-
1.ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟଙ୍କୁ ପ୍ରଦାନ କରାଯାଇଛି।
-
2.ସେହିପରି ଓଡ଼ିଶୀ ସଙ୍ଗୀତ ଗୁରୁ ରାମହରି ଦାସ ଓ ପ୍ରସିଦ୍ଧ ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କୁ କଳା ସମ୍ମାନ ପ୍ରଦାନ କରାଯାଇଛି । ଗଳ୍ପ ସଂକଳନ ‘ମ୍ୟାଟିନି ଶୋ’ ପାଇଁ ପ୍ରାପ୍ତ ଏହି ପୁରସ୍କାର ବାବଦରେ ଲେଖକଙ୍କୁ ତାମ୍ରଫଳକ, ଉପାୟନ ସହିତ ସାତଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।
-
3.ସୁନ୍ଦରଗଡ଼ ଜିଲା ବଣାଇଁ ମୁଖ୍ୟ ସହରରେ ପ୍ରଥମ ଥର ହୋଇଛି ଡକାୟତି। ୪ ଜଣ ସଶସ୍ତ୍ର ମୁଖାଧାରୀ ଡକାୟତ ମାଡ଼ ମାରିବା ସହ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ଲୁଟିନେଲେ।
-
4.ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ମଧ୍ୟରେ ଋଷ ଏହାର ନୂତନ ପରମାଣୁଚାଳିତ କ୍ରୁଜ୍ କ୍ଷେପଣାସ୍ତ୍ର ‘ବୁରେଭେଷ୍ଟ୍ନିକ୍’ର ପରୀକ୍ଷଣ ସଫଳତାର ସହ ସଂପନ୍ନ କରିଛି।
-
5.ଚାରି ବର୍ଷରୁ ଅଧିକ ସମୟ ପରେ ରବିବାର କୋଲକାତା ଏବଂ ଚୀନର ଗ୍ୱାଙ୍ଗଜୋ ମଧ୍ୟରେ ସିଧାସଳଖ ବିମାନ ସେବା ପୁନର୍ବାର ଆରମ୍ଭ ହୋଇଛି । କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନବନ୍ଦରର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।
-
6.ଡିଜିଟାଲ ମୁଦ୍ରା କ୍ରିପ୍ଟୋକରେନ୍ସିକୁ ମାଡ୍ରାସ ହାଇକୋର୍ଟ ‘ସମ୍ପତ୍ତି’ ମାନ୍ୟତା ଦେଇଛନ୍ତି। ଏଥି ସହିତ ଭାରତୀୟ ଆଇନ ଅଧୀନରେ କ୍ରିପ୍ଟୋ ସମ୍ପର୍କିତ ବିବାଦଗୁଡ଼ିକର ଫଇସଲା କରିବା ବାଟ ଫିଟିଛି।
-
7.ନୂଆଦିଲ୍ଲୀ ପାଣ୍ଠିର ଅଭାବ ଓ ପ୍ରତିଷ୍ଠାତାଙ୍କ ଧୈର୍ଯ୍ୟର ଅଭାବ। ଏହି ଦୁଇ କାରଣ ପାଇଁ ଚଳିତ ବର୍ଷ ଦେଶରେ ୧୧,୨୨୩ଟି ଷ୍ଟାର୍ଟଅପ୍ ବନ୍ଦ ହୋଇଯାଇଛି। କିଛି ସଂସ୍ଥା ଚାରି ପାଞ୍ଚ ବର୍ଷ ଧରି ଉଦ୍ୟମ କରିବା ପରେ ବିଫଳ ହୋଇ ନିଜର ଯାତ୍ରା ଶେଷ କରିଛନ୍ତି।
-
8.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବଦେଶୀ ଆହ୍ବାନରେ ଅନୁପ୍ରାଣିତ ହୋଇ କେନ୍ଦ୍ର ମନ୍ତ୍ରୀମାନେ ବିଦେଶୀ ଇମେଲ୍ ଓ ସଫ୍ଟୱେର୍ ପରିହାର କରି ସ୍ବଦେଶୀ ଜୋହୋ ମେଲ୍କୁ ଆପଣାଇଛନ୍ତି। ଉଦ୍ୟୋଗପତି ଶ୍ରୀଧର ଭେମ୍ବୁ ‘ଜୋହୋ’ ସ୍ଥାପନ କରିଛନ୍ତି।
-
9.ନୂଆଦିଲ୍ଲୀରେ ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ମାତ୍ରାରେ ପ୍ରଦୂଷିତ ହୋଇପଡିଛି। ଏଥିଯୋଗୁଁ ଦୀପାବଳି ପରଠାରୁ ସହରରେ ଶ୍ବାସରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି।
-
10.ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ନୀତି ବିରୋଧରେ କାର୍ଯ୍ୟ କରିଥିବାରୁ ଜେଡିୟୁ ୧୧ ଜଣ ନେତାଙ୍କୁ ବହିଷ୍କାର କରିଛି।
-
11.ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଚାଇବାସା ସହରରେ ଚିକିତ୍ସା ଅବହେଳାଜନିତ ଏକ ସାଂଘାତିକ ମାମଲା ସାମନାକୁ ଆସିଛି। ଥାଲାସେମିଆରେ ପୀଡ଼ିତ ପାଞ୍ଚ ଜଣ ଶିଶୁ ରକ୍ତ ଗ୍ରହଣ କରିବା ପରେ ଏଚ୍ଆଇଭି (ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍) ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
-
12.ଓଡ଼ିଶାର ବୃହତ୍ତମ ବାଣିଜ୍ୟ ମେଳା କଟକର ବାଲିଯାତ୍ରା ପାଇଁ ଚଳିତ ବର୍ଷ ଇଣ୍ଡୋନେସିଆକୁ ‘ପାର୍ଟନର ଦେଶ’ ଭାବେ ଘୋଷଣା କରାଯାଇଛି। କଟକ ଜିଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା କରାଯାଇଛି।
-
13.ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଖୋର୍ଦ୍ଧା ଗୁରୁଜଙ୍ଗସ୍ଥିତ ଶ୍ରୀଧବଳେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଛି। ରବିବାରଠାରୁ ଟ୍ରଷ୍ଟ ବୋର୍ଡ ଆନୁଷ୍ଠାନିକ ଭାବେ ମନ୍ଦିର ପରିଚାଳନା ଦାୟିତ୍ୱ ନେଇଛି। ମନ୍ଦିର ସଫେଇ ସହିତ ରଙ୍ଗ କାମ ଆରମ୍ଭ ହୋଇଛି। ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣମୀରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି।
-
14.ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ନଜରରେ ରଖି କଳିଙ୍ଗା ଘାଟିରେ ଚାଲିଥିବା କାର୍ଯ୍ୟ ୩ ଦିନ ବନ୍ଦ ରଖିବାକୁ କନ୍ଧମାଳ ଜିଲାପାଳ ବେଦଭୂଷଣ ନିର୍ଦ୍ଦେଶ ଦେଇଛନ୍ତି। ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ।
-
15.ସମ୍ଭାବ୍ୟ ବାତ୍ୟା ‘ମନ୍ଥା’ର ମୁକାବିଲା ପାଇଁ ଉଭୟ ସରକାର ଓ ଜନସାଧାରଣ ପ୍ରସ୍ତୁତି ଚଳାଇଛନ୍ତି। ବାତ୍ୟା ପରିପ୍ରେକ୍ଷୀରେ ରାଜ୍ୟ ସରକାର ବିଭିନ୍ନ ବିଭାଗକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦେଶ ଦେଇଛନ୍ତି।