# |
Date |
Type |
Current Affairs |
No. Of Views |
Status |
Action |
2281 |
03-06-2022 |
Odia |
- ଦେଶର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବ। ଏହି ଉଚ୍ଚମାନର ସ୍କୁଲ ଜାତୀୟ ଶିକ୍ଷା ନୀତି- ୨୦୨୦ (ଏନଇପି)ର ପ୍ରୟୋଗଶାଳା ହେବ ବୋଲି ଗୁରୁବାର ଗୁଜୁରାଟର ଗାନ୍ଧୀନଗରରେ ଆୟୋଜିତ ଦୁଇଦିନିଆ ରାଜ୍ୟ ଶିକ୍ଷା ମନ୍ତ୍ରୀ ମାନଙ୍କର ଜାତୀୟ ଶିକ୍ଷା ସମ୍ମିଳନୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
- ପିଏମ୍ ଗତିଶଣକ୍ତି ଯୋଜନାର ଲକ୍ଷ୍ୟ ଭିତ୍ତିରେ କୋଇଲା ମନ୍ତ୍ରଣାଳୟ ୧୩ଟି ବହୁମୁଖୀ (ମଲ୍ଟି ମୋଡାଲ) ରେଳ ସଂଯୋଗ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି। ପ୍ରତ୍ୟେକ ପ୍ରକଳ୍ପରେ ଥିବା ଭିତ୍ତିଭୂମିର ଅଭାବକୁ ପ୍ରଥମେ ଚିହ୍ନଟ କରାଯାଇ ତା’ ପରେ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଉଛି। ହାଇ ଇମ୍ପ୍ୟାକ୍ଟ ପ୍ରୋଜେକ୍ଟ (ଅତି ପ୍ରଭାବଶାଳୀ ପ୍ରକଳ୍ପ) ଭାବେ ୪ଟି ଚିହ୍ନଟ କରାଯାଇ ଇତିମଧ୍ୟରେ ତାହାର ରୋଡମ୍ୟାପକୁ ଏନ୍ଏମ୍ପି ପୋର୍ଟାଲରେ ସ୍ଥାନିତ କରାଯାଇଛି । ଏହି ଚାରିଟି ପ୍ରକଳ୍ପ ଓଡିଶା ଓ ଝାଡଖଣ୍ଡରେ କାର୍ଯ୍ୟକାରୀ ହେବ।
- ଦେଶରେ ଆଜି ୨ହଜାର ତଳେ କରୋନା ଦୈନିକ ସଂକ୍ରମଣ ରହିଛି । ଗତ କିଛି ଦିନ ହେବ ୨ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୧ହଜାର ୬୭୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାରୁ ଗତ ୨୪ ଘଣ୍ଟାରେ ୧ହଜାର ୬୩୫ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
- ୟୁକ୍ରେନ-ରୁଷ ଯୁଦ୍ଧ ୧୦୦ ଦିନ ଛୁଇଁବାକୁ ଯାଉଛି। ଇତିମଧ୍ୟରେ ଉଭୟ ରାଷ୍ଟ୍ରର ବିପୁଳ କ୍ଷତି ଘଟିବା ସହିତ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ଯୁଦ୍ଧର ଅନ୍ତ ହେବାର ନାଁ ଧରୁ ନାହିଁ। ବରଂ ଯୁଦ୍ଧକୁ ନେଇ ବିଶ୍ବ ରାଜନେତାଙ୍କ ଆଭିମୁଖ୍ୟ ଏହାକୁ ଦୀର୍ଘଗାମୀ କରିବାର ସମ୍ଭାବନା ବଢାଇଛି।
- ସ୍ୱୟଂ ସହାୟକ ଗୋଷ୍ଠୀ ହେବେ SME ବା କ୍ଷୁଦ୍ର-ମଧ୍ୟମ ଶିଳ୍ପଦ୍ୟୋଗୀ । ଆସନ୍ତା ୧୨ ମାସ ମଧ୍ୟରେ ରାଜ୍ୟସ୍ତରୀୟ ଫେଡରେସନ ଗଠନ ହେବ। ଏହା ଜରିଆରେ ଡିସିସନ ମେକିଙ୍ଗରେ ମହିଳାଙ୍କ ଭାଗିଦାରୀ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହି ବର୍ଷ ହଜାର ହଜାର ଏସଏମ୍ଇ ଗଠନ ପାଇଁ ଲକ୍ଷ୍ୟ ରଖାଯାଇଛି ।
- ଜୁନ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ମହିଳା ବକ୍ସରମାନଙ୍କୁ ଭେଟିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ସେମାନଙ୍କ ଟି-ସାର୍ଟରେ ଅଟୋଗ୍ରାଫ ଦେଇଥିଲା ।
- ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡିବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସଡିଜେଏମ୍ କୋର୍ଟ । ପୈତୃକ ଘର ଛାଡ଼ିବାକୁ ଆବେଦନ କରିଥିଲେ ଅନୁଭବ। ବାପା, ମାଆ ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ଆବେଦନ କରିଥିଲେ ଅନୁଭବ । ଅନୁଭବଙ୍କ ପିଟିସନକୁ ଗ୍ରହଣ କଲେ SDJM କୋର୍ଟ । ଏହାସହିତ ବର୍ଷାଙ୍କୁ ପ୍ରତି ମାସରେ ୩୦ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
- ଗୁଜରାଟର ଭଦୋଦରାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ବିସ୍ଫୋରଣ ଘଟିଛି ।ପୁଲିସ୍ର ପ୍ରାଥମିକ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୦ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଛି ।
- ମୋଵାଇଲରେ ଆପ୍ଲିକେସନ ଅପଡେଟ କରିବା ପାଇଁ କହି ସାଇବର ଠକ ଅଭିନଵ ଉପାୟରେ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଲେ ୮ ଲକ୍ଷରୁ ଅଧିକ ଟଙ୍କା । ରାଉରକେଲା ମ୍ୟୁନିସିପାଲ କଲେଜ ପ୍ରିନସିପାଲ ପରେଶ ଚନ୍ଦ୍ର ପ୍ରଧାନଙ୍କ ଆକାଉଣ୍ଟରୁ ଏହି ଟଙ୍କା ସାଇଵର ଠକ ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ରାଉରକେଲା ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ଘଟଣାର ତଦନ୍ତ ଆରମ୍ଭ କରିଛି।
- ମନ୍ଦିରର ଉନ୍ନତିକରଣ ପାଇଁ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ଶାରଳା ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୨ କୋଟିର ବଜେଟ ବ୍ୟବସ୍ଥା । ବର୍ଷକରେ ସରିବ କାମ । ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଛି ।
- ଗୁଜୁରାଟ ଗାନ୍ଧୀନଗରରେ ଭବ୍ୟ ସମାରୋହରେ ସେ ବିଦ୍ଧିବଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଗୁଜରାଟ ପ୍ରଦେଶ ଅଧ୍ୟକ୍ଷ ସିଆର୍ ପାଟିଲ ତାଙ୍କୁ ଦଳୀୟ ସଦସ୍ୟତା ପ୍ରଦାନ କରିଛନ୍ତି । ହାର୍ଦ୍ଧିକଙ୍କ ସମେତ ପଟ୍ଟିଦାର ଆନ୍ଦୋଳନରେ ତାଙ୍କ ସହିତ ଥିବା ଅନେକ ନେତା ମଧ୍ୟ ପଦ୍ମ ଧରିଛନ୍ତି ।
- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଆସନ୍ତାକାଲିଠୁ ଯୁକ୍ତ ଦୁଇ ପିଲାଙ୍କ ଖାତାଦେଖା ଆରମ୍ଭ ହେବ। ଚଳିତ ଥର ଦୁଇ ପର୍ଯ୍ୟାୟରେ ଖାତା ଦେଖା ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟ ୨ରୁ ୧୨ ଏବଂ ଦ୍ୱିତୀୟ ପର୍ଯର୍୍ୟାୟ ଜୁନ୍ ୧୩ରୁ ଆରମ୍ଭ ହେବ।
- କଶ୍ମୀରରେ ଆତଙ୍କବାଦୀମାନଙ୍କ ଦ୍ବାରା ହିନ୍ଦୁମାନଙ୍କୁ ବାଛି ବାଛି ହତ୍ୟା କରିବାକୁ ନେଇ ସମଗ୍ର ଦେଶରେ ପ୍ରବଳ ପ୍ରତିକ୍ରିୟା ଓ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ କେନ୍ଦ୍ର ସରକାର ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି । ଗୁରୁବାରଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଏକ ଜରୁରି ବୈଠକ କରିଛନ୍ତି ।
- ଶୁକ୍ରବାର ସିଏମ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକ ଜାତିଗତ ଜନଗଣନା ସହ ମୋଟ 8ଟି ନିଷ୍ପତ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଠ ମାସ ଭିତରେ ଜାତିଗତ ଜନଗଣନା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିହାର ସରକାର ନିଜ ସଂସାଧନରେ ଏହି ଗଣନା କରିବେ।
- ବ୍ରିଟେନ ମହାରାଣୀ ଭାବେ ରାଣୀ ଏଲିଜାବେଥଙ୍କ ଶାସନକୁ ୭୦ ବର୍ଷ ପୂରଣ ହୋଇଛି। ଏଣୁ ଦେଶରେ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶାସନର ପ୍ଲାଟିନମ ଜୁବୁଲୀ ପାଳନ ହେଉଛି। ଏଥିଲାଗି ୨ରୁ ୫ ଜୁନ୍ ପର୍ଯ୍ୟନ୍ତ ୪ ଦିନିଆ ସମାରୋହର ଅନୁଷ୍ଠିତ ହେଉଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ମୂଳ ଭାରତୀୟଙ୍କୁ ସମ୍ମାନୀତ କରାଯିବ ବୋଲି ଜଣାପଡିଛି।
- ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାର ପାଞ୍ଚ ଦିନ ପରେ ଏବେ ପଞ୍ଜାବ ସରକାର ଜୁନ ୭ରୁ ସମସ୍ତ ଭିଆଇପିଙ୍କୁ ପୁଣି ଥରେ ସୁରକ୍ଷା ଯୋଗାଇବେ । ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଏହି ସୂଚନା ଦେଇଛନ୍ତି ପଞ୍ଜାବ ସରକାର।
- ତୁର୍କି ବୈଦେଶିକ ମନ୍ତ୍ରୀ ମେଭଲୁତ କାଭୁସୋଗ୍ଲୁ ଜାତି ସଂଘ (ୟୁଏନ)ଙ୍କୁ ଏକ ପତ୍ର ଲେଖି ତାଙ୍କ ଦେଶର ନାମ ତୁର୍କି ବଦଳେ ‘ତୁର୍କିୟେ’ ଭାବେ ସନ୍ଦର୍ଭିତ କରିବା ଲାଗି ଅନୁରୋଧ କରିଛନ୍ତି।
- ଭାରତର ପ୍ରଖ୍ୟାତ ସନ୍ତୁର ବାଦକ ତଥା ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ପଣ୍ଡିତ ଭଜନ ସପୋରୀଙ୍କ ୭୪ ବର୍ଷରେ ପରଲୋକ ହୋଇଛି।
- ସୋସିଆଲ୍ ନେଟ୍ୱାର୍କିଂ ପ୍ଲାଟଫର୍ମ ଫେସ୍ବୁକ୍ର ମାଲିକାନା ରଖୁଥିବା ମେଟା କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ ବା ସିଓଓ ସୋରିଲ୍ ସେଣ୍ଡ୍ବର୍ଗ ପଦବୀରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । କମ୍ପାନୀ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
- ୟୁକ୍ରେନ୍କୁ ଶକ୍ତିଶାଳୀ ରକେଟ୍ ସିଷ୍ଟମ୍ ଯୋଗାଇବାକୁ ନିଷ୍ପତ୍ତି ନେଇଛି । ପାଖାପାଖି ୫୦ ମାଇଲ୍ ବା ୮୦ କିଲୋମିଟର ଦୂରରୁ ଏହା ଶତ୍ରୁ ସେନା ଉପରେ ଆକ୍ରମଣ କରିପାରିବ । ଆମେରିକାର ଏଭଳି ପଦକ୍ଷେପକୁ ନିନ୍ଦା କରିଛି ରୁଷ ।
|
545 |
Y |
|
2282 |
03-06-2022 |
English |
- Renowned Santoor maestro Pandit Bhajan Sopori passed away today in Gurugram. He was 74. He was suffering from colon cancer.
- In a bid to tide over doctors’ crunch at the MKCG Medical College and Hospital here, the state government has appointed 35 Post Graduate (PG) doctors at the premier healthcare facility of south Odisha, a report said.
- Union Education Minister Dharmendra Pradhan said the Central government has been in the process of establishing "PM Shri schools" in order to prepare students for the future. This will be a laboratory for the National Education Policy.
- Cyber criminals siphoned off more than Rs 95.75 lakh from residents of the Capital city in May. The above fact came to fore after the cyber crime help desk of City police released its monthly data Thursday
- Govt says, overall coal production increases by 61 MT during 2021-22; Power Sector coal imports come down by 40 %.
- Chief Minister Naveen Patnaik Thursday approved the master plan for redevelopment and renovation of Sarala temple at Jhankada in Jagatsinghpur district. In the first phase, Rs 42 crore will be spent for redevelopment of the temple.
- Petroleum Minister says LPG connections in country increased from 14.5 cr to 30.39 cr since 2014; Nine crore connections provided Under PM Ujjwala Yojana.
- Chief Minister Naveen Patnaik Thursday asked the newly-elected representatives of Panchayati Raj Institutions (PRIs) to protect the rights of the poor, women and weaker sections
- Bihar Govt Cabinet has decided to complete the caste-based census in the state by February 2023. The govt will spend Rs 500 crore on it from the contingency fund, the cabinet has decided.
- Kashmiri Pandits, including the employees who were given jobs under a PM's package for the community, held protests and threatened mass migration after targeted killings in J&K.
- Gujarat woman to marry herself June 11 to break stereotypes; claims it would be first ‘sologamy’ in India. Speaking about her intentions, Kshama Bindu said she wished to break stereotypes and inspire others who are tired of finding true love. Bindu, who identifies as bisexual, also claimed that her marriage will be the first instance of sologamy in India.
- A 36-year-old Right. to Information (RTI) activist Ranjeet Soni was shot dead by unidentified persons in broad daylight outside the Public Works Department (PWD) office in Madhya Pradesh's Vidisha on Thursday.
