-
1.ବିଶ୍ୱ ସ୍ତରରେ, ଇଂରାଜୀ, ମାନ୍ଦାରିନ୍(ଚାଇନିଜ୍) ପରେ ହିନ୍ଦୀ ହେଉଛି ତୃତୀୟ ସର୍ବାଧିକ କଥିତ ଭାଷା। ଏହି ଭାଷା କହୁଥିବା ଲୋକଙ୍କ ସଂଖ୍ୟା ୬୦୯.୧ ନିୟୁତରୁ ଅଧିକ।
-
2.ଭାରତୀୟ ମହିଳା ବକ୍ସର ଜସ୍ମିନ ଲମ୍ବୋରିଆ ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ୫୭ କେଜି ଓଜନ ବର୍ଗରେ ସେ ପୋଲାଣ୍ଡର ଜୁଲିଆ ସେରେମେଟାଙ୍କୁ ୪-୧ ସ୍କୋରରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି।
-
3.ପାକିସ୍ତାନର ଦକ୍ଷିଣ ୱଜିରିସ୍ତାନରେ ଆଜି ସକାଳେ ପାକିସ୍ତାନୀ ସେନାର ଏକ କନ୍ଭୟ ଉପରେ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ପ୍ରଚଣ୍ଡ ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୨ ଜଣ ସୈନିକ ନିହତ ହୋଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି।
-
4.ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ସାହାରା ଗ୍ରୁପ୍ ପକ୍ଷରୁ ଜମା କରାଯାଇଥିବା ପ୍ରାୟ ୨୫ ହଜାର କୋଟି ରାଶିରୁ ୫ ହଜାର କୋଟି ଟଙ୍କା ପ୍ରଦାନ କରିବା ପାଇଁ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
-
5.ୱେଷ୍ଟ ମିଡଲ୍ୟାଣ୍ଡର ସାଣ୍ଡୱେଲର ଓଲ୍ଡବରୀର ଟେମ୍ ରୋଡ୍ରେ ଜଣେ ୨୦ ବର୍ଷୀୟା ମହିଳା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ମହିଳା ଜଣକ କହିଛନ୍ତି ଯେ ଆକ୍ରମଣ ସମୟରେ ତାଙ୍କୁ ଜାତିଆଣ ମନ୍ତବ୍ୟ ଦିଆଯାଇଥିଲା।
-
6.ମାଓ ସଙ୍ଗଠନର ଅନ୍ୟତମ ଦୁର୍ଦ୍ଧର୍ଷ ନେତ୍ରୀ, କେନ୍ଦ୍ରୀୟ କମିଟିର ସଦସ୍ୟ ସୁଜାତା ଓରଫ୍ କଳ୍ପନା ଓରଫ୍ ପଦ୍ମାବତୀ ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିଛି।
-
7.ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୩ ଲକ୍ଷ ୬ ହଜାର ୬୯୫ଟି ମାମଲାର ଫଇସଲା କରାଯାଇ ଜରିମାନା ଓ କ୍ଷତିପୂରଣ ବାବଦରେ ୨୬୫ କୋଟି ୨୬ ଲକ୍ଷ ୯୫ ହଜାର ୭୩୯ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
-
8.ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ମୃତ୍ୟୁ ପରେ ଏବେ ଏହି ଆସନଟି ଖାଲି ପଡ଼ିଛି। ନିର୍ବାଚନ କମିସନ ଉପନିର୍ବାଚନ ପାଇଁ ଜନପ୍ରତିନିଧିତ୍ବ ଆଇନ, ୧୯୫୦ର ଧାରା ୨୧ ଅନୁଯାୟୀ ଏକ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍ଏସ୍ଆର୍) ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
-
9.ଗତ ବର୍ଷଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଅଭିଯାନର ଦ୍ୱିତୀୟ ସଂସ୍କରଣରେ ଚଳିତବର୍ଷ ରାଜ୍ୟବ୍ୟାପୀ ୭.୫କୋଟି ଗଛ ଲଗାଇବାକୁ ଲକ୍ଷ୍ୟ ରହିଛି। ଜୁନ୍ ୫ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ୩୦ ସେପ୍ଟେମ୍ବରରେ ଶେଷ ହେବ।
-
10.ରୁଷ୍ରୁ ତେଲ କିଣିବା ବନ୍ଦ କରିବା ପାଇଁ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାପ ପକାଇଛନ୍ତି। ଏଥିସହିତ ରୁଷ୍ଠାରୁ ଚୀନ ଅଶୋଧିତ ତେଲ କିଣୁଥିବାରୁ ତା’ ଉପରେ ୫୦ରୁ ୧୦୦ ପ୍ରତିଶତ ଶୁଳ୍କ ଲଗାଇବା ପାଇଁ ମଧ୍ୟ ସେ ଧମକ ଦେଇଛନ୍ତି।
-
11.ଖାଉଟି ସାମଗ୍ରୀ ପ୍ରସ୍ତୁତ କରୁଥିବା (FMCG) କମ୍ପାନୀଗୁଡ଼ିକ ଟିକସ ଅଧିକାରୀମାନଙ୍କୁ ସ୍ପଷ୍ଟ କରିଛନ୍ତି ଯେ ସେମାନେ ଲୋକପ୍ରିୟ କମ୍ ମୂଲ୍ୟର ଉତ୍ପାଦ ଉପରେ ମୂଲ୍ୟ ହ୍ରାସ କରିବେ ନାହିଁ। ଏଥିରେ ୫ ଟଙ୍କାରେ ବିସ୍କୁଟ, ୧୦ ଟଙ୍କାରେ ସାବୁନ ଏବଂ ୨୦ ଟଙ୍କାରେ ଟୁଥପେଷ୍ଟ ଭଳି ଉତ୍ପାଦ ଅନ୍ତର୍ଭୁକ୍ତ।
-
12.ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଫିନଟେକ କମ୍ପାନୀ PhonePe ଉପରେ ୨୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ପ୍ରିପେଡ ପେମେଣ୍ଟ ଉପକରଣ ସହିତ ଜଡିତ କିଛି ନିୟମକୁ ଠିକ ଭାବରେ ପାଳନ ନକରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। RBI କହିଛି ଯେ ଅକ୍ଟୋବର ୨୦୨୩ରୁ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ କମ୍ପାନୀର କାର୍ଯ୍ୟର ବୈଧାନିକ ଯାଞ୍ଚ କରାଯାଇଥିଲା।
-
13.ବହୁ ଚର୍ଚ୍ଚିତ ଏଫଏମ୍ କଲେଜ ଛାତ୍ରୀ ଆତ୍ମହୂତି ମାମଲା। ବାଲେଶ୍ୱର ଏସଡିଜେଏମ ଅଦାଲତରେ ବିଚାରଧୀନ ମାମଲାରେ ଅମିତ ସ୍ପନ୍ଦନ ବେହେରା ଓ ସୌରଭ ବେହେରାଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।
-
14.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମାଆ ହୀରାବେନଙ୍କୁ ନେଇ ତିଆରି ହୋଇଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଭିଡିଓ ବିରୋଧରେ ଦିଲ୍ଲୀ ପୋଲିସ ଏକ FIR ରୁଜୁ କରିଛି।
-
15.ଏସିଆ କପ୍ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟର ଗ୍ରୁପ୍-ଏ’ରେ ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି।