-
1.ବ୍ୟକ୍ତିଗତ ସୂଚନାର ଅପବ୍ୟବହାର ରୋକିବା ଏବଂ ଅଫଲାଇନ ଯାଞ୍ଚକୁ ନିରୁତ୍ସାହିତ କରିବା ପାଇଁ ଆଗାମୀ ନୂତନ ଆଧାର କାର୍ଡରେ କେବଳ ଆପଣଙ୍କର ଫଟୋ ଏବଂ ଏକ QR କୋଡ ରହିବ। ପୂର୍ବରୁ ଲେଖାଯାଇଥିବା ନାମ, ଠିକଣା ଏବଂ ଆଧାର କାର୍ଡ ନମ୍ବର ହଟାଇ ଦିଆଯିବ।
-
2.ନୀତିଶ କୁମାର ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ ଗୁରୁବାର ଶପଥ ନେବେ ।
-
3.ରେଳବାଇ ଦ୍ୱାରା ପ୍ରବର୍ତ୍ତିତ ଭଡ଼ା ସଂସ୍କାର ଯୋଗୁଁ ମଧ୍ୟବିତ୍ତ ପରିବାର ପାଇଁ ସିମେଣ୍ଟ ପରିବହନ ଖର୍ଚ୍ଚ ହ୍ରାସ ପାଇବ।
-
4.ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ସମୟରେ ନିର୍ବାଚନ ଆୟୋଗ କୃତ୍ରିମ ବୁଦ୍ଧିମତା (ଏଆଇ) ଭିତ୍ତିକ ଯାଞ୍ଚ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛନ୍ତି ।
-
5.ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ମନି ଲଣ୍ଡରିଂ ମାମଲାରେ ଆତଙ୍କର କେନ୍ଦ୍ର ପାଲଟିଥିବା ଅଲ୍ ଫଲାହ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠାତା ଜୱାଦ ଅହମଦ ସିଦ୍ଦିକିଙ୍କୁ ଗିରଫ କରିଛି।
-
6.ଦକ୍ଷିଣ ଲେବାନନର ଆଇନ ଅଲ-ହିଲୱେ ଶରଣାର୍ଥୀ ଶିବିରରେ ଇସ୍ରାଏଲୀୟ ବିମାନ ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।
-
7.ଆମେରିକା , ରୁଷ୍ ସହିତ ବ୍ୟବସାୟ କରୁଥିବା ଦେଶଗୁଡ଼ିକ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଉଦ୍ୟମ ଆରମ୍ଭ କରିଛି। ରୁଷ୍ଠାରୁ ତେଲ କିଣି ବିଦେଶକୁ ରପ୍ତାନି କରୁଥିବା ଦେଶଗୁଡ଼ିକ ଉପରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ପ୍ରସ୍ତାବ ରହିଛି।
-
8.ସୁପ୍ରିମ୍କୋର୍ଟ ନିଜର ପୂର୍ବ ରାୟକୁ ଖାରଜ କରି ଦେଇଛନ୍ତି ଯାହା କେନ୍ଦ୍ରକୁ ଅତୀତର ପରିବେଶ ମଞ୍ଜୁରୀ ପ୍ରଦାନ କରିବାକୁ ବାରଣ କରିଥିଲା। ମେ ୧୬ ତାରିଖରେ ଜଷ୍ଟିସ୍ ଏଏସ୍ ଓକା (ଅବସରପ୍ରାପ୍ତ) ଓ ଜଷ୍ଟିସ୍ ଉଜ୍ଜ୍ବଲ ଭୂୟାଁଙ୍କ ଖଣ୍ଡପୀଠ ପୂର୍ବର ‘ବନଶକ୍ତି ରାୟ’ରେ କହିଥିଲେ ଯେ ପୁରୁଣା ମଞ୍ଜୁରି ଅନୁମତିଯୋଗ୍ୟ ନୁହେଁ।
-