- Punjab Govt on Thursday decided to restore the security of all the 434 protectees (from 7 June) in the state whose cover it had pruned.
- After UP, Madhya Pradesh makes Akshay Kumar-starrer 'Samrat Prithviraj' tax-free
- External Affairs Minister S Jaishankar will visit Slovakia and the Czech Republic from June 2 to 6 to impart further momentum to bilateral relations with the two Central European countries.
- The Indus Water Treaty was signed between India and Pakistan in 1960. India said it is committed to bilateral resolution of issues and suggestions given by Pakistan during a meeting of the Permanent Indus Commission.
- Russia now occupies about 20% of Ukraine's territory, Ukrainian President Volodymyr Zelenskyy said while addressing Luxembourg's Parliament on Thursday.
- India reported 3,712 new coronavirus infections on Thursday, bringing the total number of COVID-19 cases to 4,31,64,544. The active cases also increased to 19,509, according to the Union Health Ministry data.
- The ruling DMK in Tamil Nadu has planned to celebrate the 98th birth anniversary of former Chief Minister and Dravidian stalwart M Karunanidhi in a grand manner in the state on Friday.
- Prime Minister Narendra Modi has assured Sri Lankan President Gotabaya Rajapaksa of fertiliser supplies to help the debt-ridden country avert severe food shortages caused by crop losses and exacerbated by the worst economic crisis, the president's office said on Thursday.
|
513 |
Y |
|
2283 |
02-06-2022 |
Odia |
- ଆମେରିକାରେ ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । ତୁଲସା ସିଟି ଫ୍ରାନସିସ୍ ହସ୍ପିଟାଲ ପରିସରରେ ଏହି ଗୁଳିକାଣ୍ଡ ଘଟିଥିବା ବେଳେ ଦୁର୍ବୃତ୍ତ ସମେତ ୫ଜଣଙ୍କ ଏଥିରେ ମୃତ୍ୟୁ ହୋଇଛି ।
- ଗତଥରର ବିଜେତା ଭାରତ ବୁଧବାର ସମାପ୍ତ ହୋଇଥିବା ପୁରୁଷ ଏସିଆ କପ୍ ହକିରେ କାଂସ୍ୟପଦକ ଜିତିପାରିଛି। ଯୁବ ଭାରତୀୟ ଦଳ ଲଢ଼ୁଆ ପ୍ରଦର୍ଶନ କରି ବୁଧବାର ୩ୟ ସ୍ଥାନ ପାଇଁ ମ୍ୟାଚ୍ରେ ଜାପାନକୁ ୧-୦ ଗୋଲ୍ରେ ପରାସ୍ତ କରିଛି।
- ବର୍ତ୍ତମାନ ସମୟରେ ହ୍ବାଟ୍ସଆପ୍ରେ ଯେଉଁ ବାର୍ତ୍ତାକୁ ଥରେ ପଠାଯାଇ ସାରିଛି ତାକୁ ଏଡିଟ୍ କରିବାର ସୁବିଧା ନାହିଁ। ପଠାଯାଇଥିବା ବାର୍ତ୍ତାକୁ କେବଳ ଡିଲିଟ୍ (ଲିଭାଯିବା) କରିବାର ସୁବିଧା ରହିଛି। ମାତ୍ର ଆଗକୁ ହ୍ବାଟ୍ସଆପ୍ ପଠାଯାଇଥିବା ବାର୍ତ୍ତାକୁ ଏଡିଟ୍ କରିବାର ସୁବିଧା ଉପଲବ୍ଧ ହେବ।
- ସାଉଦି ଆରବ ବିଶ୍ବର ସବର୍ବୃହତ କୋଠା ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ନିଓମ୍ ନାମକ ଏହି ପ୍ରକଳ୍ପରେ ୫୦,୦୦୦ କୋଟି ଡଲାର ନିବେଶ କରାଯିବ। ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲ୍ମାନଙ୍କ ତାହା ହେଉଛି ମାନସ ସନ୍ତାନ ଯେଉଁଥିରେ ୧,୬୪୦ ଫୁଟ ଉଚ୍ଚତା ବିଶିଷ୍ଟ ଦୁଇଟି ନଭଶ୍ଚୁମ୍ଭୀ ଅଟ୍ଟାଳିକା ରହିବ ଓ ଏହା ଡଜନ ମାଇଲ ଦୂର ପର୍ଯ୍ୟନ୍ତି ବ୍ୟାପିବ।
