-
1.କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ଟର୍ମ ଅଫ୍ ରେଫରେନ୍ସ (ଟିଓଆର୍) ବା ସନ୍ଦର୍ଭ ସର୍ତ୍ତାବଳୀକୁ ମଞ୍ଜୁରି ପ୍ରଦାନ କରାଯାଇଛି।
-
2.ରାମ ମନ୍ଦିରର ଶୀର୍ଷରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ନଭେମ୍ବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରର ୧୬୧ ଫୁଟ ଉଚ୍ଚ ଶିଖରରେ ୨୨ ଫୁଟ ଲମ୍ବା ଏବଂ ୧୧ ଫୁଟ ଚଉଡା ଏକ ବିଶାଳ 'ଧର୍ମ ଧ୍ୱଜା' ଉତ୍ତୋଳନ କରିବେ।
-
3.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଏକ ରାଫେଲ ଯୁଦ୍ଧ ବିମାନ ଉଡ଼ାଣ କରିବେ।
-
4.ଫ୍ରାନ୍ସ ବିଶ୍ୱର ପ୍ରଥମ ମୋଟରୱେ ନିର୍ମାଣ କରିଛି। ଏହି ମୋଟରୱେ ବୈଦ୍ୟୁତିକ ଯାନବାହାନଗୁଡ଼ିକୁ ଗତି କରିବା ସମୟରେ ତାରହୀନ ଭାବରେ ଚାର୍ଜ କରିବ। ଯାହାଫଳରେ କାର ଏବଂ ଟ୍ରକଗୁଡ଼ିକୁ ଆଉ ଚାର୍ଜିଂ ପାଇଁ ଷ୍ଟେସନରେ ଅଟକିବା ଆବଶ୍ୟକ ହେବ ନାହିଁ।
-
5.ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ବିଭିନ୍ନ କାର୍ଯ୍ୟକ୍ରମ ଓ ସଭାସମିତି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କର୍ଣ୍ଣାଟକ ସରକାର ନେଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି।
-
6.ବିଶ୍ଵରେ ଆଉ ଏକ ଅଂଚଳରେ ଏକ ଶକ୍ତିଶାଳୀ ବାତ୍ୟା ଆସିଛି । ଗତ ଦୁଇ ଶତାବ୍ଦୀ ମଧ୍ୟରେ ଏହା ହେଉଛି ସବୁଠାରୁ ଶକ୍ତିଶାଳୀ ବାତ୍ୟା । ଏହାର ନାଁ ରଖାଯାଇଛି ମେଲିସା ଓ ଏହାକୁ କ୍ୟାଟେଗୋରୀ-୫ର ବାତ୍ୟା ବୋଲି କୁହାଯାଉଛି । ଏପରିକି ଏହାକୁ ୧୯୯୯ରେ ଓଡ଼ିଶାରେ ହୋଇଥିବା ମହାବାତ୍ୟାଠାରୁ ଆହୁରି ଶକ୍ତିଶାଳୀ ବୋଲି କୁହାଯାଉଛି ।
-
7.ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ "ଭାରତରେ ଶିଶୁ ୨୦୨୫" ଶୀର୍ଷକ ରିପୋର୍ଟରେ କହିଛି ଯେ ଭାରତର ଆନୁମାନିକ ଜନସଂଖ୍ୟା ଅନୁସାରେ, ୨୦୧୧ ରୁ ୨୦୨୬ ମଧ୍ୟରେ ଶିଶୁ ଜନସଂଖ୍ୟା (୦-୧୯ ବର୍ଷ) ଅନୁପାତରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ୨୦୧୧ ମସିହାରେ ମୋଟ ଜନସଂଖ୍ୟାରେ ପିଲାଙ୍କ ଅଂଶ ପ୍ରାୟ ୪୦.୯ ପ୍ରତିଶତ ଥିଲା, ଯାହା ୨୦୨୬ ସୁଦ୍ଧା ୩୨ ପ୍ରତିଶତକୁ ହ୍ରାସ ପାଇବ।
-
8.ଧୂଆଁକୁହୁଡ଼ିର ମୁକାବିଲା ପାଇଁ ମଙ୍ଗଳବାର ଦିଲ୍ଲୀ ସହରର ବିଭିନ୍ନ ସ୍ଥାନରେ କ୍ଲାଉଡ୍ ସିଡିଂ କରାଯାଇଛି। ଫଳରେ ଖୁବ୍ଶୀଘ୍ର କୃତ୍ରିମ ବର୍ଷା ରାଜଧାନୀକୁ ଆଚ୍ଛାଦିତ କରିଥିବା ବିଷାକ୍ତ ବାୟୁକୁ ଧୋଇ ଦେଇପାରେ ବୋଲି ଆଶା କରାଯାଉଛି।
-
9.ରାଜସ୍ଥାନରେ ପିଆଜ ଦର ଏତେ ଶସ୍ତା ହୋଇଯାଇଛି ଯେ ଚାଷୀମାନେ କ୍ଵିଣ୍ଟାଲ କ୍ଵିଣ୍ଟାଲ ପିଆଜ ଫୋପାଡ଼ି ଦେଉଛନ୍ତି ।
-
10.ଆମେରିକାରେ କଫି ପିଇବା ଏବେ ମହଙ୍ଗା ହେଉଛି। ଅଗଷ୍ଟ ମାସଠାରୁ, ଏହାର ମୂଲ୍ୟ ୫୦% ବୃଦ୍ଧି ପାଇ ପ୍ରତି ପାଉଣ୍ଡ $4.38 ରେ ପହଞ୍ଚିଛି। ଅଗଷ୍ଟ ମାସରେ ଆମେରିକା ବ୍ରାଜିଲ ଉପରେ ୫୦% ଶୁଳ୍କ ଲାଗୁ କରିଥିଲା, ଯାହା କଫିର ଦରକୁ ବୃଦ୍ଧି କରିଥିଲା।
-
11.ଟାଟା ଟ୍ରଷ୍ଟରେ ଝଗଡ଼ାର ମୂଳ କାରଣ ମିସ୍ତ୍ରି ପରିବାରର ସଦସ୍ୟ ମେହଲି ମିସ୍ତ୍ରିଙ୍କ ପୁନଃନିଯୁକ୍ତିକୁ ଅଟକାଇ ଦିଆଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ନୋଏଲ ଟାଟା, ଉପାଧ୍ୟକ୍ଷ ବେଣୁ ଶ୍ରୀନିବାସନ ଓ ଟ୍ରଷ୍ଟି ବିଜୟ ସିଂହ ତାଙ୍କ ବିରୋଧରେ ଭୋଟ୍ ଦେଇଛନ୍ତି।
-
12.ଇ-କମର୍ସ କମ୍ପାନି ଆମାଜନ ବିଶ୍ଵରେ ୧୪ ହଜାର କର୍ମଚାରୀଙ୍କୁ ଛଟେଇ ନେଇ ଘୋଷଣା କରିଛି। ଆମାଜନରେ ମୋଟ ପ୍ରାୟ ୧୫ ଲକ୍ଷ କର୍ମଚାରୀ ବିଶ୍ଵରେ କାମ କରୁଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ପ୍ରାୟ ୩.୫ ଲକ୍ଷ ହେଉଛନ୍ତି କର୍ପୋରେଟ୍ କର୍ମଚାରୀ। ଏହି କର୍ପୋରେଟ୍ କର୍ମଚାରୀମାନଙ୍କ ମଧ୍ୟରୁ ୧୪ ହଜାର ବା ୪ ପ୍ରତିଶତ କର୍ମଚାରୀ ଛଟେଇ ହେବେ।
-
13.ଓଡ଼ିଶାର ଉପକୂଳରେ ୧୯୯୯ ମସିହା ଅକ୍ଟୋବର ୨୮, ୨୯ ଓ ୩୦ ତିନି ଦିନ ଧରି ପ୍ରଳୟଙ୍କରୀ ମହାବାତ୍ୟା ଏରସମା, କୁଜଙ୍ଗ, ପାରାଦ୍ୱୀପ, ତିର୍ତ୍ତୋଲ ଓ ବାଲିକୁଦା ଅଞ୍ଚଳରେ ଯେଉଁ ମୃତ୍ୟୁର ତାଣ୍ଡବଲୀଳା ସୃଷ୍ଟି କରିଥିଲା ଅମଲାପୁରମ ନୁହେଁ, ନରସାପୁରେ ସ୍ଥଳଭାଗ ଛୁଁଇଲା ମନ୍ଥା ।
