-
1.ଦିଲ୍ଲୀରେ ଦେଖାଦେଉଥିବା ବାୟୁ ପ୍ରଦୂଷଣ ସମସ୍ୟାର ସମାଧାନ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ହେବା ଆବଶ୍ୟକ। ଏଥିପାଇଁ ଏକ ସ୍ପଷ୍ଟ ଏବଂ କାର୍ଯ୍ୟକାରୀ ହୋଇପାରୁଥିବା ରଣନୀତି ପ୍ରସ୍ତୁତ କରିବାକୁ ହେବ ବୋଲି ସୁପ୍ରିମକୋର୍ଟ ସୋମବାର ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍) କର୍ତ୍ତୃପକ୍ଷଙ୍କୁ କହିଛନ୍ତି।
-
2.‘ଡିଜିଟାଲ୍ ଆରେଷ୍ଟ’ ସ୍କାମ୍ ସହ ଜଡ଼ିତ ମାମଲାର ତଦନ୍ତ କରିବାକୁ ସୁପ୍ରିମ୍କୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି। କୃତ୍ରିମ ବୁଦ୍ଧିମତା (ଏଆଇ) ଓ ମେସିନ୍ ଲର୍ଣ୍ଣିଂ ଟୁଲ୍ସ ବ୍ୟବହାର କରି ଏଭଳି ଆକାଉଣ୍ଟକୁ ଚିହ୍ନଟ କରିବା ଓ ଅପରାଧର ଆୟକୁ ଫ୍ରିଜ୍ କରିବା ପାଇଁ ସୁପ୍ରିମ୍କୋର୍ଟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସହାୟତା ମାଗିଛନ୍ତି।
-
3.ପୁରୀ ଓ ଭୁବନେଶ୍ବର ରାଜଭବନର ନାମ ବଦଳିଲା । ନୂଆ ନାଁ ହେଲା 'ଲୋକଭବନ'।
-
4.ଓଡିଶାରେ ରେ ଗତ ୧୬ ମାସରେ ୩୩ଟି ନୂଆ ସୂଚନା ପ୍ରଯୁକ୍ତି (ଆଇଟି) କମ୍ପାନି ସେମାନଙ୍କ ୟୁନିଟ୍ ସ୍ଥାପନ କରିଛନ୍ତି। ରାଜ୍ୟରେ ୨୦୧୬-୧୭ରେ ୩୪୦୦ କୋଟି ଟଙ୍କାର ସଫ୍ଟୱେର ରପ୍ତାନି ହୋଇଥିଲା। ତା’ପରଠାରୁ ଲଗାତାର ଭାବେ ସେଥିରେ ବୃଦ୍ଧି ହେଉଛି।
-
5.ଆମେରିକୀୟ ଡଲାରତୁଳନାରେ ଭାରତୀୟ ଟଙ୍କା ପୁଣି ଦୁର୍ବଳ ହେବାରେ ଲାଗିଛି। ସୋମବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୦ ଟଙ୍କା ଆଡ଼କୁ ଅଗ୍ରସର ହୋଇଥିଲା।
-
6.ସଂସଦର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଏହି ଅଧିବେଶନରେ ସଂସଦ ଦେଶ ବିଷୟରେ କ'ଣ ଭାବୁଛି, ଦେଶ ପାଇଁ କ'ଣ କରିବାକୁ ଚାହୁଁଛି ଏବଂ ଦେଶ ପାଇଁ କ'ଣ କରିବାକୁ ଯାଉଛି ତାହା ଉପରେ ଧ୍ୟାନ ଦିଆଯିବା ଉଚିତ।
-
7. କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ରାଜ୍ୟସଭାର ନୂତନ ଅଧ୍ୟକ୍ଷ ଭାବେ ସ୍ୱାଗତ କରିବା ସହ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଅପ୍ରତ୍ୟାଶିତ ବିଦାୟ ବିଷୟ ଉଲ୍ଲେଖ କରିଛନ୍ତି।
