-
1.ମାଗଣା ମାସିକ ରାସନ ଯୋଜନାର ହିତାଧିକାରୀମାନଙ୍କୁ ସରକାର ଏକ ବଡ଼ ଝଟକା ଦେଇଛନ୍ତି। ଗତ ଚାରିରୁ ପାଞ୍ଚ ମାସ ମଧ୍ୟରେ, ୨.୨୫ କୋଟି ଅଯୋଗ୍ୟ ହିତାଧିକାରୀଙ୍କ ନାମ ରାସନ କାର୍ଡ ତାଲିକାରୁ ବାଦ ଦିଆଯାଇଛି।
-
2.ବିଶ୍ବର ୫୭ ପ୍ରତିଶତ ଇଲେକ୍ଟ୍ରିକ୍ ତିନିଚକିଆ ଯାନ ଭାରତରେ ଚାଲୁଛି। ୨୦୨୩-୨୪ରେ ବାର୍ଷିକ ୨୩ ପ୍ରତିଶତ ହାରରେ ଭାରତରେ ହାଲୁକା ଇଲେକ୍ଟ୍ରିକ୍ ତିନିଚକିଆ ଯାନ ବିକ୍ରି ହୋଇଛି।
-
3.ଆର୍ଥିକ ବର୍ଷ ୨୦୨୪-୨୫ ଖାଦ୍ୟଶସ୍ୟ ଚାଷ ଲାଗି ଥିଲା ଏକ ଚମତ୍କାର ବର୍ଷ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଜାରି କରିଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଏହିବର୍ଷ ଦେଶରେ ରେକର୍ଡ ୩୫୭.୭୩ ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି।
-
4.ନଭେମ୍ବର ୧୬ ତାରିଖରେ ଜାରି ହୋଇଥିବା ଏହି ନିର୍ଦ୍ଦେଶରେ କୁହାଯାଇଛି, ଫଳ-ଆଧାରିତ ପାନୀୟ, ରେଡି-ଟୁ-ସର୍ଭ ଡ୍ରିଙ୍କ୍, ଇଲେକ୍ଟ୍ରୋଲାଇଟ୍ ବେଭରେଜ୍ ଏବଂ ଅନ୍ୟାନ୍ୟ ଉତ୍ପାଦ, ଯେଉଁଥିରେ ‘ORS’ ଶବ୍ଦଟି ଏକାକୀ କିମ୍ବା କୌଣସି ଶବ୍ଦ ସହିତ (ଯଥା: ORS-Lite, ORSL) ଉଲ୍ଲେଖ କରାଯାଇଛି, ସେଗୁଡ଼ିକୁ ଖୁଚୁରା ଦୋକାନ ଏବଂ ଇ-କମର୍ସ ପ୍ଲାଟଫର୍ମରୁ ତୁରନ୍ତ ହଟାଇବାକୁ ପଡ଼ିବ।
-
5.ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶିଳ୍ପପତି ଅନିଲ ଅମ୍ବାନୀ ଏବଂ ତାଙ୍କ ରିଲାଏନ୍ସ ଗ୍ରୁପ୍ କମ୍ପାନୀଗୁଡ଼ିକର ୧,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତିକୁ ଅସ୍ଥାୟୀ ଭାବରେ ବାଜ୍ୟାପ୍ତ କରିଛି।
-
6.ରାଷ୍ଟ୍ରାୟତ୍ତ ଶକ୍ତି କମ୍ପାନୀ ପାକିସ୍ତାନ ପେଟ୍ରୋଲିୟମ ଲିମିଟେଡ୍ (PPL), ସମୁଦ୍ରରୁ ଜମି ଉଦ୍ଧାର କରି ସିନ୍ଧ ଉପକୂଳରୁ ପ୍ରାୟ ୩୦ କିଲୋମିଟର ଦୂରରେ, ସୁଜାୱାଲ୍ ନିକଟରେ ଏହି କୃତ୍ରିମ ଦ୍ୱୀପ ନିର୍ମାଣ କରୁଛି।
-
7.ରୁଷିଆ ଭାରତକୁ ତାହାର ଅତ୍ୟାଧୁନିକ ପଞ୍ଚମ ପିଢ଼ିର ଷ୍ଟେଲଥ୍ ଯୁଦ୍ଧ ବିମାନ ‘Su-57’ ପାଇଁ ସମସ୍ତ ପ୍ରଯୁକ୍ତିବିଦ୍ୟା ବିନା କୌଣସି କଟକଣାରେ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଛି।
-
8.ଫ୍ଲିପକାର୍ଟ, ବ୍ଲିଙ୍କିଟ୍, ରିଲାଏନ୍ସ ରିଟେଲ, ଜୋମାଟୋ, ଟାଟା 1mg ସମେତ ୨୬ଟି ବଡ଼ ଇ-କମର୍ସ ପ୍ଲାଟଫର୍ମ ଦାବି କରିଛନ୍ତି ଯେ ସେମାନଙ୍କ ୱେବସାଇଟରେ ‘ଡାର୍କ ପାଟର୍ନ’ର ବ୍ୟବହାର ହେଉନାହିଁ।
-
9.ବିଲ୍ ମଞ୍ଜୁରୀ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି ଯେ, ବିଲ୍ଗୁଡ଼ିକୁ ଅନୁମୋଦନ କରିବା ପାଇଁ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ଉପରେ କୌଣସି ସମୟସୀମା ଧାର୍ଯ୍ୟ କରାଯାଇପାରିବ ନାହିଁ।
-
10. ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଷଷ୍ଠ ଜାତୀୟ ଜଳ ପୁରସ୍କାର-୨୦୨୪ ଏବଂ ପ୍ରଥମ ଜଳ ସଂଚୟ ଜନ ଭାଗିଦାରୀ ପୁରସ୍କାର ପ୍ରଦାନ କରିଛନ୍ତି।
-
11.ସାଲିଆସାହିରେ ଉଚ୍ଛେଦ ଚାଲିଛି। ତେବେ ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ ସରକାରୀ ଘର ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
-
12.ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁବାର ଏକ ବଡ଼ ସୂଚନା ଦେଇଛନ୍ତି। ଛାତ୍ରୀଛାତ୍ରଙ୍କୁ ତୁରନ୍ତ ୟୁନିଫର୍ମ ଯୋଗାଇ ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି।
-
13. ରାଜଧାନୀ ଭୁବନେଶ୍ୱରରେ ଶୀତ କମିବା ସହ ୨ ଦିନ ମଧ୍ୟରେ ୬.୬ ଡିଗ୍ରୀ ରାତି ତାପମାତ୍ରା ବୃଦ୍ଧି ପାଇଛି।
-
14.କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଡ. ସୁବାସ ମହାପାତ୍ର କରିଥିବା ନିର୍ବାଚନୀ ମକଦ୍ଦମାକୁ ହାଇକୋର୍ଟ ବୁଧବାର ଖାରଜ କରିଛନ୍ତି।
-
15.ପୁରୀ- ଭୁବନେଶ୍ବର ଜାତୀୟ ରାଜପଥ (ଏନ୍ଏଚ୍)ର ସମଯାଜପୁର ଓଭରବ୍ରିଜ୍ ଉପରେ ଆଜି ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ଜଣେ ଗହଣା ବ୍ୟବସାୟୀଙ୍କ ଦେଢ଼ କେଜି ସୁନା ଅଳଙ୍କାର, ୩୩ କେଜି ରୁପା ଅଳଙ୍କାର ଓ ୩୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।
-
16. କଟକର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁ ରୋଗ ଚିକିତ୍ସା ପ୍ରତିଷ୍ଠାନ (ଶିଶୁ ଭବନ) ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି। ମାରାତ୍ମକ ଆଡେନୋ ଭାଇରସ୍ର ଚିକିତ୍ସା ପଦ୍ଧତି ଉପରେ ଗବେଷଣା ପାଇଁ ଆଇସିଏମ୍ଆର୍(ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ପକ୍ଷରୁ ଶିଶୁଭବନକୁ ଅନୁମତି ପ୍ରଦାନ କରାଯାଇଛି.
-
17. ନେପାଳର ‘ଜେନ୍ ଜେଡ୍’ ଯୁବଗୋଷ୍ଠୀ ଏବେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ସରକାରର ପତନ ଘଟାଇଥିବା ଏହି ଆନ୍ଦୋଳନ ଏବେ ପୁଣି ମୁଣ୍ଡ ଟେକିଥିବାରୁ ଅନ୍ତରୀଣ ସରକାରର ଚିନ୍ତା ବଢ଼ିଯାଇଛି।
-
18.ଭାରତ-ଜନ୍ମିତ ଚିତା ମୁଖୀ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପାଞ୍ଚଟି ଶାବକଙ୍କୁ ଜନ୍ମ ଦେଇ ଇତିହାସ ରଚିଛି।
-
19.ମଧ୍ୟ ଓ ଉତ୍ତର ଭାରତରେ ଏବେ ଶୀତର ପ୍ରକୋପ ଜୋର୍ ଧରିଛି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ୧୭ ନଭେମ୍ବର ସକାଳେ ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି।
-
20.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ସେ ହିଁ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଛନ୍ତି।