-
1.ବିହାରରେ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବେ।
-
2.ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ବିରୋଧରେ ମାନବତା ବିରୋଧୀ ଅପରାଧ ଅଭିଯୋଗରେ ବାଂଲାଦେଶର ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ୍ ତାଙ୍କ ରାୟ ଶୁଣାଇବେ।
-
3.ଆତ୍ମଘାତୀ ବିସ୍ଫୋରଣ ଘଟାଇଥିବା ଆତଙ୍କୀ ଉମର ଉନ୍ ନବୀର ଘନିଷ୍ଠ ସହଯୋଗୀ ତଥା ବିସ୍ଫୋରଣରେ ବ୍ୟବହୃତ ଆଇ-୨୦ କାର୍ ଯୋଗାଇଥିବା ଅମୀର ରସିଦ୍ ଅଲୀ ଦିଲ୍ଲୀରୁ ଗିରଫ ହୋଇଛି।
-
4.ଦକ୍ଷିଣ ଚୀନ୍ ସାଗରରେ ଉତ୍ତେଜନା ପୁଣି ଥରେ ଚରମ ସୀମାରେ ପହଞ୍ଚିଛି। ପ୍ରଥମ ଥର ପାଇଁ, ଚୀନ୍ ଖୋଲାଖୋଲି ଭାବରେ ଏହି ବିବାଦୀୟ ସାମୁଦ୍ରିକ ଅଞ୍ଚଳ ଉପରେ ଲଢ଼ୁଆ ବିମାନ ସହିତ ଏହାର ବୋମାବର୍ଷୀ ବିମାନ ଉଡ଼ାଇଛି।
-
5. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ନରମ ଆଭିମମୁଖ୍ୟ ପୋଷଣ କରିବାକୁ ଯାଇ ୨୫୪ଟି ସାମଗ୍ରୀ ଉପରେ ପାଲଟା ଶୁଳ୍କ କମାଇଛନ୍ତି। ଏହା ଭାରତ ପାଇଁ ମଧ୍ୟ ପ୍ରଜୁଯ୍ୟ। ଏଥିଯୋଗୁ ଭାରତର କଫି, ଚା, ଫଳ, କାଜୁ, ମସଲା ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପରେ ଆମଦାନି ଶୁଳ୍କ ୫୦ ପ୍ରତିଶତରୁ ଶୂନ ପ୍ରତିଶତକୁ କମିବ।
-
6.ବ୍ୟାଡମିଣ୍ଟନ ତାରକା ଶ୍ଵେତାପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି।
-
7.ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଯାନବାହନ ମାଲିକ ଓ ଚାଳକମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ରିହାତି ଘୋଷଣା କରିଛନ୍ତି। ମୋଟର ଯାନ ଆଇନ୍, ୧୯୮୮ ଅନୁଯାୟୀ କିଛି ନିର୍ଦ୍ଦିଷ୍ଟ ଉଲ୍ଲଂଘନ କ୍ଷେତ୍ରରେ ପଡ଼ି ରହିଥିବା ଜରିମାନା ରାଶିକୁ ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସୁବିଧା ଜୁଲାଇ ୩୧, ୨୦୨୫ ପର୍ଯ୍ୟନ୍ତ ଉପଲବ୍ଧ ରହିବ।
-
8.କେନ୍ଦ୍ରାପଡ଼ା ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ବଳଦେବଜୀଉଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।
-
9.ଦେଶର ସର୍ବବୃହତ ବ୍ୟାଙ୍କ SBI mCASH ସେବାକୁ ବନ୍ଦ କରିବାକୁ ଯାଉଛି। ଡିସେମ୍ବର ୧ , ୨୦୨୫ ରୁ ଏହି SBI ଏହି ସେବା ସମ୍ପୁର୍ଣ ବନ୍ଦ ହୋଇଯିବ ।
-
10.କିଛି ପ୍ରକଳ୍ପ ପାଇଁ ଆସିଥିବା ବିଶ୍ଵବ୍ୟାଙ୍କର ୧୪ ହଜାର କୋଟି ଟଙ୍କାକୁ ବିହାର ନିର୍ବାଚନରେ ବିନିଯୋଗ କରାଯାଇଛି। ରବିବାର ଏଭଳି ଅଭିଯୋଗ ଆଣିଛି ଜନ ସୂରାଜ ପାର୍ଟି(ଜେଏସପି)। ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୧ ଘଣ୍ଟା ପୂର୍ବରୁ ଏହି ପାଣ୍ଠିକୁ ମହିଳା ଭୋଟଙ୍କୁ ବାଣ୍ଟି ଦିଆଯାଇଛି ଜେଏସପି ଅଭିଯୋଗ କରିଛି।
-
11.ଅଷ୍ଟ୍ରେଲିଆ ବିଶ୍ୱର ପ୍ରଥମ ଦେଶ ହେବାକୁ ଯାଉଛି ଯେଉଁଠାରେ ୧୬ ବର୍ଷରୁ କମ୍ ବୟସର ପିଲାମାନେ ଆଉ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ। ଜୁନ ୨୦୨୧ରେ ଅଷ୍ଟ୍ରେଲିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ଆଣ୍ଡ ଓ୍ବେଲଫେୟାର (AIHW)ର ତଥ୍ୟ ଅନୁଯାୟୀ, ଅଷ୍ଟ୍ରେଲିଆରେ ପ୍ରାୟ ୪୦ ଲକ୍ଷ ଲୋକ ୧୬ ବର୍ଷରୁ କମ୍ ବୟସର ଥିଲେ।
-
12.ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ବିସ୍ଫୋରକ ମଧ୍ୟରେ ଗୋଟିଏ ବନ୍ଧୁକ, ୧୧୦ଟି ଜିଲାଟିନ ଷ୍ଟିକ, ମାଓବାଦୀ ପୁସ୍ତିକା, ୧୭୦ଟି ୭.୬୨ ଏମଏମ ଇଏଫସି, ୧୫୦ଟି କାଟ୍ରିଜ ରହିଛି।
-
13.୧୨ ଡିଗ୍ରୀ ତଳେ ରହିଛି ୧୩ ସହରର ତାପମାତ୍ରା। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ ହୋଇଛି। ସେମିଳିଗୁଡାରେ ୭.୪, ଦାରିଙ୍ଗବାଡିରେ ୮, ଫୁଲବାଣୀରେ ୯ ଡିଗ୍ରୀ ତାପମାତ୍ରା ରହିଛି। ଏବଂ ଟ୍ବିନ୍ ସିଟିରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ।
-
14.କୋଲକାତାରେ ଅଢେଇ ଦିନରେ ଲଢେଇ ହାରିଲା ଭାରତ। ଇଡେନ ଗାର୍ଡେନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୩୦ ରନରେ ଭାରତକୁ ପରାସ୍ତ କରିଛି ।
-
15.ସ୍ବଭାବରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଥଣ୍ଡା ଅନୁଭବ କରନ୍ତି। ନେଚର୍ ଡଟ୍ କମ୍ରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ, ପୁରୁଷମାନଙ୍କ ପାଇଁ ଆରାମଦାୟକ ତାପମାତ୍ରା ଅପେକ୍ଷା ପ୍ରାୟ ୨.୫ ଡିଗ୍ରି ସେଲସିୟସ୍ ଅଧିକ ତାପମାତ୍ରାରେ, ଅର୍ଥାତ୍ ପ୍ରାୟ ୨୪ରୁ ୨୫ ଡିଗ୍ରି ସେଲସିୟସ୍ରେ ମହିଳାମାନେ ଆରାମ ଅନୁଭବ କରନ୍ତି।