-
1.ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧରଙ୍କୁ ଏକ ବିରଳ ପଦକ୍ଷେପରେ ଜାତିସଂଘ (UN)ର ଏକ ଗୁରୁତ୍ୱପୂର୍ଣ୍ଣ ତଦନ୍ତକାରୀ ପ୍ୟାନେଲର ମୁଖ୍ୟ ଭାବରେ ମନୋନୀତ କରାଯାଇଛି।
-
2.ଏସିଆ ପାୱାର ଇଣ୍ଡେକ୍ସ ୨୦୨୫ ଅନୁଯାୟୀ, ଭାରତ ବିଶ୍ୱର ତୃତୀୟ ବୃହତ୍ତମ ପ୍ରତିରକ୍ଷା ଶକ୍ତି ପାଲଟିଛି। ଏହା ସହିତ ବିଦେଶୀ ନିବେଶ କ୍ଷେତ୍ରରେ ଭାରତ ଚୀନକୁ ପଛରେ ପକାଇ ଦେଇଛି।
-
3.ରାଜ୍ୟର ସରକାରୀ ହାଇସ୍କୁଲ ଓ କେନ୍ଦ୍ରୀୟ ବିଦ୍ୟାଳୟର ୧୩ହଜାର ୪୧୩ଜଣ ବିଦ୍ୟାର୍ଥୀ ୯ମ ଶ୍ରେଣୀ ପାସ୍ କରିପାରି ନାହାନ୍ତି। ନବମରେ ଫେଲ୍ ହୋଇଥିବାରୁ ସେମାନେ ପୁଣିଥରେ ଶିକ୍ଷା ଗ୍ରହଣ କରୁଛନ୍ତି। କିଛି ଜଣ ଦ୍ୱିତୀୟ ଥର ପରୀକ୍ଷା ଦେଇ ସେଥିରେ କୃତକାର୍ଯ୍ୟ ହୋଇ ଦଶମ ଶ୍ରେଣୀରେ ପଢ଼ୁଛନ୍ତି।
-
4.ମୁଖ୍ୟମନ୍ତ୍ରୀ ବିଧାନସଭାରେ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କଲେ।
-
5. ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଗତ ୩ ବର୍ଷର ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ ଏକା ସଙ୍ଗେ ସଙ୍ଗୀତ, ଲୋକକଳା, ବାଦ୍ୟ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ଓଡ଼ିଶୀ କଣ୍ଠ ସଙ୍ଗୀତ ଓ ଶବ୍ଦ ନୃତ୍ୟ ଆଦିକୁ ଏକାଡେମୀର ସର୍ବୋଚ୍ଚ ସ୍ବୀକୃତି ମିଳିଛି ।
-
6.୨୦୨୩ ମସିହା ପାଇଁ ବର୍ଷିୟାନ୍ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ ଓ ମୋଗଲ ତାମସାର ପ୍ରଖ୍ୟାତ ଗୁରୁ ବାଦଲ ଶିକ୍ଦାରଙ୍କୁ ପ୍ରଦାନ କରାଯାଇଛି ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’। ସେହିଭଳି ୨୦୨୪ ମସିହା ପାଇଁ ବିଶିଷ୍ଟ ବଂଶୀ ବାଦକ ପ୍ରଫେସର ମୋହିନୀ ମୋହନ ପଟ୍ଟନାୟକ ଓ ଓଡ଼ିଶୀ ନୃତ୍ୟଗୁରୁ ସୁଧାକର ସାହୁଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।
-
7.୨୦୨୫ ମସିହା ପାଇଁ ଓଡ଼ିଶୀ କଣ୍ଠ ସଙ୍ଗୀତ ଗୁରୁ ଘନଶ୍ୟାମ ପଣ୍ଡା ଓ ଶବ୍ଦ ନୃତ୍ୟଗୁରୁ ପଦ୍ମଶ୍ରୀ ଭାଗବତ ପ୍ରଧାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ସହ ଉପଢ଼ୌକନ ଦେଇ ସମ୍ବର୍ଧିତ କରାଯାଇଛି।
-
8.ଜବରଦଖଲକାରୀଙ୍କୁ ନିସ୍ତାର ନାହିଁ। ରାଜ୍ୟର ସମସ୍ତ କଲେଜରୁ ଜବରଦଖଲ ହଟିବ ।
-
9.ରାଜ୍ୟର ବିଭିନ୍ନ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ୧,୮୩,୨୧୬ଜଣ ଛାତ୍ରଛାତ୍ରୀ ଡ୍ରପଆଉଟ୍ ଥିବାବେଳେ ‘ଆସ ସ୍କୁଲ ଯିବା’ ଅଭିଯାନ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୬୦,୭୨୯ଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଫେରାଇ ଅଣାଯାଇଛି।
-
10.ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ଲାଗି ଅତିରିକ୍ତ ବଜେଟରେ ନୂଆ ଯୋଜନା ‘ଶକ୍ତିଶ୍ରୀ’ ଘୋଷଣା କରାଯାଇଛି। ସେଥିପାଇଁ ୧୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
-
11.ତାଳଚେରରେ ବିଜେପିର ଅପରେସନ ଲୋଟସ। ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ତାଳଚେର ପୌର ପରିଷଦ ଅଧ୍ୟକ୍ଷ ପବିତ୍ର ଭୂତିଆ। ପୌର ପରିଷଦ ଅଧ୍ୟକ୍ଷଙ୍କ ସମେତ ୧୩ କାଉନସିଲର ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।
-
12.ଆଧାର ଅପ୍ଡେଟ୍ କରିବା ପାଇଁ ଏବେ ଘରେ ବସି ଆଧାର ଅପ୍ଡେଟ୍ କରିପାରିବେ । (UIDAI) ନୂଆ ଆଧାର ଆପ୍ରେ ଏହି କାମ କରିପାରିବେ । ଏହି ଆପ୍ ନଭେମ୍ବର ୯ ତାରିଖରେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଲଞ୍ଚ କରାଯାଇଛି।
-
13.୨୦୨୫-୨୬ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୮.୨ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି।
-
14.ଓଡିଶା ରାଜ୍ୟରେ ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ପୁନଃ ଖୋଲାଯିବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ଗୁରୁବାର ସ୍ପଷ୍ଟ କରିଛନ୍ତି।
-
15.ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ ନେଇ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ବିଧାୟକ ଲକ୍ଷ୍ମଣ ବାଗ୍ଙ୍କ ବିରୋଧରେ ମାମଲା ଚାଲିବ।
-
16.ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ନୂଆ ବିଚାରପତି ନିଯୁକ୍ତି ଓ ବଦଳି ଲାଗି ପ୍ରଚଳିତ କଲେଜିୟମ୍ ବ୍ୟବସ୍ଥାର ଉଚ୍ଛେଦ ଉପରେ ପୁନଃବିଚାର କରାଯିବ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ କହିଛନ୍ତି। କଲେଜିୟମ୍ ବ୍ୟବସ୍ଥା ଉଚ୍ଛେଦ କରି ତା’ ସ୍ଥାନରେ ନ୍ୟାସନାଲ ଜୁଡିସିଆଲ ଆପଣ୍ଟମେଣ୍ଟ କମିସନ (ଏନଜେଏସି)କୁ କାର୍ଯ୍ୟକାରୀ କରାଯିବ।
-
17.କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ମିଶ୍ରଣ ପାଇଁ ଆଲୋଚନା ହେଉଥିବା ବ୍ୟାଙ୍କଗୁଡ଼ିକ ମଧ୍ୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର, ୟୁକୋ ବ୍ୟାଙ୍କ ଏବଂ ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ ଅନ୍ତର୍ଭୁକ୍ତ।
-
18.ଭାରତର ମାଇକ୍ରୋଫାଇନାନ୍ସ ଉଦ୍ୟୋଗ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ଭଳି ପ୍ରମୁଖ ରାଜ୍ୟରେ ଋଣ ଖିଲାପ ବଢ଼ିବା ଯୋଗୁଁ ଆସେଟ୍-ଗୁଣବତ୍ତା ସୂଚକାଙ୍କ ଖରାପ ହେବାରେ ଲାଗିଛି।
-
19.ଯଦି ଜଣେ ମୋବାଇଲ୍ ଗ୍ରାହକଙ୍କ ନାମରେ ନିଆଯାଇଥିବା ସିମ୍ କାର୍ଡ଼କୁ ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଥିବାର ଦେଖାଯାଏ, ତେବେ ମୋବାଇଲ୍ ଗ୍ରାହକ ସେଥିପାଇଁ ଦାୟୀ ଏବଂ ଦଣ୍ଡନୀୟ ହୋଇପାରନ୍ତି।
-
20.ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ରେ ଭାରତର ୦-୨ରେ ଶୋଚନୀୟ ପରାଜୟ ସତ୍ତ୍ୱେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ତିନି ଫର୍ମାଟ୍ରେ ନିଜ ଦାୟିତ୍ୱ ଜାରି ରଖିବେ।