-
1.ଜିଏସ୍ଟି (ସାମଗ୍ରୀ ଓ ସେବା ଟିକସ)ରେ ସଂସ୍କାର ଦରଦାମ୍ ଯୁବବର୍ଗଙ୍କୁ ଲାଭ ଦେବ ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ଵରାନ୍ବିତ କରିବ। ଦେଶରେ ସେପ୍ଟେମ୍ବର ୨୨ରୁ ନୂଆ ଜିଏସ୍ଟି କାର୍ଯ୍ୟକାରୀ ହେବାକୁ ଯାଉଛି।
-
2. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂତନ ଏଚ୍-୧ବି ଭିସା ଆବେଦନକାରୀମାନଙ୍କ ପାଇଁ ପ୍ରତି ବର୍ଷ ୧୦୦,୦୦୦ ଡଲାର (ପ୍ରାୟ ୮୪ ଲକ୍ଷ ଟଙ୍କା) ଫି ଘୋଷଣା କରିବା ଭାରତୀୟ ଆଇଟି ପେସାଦାରଙ୍କ ଉପରେ ବଜ୍ରପାତ ଭଳି ହୋଇଛି।
-
3.ଗାଜା ସହରରେ ଇସ୍ରାଏଲର ପ୍ରଚଣ୍ଡ ବିମାନ ଆକ୍ରମଣ ଜାରି ରହିଛି। ଗତକାଲିଠାରୁ ଆକ୍ରମଣର ତୀବ୍ରତା ବଢ଼ିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଶତାଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି।
-
4.ବ୍ରିଟେନ ଆନୁଷ୍ଠାନିକ ଭାବରେ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ମାନ୍ୟତା ଦେଇଛି।
-
5.ତାମିଲନାଡୁର ତିରୁନେଲଭେଲିର ଏକ ମସଜିଦ ଗ୍ରାମାଞ୍ଚଳର ୧୧୦୦ ଏକର ଜମି ୱାକଫ ସମ୍ପତ୍ତି ବୋଲି ଦାବି କରୁଥିଲା । କିନ୍ତୁ ମାଡ୍ରାସ ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।
-
6.କେନ୍ଦ୍ରାପଡା ମହାକାଳପଡ଼ାରେ ମାଛ ମାରୁଥିବା ବେଳେ ବଜ୍ରପାତ, ଡଙ୍ଗାରେ ବାପା ଟଳି ପଡିଲେ, ପୁଅ ନିଖୋଜ।
-
7.ପୁରୀରେ ଶ୍ରୀକ୍ଷେତ୍ର କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ୨୬୪୪ଟି ଆବେଦନ ପଞ୍ଜିକୃତ କରାଯାଇଛି ।
-
8.ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ବାଣ ଗୋଦାମରେ ବିସ୍ଫୋରଣରେ ଜଣେ ମୃତ, ୧୨ ଗୁରୁତର ।
-
9.ଭଦ୍ରକ ବନ୍ଧଗାଁ ରେ ନିଜ ଦେହରେ ନିଆଁ ଲଗାଇ ମେକାନିକ୍ ଗୁରୁତର, କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର।
-
10.ଭଦ୍ରକ ସଦର ଚଢ଼ିଆ ପଞ୍ଚାୟତରେ ଖ୍ରୀଷ୍ଟିଆନରୁ ହିନ୍ଦୁ ଧର୍ମକୁ ଆସିଲେ ୧୦ ପରିବାରର ୪୦ ଆଦିବାସୀ
-
11.ଆଧାର କାର୍ଡକୁ ନେଇ ସରକାରଙ୍କ ନିଷ୍ପତ୍ତି। ବାୟୋମେଟ୍ରିକ୍ସ ଅପଡେଟ୍ ମାଗଣା କରାଯିବ ।