9.ଚୀନ୍ ଟେକ୍ କମ୍ପାନୀଗୁଡ଼ିକ ଦ୍ୱାରା ଗ୍ରହଣ କରାଯାଇଥିବା ୯-୯-୬ ମଡେଲ୍ ଅନୁସାରେ କର୍ମଚାରୀମାନଙ୍କୁ ସପ୍ତାହରେ ଲଗାତାର ଛଅ ଦିନ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ କାମ କରିବାକୁ ପଡିବ। ଏହା ୭୨ ଘଣ୍ଟା କାର୍ଯ୍ୟ ସପ୍ତାହକୁ ଅନୁସରଣ କରେ। ଯେବେକି ବିଶ୍ଵରର ଅଧିକାଂଶ ଦେଶରେ କାର୍ଯ୍ୟ ଘଣ୍ଟା ୪୦ ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ।
-
10.ମଧ୍ୟପ୍ରଦେଶରେ କଫ ସିରପ ଯୋଗୁ ଅନେକ ପିଲାଙ୍କ ମୃତ୍ୟୁର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିବା ପରେ ସରକାର କହିଛନ୍ତି ଯେ, ଖୁବ୍ ଶୀଘ୍ର ଏକ ନୂତନ ନିୟମ ପ୍ରଣୟନ କରିବେ। ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଫାର୍ମାସିରେ କଫ ସିରପ ଉପଲବ୍ଧ ହେବ ନାହିଁ।
-
11.ଭୋପାଳର ତୁଳସୀ ନଗରରେ ପ୍ରାୟ ୫୦ କୋଟି ଟଙ୍କା ବିନିଯୋଗରେ ଭୋପାଳ ନଗର ନିଗମର କୋଠା ତିଆରି ହୋଇଛି। କିନ୍ତୁ ବୈଠକ ପାଇଁ କୌଣସି ମିଟିଂ ହଲ୍ ନାହିଁ।
-
12.ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୁମ୍ମାଝରଣ ଜଳପ୍ରପାତରେ ଭାସିଯାଇ ୨ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ଜେ. ଶ୍ରୀକାନ୍ତ ଏବଂ ଲିଙ୍ଗରାଜ ମହାପାତ୍ର କୋରାପୁଟ ଜିଲା ଜୟପୁରର।
-
13.ବ୍ରହ୍ମପୁରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଏଜୁକେସନ ଏଣ୍ଡ ରିସର୍ଚ୍ଚ (ଆଇଜର) ପରିସରରେ ୧୦୮ ଫୁଟ ଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ ହୋଇଛି।
-
14.ଓଡ଼ିଶା ସରକାର ରାଜ୍ୟରେ ଆଉ ୪ଟି ନୂତନ ତହସିଲ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନୂତନ ତହସିଲଗୁଡ଼ିକୁ ମିଶାଇଲେ ରାଜ୍ୟରେ ମୋଟ ତହସିଲ ସଂଖ୍ୟା ୩୧୭ରୁ ବୃଦ୍ଧି ପାଇ ୩୨୧ ହେବ। ନୂତନ ୪ଟି ତହସିଲ ମଧ୍ୟରୁ ଦୁଇଟି ଭୁବନେଶ୍ୱରରେ ପ୍ରତିଷ୍ଠା ହେବ। ଅବଶିଷ୍ଟ ଗୋଟିଏ କଟକରେ ଏବଂ ଗୋଟିଏ ସମ୍ବଲପୁର ଜିଲାରେ ଗଠନ କରାଯିବ।
-
15.ବେଦାନ୍ତ ଆଲୁମିନିୟମ ଜାମଖଣି, ଘୋଘରପଲ୍ଲୀ ଏବଂ କୁରାଲୋଇ (ଏ) ଉତ୍ତର କୋଇଲା ଖଣି କାର୍ଯ୍ୟକ୍ଷମ ଅଞ୍ଚଳରେ ୪୦ଟି ଅଙ୍ଗନୱାଡି କେନ୍ଦ୍ରରେ ୪୫୦ରୁ ଅଧିକ ପିଲାଙ୍କୁ ଶିକ୍ଷଣ ସହାୟତା କିଟ୍ ପ୍ରଦାନ କରି ପ୍ରାରମ୍ଭିକ ବାଲ୍ୟ ଶିକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି।