-
1.ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ପକ୍ଷରୁ ଆଜି ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରର ଦ୍ବିତୀୟ ଲଞ୍ଚପ୍ୟାଡ୍ରୁ ଭାରତୀୟ ନୌସେନାର ଜିଏସ୍ଏଟି-୭ଆର୍ (ସିଏମ୍ଏସ୍-୦୩) ଯୋଗାଯୋଗ ଉପଗ୍ରହକୁ ପଠାଯାଇଛି।
-
2.ଚଳିତ ବର୍ଷ ପ୍ରଯୁକ୍ତି ଜଗତରେ ଏକ ଲକ୍ଷରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି। ଏବର୍ଷ ସାରା ବିଶ୍ବରେ ଛଟେଇର ପ୍ରଭାବ ଥିଲା। ଲେଅଫ୍ସ ଡଟ୍ ଏଫ୍ୱାଇଆଇ ତଥ୍ୟ ଅନୁସାରେ ୨୦୨୫ରେ ବର୍ତ୍ତମାନ ସୁଦ୍ଧା ୨୧୮ଟି ପ୍ରଯୁକ୍ତି କମ୍ପାନି ୧,୧୨,୭୩୨ କର୍ମଚାରୀଙ୍କୁ ଛଟେଇ କରିଛନ୍ତି।
-
3.ବିଦେଶୀ ସଂସ୍ଥା ଦ୍ବାରା ପରିଚାଳିତ ମ୍ୟାକ୍ଡୋନାଲ୍ଡରେ ପ୍ରବେଶ କରିଛି ଭାରତୀୟ ପ୍ରାଚୀନ ଶସ୍ୟ ବା ସୁପରଫୁଡ୍ ଭାବେ ପରିଚିତ ମିଲେଟ୍ (ମାଣ୍ଡିଆ)। କମ୍ପାନି ନିଜ ଖାଦ୍ୟ ତାଲିକାରେ ମିଲେଟ୍ ବନ୍ ବର୍ଗରକୁ ସାମିଲ କରିଛି।
-
4.ଦିଲ୍ଲୀର ବାୟୁ ମାନ ‘ଅତି ଖରାପ୍’ ଶ୍ରେଣୀରେ ରହିଛି। ସିପିସିବି (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) କହିଛି ଯେ ଦିଲ୍ଲୀରେ ଅଧିକାଂଶ ଅଞ୍ଚଳରେ ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ‘ସାଂଘାତିକ’ ଶ୍ରେଣୀ ଅତିକ୍ରମ କରିଛି। କିଛି ସ୍ଥାନରେ ଏକ୍ୟୁଆଇ ୪୦୦ ଟପିଛି।
-
5.ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ତାଇୱାନ ଉପରେ ଆକ୍ରମଣ କଲେ ତା’ର ‘ପରିଣାମ’ କ’ଣ ହେବ, ସେ ବିଷୟରେ ଜାଣିଛନ୍ତି ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚେତାବନୀ ଦେଇଛନ୍ତି।
-
6.ପ୍ରସିଦ୍ଧ ଶିଳ୍ପପତି ତଥା ରୁଚି ମସଲା ପ୍ରତିଷ୍ଠାତା ଏବଂ ଏମଡି ଡକ୍ଟର ଶରତ କୁମାର ସାହୁଙ୍କର ୭୪ ବର୍ଷ ବୟସରେ ରବିବାର ଦିନ ପରଲୋକ ଘଟିଛି ।
-
7.କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ଉପରେ ତୀବ୍ର ବର୍ଷିଛନ୍ତି। ଯଦି ତେଜସ୍ବୀ ଯାଦବ କ୍ଷମତାକୁ ଆସିବେ ତେବେ ବିହାର ହତ୍ୟା, ଅପହରଣ ଏବଂ ଦାଦାବଟି ପାଇଁ ୩ଟି ନୂଆ ମନ୍ତ୍ରାଳୟ ଦେଖିବ ବୋଲି ଶାହ କହିଛନ୍ତି।
-
8.ଜନ ସୁରାଜ ପାର୍ଟି ନେତା ଦୁଲାରଚାନ୍ଦ ଯାଦବଙ୍କ ହତ୍ୟା ମାମଲାରେ ପାଟନା ପୁଲିସ ଶନିବାର ରାତିରେ ବିବାଦୀୟ ପୂର୍ବତନ ବିଧାୟକ ତଥା ମୋକାମାରୁ ଜେଡି(ୟୁ) ପ୍ରାର୍ଥୀ ଅନନ୍ତ ସିଂହଙ୍କୁ ଗିରଫ କରିଛି।
-