- ଅତ୍ୟଧିକ ସମୟ ଟିଭି, ମୋବାଇଲ ଦେଖିବା ହେଉ ଅବା ଅନ୍ୟକାରଣରୁ ସ୍କୁଲ ପିଲାଙ୍କ ଆଖି ଉପରେ ଏହାର କୁ ପ୍ରଭାବ ପଡୁଛି। ବିଶେଷ କରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଅର୍ଥାତ୍ ୫ ବର୍ଷରୁ ୧୩ ବର୍ଷ ମଧ୍ୟରେ ଅଧିକ ପିଲାଙ୍କୁ ଦେଖିବାରେ ସମସ୍ୟା ଉପୁଜୁଛି।
- କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବୁଧବାର ନୋଟିସ୍ ଜାରି କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଏଥିସହ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନୋଟିସ୍ କରିଛି ଇଡି। ନ୍ୟାସନାଲ ହେରାଲ୍ଡ ମାମଲା ଉଭୟଙ୍କୁ ଇଡି ନୋଟିସ୍ କରିଛି।
- ଆମେରିକା ୟୁକ୍ରେନ୍କୁ ଅତ୍ୟାଧୁନିକ ରକେଟ୍ ପଠାଇବା ବିଷୟ ରାଷ୍ଟ୍ରପତି ଜୋ ବାଇଡେନ୍ ଘୋଷଣା କରିଛନ୍ତି । ଗଣମାଧ୍ୟମର ଖବର ଅନୁସାରେ ଅସ୍ତ୍ରଶସ୍ତ୍ରଗୁଡ଼ିକ ମଧ୍ୟରେ ଏମ୍.-୧୪୨, ହାଇ ମୋବିଲିଟି ଆର୍ଟିଲେରି ରକେଟ୍ ସିଷ୍ଟମ୍ ରହିଛି । ସେହି ରକେଟ୍ରୁ ବିଭିନ୍ନ ପ୍ରକାର ଗାଇଡେଡ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରିବ ।
- ପାଣିପାଗ ବିଭାଗ (ଆଇଏମଡି) ର ସୂଚନାନୁଯାୟୀ, ଜୁନ୍ ୧ ରୁ ଉତ୍ତର-ପୂର୍ବରେ ପ୍ରବଳ ବର୍ଷା ହେବ। ଜୁନ୍ ୨ ରୁ ଜୁନ୍ ୪ ଯାଏଁ ଆସାମ ଏବଂ ମେଘାଳୟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆଜିଠାରୁ ଆଗାମୀ ପାଞ୍ଚ ଦିନ ମଧ୍ୟରେ ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।
- ୧୯ କିଲୋ ଏଲପିଜି ସିଲିଣ୍ଡର ପ୍ରତି ୧୩୮ ଟଙ୍କା କମିଥିବା ବେଳେ ଏହି ଦର ଆଜିଠାରୁ ଲାଗୁ ହେବ । ହେଲେ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେଣୁ ପୂର୍ବ ଦର ଅନୁଯାୟୀ ଗ୍ରାହକ କିଣିବେ ଘରୋଇ ସିଲିଣ୍ଡର କିଣିବେ।
- ବିସିସିଆଇ ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫାକୁ ନେଇ ବୁଧବାର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ପରେ ବିସିସିଆଇ ସମ୍ପାଦକ ଜୟ ଶାହା ଏହାକୁ ଖଣ୍ଡନ କରିଛନ୍ତି । ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇନଥିବା ଶ୍ରୀ ଶାହା ସୂଚନା ଦେଇଥିଲେ
- ଦ୍ୱିତୀୟ ପର୍ଯ୍ୟାୟ ‘୫-ଟି’ ହାଇସ୍କୁଲ ରୂପାନ୍ତରଣରେ ସାମିଲ ହୋଇଥିବା ବିଦ୍ୟାଳୟରଗୁଡ଼ିକର ଲୋକାର୍ପଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତର କରାଯିବ।
- ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆ କପ୍ ହକିରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ସହ ନିଜ ଅଭିଯାନ ଶେଷ କରିଛି। ବୁଧବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ମ୍ୟାଚରେ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରାଙ୍କ ଅଧିନାୟିକତ୍ବରେ ଖେଳୁଥିବା ଭାରତୀୟ ହକି ଟିମ୍ ଜାପାନକୁ ୧-୦ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି।
- ନବୀନ ପଟ୍ଟନାୟକ ବର୍ତ୍ତମାନ ଦେଶର ଜଣେ ପରିଚିତ ଚେହେରା। ୨୫ ବର୍ଷ ତଳେ ରାଜନୀତିରେ ନବାଗତ ଭାବେ ଉଭା ହୋଇଥିବା ନବୀନ ଭାରତବର୍ଷର ଜଣେ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇଛନ୍ତି।
- ଏମ୍ସ ଭୁବନେଶ୍ୱରରେ ଏବେ ବିଭିନ୍ନ ବିଭାଗରେ ୧୪୯୩ଟି ପଦବୀ ଖାଲି ଅଛି। ଉଭୟ ଶିକ୍ଷକ ଏବଂ ଅଣ ଶିକ୍ଷକ ବର୍ଗରେ ଏହି ସଂଖ୍ୟକ ପଦବୀରେ ନିଯୁକ୍ତି ମିଳିନାହିଁ। ସୂଚନା ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ସୂଚନା ଅଧିକାର ବଳରେ ଏହି ତଥ୍ୟ ହାସଲ କରିଛନ୍ତି।
