-
1.ଆଜି ସେପ୍ଟେମ୍ବର ୧୭ ତାରିଖ। ଆମର ପ୍ରିୟ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ୭୫ତମ ଜନ୍ମଦିନ। ଅଭିନନ୍ଦନ ।
-
2.ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍ ଲାଗୁ ପରେ ପ୍ରଥମ ବାଣିଜ୍ୟ ଚୁକ୍ତି ଆଲୋଚନାକୁ ଭାରତ ଓ ଆମେରିକା ଦୁହେଁ ପକ୍ଷ “ସକାରାତ୍ମକ” କହିଛନ୍ତି।
-
3. ଇଣ୍ଟରପୋଲର ଅପରେସନ୍ ଲାୟନଫିସ୍-ମାୟାଗ-୩ ମାଧ୍ୟମରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ୬.୫ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ୭୬ ଟନ୍ ନିଶାଦ୍ରବ୍ୟ ଜବତ କରାଯାଇଛି। ଭାରତ ସମେତ ୧୮ଟି ଦେଶରେ ଏହି ସମନ୍ୱିତ ଚଢ଼ଉ ଚାଲିଥିଲା। କର୍ତ୍ତୃପକ୍ଷ ରେକର୍ଡ ୨୯୭ ନିୟୁତ ମେଥାମ୍ଫେଟାମାଇନ୍ ଟାବଲେଟ୍ ଜବତ କରିଛନ୍ତି।
-
4.ମଧ୍ୟପ୍ରଦେଶସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଚିତାବାଘଙ୍କ ଭିତରେ ସଂଘର୍ଷ ହେବା ପରେ ସୋମବାର ସନ୍ଧ୍ୟାରେ ଭାରତରେ ଜନ୍ମିତ ଏକ ୨୦ ମାସର ମାଈ ଚିତାର ମୃତଦେହ ଉଦ୍ଧାର କରାଯାଇଛି।
-
5.ବିହାର ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ ସ୍କିମ୍ ଅଧୀନରେ ଦିଆଯାଉଥିବା ଶିକ୍ଷାଋଣ ଉପରେ ସୁଧ ଛାଡ଼ କରିଛନ୍ତି ବିହାର ସରକାର।
-
6.ଅବୈଧ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଅଭିଯୋଗରେ ସାରା ଭାରତରେ ଅଟକ ଥିବା ପ୍ରାୟ ୧୬,୦୦୦ ବିଦେଶୀ ନାଗରିକଙ୍କୁ ପ୍ରତ୍ୟର୍ପଣ କରିବାକୁ ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏହି ତାଲିକାରେ ବାଂଲାଦେଶ, ଫିଲିପାଇନ୍ସ, ମ୍ୟାମାର, ମାଲେସିଆ, ଘାନା, ନାଇଜେରିଆ ପ୍ରଭୃତି ଦେଶର ନାଗରିକଙ୍କ ନାମ ରହିଛି।
-
7. ଆମେରିକୀୟ କମ୍ପାନି ଆପଲ୍ ଆଣିଥିବା କସ୍ମିକ୍ କମଳା ରଙ୍ଗର ଆଇଫୋନ୍ ୧୭ ପ୍ରୋ ମ୍ୟାକ୍ସ ପ୍ରବଳ ଚାହିଦାରେ ରହିଛି। ପ୍ରାକ୍ ବୁକିଂ ଆରମ୍ଭ ହେବାର ତିନି ଦିନରେ ଭାରତ ଓ ଆମେରିକାରେ ଏହି ରଙ୍ଗର ଫୋନ୍ ଷ୍ଟକ୍ ଶେଷ ହୋଇଯାଇଛି।
-
8.ପୂଜା ଋତୁ ପାଖେଇ ଆସିଥିବା ବେଳେ ସୁନା ଓ ରୁପା ମହଙ୍ଗା ହେବାରେ ଲାଗିଛି। ଭୁବନେଶ୍ବରରେ ମଙ୍ଗଳବାର ରୁପା କେଜି ୧୦୦୦ ଟଙ୍କା ବୃଦ୍ଧି ପାଇ ରେକର୍ଡ ୧,୪୪,୦୦୦ ଟଙ୍କାରେ ପହଞ୍ଚିଛି। ସେହି ସମୟରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୦୦ ଟଙ୍କା ବୃଦ୍ଧି ପାଇ ୧,୦୨,୬୦୦ ଟଙ୍କା ହୋଇଛି।
-
9.ବାଦଲଫଟା ବର୍ଷା ଯୋଗୁ ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗାଘାଟିରେ ଆଜି ଅପରାହ୍ଣରେ ବଡ଼ଧରଣର ଭୂସ୍ଖଳନ ଘଟିଛି। ଘାଟି ପାଦଦେଶରୁ ପ୍ରାୟ ତିନି କିଲୋମିଟର ଉପରକୁ ବଡ଼ ପଥର ଓ ମାଟି ଅତଡ଼ା ଖସି ୧୫୭ ନମ୍ବର ଜାତୀୟ ରାଜପଥକୁ ମାଡ଼ି ଆସିଛି।
-
10.ଗାଡ଼ି ମାଲିକମାନଙ୍କ ପାଇଁ ଖୁସି ଖବର। ୫ ବର୍ଷର ସମସ୍ତ ଇ-ଚାଲାଣକୁ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। ତେବେ ଏହି ସମୟରସୀମା ହେଉଛି ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ।
-
11.ମେଘାଳୟରେ ରାଜନୈତିକ ସ୍ଥିତି ଏବେ ବହୁ ଉତ୍ଥାନ ପତ୍ତନ ଦେଇ ଗତିକରୁଛି। ୧୨ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ ଜଣ ମନ୍ତ୍ରୀ ହଠାତ୍ ଇସ୍ତଫା ଦେଇଛନ୍ତି । ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ସେଥିମଧ୍ୟରୁ ଅଧିକାଂଶ ନେତା ସରକାରଙ୍କର ବରିଷ୍ଠ ନେତା।
-
12.ଫିଲ୍ମ ‘କଥାକାର କି ଡାଏରୀ’, ଏହି ଫିଚର ଫିଲ୍ମ ମୁମ୍ବାଇ, ପୁଣେ ଓ ଓଡ଼ିଶାରେ ସୁଟିଂ ହୋଇଛି । ଓଡ଼ିଶାର ସୁନ୍ଦରଗଡ଼ର ଜଙ୍ଗଲରେ ଫିଲ୍ମର ପ୍ରମୁଖ ଦୃଶ୍ୟ ସୁଟିଂ ହୋଇଥିବାବେଳେ ପଶ୍ଚିମ ଓଡ଼ିଶାର ପ୍ରକୃତିକୁ ବିଶେଷ ଭାବେ ସ୍ଥାନ ଦିଆଯାଇଛି । ଜଣେ ସାଧାରଣ ମଣିଷର ଜୀବନ କାହାଣୀ ଦର୍ଶକ ଏଥିରେ ଦେଖିବାକୁ ପାଇବେ ।
-
13.ଆସନ୍ତା ୨୦ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶତପ୍ରତିଶତ ଶିକ୍ଷୟିତ୍ରୀଶିକ୍ଷକ ଏବଂ ଛାତ୍ରୀଛାତ୍ରଙ୍କ ୟୁନିଫାଏଡ୍ ଅଟୋମେଶନ ସିଷ୍ଟମ (ୟୁଏଏସ୍) ମଡ୍ୟୁଲ ଉପସ୍ଥାନ ଲାଗୁହେବ। ଏନେଇ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ମଙ୍ଗଳବାର ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
-