-
8.ଦେଶରେ ନିର୍ମିତ କିମ୍ବା ଆମଦାନି ହେଉଥିବା ପ୍ରତ୍ୟେକ ନୂତନ ସ୍ମାର୍ଟଫୋନରେ 'ସଞ୍ଚାର ସାଥୀ' ଆପ୍ ପ୍ରି-ଇନଷ୍ଟଲ କରିବା ବାଧ୍ୟତାମୂଳକ ହେବ। ଏହି ନିୟମ କାର୍ଯ୍ୟକାରୀ କରିବା ପାଇଁ କମ୍ପାନୀଗୁଡ଼ିକୁ ୯୦ ଦିନ ସମୟ ଦିଆଯାଇଛି।
-
9.ଜାପାନ କମ୍ପାନି ସାଇନ୍ସ ପ୍ରଥମ ମାନବ ୱାସିଂ ମେସିନ୍ ଲଞ୍ଚ କରିଛି। ଏହି ମେସିନରେ ମଣିଷ ଚିତ ହୋଇ ଶୋଇପଡ଼ିବା ପରେ ଆପଣାଛାଏଁ ଏକ ଢାଙ୍କୁଣୀ ଘୋଡ଼ାଇ ହୋଇଯାଇଥାଏ। ତା'ପରେ ମେସିନ୍ ସ୍ୱୟଂଚାଳିତ ଭାବରେ ପାଣି ପକାଇ, ଫେଣ କରି କୋମଳ ମସାଜ୍ ଭଳି କୌଶଳ ବ୍ୟବହାର କରି ଶରୀରକୁ ସଫା କରିଦେଇଥାଏ।
-
10.ପାକିସ୍ତାନ ସେନାର ଫିଲ୍ଡ ମାର୍ଶଲ ଅସିମ ମୁନିରଙ୍କୁ ଦେଶର ପ୍ରଥମ ସିଡିଏଫ ବା ଚିଫ ଅଫ ଡିପେନ୍ସ ଫୋର୍ସ କରିବା ଲାଗି ସମ୍ବିଧାନରେ ସଂଶୋଧନ କରାଯାଇଛି।
-
11.ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି। ଦୁଇ ଦିନିଆ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୁଟିନ ବାହାରକୁ ଗଲେ ଯାହା ଖାଆନ୍ତି ତାହା ରୁଷରୁ ଅଣାଯାଇଥାଏ ।
-
12. ସଂଶୋଧିତ ଆଇନ ଅନୁସାରେ ଏଣିକି ଜଳ ପ୍ରଦୂଷଣ କ୍ଷେତ୍ରରେ ଶିଳ୍ପାନୁଷ୍ଠାନଗୁଡ଼ିକ ନାମରେ ମାମଲା ରୁଜୁ କରିବା ପରିବର୍ତ୍ତେ ୧୦ହଜାରରୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ।
-
13.ମହାରାଷ୍ଟ୍ରରେ ସ୍ଥାନୀୟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ । ଏଥିରେ ୨୬୪ଟି ପୌର ପରିଷଦ ଏବଂ ନଗର ପଞ୍ଚାୟତ ପାଇଁ ମତଗ୍ରହଣ କରାଯିବ ।ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟା ଜାନୁଆରୀ ୩୧ ସୁଦ୍ଧା ସମାପ୍ତ ହେବାକୁ ଯାଉଛି।
-
14.୨୬ ବର୍ଷୀୟ ବଡି ବିଲ୍ଡର ତଥା ପାରା ଆଥଲେଟ୍ ରୋହିତ ଧନଖଡ଼ ହତ୍ୟାର ଶିକାର ହୋଇଛନ୍ତି ।୨୦ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି।
-
15.ଭାରତୀୟ ମହିଳା ହକି ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ବ୍ୟକ୍ତିଗତ କାରଣ ଯୋଗୁଁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।