-
1.ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ନୂତନ ମୁଖ୍ୟ ବିଚାରପତି ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କୁ ସିଜେଆଇ(ମୁଖ୍ୟ ନ୍ୟାୟାଧୀଶ) ଭାବରେ ଶପଥ ପାଠ କରାଇଥିଲେ। ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକାଳ ପ୍ରାୟ ଦେଢ଼ ବର୍ଷ ହେବ। ସେ ୯ ଫେବୃଆରୀ, ୨୦୨୭ ରେ ଅବସର ଗ୍ରହଣ କରିବେ।
-
2.କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦୁରୁପଯୋଗ ରୋକିବା ଲାଗି ଏକ ଗ୍ଲୋବାଲ କମ୍ପାକ୍ଟ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜି୨୦ ସମିଟ୍ରେ ଆହ୍ବାନ ଦେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିଗୁଡ଼ିକ ଅର୍ଥକୈନ୍ଦ୍ରିକ ନ ହୋଇ ମାନବକୈନ୍ଦ୍ରିକ ହେବା ଉପରେ ପ୍ରଧାନମନ୍ତ୍ରୀ ଜୋର୍ ଦେଇଛନ୍ତି।
-
3.ସଦ୍ୟ ପ୍ରକାଶିତ ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ୨୦୨୬ ଅନୁଯାୟୀ, ଆସନ୍ତା ବର୍ଷଗୁଡ଼ିକରେ ଭାରତରେ ସବୁଠାରୁ ଅଧିକ ନିଯୁକ୍ତି ଯୋଗ୍ୟ ଡିଗ୍ରୀଗୁଡ଼ିକର ଚିତ୍ର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ପୂର୍ବପରି କମ୍ପ୍ୟୁଟର ସାଇନ୍ସ (CS) ଏବଂ ଇନଫର୍ମେସନ ଟେକ୍ନୋଲୋଜି (IT) ସ୍ନାତକମାନେ ଉଚ୍ଚତମ ନିଯୁକ୍ତି ଯୋଗ୍ୟତା ହାର ସହ ଶୀର୍ଷରେ ରହିଛନ୍ତି।
-
4.ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡିତ ଥିଲେ। ସୁପରଷ୍ଟାରଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଥିଲା। କିଛି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗୁଜବ ହୋଇଥିଲା।
-
5.ଧର୍ମେନ୍ଦ୍ର ଖୁବ୍ ଶୀଘ୍ର ପ୍ରମୁଖ ୱାର ଡ୍ରାମା "ଇକ୍କିସ୍"ରେ ନଜର ଆସିବେ। ଏହି ଫିଲ୍ମଟି ଶ୍ରୀରାମ ରାଘବନଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହି ଫିଲ୍ମରେ ଧର୍ମେନ୍ଦ୍ର ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦଙ୍କ ପିତା ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମଟି ୨୫ ଡିସେମ୍ବର ୨୦୨୫ରେ ଖ୍ରୀଷ୍ଟମାସ ଅବସରରେ ସିନେମା ହଲରେ ମୁକ୍ତିଲାଭ କରିବ।
-
6.ଜଣେ ୩୮ବର୍ଷୀୟା ଡାକ୍ତରାଣୀ ଭିସା ଆବେଦନ ଖାରଜ ହେବା ପରେ ଜୀବନ ହାରିଥଇବା ଜଣାଯାଇଛି। ସେ ଆମେରିକା ଯିବା ପାଇଁ ଭିସାଆବେଦନ କରିଥିଲେ।
-
