-
1.ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ର ଯୋଗାଯୋଗ ଉପଗ୍ରହ CMS-03, ଯାହାର ଓଜନ ୪,୪୦୦ କିଲୋଗ୍ରାମରୁ ଅଧିକ, ଉତକ୍ଷେପଣ କରାଯାଇଛି।
-
2.ରାଜ୍ୟ ସରକାର ବଜେଟ୍ ସ୍ଥିରତା ପାଣ୍ଠି ଗଠନ କରିଛନ୍ତି। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହା ପାଖରେ ଏଭଳି ପାଣ୍ଠି ରହିଛି। ସେହି ବ୍ୟବସ୍ଥାକୁ ଦେଶର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ପ୍ରଶଂସା କରିଛନ୍ତି।
-
3.ଆନ୍ଧ୍ରପ୍ରଦେଶରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ (ଏଏମ୍ଏନ୍ଏସ୍) ଇଣ୍ଡିଆ ପକ୍ଷରୁ ଏକ ମେଗା ଇସ୍ପାତ କାରଖାନା ସ୍ଥାପନ ହେବ। ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ୮.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନକୁ ପରିବେଶ ମଞ୍ଜୁରି ମିଳିଛି।
-
4.ସମନ୍ୱିତ ସିଏସ୍ଆର୍ ପ୍ରକଳ୍ପ ପାଇଁ ଜିନ୍ଦଲ ଷ୍ଟିଲ୍ର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ୍କୁ ଏକ୍ସିଡ୍ ସିଏସ୍ଆର୍ ଆଵାର୍ଡ- ୨୦୨୫ରେ ସମ୍ମାନିତ କରାଯାଇଛି।
-
5.ଓଡ଼ିଶାରେ ୧ ଲକ୍ଷ ୮୭ ହଜାର ୯୬୭ ଜଣ ମୋବାଇଲ ଫୋନ ଗ୍ରାହକ ଯୋଡ଼ି ହୋଇଛନ୍ତି। ଅଗଷ୍ଟ ମାସରେ ରାଜ୍ୟରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୫୬ ଲକ୍ଷ ୩୪ ହଜାର ୧୨୬ ଥିବାବେଳେ ସେପ୍ଟେମ୍ବରରେ ଏମାନଙ୍କ ସଂଖ୍ୟା ୩ କୋଟି ୫୮ଲକ୍ଷ ୨୨ ହଜାର ୯୩କୁ ବୃଦ୍ଧି ପାଇଛି।
-
6.ବାସ୍ତବରେ UIDAI (ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ) ନଭେମ୍ବର ୧ ତାରିଖରୁ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି। ଘରେ ବସି ଆରାମରେ ଆପଣ ଆଧାର ଅପଡେଟ କରିପାରିବେ |
-
7.ରାସ୍ତାରେ ଅଳିଆ ଫିଙ୍ଗୁଥିବା ଲୋକଙ୍କୁ ସଚେତନ କରିବା ସହିତ କଡ଼ା ନିୟମ ଲାଗୁ କରିଛି ଗ୍ରେଟର ବେଙ୍ଗାଲୁରୁ ପ୍ରାଧିକରଣ। ଏଣିକି ଯେଉଁମାନେ ରାସ୍ତାରେ ନିଜ ଘରର ଅଳିଆ ଫିଙ୍ଗିବେ ସେମାନଙ୍କ ଘରକୁ ଉକ୍ତ ଅଳିଆକୁ ଉପହାର ସ୍ବରୂପ ଭାବେ ପଠାଇ ଦିଆଯିବା ସହିତ ୨୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯିବ।
-
8.ଛତିଶଗଡ଼ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶ ଅନୁଯାୟୀ ଜଣେ ସ୍ତ୍ରୀଙ୍କୁ ତାଙ୍କ ସ୍ୱାମୀଙ୍କ କେନ୍ଦ୍ର ସରକାରଙ୍କ ପେନସନ ପ୍ରଦାନ କରାଯାଇଛି। ଭିଲାଇ ଷ୍ଟିଲ୍ ପ୍ଲାଣ୍ଟର ଜଣେ ବରିଷ୍ଠ ଟେକ୍ନିସିଆନ୍ ସ୍ୱାମୀ ସାତ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିଲେ।