- ହିନ୍ଦୋଳ ଉପଖଣ୍ଡ ପୋଲିସ ଅଧିକାରୀ ମଳୟ କୁମାର ନାୟକ କାରନ୍ଦା ଛକରେ ଦୁଃଖବନ୍ଧୁ ସାହୁ ନାମକ ଜଣେ ଖଣି ମାଲିକଙ୍କ ଠାରୁ ଖଣି ଅନୁମତି ଦେବାପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ବିଭାଗ କାବୁ କରି ଗିରଫ କରିଛନ୍ତି ।
- ବୁଧବାର ରୁଷ-ୟୁକ୍ରେନ ଯୁଦ୍ଧକୁ ୯୮ ଦିନରେ ପହଞ୍ଚିଛି। ଆଉ ୨ ଦିନ ପରେ ଯୁଦ୍ଧକୁ ୧୦୦ ଦିନ ପୂରିବାକୁ ଥିବା ବେଳେ ଉଭୟ ପକ୍ଷରୁ ବିପୁଳ କ୍ଷୟକ୍ଷତି ହେଉଥିଲେ ମଧ୍ୟ ଯୁଦ୍ଧ ରୋକିବା ନେଇ ରୁଷ୍-ୟୁକ୍ରେନ ମଧ୍ୟରେ ସହମତି ପ୍ରକାଶ ପାଇପାରି ନାହିଁ। ରୁଷ୍ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି।
- ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍କୁ ଆଉ ୧୨ ଦିନ ବାକି। ମ୍ୟାଚ୍ ଦିବସ ପାଖେଇ ଆସୁଥିବା ବେଳେ ପ୍ରସ୍ତୁତି ଜୋରଦାର ଭାବେ ଆଗେଇ ଚାଲିଛି। ଜୁନ୍ ୧୨ରେ ବାରବାଟୀରେ ହେବ ଭାରତ-ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ୍ ।
- ମୁଖ୍ୟମନ୍ତ୍ରୀ ଭଗୱତ ସିଂ ମାନ ଏ ପରିସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି । ରାଜ୍ୟ ସରକାର ୨୭ ଜଣ ସେଲିବ୍ରିଟିଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଯୋଜନା ରଖିଛନ୍ତି । ସୂଚନାନୁସାରେ, ସୁରକ୍ଷା ଯୋଗାଇବା ପାଇଁ ନିଷ୍ପତି ନିଆଯାଇଥିବା ୨୭ ଜଣ ସେଲିବ୍ରିଟିଙ୍କ ନାମ ପ୍ରକାଶ କରାଯାଇନାହିଁ ।
- ଭାରତୀୟ ଜନତା ପାର୍ଟି (ବିଜେପି)କୁ ୨୦୨୦-୨୧ ଆର୍ଥିକ ବର୍ଷରେ ବିଭିନ୍ନ ସୂତ୍ରରୁ ୪୭୭.୫ କୋଟିରୁ ଅଧିକ ଟଙ୍କାର ଆର୍ଥିକ ଚାନ୍ଦା ମିଳିଛି। ଏବଂ ଏହି କ୍ରମରେ କଂଗ୍ରେସକୁ ମିଳିଛି ୭୪.୫୦ କୋଟି ଟଙ୍କାରୁ ଅଧିକ ଚାନ୍ଦା। ଯାହାକି ଶାସକ ଦଳକୁ ମିଳିଥିବା ଚାନ୍ଦାର ମାତ୍ର ୧୫ ପ୍ରତିଶତ ରହିଛି।
- ସୋସିଆଲ ମେସେଜିଙ୍ଗ ଆପ ହ୍ଵାଟ୍ସଆପ ୧୬ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରିଛି | ଆଜି ହ୍ଵାଟ୍ସଆପ କହିଛି ଯେ ନୂତନ ଆଇଟି ନିୟମ ୨୦୨୧ ଅନୁଯାୟୀ ଏପ୍ରିଲ୍ ମାସରେ ଭାରତରେ ୧୬.୬ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ମାର୍ଚ୍ଚରେ ଏହି ପ୍ଲାଟଫର୍ମ ଦେଶରେ ୧୮ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ କରିଥିଲା
|
580 |
Y |
|
2284 |
02-06-2022 |
English |
- The Odisha Joint Entrance Examination-2022 (OJEE-2022) will be conducted from July 4 to 8 for admissions into undergraduate and post-graduate courses in technical and professional colleges of the state, an official said Wednesday.
- India's first deluxe train, the Deccan Queen Express which connects two major cities of Maharashtra, Pune and Mumbai, on Wednesday completed 92 years of service.
- The Supreme Court has expressed displeasure over low salary of home guards in Odisha and directed the state government to reconsider its decision of paying ₹ 9,000 per month.
- India recorded 2,745 new coronavirus infections in the last 24 hours, bringing the total number of COVID-19 cases to 4,31,60,832. The active cases also increased to 18,386, according to the Union Health Ministry data.
- Mobile messaging platform WhatsApp has banned over 16 lakh accounts of Indian users in April to prevent harmful activity on the app, according to the company's monthly disclosure report published on Wednesday.
- There has been a rise of around 82 per cent in hate speech on social media platform Facebook and 86 per cent jump in violent and inciting content on Instagram, according to a monthly report released by Meta.
- In an apparent bid to encourage a significant section of its employees to voluntarily retire, Air India on Wednesday reduced the eligibility age from 55 to 40 and announced cash incentive.
- Bollywood singer KK died due a cardiac arrest, indicate the preliminary findings of the post-mortem report, police said. The police also said that there is no foul play behind the singer's death.
- Delhi's Chief Minister Arvind Kejriwal on Wednesday said he has been invited to attend the World Cities Summit in Singapore to present the "Delhi Model" and is looking forwards to discussing urban solutions with other leaders
- A caste-based "count" rather than census will be held in Bihar, Nitish Kumar said today after an all-party meeting on a caste census this evening. The Chief Minister said all parties, including the BJP, agreed on a caste-count.
- Jharkhand chief minister Hemant Soren, embroiled in an office of profit row with the Election Commission, has decided to turn the heat on five ministers of the erstwhile chief minister Raghubar Das regime by ordering state’s Anti-Corruption Bureau to probe into alleged disproportionate assets of the ministers.
- The ruling Jharkhand Mukti Morcha (JMM) on Monday named senior leader Mahua Maji as its candidate for the upcoming Rajya Sabha polls in Jharkhand.
- Of which, 532 schools were inaugurated Wednesday while the remaining will be dedicated in a phased manner till June 10. The Chief Minister dedicated 339 transformed high schools in Mayurbhanj district, 81 in Khurda, 24 in Boudh, 47 in Malkangiri and 41 in Sonepur through virtual mode.
- Researchers at the Indian Institute of Technology (IIT), Guwahati have developed a bio-electrochemical device called Microbial Fuel Cell (MFC) which can generate green energy by treating wastewater.
- Two personnel engaged in polling duty for byelection to Brajarajnagar Assembly seat in Jharsuguda district have died, officials said.
- The ED Wednesday said it has attached bank deposits of more than Rs 68.62 lakh of Islamist body PFI and its ‘front’ organisation Rehab India Foundation in connection with a money laundering investigation against them.
- Western nations promised more and more advanced arms to bolster Ukraine’s defence as its troops battled a grinding Russian offensive that was closing in on capturing a key city in the east.
- Mexican President Andrés Manuel López Obrador signed a decree Tuesday outlawing the sale of e-cigarettes, continuing the government’s anti-vaping policy. Mexico had already prohibited imports of the devices since at least October.
- Jet fuel prices Wednesday were cut by 1.3 per cent -- the first reduction after 10 rounds of price hikes -- on softening international crude oil rates. Simultaneously, prices of commercial LPG - used by business establishments such as hotels and restaurants - were reduced by `135 per 19-kg cylinder.