9.ଭାରତ ୨୦୨୫ ମହିଳା ବିଶ୍ୱକପ ଫାଇନାଲରେ ବିଜୟୀ ହୋଇଛି। ମହିଳା ବିଶ୍ୱକପ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରିଛି। ପୁରୁଷ ଦଳର ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମା ମଧ୍ୟ ଭାରତୀୟ ମହିଳା ଦଳ ସହିତ ଖୁସିରେ ସାମିଲ ହୋଇଥିଲେ।
-
10.ନୂଆପଡ଼ା ଜିଲା ମୁଖ୍ୟ ହସ୍ପିଟାଲ୍ରେ ରବିବାର ଜଣେ ସିକ୍ୟୁରିଟି ଗାର୍ଡ୍ ହସ୍ପିଟାଲର ପଞ୍ଚମ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।
-
11.ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା କାସିବୁଗା ସହରରେ ଥିବା ଭେଙ୍କଟେଶ୍ୱର ମନ୍ଦିରରେରେ ଦଳାଚକଟା ଘଟି ଓଡ଼ିଆ ଯୁବତୀ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜରଡା ଥାନା ଅନ୍ତର୍ଗତ ଗୁଡ଼ିପଦର ଗ୍ରାମର ରାଙ୍ଗଲା ରୂପା(୧୯)ଙ୍କ ମୃତ୍ୟୁ ଘଟିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତ ଯୁବତୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।
-
12.ଅରୁଣାଚଳ ପ୍ରଦେଶର ପୂର୍ବ ସିଆଙ୍ଗର ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ୨୨ ଜଣ ଛାତ୍ରୀଙ୍କ ସହ ଯୌନ ନିର୍ଯାତନା ହୋଇଥିବାର ଏକ ମାମଲା ସାମ୍ନାକୁ ଆସିଛି। ସ୍କୁଲ ପ୍ରିନ୍ସପାଲ, ଓ୍ବାଡେନଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି।
-
13.ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟରେ ବହୁ ସଂଖ୍ୟକ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ରଖାଯାଇଥିବା ବ୍ୟାରିକେଡ୍କୁ ଜୋର୍ରେ ଠେଲି ଭିତରକୁ ପଶି ଯାଇଥିଲେ। ଏହି ଠେଲାପେଲା ସମୟରେ, ଦୁଇ ଜଣ ମହିଳା ଭକ୍ତ ତଳେ ପଡ଼ିଯାଇଥିଲେ।
-
14.ରାଜ୍ୟରେ ପିଡିଏସ୍ ହିତାଧିକାରୀଙ୍କ ପାଇଁ ଆଧାରଯୁକ୍ତ e-KYC ଅବଧିକୁ ସରକାର ଆଉ ଦୁଇ ମାସ ବୃଦ୍ଧି କରିଛନ୍ତି। ଏହି ଅବଧି ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
-
15.ଆସନ୍ତା ୩ ତାରିଖରେ ଦକ୍ଷିଣ ଓଡ଼ିଶାର ୪ ଜିଲାରେ ସରକାରୀ ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ, ଗଜପତି, ନବରଙ୍ଗପୁର, ମାଲକାନଗିରିରେ ସରକାରୀ ଛୁଟି କରିଛନ୍ତି ଆର୍ଡିସି। କାର୍ତ୍ତିକ ମାସ ଶେଷ ସୋମବାର ପାଇଁ ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି ଆର୍ଡିସି।