-
9.ବରେଲିର ସିବିଗଞ୍ଜର ବାସିନ୍ଦା ଆଦିତ୍ୟ ଶଙ୍କର ଗଙ୍ଗୱାର ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍ରେ ପ୍ରବେଶ କରିବାକୁ ଦୃଢ଼ ସଂକଳ୍ପବଦ୍ଧ। ଆଦିତ୍ୟ ୨୨୦ ଘଣ୍ଟା ଧରି ଜୋରରେ ପୁସ୍ତକ ପଢ଼ି ଏକ ବିଶ୍ୱ ରେକର୍ଡ ସ୍ଥାପନ କରିବା ପାଇଁ ତାଙ୍କ ଯାତ୍ରା ଆରମ୍ଭ କରିଛନ୍ତି ।
-
10.ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଗୁଗଲ୍ ଏକ ଗୁରୁତ୍ବପୂର୍ଣ୍ଣ ସହଯୋଗିତା କରିଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ। ଏହି ସହଯୋଗିତାରେ ଜିଓ ଗ୍ରାହକମାନଙ୍କୁ ୧୮ ମାସ ପାଇଁ ଗୁଗଲ୍ ଏଆଇ ପ୍ରୋ ପ୍ଲାନ୍ ମାଗଣାରେ ମିଳିବ। ଏମିତିରେ ପ୍ଲାନ୍ର ମୂଲ୍ୟ ୩୫,୧୦୦ ଟଙ୍କା ରହିଛି। କିନ୍ତୁ ଜିଓ ଗ୍ରାହକମାନେ ତାହାକୁ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ।
-
11.ଚଣ୍ଡିଗଡ଼ ପ୍ରଶାସନ ସହରରେ ପୋଷା ଏବଂ ଗୋଷ୍ଠୀ କୁକୁରମାନଙ୍କୁ ନେଇ ଏକ ନୂତନ ନିୟମ ଲାଗୁ କରିଛି।୫ଟି ମହଲା ଥିବା ଘରେ କେବଳ ଗୋଟିଏ କୁକୁର ରହିବ।ଆମେରିକୀୟ ବୁଲ୍ ଡଗ୍, ପିଟବୁଲ୍ , ପିଟବୁଲ୍ ଟେରିଅର୍, ବୁଲ ଟେରିଅର୍ ଏବଂ ଡୋଗୋ ଆର୍ଜେଣ୍ଟିନୋକୁ ଘରେ ରଖିବା ପାଇଁ ସମ୍ପୂର୍ଣ୍ଣ ଭାବେ ନିଷେଧ । ଯଦି କୌଣସି ପଞ୍ଜିକୃତ କୁକୁର ଖୋଲାରେ ମଳତ୍ୟାଗ କରନ୍ତି, ତେବେ କୁକୁରର ମାଲିକଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।
-
12.ଆଇଆଇଟି କାନପୁର ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କୁ Distinguished Alumni Award (DAA) ସମ୍ମାନରେ ସମ୍ମାନିତ କରାଯାଇଛି।
-
13.ହରିୟାଣା ସରକାର ମହିଳାଙ୍କ ସଶକ୍ତିକରଣ ଦିଗର ବଡ ପଦକ୍ଷେପ ଉଠାଇ ‘ଦୀନ ଦୟାନ ଲାଡୋ ଲକ୍ଷ୍ମୀ ଯୋଜନା’ ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୋନୀ ଶନିବାର ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୨୧୦୦ ଟଙ୍କା ପ୍ରତି ମାସିକର ପ୍ରଥମ କିସ୍ତି ପଠାଇଛନ୍ତି।
-
14.ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବତୀ ରହିଛନ୍ତି। ସେ ହେଲେ ଆର. ରୁପା। ତାଙ୍କ ଘର ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଡ଼ିପଦର ଗ୍ରାମରେ।
-
15.ଏସଆଇ କେଳେଙ୍କାରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶଙ୍କର ଓ ତାର ସହଯୋଗୀ ମୁନାକୁ ୫ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ।