-
1.ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ଭାରତର ୫୩ତମ ପ୍ରଧାନ ବିଚାରପତି (ସିଜେଆଇ) ନିଯୁକ୍ତ କରାଯାଇଛି। ସେ ନଭେମ୍ବର ୨୪ରେ କାର୍ଯ୍ୟଭାର ଗ୍ରହଣ କରିବେ।
-
2.ଡିଜିଟାଲ ଆରେଷ୍ଟ ସାଇବର ଠକେଇରେ ଫସି ମାସେ ତଳେ ୧.୨ କୋଟି ଟଙ୍କା ହରାଇଥିବା ପୁଣେର ୮୩ ବର୍ଷୀୟ ବ୍ୟକ୍ତିଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଛି।
-
3.ବିଶ୍ୱର ସବୁଠାରୁ ଧନୀ ଏବଂ ଶକ୍ତିଶାଳୀ ବ୍ୟକ୍ତିମାନେ ଏବେ ଆକାଶରେ ନୁହେଁ, ଭୂତଳରେ ଘର ନିର୍ମାଣ କରୁଛନ୍ତି। ଫେସବୁକ (ବର୍ତ୍ତମାନ ମେଟା) ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ହାୱାଇରେ ତାଙ୍କର ୧,୪୦୦ ଏକର ସମ୍ପତ୍ତି ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ସମ୍ପତ୍ତି ମଧ୍ୟରେ ଏକ ଭୂତଳ ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି, ଯେଉଁଠାରେ ବିଦ୍ୟୁତ କିମ୍ବା ଖାଦ୍ୟର କୌଣସି ଅଭାବ ରହିବ ନାହିଁ।
-
4.ଓଡ଼ିଶାରେ ୯୨ଟି ରେଳ ଓଭର ବ୍ରିଜ ହେବ। ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବ ରେଳ ବିଭାଗ।
-
5.ଚଳିତ ବର୍ଷ ନଭେମ୍ବର ୧ରୁ ଡିସେମ୍ବର ୧୪ ମଧ୍ୟରେ ୪୫ ଦିନରେ ଦେଶରେ ୪୬ ଲକ୍ଷରୁ ଅଧିକ ବାହାଘର ହେବ। ତାହା ବ୍ୟବସାୟୀମାନଙ୍କ ଲାଗି ସାଢ଼େ ୬ ଲକ୍ଷ କୋଟି ଟଙ୍କାର ବେପାର ସୁଯୋଗ ସୃଷ୍ଟି କରିବ
-
6.କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ କୃତ୍ରିମ ବୁଦ୍ଧିମତା ଏବଂ କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗକୁ ଭବିଷ୍ୟତ ଶିକ୍ଷାର ଅତ୍ୟାବଶ୍ୟକ ଉପାଦାନ। ଏହି କ୍ରମରେ ଦେଶର ସବୁ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରୁ ଏଆଇ ଶିକ୍ଷା ପାଠ୍ୟକ୍ରମର ଶୁଭାରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।
-
7.ଚାଇନା ରାଷ୍ଟ୍ରପତି ଶି’ ଜିନପିଙ୍ଗଙ୍କ ସହ ସାକ୍ଷାତ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରୁ ଟାରିଫ୍ ବା ଶୁଳ୍କ ହ୍ରାସ କରିଛନ୍ତି।
-
8.୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଏସଏନଏଲ୍ର ବାର୍ଷିକ ରାଜସ୍ୱ ଲକ୍ଷ୍ୟ ୨୭,୫୦୦ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷରେ ୨୫,୦୦୦ କୋଟି ଟଙ୍କା ଥିଲା।
-
9.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା ମନ୍ତ୍ରଣାଳୟ(ପେଣ୍ଟାଗନ)କୁ ପରମାଣୁ ଅସ୍ତ୍ର ପରୀକ୍ଷଣ କରିବାକୁ ନିର୍ଦେଶ ଦେଇଛନ୍ତି ।
-
10.ଏକ ପ୍ରମୁଖ ଭାରତୀୟ ଶକ୍ତି କମ୍ପାନୀ ରୁଷରୁ ଅଶୋଧିତ ତୈଳ କ୍ରୟ ବନ୍ଦ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏକ ପ୍ରମୁଖ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL), ଏହି କମ୍ପାନୀରେ ମଧ୍ୟ ଅଂଶୀଦାର ଅଛି।
-
11.ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ଏବଂ ଗୁଗୁଲ୍ ଉଭୟ କମ୍ପାନି ଭାରତରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାରକୁ ଦ୍ରୁତ ଭାବରେ ବିସ୍ତାର କରିବା ପାଇଁ ଏକାଠି କାମ କରିବେ।
-
12.ସାରା ଦେଶରେ ୱାନ୍ ନେସନ ୱାନ୍ ପୁଲିସ ୟୁନିଫର୍ମ ପଲିସି ଖୁବଶୀଘ୍ର ଲାଗୁ ହେବ ।
-
13.ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷା ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବ। ଏ ନେଇ ସିବିଏସଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି।
-
14.ଝାରସୁଗୁଡା ଜିଲ୍ଲାର ବନହରିପାଲିରେ ଥିବା ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍(ଓପିଜିସି) ୩୪୫୨ କୋଟି ଟଙ୍କା କ୍ଷତି ସହିଛି। ପରିଚାଳନା ଓ ରକ୍ଷଣାବେକ୍ଷଣ ତ୍ରୁଟି ପାଇଁ ୨୦୨୦ ଏପ୍ରିଲ୍ରୁ ୨୦୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ୬୬ ମାସରେ ୯୮୬୪ ନିୟୁତ ୟୁନିଟ୍ ଉତ୍ପାଦନ କ୍ଷତି ହୋଇଛି।
-
15.ଡିୱାଇ ପାଟିଲ ଷ୍ଟାଡିୟମ୍ରେ ମହିଳା ବିଶ୍ୱକପ୍ ଦ୍ୱିତୀୟ ସେମିଫାଇନାଲ୍ରେ ଭାରତ ଅଷ୍ଟ୍ରେଲିଆକୁ ୫ ଉଇକେଟ୍ ଓ ୯ ବଲ୍ ବାକିଥାଇ ହରାଇ ରେକର୍ଡ ୩୩୯ ରନ୍ ଲକ୍ଷ୍ୟ ପୂରଣ କରି ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଛି।