-
1.ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଗ୍ରହଣ କରିଥିବା ପଦ୍ଧତିରେ ଯଦି କୌଣସି ବେଆଇନ ଜିନିଷ ଥାଏ ତେବେ ନିର୍ବାଚନ ହେବାକୁ ଥିବା ବିହାରରେ ଭୋଟର ତାଲିକାର ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍)କୁ ରଦ୍ଦ କରାଯିବ ବୋଲି ସୋମବାର ସୁପ୍ରିମ୍କୋର୍ଟ କହିଛନ୍ତି।
-
2.ସୁପ୍ରିମ୍କୋର୍ଟ ରାୟରେ କହିଛନ୍ତି ଯେ, ଯଦି ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଏ ତେବେ ମନ୍ଦିର ହାତୀମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନର ବନତାରାକୁ ସ୍ଥାନାନ୍ତର କରିବାରେ କୌଣସି ଭୁଲ୍ ନାହିଁ।
-
3.ତିବ୍ଦତୀୟ ମାଳଭୂମିରେ ଥିବା ୟାରଲୁଙ୍ଗ ସାଙ୍ଗପୋ ନଦୀ ଉପରେ ଚୀନ୍ ଏକ ମେଗା ଡ୍ୟାମ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ବୋଲି ଖବର ଆସିବା ପରେ ଭାରତ ମଧ୍ୟ ଏହାର ସର୍ବୋଚ୍ଚ ଡ୍ୟାମ୍ ଅରୁଣାଚଳ ପ୍ରଦେଶର ଦିବଙ୍ଗ ବହୁମୁଖୀ ପ୍ରକଳ୍ପ ଉପରେ କାର୍ଯ୍ୟ ଆରମ୍ଭ କରିଛି।
-
4.କର୍ଣ୍ଣାଟକର କଲବୁର୍ଗୀରେ ପ୍ରିୟଙ୍କ ଖାର୍ଗେ କହିଛନ୍ତି, 'ଭାରତରେ ଶିଖ, ଜୈନ, ବୌଦ୍ଧ ଏବଂ ଲିଙ୍ଗାୟତ ଧର୍ମ ପୃଥକ ଧର୍ମ ଭାବରେ ଉଭା ହୋଇଥିଲା କାରଣ ହିନ୍ଦୁ ଧର୍ମ ସମାଜର କିଛି ବର୍ଗକୁ 'ମର୍ଯ୍ୟାଦାଜନକ ସ୍ଥାନ' ଦେଇନଥିଲା।'
-
5.ପୂର୍ବରୁ ୧୨ରୁ ୧୮ ପ୍ରତିଶତ ଟିକସ ଲାଗୁ ହେଉଥିବା ସାମଗ୍ରୀଗୁଡ଼ିକୁ ଏବେ ୫% କିମ୍ବା ଶୂନ ଟିକସ ବର୍ଗରେ ରଖାଯାଇଛି। ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଆଉ ଟିକସ ଯୋଗ୍ୟ ନୁହେଁ। ଟିଭି ଏବଂ ଏୟାର କଣ୍ଡିସନର୍ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ମଧ୍ୟ ଜିଏସ୍ଟିକୁ ୨୮%ରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି।
-
6.ଚଳିତ ବର୍ଷ ଅଗଷ୍ଟରେ ଦେଶର ବେକାରି ହାର ୫.୧ ପ୍ରତିଶତକୁ ହ୍ରାସ ପାଇଛି। ଗତ ଜୁନ ଓ ଜୁଲାଇରେ ତାହା ଯଥାକ୍ରମେ ୫.୨ ପ୍ରତିଶତ ଓ ୫.୬ ପ୍ରତିଶତ ଥିଲା। ଲଗାତାର ଦ୍ବିତୀୟ ମାସରେ ବେକାରି ହାର ହ୍ରାସ ପାଇ ପାଞ୍ଚ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି।
-
7ନେପାଳର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ନିଜ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ସୁଶୀଳା ନିଜ କ୍ୟାବିନେଟରେ ୩ ନୂଆ ମନ୍ତ୍ରୀଙ୍କୁ ସାମିଲ କରିଛନ୍ତି। ସୋମବାର ଏକ କାର୍ଯ୍ୟକ୍ରମରେ ଏହି ୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି।
-
