକ ଗରୀବୀକୁ ୦.୮ ପ୍ରତିଶତ ରଖିବାରେ ସଫଳ ରହିଥିଲା ।
- ଭାରତ କ୍ରେଡିଟ୍ ଲାଇନ୍ ଦ୍ୱାରା ଦ୍ୱିତୀୟ ଥର ଇନ୍ଧନ ସଙ୍କଟରୁ ବାହାର କରିବା ପାଇଁ ଶ୍ରୀଲଙ୍କାକୁ ଡିଜେଲ ଏବଂ ପେଟ୍ରୋଲ ପଠାଇଛି । ମଙ୍ଗଳବାର ଓ ବୁଧବାର ଭାରତରୁ ୩୬ ହଜାର ମେଟ୍ରିକ୍ ଟନ୍ ପେଟ୍ରୋଲ ଏବଂ ୪୦ ହଜାର ମେଟ୍ରିକ୍ ଟନ୍ ଡିଜେଲ ଶ୍ରୀଲଙ୍କାରେ ପହଞ୍ଚିଛି । ଭାରତ ,ପର୍ଯ୍ୟନ୍ତ ୨.୭୦ ଲକ୍ଷ ମେଟ୍ରିକ୍ ଟନରୁ ଅଧିକ ଇନ୍ଧନ ଶ୍ରୀଲଙ୍କାକୁ ପଠାଇ ସାରିଲାଣି ।
- ବିଏସଏନ୍ଏଲ୍ ମାତ୍ର ୧୬ ଟଙ୍କାରେ ସବୁଠୁ ଶସ୍ତା ୩୦ ଦିନ ବୈଧତା ବିଶିଷ୍ଟ ପ୍ଲାନ୍ ଦେଉଛି । ତେବେ ଏହି ପ୍ୟାକରେ ଡାଟା ଓ ମେସେଜ୍ ଉପଲବ୍ଧ ନାହିଁ । ତେବେ ଏହି ପ୍ୟାକର ବୈଧତା ଏକ ମାସ । ବିଏସଏନଏଲ୍ ମୁତାବକ ଆପଣ ୧୬ ଟଙ୍କା ରିଚାର୍ଜ କଲେ ଆପଣ ମିନିଟ୍ ପିଛା ୨୦ ପଇସା ଦେଇ କଲ୍ କରିପାରିବେ ।
- ସଂସଦର ବଜେଟ୍ ଅଧିବେଶନ ୨୦୨୨ ଶେଷ ହୋଇଛି । ଅର୍ଥାତ୍ ଗୁରୁବାର, ଏପ୍ରିଲ ୭ ତାରିଖ ଠାରୁ ସଂସଦର ଦୁଇଟି ସଦନ ରାଜ୍ୟସଭା ଏବଂ ଲୋକସଭାକୁ ଅନିଶ୍ଚିତ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି ।
- ତାତି ବଢିବା ସାଙ୍ଗକୁ ପନିପରିବା ଦର ମଧ୍ୟ ଆକାଶଛୁଆଁ ହୋଇଛି। ବିଶେଷକରି ଲେମ୍ବୁ, ଭେଣ୍ଡି, କାକୁଡି, ଜହ୍ନି ମୂଲ୍ୟ ସାଧାରଣ ଲୋକଙ୍କ ପକେଟ ପାଇଁ ବୋଝ ସଦୃଶ ହୋଇଛି |
- ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଜଗନ୍ ମୋହନ ରେଡ୍ଡୀ ରାଜ୍ୟ କ୍ୟାବିନେଟରେ ଏକ ବଡ ପରିବର୍ତ୍ତନ କରିବେ | ଆଉ କୁହାଯାଉଛି ଯେ ନୂତନ କ୍ୟାବିନେଟରେ ଅନେକ ପୁରୁଣାଙ୍କୁ ବାଦ ଦେଇ ନୂଆ ମୁହଁଙ୍କୁ ସାମିଲ କରାଯିବ |
- ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ ୨୦୨୧-୨୨ ଆର୍ଥିକ ବର୍ଷରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଅତିରିକ୍ତ ୨୮ ହଜାର ୨୦୪ କୋଟି ଟଙ୍କାର ଋଣ ଉଠାଣ ପାଇଁ ଅନୁମତି ମିଳିଛି ।
- ଓଡ଼ିଶା ଭିଜିଲାନ୍ସ ବିଭାଗକୁ ଆଉ ଏକ ବଡ଼ ସଫଳତା ମିଳିଛି। କୋଟିପତି ଇଞ୍ଜିନିୟରଙ୍କ ଘରେ ଚଢ଼ଉ ସମୟରେ ନଗଦ ୨ କୋଟି ଟଙ୍କା ମିଳିଛି। ଭିଜିଲାନ୍ସ ବିଭାଗ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଇଂ.କାର୍ତ୍ତିକେଶ୍ୱର ରାଉଳ ଓ ତାଙ୍କ ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଟାଟା ଆରିୟାନା ୦୫୦୫ରୁ ଚଢ଼ଉ ସମୟରେ ଏହି ଟଙ୍କା ଜବତ କରିଛି।
- ଆଦର୍ଶ ଷ୍ଟେସନ ଯୋଜନା ଅଧୀନରେ ଭାରତୀୟ ରେଳପଥର ୧୨୫୩ଟି ଷ୍ଟେସନର ଉନ୍ନତୀକରଣ ପାଇଁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୧୨୧୩ଟି ରେଳ ଷ୍ଟେସନର ବିକାଶ କାର୍ଯ୍ୟ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ବାକି ୪୦ଟି ଷ୍ଟେସନର ଉନ୍ନତୀକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
- ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗତ ୫ ତାରିଖ ଦିନ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଧାରା ୧୭୫ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ଓଜନଦାର ଦ୍ରବ୍ୟ ପରିବହନକାରୀ ଏବଂ ଯାତ୍ରୀ ପରିବହନକାରୀ ଯାନଗୁଡିକର ଫିଟନେସ ପ୍ରମାଣ ପତ୍ର ସ୍ୱୟଂକ୍ରିୟ ବ୍ୟବସ୍ଥାରେ ୨୦୨୩ ଏପ୍ରିଲ ପହିଲାରୁ କରାଇବା ବାଧ୍ୟତାମୂଳକ ହେବ ।
- ଦେଶର ୮୫ ପ୍ରତିଶତରୁ ଅଧିକ ଯୋଗ୍ୟ ନାଗରିକ ଦୁଇଟି ଯାକ ପାନ ଟିକା ନେଇସାରିଲେଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି ।
- ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ ୨୦୨୧-୨୨ ଆର୍ଥିକ ବର୍ଷରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଅତିରିକ୍ତ ୨୮ ହଜାର ୨୦୪ କୋଟି ଟଙ୍କାର ଋଣ ଉଠାଣ ପାଇଁ ଅନୁମତି ମିଳିଛି । ଓଡ଼ିଶାକୁ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ନିମନ୍ତେ ମଞ୍ଜୁରି ମିଳିଛି ।
- ବୁସା ନରସଂହାରକୁ ନେଇ ରୁଷିଆକୁ ଯୁଦ୍ଧ ଅପରାଧୀ ଭାବେ ଚିତ୍ରଣ କରି ଆମେରିକା ବୁଧବାର କେତେକ ନୂତନ ଆର୍ଥିକ କଟକଣା ଲାଗୁ କରିଛି।
- ତାମିଲନାଡ଼ୁ ମେଡିକାଲ କଲେଜଗୁଡ଼ିକରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ୭.୫ ପ୍ରତିଶତ କୋଟା ବ୍ୟବସ୍ଥାକୁ ମାଡ୍ରାସ ହାଇକୋର୍ଟ ସମର୍ଥନ କରିଛନ୍ତି।
- ୟୁକ୍ରେନ୍ରେ ‘ଯୁଦ୍ଧ ଅପରାଧ’ ପାଇଁ ଜାତିସଂଘ ମାନବାଧିକାର କମିସନ୍ରୁ ଆଜି ରୁଷ୍ ନିଲମ୍ବିତ ହୋଇଛି। ରୁଷ୍କୁ ନିଲମ୍ବନ ପାଇଁ ଆଜି ଜାତିସଂଘ ସାଧାରଣ ପରିଷଦରେ ଗୁରୁତ୍ବପୂର୍ଣ୍ଣ ଭୋଟ୍ ଗ୍ରହଣ ହୋଇଥିଲା।
- ର୍ବୋଚ୍ଚ ନ୍ୟାୟାଳୟ ଯଦି ସବୁ ପ୍ରସଙ୍ଗ ଉପରେ ଶୁଣିବେ; ତେବେ ଲୋକସଭା ଓ ରାଜ୍ୟସଭା କାହିଁକି ରହିଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ଏନ୍.ଭି ରମଣା। ବିଭିନ୍ନ ରାଜନୈତିକ ସମ୍ବେଦନଶୀଳ ପ୍ରସଙ୍ଗରେ ନ୍ୟାୟାଳୟକୁ ଭାରାକ୍ରାନ୍ତ କରାଯିବା ନେଇ ପ୍ରଧାନ ବିଚାରପତି ବିରକ୍ତି ପ୍ରକାଶ କରିବା ସହ ନିର୍ବାଚିତ ସରକାର କାହିଁକି ରହିଛି ବୋଲି ପଚାରିଛନ୍ତି।
- ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ମହାନଦୀର ବନ୍ୟାଦାଉରୁ ସୁରକ୍ଷା ପାଇଁ ସୁଦୃଢ ପଥର ପ୍ୟାକିଂ ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାୟ ୪୦ କୋଟି ଟଙ୍କା ବ୍ୟୟ ହେବ ।
- ଏନ୍ଜିଓ ଆମ୍ନେଷ୍ଟି ଇଣ୍ଟରନ୍ୟାସ୍ନାଲ ଇଣ୍ଡିଆ ବୋର୍ଡର ଚେୟାରମ୍ୟାନ୍ ଆକାର ପଟେଲ୍ଙ୍କୁ ଲୁକ୍ଆଉଟ୍ ନୋଟିସ୍ ଜାରି କରିବା ସିବିଆଇକୁ ମହଙ୍ଗା ପଡ଼ିଛି। ଲୁକ୍ଆଉଟ୍ ନୋଟିସ ଉଠାଇ ନେବା ସହିତ ସିବିଆଇ ମୁଖ୍ୟ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ଦିଲ୍ଲୀର ରାଉଜ ଏଭିନିଉ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
|
537 |
Y |
|