-
14.ଜମ୍ମୁ କାଶ୍ମୀରର ଲିପା ଉପତ୍ୟକାରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ସେନା ପୋଷ୍ଟ୍ ଉପରେ ଗୁଳିବର୍ଷା କରିଛି।
-
15.ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଗାଜା ଷ୍ଟ୍ରିପ୍ରେ ଆତଙ୍କୀ ସଙ୍ଗଠନ ହମାସର ଟାର୍ଗେଟ୍ଗୁଡ଼ିକ ଉପରେ ବଡ଼ ଆକ୍ରମଣ ଆରମ୍ଭ କରିବାକୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)କୁ ନିର୍ଦ୍ଦେଶ ଦେଇଛନ୍ତି।
-
16.ନିତି ଆୟୋଗ ଦ୍ୱାରା ୨୦୨୫ ବର୍ଷ ପାଇଁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୩-୨୪ ବର୍ଷରେ ସେବା କ୍ଷେତ୍ର କର୍ମ ନିଯୁକ୍ତିରେ ଜାତୀୟ ହାର ୨୯.୭ ପ୍ରତିଶତ ରହିଥିଲା । ଏହି ସମୟରେ ଓଡ଼ିଶାରେ ସେବା କ୍ଷେତ୍ରରେ କର୍ମ ନିଯୁକ୍ତି ହାର ୨୫ ପ୍ରତିଶତ।
-
17.ଇଣ୍ଡୋନେସିଆରେ ୬.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି ।
-
18.ଘଣ୍ଟାକୁ ୧୩ କିଲୋ ମିଟର ବେଗରେ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଥିବା ଏହି ବାତ୍ୟା ଲ୍ୟାଣ୍ଡଫଲ୍ ବେଳେ ଶହେରୁ ଅଧିକ କିଲୋ ମିଟର ବେଗରେ ପବନ ବହିବ ବୋଲି ଆକଳନ ଥିଲା । ବାସ୍ତବରେ ସେମିତି କିଛି ହେଲା ନାହିଁ । ଫୁସକି ଗଲା ବାତ୍ୟା ମନ୍ଥା । ଏହାର କାରଣ କଣ ଜାଣନ୍ତି । ଥଣ୍ଡା ପାଣି ସବୁ ବିଗାଡ଼ି ଦେଲା । ଏହି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ ।
-
19.ପ୍ରାୟ ଦୁଇ ଦଶନ୍ଧି ପରେ ଗୋବିନ୍ଦା ଏବଂ ସଲମାନ ଖାନ ଦୁଇ ଷ୍ଟାର ପୁଣିଥରେ ପରଦାରେ ଏକାଠି ହେବାକୁ ଯାଉଛନ୍ତି।
-
20.ଦିନିକିଆ ଶୃଙ୍ଖଳା ପରେ ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ପାଞ୍ଚ ମ୍ୟାଚ୍ର ଟ୍ବେଣ୍ଟି୨୦ ଶୃଙ୍ଖଳା ଆରମ୍ଭ ହେଉଛି। ବୁଧବାର ପ୍ରଥମ ଟ୍ବେଣ୍ଟି୨୦ ଖେଳାଯିବ।