-
1.ଗତ ୬ ବର୍ଷ ମଧ୍ୟରେ ଆଦୌ ନିର୍ବାଚନ ଲଢ଼ି ନ ଥିବା ସମେତ ନିୟମାବଳୀର ଉଲ୍ଲଂଘନ କରିଥିବା ଆଉ ୪୭୪ଟି ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ (ଆର୍ୟୁପିପି)କୁ ନିର୍ବାଚନ କମିଶନ (ଇସି) ଶୁକ୍ରବାର ତାଲିକାରୁ ବାଦ୍ ଦେଇଛନ୍ତି। ବର୍ତ୍ତମାନ ପଞ୍ଜୀକୃତ ଅଣସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ ସଂଖ୍ୟା ୨,୦୪୬କୁ ହ୍ରାସ ପାଇଛି। ଏହାକୁ ବାଦ୍ ଦେଇ ୬ଟି ସ୍ବୀକୃତିପ୍ରାପ୍ତ ଜାତୀୟ ଦଳ ଓ ୬୭ଟି ରାଜ୍ୟ ଦଳ ରହିଛି।
-
2.ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଦେବଗଡ଼ର ଆଡାସରେ ୧୬୮୫ କେଜି ଓ କେନ୍ଦୁଝରର ଗୋପୁରରେ ୩୧୧.୦୭ କେଜି ସୁନା ପଥର ଥିବା ଆକଳନ କରାଯାଇଛି।
-
3.ଓଡ଼ିଶାରେ ବର୍ତ୍ତମାନ ପାରାଦୀପ, ଧାମରା ଓ ଗୋପାଳପୁରଠାରେ ତିନିଟି ବନ୍ଦର କାର୍ଯ୍ୟକ୍ଷମ ରହିଛି। ସେଥିରୁ ପାରାଦୀପ ବନ୍ଦର କେନ୍ଦ୍ର ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ବେଳେ ଅନ୍ୟ ଦୁଇଟି ବନ୍ଦର ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍ ଅଧୀନରେ ରହିଛି।
-
4.ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ନୈତିକ ଗଳ୍ପ ଓ ଶାନ୍ତିମନ୍ତ୍ର ପାଠ ସହ ଭଗବତ ଗୀତା ପାଠ ପାଇଁ ପ୍ରସ୍ତାବ ରହିଛି। ବିଦ୍ୟାଳୟରେ ନିଜ ବିଷୟ ବସ୍ତୁ ସହ ଛାତ୍ରଛାତ୍ରୀମାନେ ଭଗବତ ଗୀତା ପାଠ କରିବେ।
-
5.ରୁଷ୍-ବେଲାରୁଷ୍ ସହିତ ଚାଲିଥିବା ‘ଜାପାଡ୍’ ମିଳିତ ସମରାଭ୍ୟାସରେ ଅଂଶଗ୍ରହଣ ନ କରିବା ପାଇଁ ପାଶ୍ଚାତ୍ୟ ଦେଶମାନେ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଥିବା ରୁଷ୍ ଅଭିଯୋଗ କରିଛି।
-
6.ନିର୍ବାଚନ କମିସନର ଜ୍ଞାନେଶ କୁମାର ଗଣତନ୍ତ୍ରକୁ ଧ୍ବଂସ କରୁଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିବାର ଦିନକ ପରେ ରାହୁଲ ନିର୍ବାଚନ କମିସନ ବିରୋଧରେ ଏଭଳି ଟିପ୍ପଣୀ ଦେଇଛନ୍ତି।
-
7.ବିଷ୍ଣୁପୁର ଜିଲ୍ଲାର ନାମ୍ବୋଲ ସବାଲ ଲେଇକାଇରେ ଆସାମ ରାଇଫଲ୍ସର ଗାଡ଼ିମାଳ ଉପରେ ଆତଙ୍କବାଦୀମାନେ ଅତର୍କିତ ଗୁଳିବର୍ଷା କରିବାରୁ ୩୩ ନମ୍ବର ବାଟାଲିୟନର ଦୁଇ ଯବାନ ସହିଦ ହୋଇଛନ୍ତି। ଆକ୍ରମଣରେ ଅନ୍ୟ ୪ ଜଣ ଯବାନ ଆହତ ହୋଇଛନ୍ତି।
-