14.ଓଡ଼ିଶାରେ ଦଶହରା ଉତ୍ସବର ଉତ୍ସାହ ବର୍ଷା ଯୋଗୁ ମାନ୍ଦା ହୋଇପାରେ। ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସେପ୍ଟେମ୍ବର ୨୫-୨୬ ତାରିଖ ଆଡ଼କୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
-
15.ଜିଏସଟି ୨.୦ ସଂସ୍କାର ପରେ ମଦର ଡେରୀ ତା’ର ଦୁଗ୍ଧ ଓ ଖାଦ୍ୟ ଉତ୍ପାଦର ମୂଲ୍ୟ ହ୍ରାସ କରିଛି। ଏହି ନୂଆ ମୂଲ୍ୟ ୨୨ ସେପ୍ଟେମ୍ବରରୁ ଲାଗୁ ହେବ।
-
16.ଉତ୍ତରପ୍ରଦେଶରେ ବୁଲା କୁକୁରଙ୍କ ଆକ୍ରମଣ ବଢ଼ିଥିବାରୁ ଯୋଗୀ ଆଦିତ୍ୟନାଥ ସରକାର ସମସ୍ତ ନଗର ନିଗମକୁ ଏକ କଡ଼ା ଆଦେଶ ଜାରି କରିଛନ୍ତି। ପ୍ରମୁଖ ସଚିବ (ନଗର ବିକାଶ) ଅମୃତ ଅଭିଜାତଙ୍କ ଆଦେଶ ଅନୁଯାୟୀ, ଯଦି କୌଣସି ବୁଲା କୁକୁର ପ୍ରଥମ ଥର କାମୁଡେ, ସେ କୁକୁରକୁ ୧୦ ଦିନର ଶିକ୍ଷା ମିଳିବ, କିନ୍ତୁ ଦ୍ୱିତୀୟ ଥର କାମୁଡିବା ପରେ ତାହାକୁ ‘ଆଜୀବନ ଦଣ୍ଡ ମିଳିବ, ଅର୍ଥାତ୍ ଏନିମାଲ୍ ବାର୍ଥ୍ କଣ୍ଟ୍ରୋଲ୍ (ଏବିସି) ସେଣ୍ଟରରେ ଆଜୀବନ ରଖାଯାଇବ।
-
17.କେରଳରେ ଜଣେ ୧୬ ବର୍ଷୀୟ ନାବାଳକଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ରାଜନେତା, ଦୁଇ ସରକାରୀ କର୍ମଚାରୀ ଓ ଜଣେ ଫୁଟବଲ କୋଚ ସମେତ ୯ ଜଣଙ୍କୁ କେରଳ ପୋଲିସ ଗିରଫ କରିଛି।
-
18.ପୂର୍ବତନ କ୍ରିକେଟର୍ ରବିନ୍ ଉଥାପ୍ପା ଓ ଯୁବରାଜ ସିଂହଙ୍କ ସମେତ ଅଭିନେତା ସୋନୁ ସୁଦ୍ ବେଆଇନ ବେଟିଂ ଆପ୍ ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ହରଡ଼ଘଣାରେ ପଡ଼ିଛନ୍ତି। ଏହି ତିନିଜଣଙ୍କୁ ଆସନ୍ତା ସପ୍ତାହରେ (ଇଡି) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଡକାଇଛି।
-
19.କେନ୍ଦ୍ର ସରକାର ଖୁବ ଶୀଘ୍ର ତାଙ୍କର କର୍ମଚାରୀ ଏବଂ ପେନସନଭୋଗୀଙ୍କୁ କିଛି ଭଲ ଖବର ଦେଇପାରନ୍ତି। ଆସନ୍ତା ମାସରେ ମହଙ୍ଗା ଭତ୍ତା (DA)ରେ ୩% ବୃଦ୍ଧି ହେବାର ସମ୍ଭାବନା ଅଛି।
-
20.ଭୁବନେଶ୍ୱରଠାରେ ଆୟୋଜିତ ‘କନ୍ଭେନଶନ ଅନ୍ କ୍ୱାଲିଟି କନ୍ସେପ୍ଟସ୍’ (ସିସିକ୍ୟୁଏସ୍-୨୦୨୫)ର ସପ୍ତମ ଚାପ୍ଟରରେ ଓଡ଼ିଶା ଖଣି ନିଗମ୍(ଓଏମସି)ର କ୍ୱାଲିଟି ସର୍କଲ ଦଳଗୁଡ଼ିକ ସଫଳତାର ସହ ୧୯ଟି ସ୍ବର୍ଣ୍ଣ ଏବଂ ୨ଟି ରୌପ୍ୟ ପୁରସ୍କାର ହାସଲ କରିଛନ୍ତି।