7.କମ୍ପାନିଗୁଡ଼ିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା, ଦକ୍ଷତା ବଢ଼ାଇବା ଓ ସେଗୁଡ଼ିକୁ ବ୍ୟାପକ କରିବା ଉପରେ ସରକାର ବିଚାର କରୁଛନ୍ତି। ଓରିଏଣ୍ଟାଲ ଇନସ୍ୟୁରାନ୍ସ, ନ୍ୟାସନାଲ୍ ଇନ୍ସ୍ୟୁରାନ୍ସ ଓ ୟୁନାଇଟେଡ୍ ଇଣ୍ଡିଆ ଇନ୍ସ୍ୟୁରାନ୍ସର ମିଶ୍ରଣ ହେବାକୁ ଯାଉଛି।
-
8.ମହାରାଷ୍ଟ୍ର ପରିବେଶ ମନ୍ତ୍ରୀ ପଙ୍କଜା ମୁଣ୍ଡେଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଅନନ୍ତ ଗର୍ଜେଙ୍କୁ ମୁମ୍ବାଇର ୱର୍ଲି ପୋଲିସ ଗିରଫ କରିଛି। ଅନନ୍ତ ଗର୍ଜେଙ୍କ ପତ୍ନୀ ଗୌରୀ ଗର୍ଜେ ଆତ୍ମହତ୍ୟା କରିଛନ୍ତି। ପୋଲିସ ଗର୍ଜେଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସକାଉଥିବା ଅଭିଯୋଗରେ ଏକ ମାମଲା ରୁଜୁ କରିଛି।
-
9.ପାକିସ୍ତାନର ପେଶାୱରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି ।ସେନା ଏବଂ ପୁଲିସ ସମ୍ପୂର୍ଣ୍ଣ ଅଞ୍ଚଳ ଏବଂ ମୁଖ୍ୟାଳୟକୁ ଘେରାବନ୍ଦୀ କରି ତିନି ଜଣ ଆକ୍ରମଣକାରୀଙ୍କୁ ହତ୍ୟା କରିଥିଲେ।
-
10.ରୁଷ୍ ସେନା ପକ୍ଷରୁ ଶନିବାର ୟୁକ୍ରେନର ଏକାଧିକ ସହର ଉପରେ ପ୍ରବଳ ଆକ୍ରମଣ କରାଯାଇଥିବାବେଳେ ୩୩ ଜଣଙ୍କର ପ୍ରାଣହାନି ଘଟିଛି।
-
11. ବିନା ଅନୁମତିରେ ଆରଜେଡି ଏବଂ ତେଜସ୍ୱୀ ଯାଦବଙ୍କ ନାମ ବ୍ୟବହାର କରି ହିଂସାକୁ ପ୍ରୋତ୍ସାହିତ କରୁଥିବା ଗୀତ ରିଲିଜ୍ କରିବାର ଅଭିଯୋଗରେ ଦଳ ୩୨ ଜଣ ଭୋଜପୁରୀ ଗାୟକଙ୍କୁ ଆଇନଗତ ନୋଟିସ୍ ପଠାଇଛି।
-
12.ମାଲକାନଗିରିରେ। ଜାତୀୟ ରାଜପଥ କଡରେ ପରିବା ବିକ୍ରି କରୁଛନ୍ତି ଜଣେ ବି-ଟେକ୍ ଛାତ୍ର। ଚାକିରି ନ ପାଇ ଉଚ୍ଚ ଶିକ୍ଷିତ ଛାତ୍ର ବିକ୍ରମଦେବ ହାଲଦାର ଏବେ ରାସ୍ତା କଡରେ ପନିପରିବା ବିକ୍ରି କରୁଛନ୍ତି।
-
13.ଆସନ୍ତା ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ। ସେହିଦିନ ନବୀନ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।
-
14.ଲେବାନନର ରାଜଧାନୀ ବେରୁତର ଦକ୍ଷିଣ ପଡ଼ୋଶୀ ଦହିୟେରେ ରବିବାର ଇସ୍ରାଏଲ ଏକ ବଡ଼ଧରଣର ବିମାନ ଆକ୍ରମଣ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଦାବି କରିଛି ଯେ ଏହି ଆକ୍ରମଣରେ ହିଜବୁଲାର ମୁଖ୍ୟ ସଦସ୍ୟ ହାଇଥାମ୍ ଅଲି ତାବାତାବାଇର ମୃତ୍ୟୁ ହୋଇଛି।
-
15.ଦୃଷ୍ଟିବାଧିତ ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ରଚିଛନ୍ତି । ଦୃଷ୍ଟିବାଧିତ ମହିଳା ଟି-୨୦ ବିଶ୍ୱକପ ପ୍ରଥମ ସଂସ୍କରରେ ଭାରତ ଚମ୍ପିଆନ ହୋଇଛି । ରବିବାର କଲମ୍ବୋରେ ଖେଳା ଯାଇଥିବା ଫାଇନାଲରେ ଭାରତ ୭ୱିକେଟରେ ନେପାଳକୁ ପରାସ୍ତ କରି ବିଜୟୀ ହୋଇଛି ।