-
1.ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିସନର (ସିଆଇସି) ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ରାଜ କୁମାର ଗୋଏଲ ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ।
-
2.ପ୍ରତିବର୍ଷ ବିଦେଶରେ ବସବାସ କରୁଥିବା ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରତିବର୍ଷ ୨ ଲକ୍ଷ ଭାରତୀୟ ବିଦେଶରେ ବସବାସ କରୁଛନ୍ତି ଏବଂ ଭାରତୀୟ ନାଗରିକତା ଛାଡୁଛନ୍ତି। ଗତ ପାଞ୍ଚ ବର୍ଷର ତଥ୍ୟକୁ ଦେଖିଲେ, ୯ ଲକ୍ଷ ଭାରତୀୟ ସେମାନଙ୍କର ନାଗରିକତା ଛାଡିଛନ୍ତି ।
-
3.ରାଜ୍ୟରେ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଥିଲେ ବି ୭ଲକ୍ଷ ୨୮ହଜାର ୭୨୯ ଆବେଦନକାରୀ ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ବୟସ ପ୍ରମାଣପତ୍ରରେ ତ୍ରୁଟି ଓ ସରକାରୀ ବାବୁମାନେ ଆବେଦନର ଯାଞ୍ଚ ପାଇଁ ଅଧିକ ସମୟ ନେଉଥିବାରୁ ଭତ୍ତା ପ୍ରଦାନରେ ବିଳମ୍ବ ହେଉଥିବା ସୂଚନା ମିଳିଛି।
-
4. ଭାରତରୁ ଆମଦାନୀ ଉପରେ ୫୦ ପ୍ରତିଶତ ଶୁଳ୍କ ଶେଷ କରିବାପାଇଁ ଦାବି କରି ଆଜି ‘ଆମେରିକା ପ୍ରତିନିଧି ସଭା’ର ୩ ଜଣ ସଦସ୍ୟ ଏକ ପ୍ରସ୍ତାବ ଆଣିଛନ୍ତି। ଟ୍ରମ୍ପଙ୍କ ଭାରତ ବିରୋଧୀ ଶୁଳ୍କ ନୀତି ଆମେରିକୀୟ କର୍ମଚାରୀ, ଗ୍ରାହକ ଏବଂ ଭାରତ- ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ପାଇଁ କ୍ଷତିକାରକ ବୋଲି ସେମାନେ ଦାବି କରିଛନ୍ତି।
-
5.ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍ ଭଳି ଇନଷ୍ଟାଣ୍ଟ ମେସେଜିଂ ଆପ୍ ପାଇଁ “ସିମ୍ ବାଇଣ୍ଡିଂ” କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି। ଏହି ସୋସିଆଲ ମିଡିଆ ଏବଂ ମେସେଜିଂ ପ୍ଲାଟଫର୍ମଗୁଡ଼ିକୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୯୦ ଦିନ ସମୟ ଦିଆଯାଇଛି। “ସିମ୍ ବାଇଣ୍ଡିଂ” ନିୟମ ଫେବୃଆରୀ ୨୦୨୬ରେ କାର୍ଯ୍ୟକାରୀ ହେବ।
-
6.୨୦୨୫ରେ ମନ୍ଦିର ଓ ପର୍ବପର୍ବାଣିଠାରୁ ଆରମ୍ଭ କରି ରେଳ ଷ୍ଟେସନ, ରାଜନୈତିକ ରାଲି ଓ କ୍ରୀଡ଼ା ଉତ୍ସବରେ ୮ଟି ଦଳାଚକଟା ଘଟିଛି ଏବଂ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି।
-
7.ରାମଲୀଳା ମଇଦାନରେ କଂଗ୍ରେସ ଦଳ ଏସଆଇଆର ବିରୋଧରେ ରବିବାର ଏକ ବଡ଼ ରାଲି କରୁଛି।
-
8.ଗୁଜୁରାଟର ମେହସାଣା ଜିଲ୍ଲାର ଏକ ଦମ୍ପତି ଏବଂ ସେମାନଙ୍କର ତିନି ବର୍ଷର ଝିଅକୁ ଲିବିଆରେ ବନ୍ଧକ ରଖାଯାଇଥିଲା, ଯାହାଙ୍କ ଠାରୁ ୨ କୋଟି ଟଙ୍କା ମଗାଯାଇଥିଲା। ପରିବାର ପର୍ତ୍ତୁଗାଲ ଯାଉଥିଲେ।
-
9.ଭାରତୀୟ ଜନତା ପାର୍ଟି(ବିଜେପି) ନେତୃତ୍ୱାଧୀନ ଏନ୍ଡିଏ କେରଳ ତିରୁଅନନ୍ତପୁରମ୍ କର୍ପୋରେସନରେ ବିଜେପି ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି।
-
10.ଇଣ୍ଡିଗୋର ବିମାନ ଚଳାଚଳ ସ୍ବାଭାବିକ ହୋଇଛି। କ୍ରମାଗତ ଦ୍ବିତୀୟ ଦିନ ପାଇଁ ଇଣ୍ଡିଗୋର ବିମାନ ଉଡ଼ାଣ ୨୦୦୦ରୁ ଅଧିକ ରହିଛି। ୧୨ ତାରିଖରେ କମ୍ପାନି ୨୦୫୦ରୁ ଅଧିକ ବିମାନ ଉଡ଼ାଣ କରିଛି। କେବଳ ୨ଟି ବିମାନ ବାତିଲ ହୋଇଥିଲା।
-
11.ଚଳିତବର୍ଷ ସୁନା ଓ ରୁପା ଦରର ଅସ୍ବାଭାବିକ ବୃଦ୍ଧି ଜାରି ରହିଛି। ଗତ ୩ ସପ୍ତାହ ମଧ୍ୟରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ଭୁବନେଶ୍ବର ବଜାରରେ ପାଖାପାଖି ୭୦୦୦ ଟଙ୍କା ମହଙ୍ଗା ହୋଇଯାଇଛି।
-
12.ଚଳିତ ବର୍ଷ ନଭେମ୍ବରରେ ଓଡିଶା ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ବିଯୁକ୍ତ ୧.୨୯ ପ୍ରତିଶତ ସ୍ତରକୁ ଖସିଯାଇଛି।
-
13.ଭଦ୍ରକରେ ବିଶ୍ଵବିଦ୍ୟାଳୟ ଓ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବାର ଆଶା ସଞ୍ଚାର ହୋଇଛି।
-
14.ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ ବ୍ରିଜ ପରିସରରେ ଚାଲିଥିବା ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀର ଦ୍ଵିତୀୟ ଦିବସରେ ଗୋପାଳପୁର କଲେଜରେ ଫ୍ରାଟେରନିଟି ପାର୍କ ସ୍ଥାପନ ପାଇଁ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି ।
-
15.ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ ବଡ଼ ହଙ୍ଗାମା । ମେସିଙ୍କୁ ଦେଖି ନପାରିବାରୁ ପ୍ରଶଂସକ ମାନଙ୍କ ମଧ୍ୟରେ ବଡ଼ ବିଶୃଙ୍ଖଳା ଦେଖା ଦେଇଛି ।