-
1.ସୁପ୍ରିମକୋର୍ଟ ରିଲାଏନ୍ସ କମ୍ୟୁନିକେସନ୍ସ ଏବଂ ଅନିଲ ଅମ୍ବାନୀଙ୍କ ସହ ଜଡିତ ୨୦,୦୦୦ କୋଟି ଟଙ୍କାର ଠକେଇ ମାମଲାର ତଦନ୍ତ କରିବାକୁ ରାଜି ହୋଇଛନ୍ତି। ଆଇନଜୀବୀ ପ୍ରଶାନ୍ତ ଭୂଷଣ କୋର୍ଟ ତଦାରଖରେ ଏହି ତଦନ୍ତ ଦାବି କରିଛନ୍ତି।
-
2.ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସୋମବାର ପାକିସ୍ତାନ ଓ ଏହାର ମାଟିରୁ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନଗୁଡ଼ିକୁ ଏକ କଡ଼ା ବାର୍ତ୍ତା ଦେଇ କହିଛନ୍ତି, ଭାରତର ନିକଟରେ ହୋଇଥିବା ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ‘ଅପରେସନ୍ ସିନ୍ଦୂର’ କେବଳ ଏକ ଟ୍ରେଲର୍ ଥିଲା ଏବଂ ଭବିଷ୍ୟତ ଆହ୍ବାନ ପାଇଁ ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।
-
3.ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ମାନବତା ବିରୁଦ୍ଧରେ ଗମ୍ଭୀର ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ କରିଛି। ଏହି ମାମଲାରେ ତିନି ଜଣିଆ ଟ୍ରିବ୍ୟୁନାଲ୍ ଶେଖ୍ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।
-
4.ମୁଦ୍ରିତ ଗଣମାଧ୍ୟମ ପାଇଁ ସରକାରୀ ବିଜ୍ଞାପନ ଦରରେ ୨୬% ବୃଦ୍ଧିକୁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନୁମୋଦନ ଦେଇଛି। ଦୈନିକ ୧ ଲକ୍ଷ କପି ପ୍ରକାଶିତ ହେଉଥିବା ଖବରକାଗଜରେ କଳାଧଳା ବିଜ୍ଞାପନ ଦର ବର୍ଗ ସେଣ୍ଟିମିଟର ପିଛା ୪୭ ଟଙ୍କା ୪୦ ପଇସାରୁ ୫୯ ଟଙ୍କା ୬୮ ପଇସାକୁ ବୃଦ୍ଧି କରାଯାଇଛି।
-
5.ଜାତିସଂଘ ସୁରକ୍ଷା ପରିଷଦ ଗାଜାରେ ଆମେରିକାର ଶାନ୍ତି ଯୋଜନାକୁ ଅନୁମୋଦନ କରିଛି, ଯାହା ଗାଜାରେ ଅନ୍ତର୍ଜାତୀୟ ସୁରକ୍ଷା ବାହିନୀ ମୁତୟନ ପାଇଁ ପଥ ପ୍ରଶସ୍ତ କରିଛି। ଜାତିସଂଘ ସୁରକ୍ଷା ପରିଷଦ ଗାଜାରେ ଏକ ଅନ୍ତର୍ଜାତୀୟ ସ୍ଥିରୀକରଣ ବାହିନୀ ମୁତୟନ ଏବଂ ଭବିଷ୍ୟତର ପାଲେଷ୍ଟାଇନୀ ରାଷ୍ଟ୍ର ପାଇଁ ଏକ ସମ୍ଭାବ୍ୟ ପଥ ମଧ୍ୟ ଉଲ୍ଲେଖ କରିଛି।
-
6. ନିର୍ବାଚନ କମିସନଙ୍କ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍) କାର୍ଯ୍ୟକ୍ରମର ଅତ୍ୟଧିକ ଚାପ ଯୋଗୁଁ ରାଜସ୍ଥାନ ଓ କେରଳରେ ଦୁଇଜଣ ବୁଥ୍ ସ୍ତରୀୟ ଅଫିସର (ବିଏଲ୍ଓ) ଆତ୍ମହତ୍ୟା କରିଛନ୍ତି।
-
7.ବେଙ୍ଗାଲୁରୁର ନନ୍ଦିନୀ ଡାଏରୀ ପାର୍ଲରକୁ ଉତ୍ପାଦ ଯୋଗାଉଥିବା ଏକ ନକଲି ଘିଅ ରୢାକେଟ୍ର ପର୍ଦ୍ଦାଫାସ ହୋଇଛି। ଅଧିକାରୀମାନେ ଏକ ପ୍ରାଧିକୃତ ବିତରକଙ୍କ ଦ୍ୱାରା ପରିଚାଳିତ ଅପମିଶ୍ରଣ ନେଟୱାର୍କର ପର୍ଦ୍ଦାଫାସ କରିଛନ୍ତି।
