- 1.ବିଶ୍ୱର ପ୍ରାୟ ୪୬% ସ୍ବଳ୍ପ ଆୟକାରୀ ଲୋକ ଉପକୂଳ ଅଞ୍ଚଳରେ ରହୁଛନ୍ତି। ଖାସ୍କରି ଆଫ୍ରିକା ଏବଂ ଏସିଆରେ ଅଧିକ ସଂଖ୍ୟାରେ ସ୍ବଳ୍ପ ଆୟକାରୀ ଉପକୂଳରେ ରହୁଥିବା ନେଇ ଚାଇନାର ସିଚୁଆନ ୟୁନିଭର୍ସିଟି, ଅଷ୍ଟ୍ରେଲିଆର ମୋନାଶ ୟୁନିଭର୍ସିଟିର ଗବେଷକମାନେ କରିଥିବା ଏକ ଅଧ୍ୟୟନରେ କୁହାଯାଇଛି।
-
2.କେନ୍ଦ୍ର ସରକାର ଉଜ୍ଜ୍ୱଳା ଯୋଜନାର ସଂପ୍ରସାରଣକୁ ଅନୁମତି ଦେଇଛନ୍ତି। ଏହା ମାଧ୍ୟମରେ ୨୫ ଲକ୍ଷ ମହିଳାଙ୍କୁ ମାଗଣା ଏଲପିଜି ସଂଯୋଗ ପ୍ରଦାନ କରାଯିବ। ଏ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରି ସୂଚନା ଦେଇଛନ୍ତି।
-
3.୨୦୨୨-୨୩ ଆର୍ଥିକ ବର୍ଷରେ ରାଜସ୍ବ ବଳକା କ୍ଷେତ୍ରରେ ଓଡ଼ିଶା ଦେଶର ତୃତୀୟ ସ୍ଥାନରେ ଥିବା ଦର୍ଶାଯାଇଛି। ତାଲିକାର ପ୍ରଥମ ସ୍ଥାନରେ ୩୭,୨୬୩ କୋଟି ଟଙ୍କା ରାଜସ୍ବ ବଳକା ସହ ଉତ୍ତରପ୍ରଦେଶ ଶୀର୍ଷ ସ୍ଥାନରେ ରହିଛି। ଏହା ପଛକୁ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଗୁଜରାଟ ଓ ଓଡ଼ିଶା ନାମ ରହିଛି।
-
4.ବଡ଼ ସାମୁଦ୍ରିକ ଝଡ଼ ‘ରାଗାସା’କୁ ନେଇ ଫିଲିପାଇନ୍ସରେ ହାଇଆଲର୍ଟ ଜାରି କରାଯାଇଛି। ଫିଲିପାଇନ୍ସର ଉତ୍ତର ଭାଗ ଆଡ଼େ ଟାଇଫୁନ୍ ମୁହାଁଉଥିବାବେଳେ ପୂର୍ବ ତଥା ଦକ୍ଷିଣ ପୂର୍ବ ଏସିଆରେ ଏନେଇ ଆଲର୍ଟ ଜାରି ହୋଇଛି।
-
5.ଓଡିଶା ଉପକୂଳରେ ୨୫ ତାରିଖରେ ଆଉ ଏକ ଲଘୁଚାପ ହୋଇପାରେ। ଅକ୍ଟୋବର ୧ ରେ ବି ଲଘୁଚାପ ସମ୍ଭାବନା।
-
6.ରାଜ୍ୟର ଋଣଭାର ୧.୩୪ ଲକ୍ଷ କୋଟି ଟଙ୍କା ଟପିବ। ଗୋଟିକ ପରେ ଗୋଟାଏ ମାଗଣା ଯୋଜନା ବଢି ଚାଲିଛି।
-
7.୧୪ ମାସରେ ରାଜ୍ୟରେ ୩୭ ହଜାରରୁ ଅଧିକ ମହିଳା ନିର୍ଯାତନା ମାମଲା ହୋଇଛି।
-
8.ପାରାଦୀପରେ ରାଜ୍ୟର ପ୍ରଥମ କଙ୍କଡ଼ା ହାଚେରୀ ହେବ। ବର୍ଷକୁ ଦଶଲକ୍ଷ ଗୁଣାତ୍ମକ ବିହନ ଉତ୍ପାଦନ ହେବ।
-
9.କେନ୍ଦୁଝରର ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜାତୀୟ ଇ-ଗଭର୍ଣ୍ଣାନ୍ସ ଜୁରୀ ପୁରସ୍କାର ୨୦୨୫ ମିଳିଲା।
-
10.କନ୍ଧମାଳ କଳିଙ୍ଗା ଘାଟି ପୁଣିଥରେ ଭୁଷୁଡିଗଲା । ଗଂଜାମରୁ କନ୍ଧମାଳ ଜିଲ୍ଲାକୁ ଯୋଗାଯୋଗ ପୁଣି ବିଚ୍ଛିନ୍ନ ହେଲା।
-
11.କେନ୍ଦୁଝରରେ ଧାନ ବିଲରେ ୨୯ ଟିକିଆ ହାତୀପଲଙ୍କ ଉତ୍ପାତ। ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି।
-
12.ଅହମବାଦରେ ଚଳିତବର୍ଷ ଜୁନ ୧୨ରେ ହୋଇଥିବା ଏଆଇ ୧୭୧ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟରେ ‘ପାଇଲଟ୍ ତ୍ରୁଟି’ ଉଲ୍ଲେଖ କରାଯିବାକୁ ସୁପ୍ରିମ୍କୋର୍ଟ ଦୁର୍ଭାଗ୍ୟଜନକ କହିଛନ୍ତି।
-
13.ବିହାରରେ ଆସନ୍ତା ନଭେମ୍ୱର ୫ରୁ ୧୫ ତାରିଖ ମଧ୍ୟରେ ତିନି ପର୍ଯ୍ୟାୟରେ ଭୋଟଗ୍ରହଣ ହୋଇପାରେ।
-
14.ରାଜସ୍ଥାନ ବିଶ୍ୱବିଦ୍ୟାଳୟରେ ଔରଙ୍ଗଜେବଙ୍କୁ ପ୍ରଶଂସା କଲେ ଓଡ଼ିଆ କୁଳପତି ପ୍ରଫେସର ସୁନିତା ମିଶ୍ର। ବିରୋଧ ପରେ କ୍ଷମା ମାଗିଲେ।
-
15.ପାକିସ୍ତାନ ସେନା ନିଜ ଦେଶରେ ନିଜେ ଏୟାରଷ୍ଟ୍ରାଇକ୍ କଲେ । ୩୦ ମୃତ, ଭଗ୍ନାବଶେଷ ତଳେ ଅନେକ ଜୀବନ ଚାପି ହୋଇ ରହିଛି ।
-
16.ସିଙ୍ଗାପୁରରେ ଏକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ବଲିଉଡ ଗାୟକ ଜୁବିନ ଗର୍ଗଙ୍କ ଶେଷକୃତ୍ୟ ଆଜି (ମଙ୍ଗଳବାର) ସମ୍ପନ୍ନ ହେବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୂଚନା ଦେଇଛନ୍ତି।
-
17.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇ ରାଜଧାନୀ ଇଟାନଗରରେ ୫୧୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
-
18.ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇଛି। ଗତ ୧୫ ମାସ ମଧ୍ୟରେ ୨୨ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର ଏଭଳି ଉଦବେଗଜନକ ତଥ୍ୟ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
-
19.ଜଣେ ୧୩ ବର୍ଷୀୟ ଆଫଗାନ୍ ବାଳକଙ୍କ ଉତ୍ସୁକତା ତାଙ୍କୁ ଆଫଗାନିସ୍ତାନରୁ ଦିଲ୍ଲୀରେ ପହଞ୍ଚାଇଛି। କାବୁଲରୁ ଉଡ଼ାଣ ଆରମ୍ଭ କରିଥିବା ଏକ ବିମାନର ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ଲୁଚି ରହି ସେ କୌଣସି ପ୍ରକାରେ ଦିଲ୍ଲୀରେ ପହଞ୍ଚତ୍ ପାରିଛନ୍ତି।
-
20.ଗାଜାରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଫ୍ରାନ୍ସ ମହାଶକ୍ତି ପାଲେଷ୍ଟାଇନ ରାଷ୍ଟ୍ରକୁ ସ୍ୱୀକୃତି ଦେଇଛି।
-