-
1.ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର ବ୍ୟୟବରାଦକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜରୀ ପ୍ରଦାନ କରିଛି। ୨୦୨୭ରେ ହେବାକୁ ଯାଉଥିବା ଜନଗଣନା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।
-
2.ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଶୁକ୍ରବାର ରାହୁଲ ଗୃହରେ ପ୍ରସ୍ତାବ ଦେଇଥିବାବେଳେ ସରକାର ଏଥିରେ ସମ୍ମତି ପ୍ରକାଶ କରିଛନ୍ତି।
-
3.ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ ୩୦ରୁ ପୁଣି ଆମରଣ ଅନଶନରେ ବସିବେ ବୋଲି ଘୋଷଣା କରିଛନ୍ତି। ମହାରାଷ୍ଟ୍ର ସରକାର ଲୋକାୟୁକ୍ତ ଆଇନକୁ କାର୍ଯ୍ୟକାରୀ କରୁନଥିବା ପ୍ରତିବାଦରେ ଏଭଳି ଅନଶନ ଆରମ୍ଭ କରିବେ ବୋଲି ଆନ୍ନା କହିଛନ୍ତି।
-
4.ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ଵାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ହୋଇପଡିଥିବାରୁ ତାଙ୍କୁ ଗୁରୁବାର ରାତିରୁ ଭେଣ୍ଟିଲେଟରରେ ରଖାଯାଇଛି।
-
5.ଦେଶର ସର୍ବବୃହତ ଘରୋଇ ବ୍ୟାଙ୍କ HDFC ବ୍ୟାଙ୍କର UPI ସେବା ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୧୩ ତାରିଖରେ ଅସ୍ଥାୟୀ ଭାବରେ କିଛି ସମୟ ବନ୍ଦ ରହିବ। ସେହିପରି ଡିସେମ୍ବର ୨୧ ତାରିଖରେ ବି ୟୁପିଆଇ ସେବା କିଛି ସମୟ ପାଇଁ ବନ୍ଦ ରହିବ ।
-
6.ଡିସେମ୍ବର ୧୨, ୨୦୨୫ ରେ, ଏମସିଏକ୍ସରେ ମାର୍ଚ୍ଚ ୫ ତାରିଖ ଏକ୍ସପାରି ପାଇଁ ରୁପା କିଲୋଗ୍ରାମ ପିଛା ୧,୯୬,୯୫୮ରେ ଖୋଲିଥିଲା ଓ କାରବାର ଶେଷ ବେଳକୁ ରୁପା ୧,୯୮,୯୪୨ ରେ ବନ୍ଦ ହୋଇଥିଲା। ଦିନ ମଧ୍ୟରେ ରୁପା ୨,୦୧,୩୮୮ ର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା।
-
7.କୋଇଲା କ୍ଷେତ୍ରରେ ସରକାର ବଡ଼ ନିଷ୍ପତ୍ତି ନେଇ କୋଇଲା ନିଲାମ ପାଇଁ କୋଲ୍ ସେତୁ ୱିଣ୍ଡୋକୁ ମଞ୍ଜୁର କରିଛନ୍ତି। ଏଥିରେ କୌଣସି ଚୂଡ଼ାନ୍ତ ବ୍ୟବହାର ସର୍ତ୍ତ ରଖାଯାଇନାହିଁ। ଶିଳ୍ପ ସଂସ୍ଥାଗୁଡ଼ିକ ଏହା ଜରିଆରେ ଦୀର୍ଘକାଳୀନ ଭିତ୍ତିରେ କୋଇଲା କିଣିପାରିବେ।
-
8.ବୀମା କ୍ଷେତ୍ରରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ)କୁ ମଧ୍ୟ ବୈଠକରେ ଅନୁମୋଦନ ମିଳିଛି।
-
9.୨୦୨୬ ଋତୁ ପାଇଁ ଉପଯୁକ୍ତ ହାରାହାରି ଗୁଣବତ୍ତା ବିଶିଷ୍ଟ ମିଲ୍ ହୋଇଥିବା ନଡ଼ିଆ ଶସର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ୪୪୫ ଟଙ୍କା ବୃଦ୍ଧି ପାଇ ୧୨,୦୨୭ ଟଙ୍କା ଏବଂ ବଲ୍ ନଡ଼ିଆ ଶଶର ଏମ୍ଏସ୍ପି କ୍ବିଣ୍ଟାଲ ପିଛା ୪୦୦ ଟଙ୍କା ବୃଦ୍ଧି ପାଇ ୧୨,୫୦୦ ଟଙ୍କା ହୋଇଛି।
-
10.ଚଳିତ ବର୍ଷ ନଭେମ୍ବରରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ବିଯୁକ୍ତ ୧.୨୯ ପ୍ରତିଶତ ସ୍ତରକୁ ଖସିଯାଇଛି। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଗ୍ରାମାଞ୍ଚଳ ଖୁଚୁରା ମୁଦ୍ରାସ୍ଫୀତି ବିଯୁକ୍ତ ୧.୮୫ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ତାହା ୦.୨୬ ପ୍ରତିଶତ ରହିଛି।
-
11.ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅଧୀନ ଚିଲତଇଳା ଆଦିବାସୀ ଆଶ୍ରମ ବିଦ୍ୟାଳୟରୁ ନିଖୋଜ ହୋଇଥିବା ୩ ଜଣ ଛାତ୍ରଙ୍କୁ ଯାଜପୁରଜିଲ୍ଲା ଛତିଆ ଅଞ୍ଚଳରୁ ଠାବ କରାଯାଇଛି।
-
12.ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟି ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇଯାଇଛି ।
-
13.ଓଡିଶାରେ ଏଣିକି ସାଇବର ତଦନ୍ତକୁ ଆହୁରି ଶାଣିତ କରିବା ଲାଗି ରାଜ୍ୟର ୩୪ଟି ସାଇବର ଥାନାରେ ଫୋରେନ୍ସିକ୍ ୟୁନିଟ୍ ସ୍ଥାପନ ହେବ। ଏଥିରେ ୧୭୦ଜଣ ସାଇବର ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ।
-
14.ଆସାମ କ୍ରିକେଟ ଆସୋସିଏସନର ସମ୍ପାଦକ ସନାତନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଚାରି ଜଣ ଖେଳାଳି(ଅମିତ ସିହ୍ନା ଇଶାନ ଅହମ୍ମଦ, ଅମନ ତ୍ରିପାଠି ଏବଂ ଅଭିଷେକ ଠାକୁର)ଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି। ଏହି ଚାରି ଜଣ ଖେଳାଳି କ୍ରିକେଟରେ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପରେ ଜଡିତ ଥିଲେ।
-
15.ଆର୍ଜେଣ୍ଟିନାର ସୁପରଷ୍ଟାର ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କୁ କୋଲକାତାରେ ହଜାର ହଜାର ପ୍ରଶଂସକ ଉଲ୍ଲସିତ ସ୍ୱାଗତ କରିଛନ୍ତି। ମେସି ତାଙ୍କର ତିନି ଦିନିଆ ଚାରି ସହର ବିଶିଷ୍ଟ GOAT ଇଣ୍ଡିଆ ଟୁର୍ ୨୦୨୫ ପାଇଁ କୋଲକାତାରେ ପହଞ୍ଚିଛନ୍ତି।