-
1.ଆନ୍ଧ୍ର ପ୍ରଦେଶରେ କୁର୍ଣ୍ଣୁଲ ବସ୍ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଶୁକ୍ରବାର ସକାଳେ ଦୁର୍ଘଟଣା ଘଟିବା ପରେ ବସ୍ ଭିତରେ ୨୩୪ଟି ସ୍ମାର୍ଟଫୋନ୍ ଥିବା ଏକ ପ୍ୟାକେଟ୍ ବିସ୍ଫୋରିତ ହୋଇଥିଲା। ଫୋରେନସିକ୍ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଏହି ଫୋନ୍ଗୁଡ଼ିକର ବ୍ୟାଟେରି ବିସ୍ଫୋରଣ ଯୋଗୁଁ ବସ୍ରେ ଲାଗିଥିବା ନିଆଁର ତୀବ୍ରତା ବୃଦ୍ଧି ପାଇଥିଲା.
-
2. ରାଜସ୍ଥାନର କୋଟାରେ ନିଟ୍ ପାଇଁ ପ୍ରସ୍ତୁତି କରୁଥିବା ଓଡ଼ିଶାର ଜଣେ ୨୪ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରଙ୍କ ନାମ ରୋଶନ କୁମାର ପାତ୍ର ଏବଂ ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନା ଅନ୍ତର୍ଗତ ଅଭୟପୁର ଗ୍ରାମରେ।
-
3.ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ନୀତୀଶ କୁମାରଙ୍କ ଦଳ ଜେଡିୟୁ ଏକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିବା ପାଇଁ ଜେଡିୟୁ ୧୧ ଜଣ ନେତାଙ୍କୁ ଦଳରୁ ବହିଷ୍କାର କରିଛି।
-
4.ମହାରାଷ୍ଟ୍ରର ବୁଲଢାନାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ଝଗଡ଼ା ପରେ ଉତ୍ତ୍ୟକ୍ତ ହୋଇ ତାଙ୍କ ଯମଜ ଝିଅଙ୍କ ଗଳା କାଟି ହତ୍ୟା କରିଛନ୍ତି।
-
5.ସରକାର ଛାପା ଗଣମାଧ୍ୟମର ବିଜ୍ଞାପନ ଦରରେ ସରକାର ୨୬ ପ୍ରତିଶତ ବଢ଼ାଇବା ନେଇ ଯୋଜନା କରୁଛନ୍ତି। ଏ ସଂକ୍ରାନ୍ତ ବିଜ୍ଞପ୍ତି ନଭେମ୍ବର ୧୫ ପରେ ପ୍ରକାଶ ପାଇବା ନେଇ ଆଶା କରାଯାଉଛି ବୋଲି ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ରିପୋର୍ଟ କରିଛି।
-
6.ଆଦାନୀ ଗ୍ରୁପ୍ରେ ନିବେଶ କରିବା ପାଇଁ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ଉପରେ ସରକାରୀ ଚାପ ପଡ଼ିଥିଲା। ଆମେରିକାର ୱାସିଂଟନ ପୋଷ୍ଟ୍ରେ ଏ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏଲ୍ଆଇସି ଏହାକୁ ଖଣ୍ଡନ କରିଛି।
-
7.ଜିଏସଟି ହାରକୁ ସରଳ କରିବା ପରେ ଏବେ ସରକାର ଜିଏସଟି ପଂଜୀକରଣ ପ୍ରକ୍ରିୟାକୁ ସରଳ କରିବାକୁ ଯାଉଛନ୍ତି। ନଭେମ୍ବର ୧ରୁ ମାତ୍ର ତିନିଦିନରେ ଜିଏସଟି ପଂଜୀକରଣର ମଂଜୁରୀ ମିଳିପାରିବ ।
-
8.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା ଆମେରିକା। ଗତ ଏସସିଓ ସମ୍ମିଳନୀ ସମୟରେ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଏଭଳି ଯୋଜନା କରିଥିଲା ବୋଲି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି।
-
9.ଅଭିନୟ ଜଗତ ୭୪ ବର୍ଷ ବୟସରେ ସତୀଶ ଶାହଙ୍କ ପରଲୋକ ଘଟିବା ପରେ ଶୋକରେ ବୁଡ଼ି ଯାଇଛି ।
-
10.ଆମ ଆଦମୀ ପାର୍ଟିର ରାଜ୍ୟ ସରକାରଙ୍କ ତରଫରୁ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଯୋଜନା ଏବେ ସଙ୍କଟରେ ପଡିଛି। ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ଯୋଜନାରେ ପଞ୍ଜାବ ରୋଡୱେଜ୍ ଉପରେ ୧୨୦୦ କୋଟି ଟଙ୍କାରୁ ଅଧିକ ବକେୟା ପଡିଛି। ଅନ୍ୟପଟେ ଅନେକ ଡିପୋରେ ବସ୍ ଗୁଡିକ ଠିଆ ହୋଇଛନ୍ତି, ଗଡିବା ପାଇଁ ଡିଜେଲ୍ ବ୍ୟବସ୍ଥା ମଧ୍ୟ ହୋଇପାରୁନି।
-
11.ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ନାମରେ ଦୁଇଟି ସରକାରୀ ବାସଭବନ ଆବଣ୍ଟନ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ସେଥିମଧ୍ୟରୁ ଗୋଟିଏ ଭୁବନେଶ୍ବରରେ ଓ ଅନ୍ୟଟି ନୂଆଦିଲ୍ଲୀରେ ଥିବା ଜଣାପଡ଼ିଛି।
-
12.ରାଜ୍ୟ କ୍ୟାବିନେଟର ୨୯ ତମ ବୈଠକରେ ମୋଟ ୪ଟି ବିଭାଗର ୫ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲl। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଗୋଟିଏ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଗୋଟିଏ, ବାଣିଜ୍ୟ ଓ ପରିବହନ ବିଭାଗର ୧ଟି ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ୨ଟି ଏହିଭଳି ମୋଟ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା।
-
13.ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ହରିଶ୍ଚନ୍ଦ୍ର ମହାପାତ୍ର । ଭରତ ନାୟକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଭରତ ୪୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ।
-
14.ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଭେଣ୍ଟିଲେଟରରୁ ବାହାରିଲେ । ସେ ଗୁରୁତର ହୋଇ ଏମ୍ସ ଭେଣ୍ଟିଲେଟରରେ ଥିଲେ।
-
15.ଶେହନାଜ ଗିଲ୍ଙ୍କ ଅପ୍କମିଙ୍ଗ ପଞ୍ଜାବୀ କମେଡି ଡ୍ରାମା ‘ଇକ୍ କୁଡ଼ି’ର ଟ୍ରେଲର୍ ରିଲିଜ୍ ହୋଇଛି।