8.ସୁପ୍ରିମକୋର୍ଟ ୱାକଫ୍ ସଂଶୋଧନ ଆଇନ ୨୦୨୫ର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ତାଙ୍କର ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତା ୱାକଫ୍ ସଂଶୋଧନ ଆଇନ ୨୦୨୫ର ବୈଧତା ଉପରେ କୌଣସି ରାୟ ଦେଇନାହାଁନ୍ତି ଏବଂ ଆଇନକୁ ସ୍ଥଗିତ ରଖିବାକୁ ମନା କରିଛନ୍ତି । କିନ୍ତୁ ଏହାର ଧାରା ଗୁଡିକୁ ସ୍ଥଗିତ ରଖିବା ସମୟରେ କିଛି ସର୍ତ୍ତ ରଖିଛନ୍ତି । ସର୍ବୋଚ୍ଚ ଅଦାଲତ ଆଇନର ୨ଟି ଧାରା ଉପରେ ସ୍ଥଗିତ ରଖିଛନ୍ତି ।
-
9.୧୫ ସେପ୍ଟେମ୍ବରରୁ ଯୁପିଆଇ ଜରିଆରେ ମର୍ଚାଣ୍ଟ (ଦୋକାନ, କମ୍ପାନୀ କିମ୍ବା ସଂସ୍ଥା)ଙ୍କୁ କରାଯାଉଥିବା ପେମେଣ୍ଟର ସୀମା ବୃଦ୍ଧି କରିଛି । ଏବେ ଗ୍ରାହକମାନେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ । ଏପର୍ଯ୍ୟନ୍ତ ଏହି ସୀମା ୨ ଲକ୍ଷ ଟଙ୍କା ଥିଲା ।
-
10.ନୂଆ ସରକାର ମାତ୍ର ୧୫ ମାସ ହେବ ଓଡ଼ିଶାର ଶାସନ ଦାୟିତ୍ଵ ନେଇଛି। ଏହି ଅଳ୍ପ ସମୟ ମଧ୍ୟରେ ସରକାର ୨୬୦ଟି ଶିଳ୍ପ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଯାହାଦ୍ୱାରା ୫.୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବା ସହିତ ୩.୬ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି।
-
11.ସମ୍ବଲପୁର କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ସସପେଣ୍ଡ କଲେ ସରକାର । ଜମିଜମା ମାମଲାରେ ପକ୍ଷପାତିତା କରିଥିବା ଅଭିଯୋଗରେ ସସପେଣ୍ଡ କରାଯାଇଛି ।
-
12.ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସମସ୍ତ ଆରଟିଓଙ୍କୁ ଏ ସଂପର୍କରେ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।
-
13.ଗାଡ଼ି ଜବତ, ପଞ୍ଜିକରଣ ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସ ନିଲମ୍ବନ ଓ ଜରିମାନା ପାଇଁ ପଦକ୍ଷେପନେବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିଲ୍ସ ନାଁରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନଓ ମଦ୍ୟପାନ କରି ଗାଡ଼ି ଚାଳନା ଉପରେ ବିଶେଷ ନଜର ରଖାଯିବ । କୋରାପୁଟ, ଖୋର୍ଦ୍ଧା, ଭୁବନେଶ୍ୱର, ପୁରୀରେ ଗାଡ଼ି ଜବତ ହେଲା।
-
14.ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡିଆଠାରେ ଏକାଦଶତମ ନିଯୁକ୍ତି ମେଳା ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ୭ ବିଭାଗ ର ସମୁଦାୟ ୧୬୮୬ ଜଣଙ୍କୁ ବିଭିନ୍ନ ବର୍ଗରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।
-
15.ପୁରୀ ସ୍ଵର୍ଗଦ୍ଵାରରେ ସୋମବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ସତ୍କାର ପାଇଁ ଆସିଥିବା ଜଣେ ମହିଳାଙ୍କ ଶବ ବଞ୍ଚିଥିବା ଜଣାପଡ଼ିଛି । ମହିଳାଙ୍କ ନାମ ହେଉଛି ପି. ଲକ୍ଷ୍ମୀ ଏବଂ ତାଙ୍କ ବୟସ ୮୬ ବର୍ଷ। ମହିଳାଙ୍କ ଘର ଗଞ୍ଜାମ ଜିଲା ପୋଲସରା ଅଞ୍ଚଳରେ।