-
1.ଶାରଦୀୟ ଦୁର୍ଗାପୂଜା ଆସନ୍ତା ୨୨ ତାରିଖ ଠାରୁ ମା’ ଦୁର୍ଗାଙ୍କ ନବରାତ୍ରୀ ଆରମ୍ଭ ହୋଇଯିବ। ଅକ୍ଟୋବର ୨ ତାରିଖରେ ଦେଶବ୍ୟାପୀ ଦଶହରା ପାଳନ ହେବ।
-
2.ନେପାଳର ରାଜନୈତିକ ଇତିହାସରେ ଏକ ଅଭୂତପୂର୍ବ ଘଟଣା, ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
-
3.ସି.ପି. ରାଧାକ୍ରିଷ୍ଣନ୍ ରାଷ୍ଟ୍ରପତି ଭବନରେ ଭାରତର ୧୫ଶ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି।
-
4.କାଣ୍ଡଲାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ସ୍ପାଇସଜେଟ ବିମାନ ଶୁକ୍ରବାର ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛି। ଉଡ଼ାଣ ଆରମ୍ଭ ସମୟରେ ବିମାନର ଗୋଟିଏ ବାହାର ଚକ ଖସି ରନ୍ୱେରେ ପଡ଼ିଥିଲା।
-
5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମଣିପୁର ଗସ୍ତ କରିବେ। ୨୦୨୩, ମେ ମାସରେ ରାଜ୍ୟର ମୈତେଇ ଓ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଜାତିଗତ ହିଂସା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ମଣିପୁର ଗସ୍ତ।
-
6.ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇ କହିଛନ୍ତି, ଯଦି ଏନ୍ସିଆର୍ର ନାଗରିକମାନେ ସ୍ୱଚ୍ଛ ବାୟୁ ପାଇବାକୁ ହକଦାର, ତେବେ ଅନ୍ୟ ସହରର ଲୋକମାନେ କାହିଁକି ପାଇବେ ନାହିଁ ? ସେ କହିଛନ୍ତି, ଆମେ କେବଳ ଦିଲ୍ଲୀ ପାଇଁ ଗୋଟିଏ ନୀତି କରିପାରିବୁ ନାହିଁ। କାରଣ ସେମାନେ ଦେଶର ସମ୍ଭ୍ରାନ୍ତ ନାଗରିକ।
-
7.ଆପଣ ଯଦି କିସ୍ତିରେ ଏକ ମୋବାଇଲ ଫୋନ କିଣିଛନ୍ତି ଓ କିସ୍ତି ଶୁଝୁନାହାନ୍ତି ତେବେ ଆପଣଙ୍କ ମୋବାଇଲ ଫୋନ ଲକ୍ ହୋଇପାରେ । ଅନ୍ୟ କ୍ଷୁଦ୍ର ଋଣ ନ ଶୁଝିବା କ୍ଷେତ୍ରରେ ବି ଏପରି ହୋଇପାରେ ।
-
8.ଜାତିସଂଘ ସାଧାରଣ ପରିଷଦ ‘ନ୍ୟୁୟର୍କ ଘୋଷଣାନାମା’କୁ ସମର୍ଥନ କରିଛି, ଯେଉଁଥିରେ ସ୍ଵତନ୍ତ୍ର ଇସ୍ରାଏଲ ଏବଂ ପାଲେଷ୍ଟାଇନ ରାଷ୍ଟ୍ର ଗଠନ ଏବଂ ଗାଜାକୁ ହମାସ ମୁକ୍ତ କରାଯିବାକୁ ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବକୁ ଭାରତ ସମେତ ୧୪୨ଟି ଦେଶ ସମର୍ଥନ କରିଛନ୍ତି।
-
9.ବିଜୁ ଜନତା ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ। ଦଳର ପଞ୍ଜିକରଣ ରଦ୍ଦ କର। କିଛି ଏଭଳି କହି ବିଜୁ ଜନତା ଦଳ ଉପରେ ଦୋଷ ଲଦିଛି ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ଶିବସେନା(ୟୁବିଟି)।
-
10.ଅଗଷ୍ଟ ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୨.୦୭ ପ୍ରତିଶତକୁ ବୃଦ୍ଧି ପାଇଛି। ଜୁଲାଇରେ ଏହା ୧.୬୧ ପ୍ରତିଶତ ରହିଥିଲା। ଅଗଷ୍ଟରେ ଦେଶର ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ୧.୬୯ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିଭଳି ସହରାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ୨.୪୭ ପ୍ରତିଶତରେ ପହଞ୍ଚିଛି।
-
11.ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୯ରେ ଟପ୍ପର ଅଶ୍ୱିନୀ କୁମାର ପଣ୍ଡା ଶୁକ୍ରବାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଛନ୍ତି। ସେ ଏବେ ସମ୍ବଲପୁର ଜିଲା ବାମରା ତହସିଲଦାର ଭାବେ କାର୍ଯ୍ୟରତ ଅଛନ୍ତି।
-
12.ରାଜ୍ୟ ସରକାର ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି।
-
13. ରାଜଧାନୀ ଅଞ୍ଚଳ ନଗର ପରିବହନ (CRUT) ଓଡ଼ିଶାର ଆଉ ୬ଟି ସହରାଞ୍ଚଳରେ ଇଲେକ୍ଟ୍ରିକ୍ ବସ୍ (ଇ-ବସ୍) ଚାଲାଇବାକୁ ଯୋଜନା କରିଛି।
-
14.ଅର୍ଚ୍ଚନା ନାଗଙ୍କ ଘରେ ପଶି ଆଟାଚ କଲା ଇଡି। ସତ୍ୟବିହାର ସ୍ଥିତ G+2 ବିଲ୍ଡିଂ ସହ ଆସବାବପତ୍ର ଆଟାଚ କରଥିବା ସୂଚନା ମିଳିଛି। ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅଧୀନରେ ଘର ଆଟାଚ ହୋଇଛି।
-
15.ବଦଳିଗଲା ୧୦୦୦ ବର୍ଷର ଐତିହାସିକ ସହରର ଭିନ୍ନ ପରିଚୟ ବାଲିଯାତ୍ରାର ନାଁ। ଏଥର କଟକ ବାଲିଯାତ୍ରା ନାଁ ହେବ ‘ଐତିହାସିକ ବାଲିଯାତ୍ରା କଟକ’।