8.କଟକର ବାରଙ୍ଗରେ ଜେଏସ୍ଡବ୍ଲ୍ୟୁ ଏନର୍ଜି ପିଏସ୍ପି ଇଲେଭେନ୍ ଲିମିଟେଡ୍ ପକ୍ଷରୁ ରାଜ୍ୟରେ ଏକ ଇଭି ଓ ବ୍ୟାଟେରି ପ୍ରକଳ୍ପ ସ୍ଥାପନ କରାଯିବାକୁ ଥିବା ଏହି ପ୍ରକଳ୍ପ ପାଇଁ ୧୪୨୦ ଏକର ଜମି ଦରକାର। ଇଡ୍କୋ ତରଫରୁ ବାରଙ୍ଗ ତହସିଲ ଅଧୀନସ୍ଥ ଚାରିଟି ଗ୍ରାମରେ ଥିବା ୮୭୧.୪୨ ଏକର ଜମି କମ୍ପାନିକୁ ଆବଣ୍ଟନ କରାଯାଇଛି।
-
9.ସପ୍ତାହର ଶେଷ ବ୍ୟବସାୟ ଦିବସରେ, ସେନସେକ୍ସ ୨୪୦ ପଏଣ୍ଟ ହ୍ରାସ ପାଇ ୮୨୭୭୧ ଏବଂ ନିଫ୍ଟି ୬୦ ପଏଣ୍ଟ ହ୍ରାସ ପାଇ ୨୫୩୬୧ରେ ପହଞ୍ଚିଛି। ତେବେ ନିଫ୍ଟି ବ୍ୟାଙ୍କ ମଧ୍ୟ ହ୍ରାସ ପାଉଛି, ପ୍ରାୟ ୧୫୦ ପଏଣ୍ଟ ହ୍ରାସ ପାଇଛି।
-
10.ଆଇଫୋନ ପ୍ରେମରେ ପଡିଥିବା ଯୁବପିଢିଙ୍କ ଭିତରେ ମୋବାଇଲକୁ ନେଇ ଏତେ କ୍ରେଜ ଦେଖିବାକୁ ମିଳିଥଛି କି ସେମାନେ ଆଇଫୋନ୍-୧୭ କିଣିବାକୁ ଗତ ରାତିରୁ ମଲ ଆଗରେ ଲମ୍ବା ଲାଇନ ଲଗାଇ ଥିବା ଦେଖିବାକୁ ମିଳିଛି ।
-
11.ବେଆଇନ ନିଶା କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନର ୧୮ତମ ଦିନରେ, ଚଢ଼ାଉକାରୀ ଦଳ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋଟ ଏକ କୋଟି ୬୦ ଲକ୍ଷ ଟଙ୍କାର ବେଆଇନ ସାମଗ୍ରୀ ଜବତ କରିଛନ୍ତି ।
-
12.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ବ୍ରହ୍ମପୁରର ରଙ୍ଗେଇଲୁଣ୍ଡାଠାରେ ହେବାକୁ ଥିବା ‘ସେବା ପର୍ବ’ କାର୍ଯ୍ୟକ୍ରମରେ ଯୋଗଦେବେ।
-
13.ଆଦିବାସୀ ଓ ଶ୍ରମିକ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଶୁକ୍ରବାର ମଧ୍ୟରତ୍ରିରେ ୬୭ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ସୁନ୍ଦରଗଡ ଜିଲା ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୯୯୫,୨୦୦୦,୨୦୦୯ଓ୨୦୧୪ରେ ଓଡ଼ିଶା ବିଧାନସଭାକୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
-
14.ଓଡ଼ିଶା ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ ୧୫ ମଧ୍ୟରେ ହେବ। ଗୋଟିଏ ସ୍ଥାନରେ ଅତିକମରେ ୩ ବର୍ଷ କାମ କରିବା ପରେ ବଦଳି ପାଇଁ ଯୋଗ୍ୟ ହେବେ, କିନ୍ତୁ ୬ ବର୍ଷରୁ ଅଧିକ ରହିପାରିବେ ନାହିଁ। ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ କିମ୍ବା ବୌଦ୍ଧ ଜିଲ୍ଲାରେ ୫ ବର୍ଷ ପୂରଣ କରିଥିଲେ ଅନ୍ୟ ଜିଲାକୁ ବଦଳି ହୋଇପାରିବେ।
-
15.ଏସିଆ କପ୍ କ୍ରିକେଟ୍ରେ ଓମାନ୍ ବେଶ୍ ଭଲ ଖେଳର ପ୍ରଦର୍ଶନ କରିଛି । ମାତ୍ର ଭାରତ ୨୧ ରନ୍ରେ ଏହି ମ୍ୟାଚ୍ ଜିତିବାରେ ସଫଳ ହୋଇଛି ।