-
12.ପାଲେଷ୍ଟାଇନକୁ ମାନ୍ୟତା ଦେଲେ ବ୍ରିଟେନ, ଅଷ୍ଟ୍ରେଲିଆ ଓ କାନାଡା ।
-
13.ପ୍ୟାକେଜ୍ ପାନୀୟ ଜଳ ବୋତଲ, ରେଲ୍ ନୀର ଏବଂ ଅନ୍ୟ ସମସ୍ତ ବ୍ରାଣ୍ଡର ଏକ ଲିଟରର ମୂଲ୍ୟ ପୂର୍ବରୁ ୧୫ ଟଙ୍କା ଥିବା ବେଳେ ଏବେ ଜିଏସଟି ହ୍ରାସ ପରେ ୧୪ ଟଙ୍କା ହୋଇଛି।
-
14.ଭାରତର ୨୮ ରାଜ୍ୟର ମୋଟ ସରକାରୀ ଋଣ ୧୦ ବର୍ଷ ମଧ୍ୟରେ ୩ ଗୁଣ ହୋଇଥିବା କମ୍ପଟ୍ରୋଲର ଆଣ୍ଡ ଅଡିଟ୍ ଜେନେରାଲ (ସିଏଜି)ଙ୍କ ଅନୁଧ୍ୟାନରୁ ଜଣାପଡ଼ିଛି।
-
15.ଗୁଜୁରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ (ଜିସିଏମଏମଏଫ) ଆମୁଲ ବ୍ରାଣ୍ଡ ଅଧୀନରେ ବିକ୍ରି ହେଉଥିବା ୭୦୦ରୁ ଅଧିକ ଉତ୍ପାଦର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛି, ଯାହା ଦ୍ୱାରା ଗ୍ରାହକମାନଙ୍କୁ “ଜିଏସଟି ୨.୦ ହ୍ରାସର ପୂର୍ଣ୍ଣ ଲାଭ” ମିଳିପାରିବ।
-
16.ରାଜ୍ୟରେ ମୋଟ୍ ୭୪ ହଜାର ୨୨୪ଟି ଅଙ୍ଗନଓ୍ବାଡି କେନ୍ଦ୍ର କାର୍ଯ୍ୟରତ। ସେଥିମଧ୍ୟରୁ ୫୩ ହଜାର ୧୯୪ଟି କେନ୍ଦ୍ରର ନିଜସ୍ବ ଗୃହ ଅଛି। ୨୧ ହଜାର ୦୩୦ଟି ଅଙ୍ଗନଓ୍ବାଡି କେନ୍ଦ୍ର ବର୍ତ୍ତମାନ ଭଡ଼ାଘରେ ଚାଲିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଭଡ଼ାଗୃହରେ ଚାଲୁଥିବା ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକର ଭଡ଼ା ବାବଦକୁ ୮୧୮.୧୬ ଲକ୍ଷ ଟଙ୍କା ମଞ୍ଜୁରୀ ଦିଆଯାଇଥିଲା।
-
17.ଜୋତା ଷ୍ଟାଣ୍ଡରୁ ଦୁର୍ଗନ୍ଧ କମାଇବା ଗବେଷଣା ପାଇଁ ୨ ଭାରତୀୟ ଇଞ୍ଜିନିୟର ଆଇଜି ନୋବେଲ ପୁରସ୍କାର ଜିତିଛନ୍ତି।
-
18.ବିଜ୍ଞାନ କ୍ଷେତ୍ରରେ କିଛି ଗବେଷଣା ପ୍ରଥମେ ଲୋକଙ୍କୁ ହସାଇଥାଏ ଏବଂ ପରେ ଏହାକୁ ନେଇ ଚିନ୍ତା କରିବାକୁ ବାଧ୍ୟ କରିଥାଏ। ଏପରି ଗବେଷଣା କରିଥିବା ବୈଜ୍ଞାନିକଙ୍କୁ ପ୍ରତିବର୍ଷ ଆଇଜି ନୋବେଲ ସମ୍ମାନ ପ୍ରଦାନ କରାଯାଇଥାଏ।
-
19.ଏସିଆ କପ୍ କ୍ରିକେଟ୍ର ସୁପର ୪ ମ୍ୟାଚରେ ଭାରତର ଦମ୍ଦାର ବିଜୟ ହୋଇଛି । ପାକିସ୍ତାନକୁ ପୁଣି ଥରେ ଭାରତ ପରାସ୍ତ କରିଛି।
-
20.ସାଇବର ଆକ୍ରମଣ ଯୋଗୁଁ ୟୁକେ ଏବଂ ବେଲଜିୟମ ସମେତ ବହୁ ୟୁରୋପୀୟ ଦେଶରେ ବିମାନ ବାତିଲ, ହଜାର ହଜାର ଯାତ୍ରୀ ଫସିଲେ।