-
1.ମାଇକ୍ରୋସଫ୍ଟ ଭାରତରେ ଆସନ୍ତା ୪ ବର୍ଷ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ଭିତ୍ତିଭୂମି ନିର୍ମାଣରେ ୧୭.୫ ବିଲିଅନ ଡଲାର ନିବେଶ କରିବ।
-
2.ବନ୍ୟଜନ୍ତୁ ସଂରକ୍ଷଣ ଏବଂ ପଶୁ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନନ୍ତ ଅମ୍ବାନୀଙ୍କୁ ଆମେରିକାରେ ଆୟୋଜିତ ଏକ ଅନ୍ତର୍ଜାତୀୟ ପୁରସ୍କାର ସମାରୋହରେ ‘ଗ୍ଲୋବାଲ୍ ହ୍ୟୁମାନିଟେରିଆନ୍ ଆୱାର୍ଡ’ରେ ସମ୍ମାନିତ କରାଯାଇଛି।
-
3.ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାଉଳ ରପ୍ତାନିକାରୀ ଦେଶମାନଙ୍କ ଉପରେ ନୂତନ ଶୁଳ୍କ ଲଗାଇବାର ସଙ୍କେତ ପୁଣି ଥରେ ଭାରତୀୟ ସେୟାର ବଜାରକୁ ଦୋହଲାଇ ଦେଇଛି। ଏହି ସଙ୍କେତ ପରେ,ବଜାର ଖୋଲିବା ମାତ୍ରେ ସେନସେକ୍ସ ଏବଂ ନିଫ୍ଟିରେ ଏକ ବଡ଼ ହ୍ରାସ ରେକର୍ଡ କରାଯାଇଛି।
-
4.ଦେଶର ବଡ଼ ଏୟାରଲାଇନ୍ ଇଣ୍ଡିଗୋରେ ଦେଖାଦେଇଥିବା ସଙ୍କଟ ସପ୍ତମ ଦିନରେ ପ୍ରବେଶ କରିଛି। ସୋମବାର କମ୍ପାନିର ୫୬୨ଟି ବିମାନର ଉଡ଼ାଣ ବାତିଲ ହୋଇଛି। କେବଳ ବେଙ୍ଗାଲୁରୁରେ ୧୫୦ଟି ଉଡ଼ାଣ ବାତିଲ କରାଯାଇଛି।
-
5.୨୦୧୪ ମସିହାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୬,୪୪୪ଟି ମନିଲଣ୍ଡରିଂ ତଦନ୍ତ ଆରମ୍ଭ କରିଛି ଏବଂ କୋର୍ଟଙ୍କ ଦ୍ୱାରା ମେରିଟ୍ ଆଧାରରେ ନିଷ୍ପତ୍ତି ନିଆଯାଇଥିବା ୫୬ଟି ମାମଲା ମଧ୍ୟରୁ ୫୩ଟି ମାମଲାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
-
6.ନାସା ମହାକାଶଚାରୀ ଜନି କିମ୍ ଏବଂ ରସକସମସ୍ ମହାକାଶଚାରୀ ସର୍ଗେଇ ରିଜିକୋଭ୍ ଓ ଆଲେକ୍ସି ଜୁବ୍ରିଟସ୍କି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)ରେ ସେମାନଙ୍କର ମିସନ ଶେଷ କରିବା ପରେ ନିରାପଦରେ ପୃଥିବୀକୁ ଫେରିଛନ୍ତି।
-
7.ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଓ ଏହାର ଲୋକ କଠିନ ସମୟରେ ତାଙ୍କୁ ସାହାଯ୍ୟ କରିଛନ୍ତି।
-
8.ପୁଡୁଚେରୀର ଜଣେ ନାବାଳିକାଙ୍କୁ ତାଙ୍କ ପିତାଙ୍କ ବଦଳରେ ତାଙ୍କ ମା’ଙ୍କ ଜାତି ଆଧାରରେ ଅନୁସୂଚିତ ଜାତି ପ୍ରମାଣପତ୍ର ପ୍ରଦାନ କରିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
-
9.ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ସହରର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଖୋଲା ଆକାଶ ତଳେ ଥିବା ଖାଦ୍ୟପେୟରେ ତନ୍ଦୁରରେ କୋଇଲା ଏବଂ ଜାଳେଣି କାଠ ବ୍ୟବହାରକୁ କଡ଼ାକଡ଼ି ନିଷେଧ କରିବାକୁ ନିର୍ଦ୍ଦେଶ ଜାରି କରିଛି।
-
10.ବେଲଜିୟମ କର୍ତ୍ତୃପକ୍ଷଙ୍କ ମେହୁଲ ଚୋକସିଙ୍କୁ ଭାରତକୁ ପ୍ରତ୍ୟର୍ପଣକୁ ବିରୋଧ କରି କରିଥିବା ଆବେଦନକୁ ବେଲଜିୟମ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ୧୩,୦୦୦ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ଚୋକସି ଫେରାର ଅଛନ୍ତି।
-
11.ଓଡିଶା ରାଜ୍ୟର ନଅଟି ଜିଲ୍ଲାରେ ଟେକ୍ ବିଜନେସ୍ ପାର୍କ ସ୍ଥାପନ କରିବା ପ୍ରସ୍ତାବ ରହିଛି।
-
12.ଭାରତ ବିକାଶ କରିଥିବା ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରେଫେସ୍ (ୟୁପିଆଇ) ବିଶ୍ଵର ସର୍ବବୃହତ୍ ବାସ୍ତବ ସମୟ ପେମେଣ୍ଟ୍ ବ୍ୟବସ୍ଥା ମାନ୍ୟତା ହାସଲ କରିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଏହି ସ୍ବୀକୃତି ଦେଇଛି। ସାରା ବିଶ୍ବର ୪୯ ପ୍ରତିଶତ ବାସ୍ତବ ସମୟ ପେମେଣ୍ଟ୍ ୟୁପିଆଇ ଜରିଆରେ ହେଉଥିବା ଏହା କହିଛି।
-
13.ଦେଶର ବିମାନ ଚଳାଚଳ ନିୟାମକ (ଡିଜିସିଏ) ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ, ଇଣ୍ଡିଗୋର ଶୀତକାଳୀନ ସମୟସୂଚୀକୁ ହ୍ରାସ କରିଛି । ଯାହା ଫଳରେ ଉଡ଼ାଣ ସଂଖ୍ୟା ୫ ପ୍ରତିଶତ ହ୍ରାସ ପାଇଛି ।
-
14.ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ ଉପକଣ୍ଠ ପିପିଲି ଥାନା ଅଞ୍ଚଳର ଏକ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ଜଣେ ଛାତ୍ରଙ୍କୁ ମାଡ ମରାଯିବା ସହ ରାଗିଂ କରାଯାଇଛି।