-
8.ଷୋଡ଼ଶ ଅର୍ଥ ଆୟୋଗ ରିପୋର୍ଟ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଛି। ଆୟୋଗର ଅଧ୍ୟକ୍ଷ ଅରବିନ୍ଦ ପାନଗାରିଆ ଓ ଅନ୍ୟ ସଦସ୍ୟମାନେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି।
-
9.ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟିଛି। ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ ହୋଇଛି।
-
10.ଡିସେମ୍ବର ୧ ତାରିଖରୁ ଘରୋଇ ବସ ଧର୍ମଘଟ ଚେତାବନୀ । ମୋଟର ଯାନ ଯାଞ୍ଚ୍ ପାଇଁ ପୁଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ ପ୍ରତିବାଦରେ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘ ଡିସେମ୍ବର ୧ରୁ ରାଜ୍ୟବ୍ୟାପୀ ଧର୍ମଘଟ ଧମକ ଦେଇଛି।
-
11.ଏୟାର ଇଣ୍ଡିଆ ୧ ଫେବୃଆରୀ ୨୦୨୬ରୁ ଦିଲ୍ଲୀ ଏବଂ ଚାଇନାର ସାଂଘାଇ ମଧ୍ୟରେ ନନ୍ଷ୍ଟପ ବିମାନ ସେବା ପୁନଃ ଆରମ୍ଭ କରିବ। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ସୋମବାର ଏହି ସୂଚନା ଦେଇଛନ୍ତି
-
12.ବେଙ୍ଗାଲୁରୁରେ ଜଣେ ୫୭ ବର୍ଷୀୟା ସଫ୍ଟୱେର୍ ଇଞ୍ଜିନିୟର ‘ଡିଜିଟାଲ୍ ଗିରଫ’ ନାମକ ଏକ ଜଟିଳ ଠକେଇର ଶିକାର ହୋଇଛନ୍ତି। ଠକମାନେ ନିଜକୁ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କୁ ୬ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବରେ ଭିଡିଓ ସର୍ଭେଲାନ୍ସରେ ରଖିଥିଲେ ଏବଂ ତାଙ୍କଠାରୁ ପ୍ରାୟ ₹୩୨ କୋଟି ଟଙ୍କା ଠକି ନେଇଛନ୍ତି। ମହିଳା ଜଣକ ମୋଟ୍ ୧୮୭ଟି ବ୍ୟାଙ୍କ ଟ୍ରାଞ୍ଜାକସନ୍ ଜରିଆରେ ଏହି ଅର୍ଥ ହରାଇଛନ୍ତି।
-
13.ପାରାଲିମ୍ପିକ୍ ଗୋଲ୍ଡ ମେଡାଲିଷ୍ଟ ଅଷ୍ଟ୍ରେଲିଆନ ସାଇକ୍ଲିଷ୍ଟ ପେଜ ଗ୍ରେକୋଙ୍କର ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା।
-
14.ବାରବାଟୀ ମ୍ୟାଚ ପାଇଁ ଆସନ୍ତା ଡିସେମ୍ବର ୧ ତାରିଖରେ ହେବ ଟିକେଟ ବିକ୍ରି। ୧ରେ ଅନଲାଇନରେ ଟିକେଟ ବିକ୍ରି କରାଯିବ।
-
15.ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ “ଶୋଲେ” ପୁଣି ଥରେ ବଡ଼ ପରଦାରେ ଧମାଲ କରିବାକୁ ଯାଉଛି। ରିଲିଜ୍ କରିବାର ପଚାଶ ବର୍ଷ ପରେ, ଏହି ଫିଲ୍ମଟି 4K ରେ ରିଷ୍ଟୋର ହେଉଛି ଏବଂ ସାରା ଦେଶରେ ୧୫୦୦ ସ୍କ୍ରିନରେ ରି-ରିଲିଜ୍ ହେବାକୁ ଯାଉଛି।