- Jharkhand-Bihar’s first free home palliative-care services to provide psychosocial and nursing support to cancer patients was launched here on Wednesday.
|
535 |
Y |
|
2285 |
01-06-2022 |
Odia |
- ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଲାଗୁ ହେବ ୧୯୯୨ ପେନସନ ନିୟମ । କନିଷ୍ଠ ଅଧ୍ୟାପକ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯିବା ନେଇ ଉଚ୍ଚ ନ୍ୟାୟଳୟ ରାୟ ଦେଇଛନ୍ତି । ପୁରୁଣା ପେନସନ ନିୟମ ଲାଗୁ ପାଇଁ ହୋଇଥିବା ଆବେଦନକୁ ଓଡ଼ିଶା ହାଇକୋର୍ଟ ସବୁଜ ସଂକେତ ଦେଇଛନ୍ତି ।
- ଓଡ଼ିଶାର ୨ ବୀର ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ୨ ବୀର ସହିଦ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର ଟୁଡୁଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।
- ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରି କେରଳ ହାଇକୋର୍ଟ ମଙ୍ଗଳବାର ଦିନ ଏକ ସମଲିଙ୍ଗୀ ଦମ୍ପତିଙ୍କୁ ଏକାଠି ରହିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମଙ୍ଗଳବାର ଦିନ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପିଠି ଏବଂ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ପାଇଁ ୫୩ ବର୍ଷୀୟ ଠାକରେଙ୍କୁ ଭର୍ତ୍ତି କରାଯାଇଛି | ଆସନ୍ତାକାଲି ତାଙ୍କର ଆଣ୍ଠୁରେ ସର୍ଜରୀ କରାଯିବ |
- ଭାରତୀୟ ବାୟୁସେନା ପାଇଁ ୩ ହଜାର କୋଟି ଟଙ୍କା ମୂଲ୍ୟର ଅସ୍ତ୍ର ମାକ୍-୧ କ୍ଷେପଣାସ୍ତ୍ର ପ୍ରଣାଳୀ ଖରିଦ କରିବାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ଡାଇନାମିକ୍ସ ସହ ଚୁକ୍ତି କରିଛି ।
- ଓଡ଼ିଆ ଝିଅ ଶ୍ରେୟା ଲେଙ୍କା ରାଜ୍ୟ ସହ ଦେଶ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଆଣି ଦେଇଛନ୍ତି ଗୌରବ। ରାଉରକେଲାରେ ଜନ୍ମିତ ଏହି ୧୮ ବର୍ଷୀୟ ଯୁବତୀ ଦକ୍ଷିଣ କୋରିଆର ଲୋକପ୍ରିୟ ପପ୍ ବ୍ୟାଣ୍ଡ ବ୍ଲାକସ୍ବାନର ପଞ୍ଚମ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି।
- ଦେଶରେ ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ଶିଳ୍ପରେ ପରିଣତ ହୋଇଛି | ଏହି କାରଣରୁ, ଯେଉଁ ଛାତ୍ରଛାତ୍ରୀମାନେ ଦେଶରେ ଡାକ୍ତରୀ ଶିକ୍ଷା ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଅସମର୍ଥ, ସେମାନଙ୍କୁ ୟୁକ୍ରେନ ପରି ଦେଶକୁ ଯିବାକୁ ପଡୁଛି | ମଙ୍ଗଳବାର ଦିନ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି |
- କେନ୍ଦ୍ର ସରକାର ଖୁବ ଶୀଘ୍ର ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବେ ବୋଲି କହିଛନ୍ତି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ।
- ଲଖନପୁର ବ୍ଲକ ଫଟା ଗ୍ରାମରେ ଥିବା ସରକାରୀ ପ୍ରାଥିମକ ବିଦ୍ୟାଳୟର ୨୩୮ନମ୍ବର ବୁଥରେ ସୁରକ୍ଷା ଦାୟିତ୍ବରେ ଥିବା ହୋମଗାର୍ଡ ତ୍ରିଲୋଚନ ମହାନ୍ତି ଗତକାଲି ଡ୍ୟୁଟି ରେ ଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
- କେନ୍ଦ୍ରରେ ଏନ୍ଡିଏ ସରକାରର ନେତୃତ୍ୱ ନେଇଥିବା ଭାରତୀୟ ଜନତା ପାର୍ଟି (ବିଜେପି)କୁ ୨୦୨୦-୨୧ ଆର୍ଥିକ ବର୍ଷରେ ବିଭିନ୍ନ ସୂତ୍ରରୁ ୪୭୭.୫ କୋଟିରୁ ଅଧିକ ଟଙ୍କାର ଆର୍ଥିକ ଚାନ୍ଦା ମିଳିଛି।
- ଆଲ୍ଲାପୁଜାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେରଳର ଲୋକପ୍ରିୟ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରୁଥିବା ବେଳେ ମଞ୍ଚ ଉପରେ ଟଳି ପଡ଼ିଲେ ଓ ପରେ ତାଙ୍କର ମୃତ୍ୟୁ ଘଟିଛି। କଣ୍ଠଶିଳ୍ପୀ ଜଣକ ହେଉଛନ୍ତି ଏଡ୍ବା ବସିର୍। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା।
- ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୧ତମ କିସ୍ତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ଶିମଳାରେ ଅବସ୍ଥିତ ରିଜ୍ ମଇଦାନରେ ଜାତୀୟ ସ୍ତରରେ ‘ଗରିବ କଲ୍ୟାଣ ସମ୍ମେଳନ’ ଆୟୋଜିତ ହୋଇଛି।ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨,୦୦୦ ଟଙ୍କା ପଠାଯାଇଛି।
- ଏ ବର୍ଷ ମୌସୁମି ଋତୁରେ ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଫଳରେ କ୍ରମାଗତ ୪ର୍ଥ ବର୍ଷ ପାଇଁ ଦେଶରେ ସ୍ବାଭାବିକ ମୌସୁମି ବର୍ଷା ରହିବ ବୋଲି ବିଭାଗ କହିଛି ।
- ଗିରଫ ପରେ ଜୁନ୍ ୯ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତକୁ ଗଲେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍। ସୋମବାର ତାଙ୍କୁ ଅର୍ଥ ହେରଫେର ମାମଲାରେ ଗିରଫ କରିଥିଲା ଇଡି।
- ଆତଙ୍କବାଦୀଙ୍କ ଆକ୍ରମଣରେ ମଙ୍ଗଳବାର ଜଣେ ହିନ୍ଦୁ ମହିଳା ଶିକ୍ଷୟତ୍ରୀଙ୍କ ମୃତ୍ୟୁ ଘଟିଛି । କୁଲଗାମ ଜିଲ୍ଲାର ଗୋପାଳପୋରା ଅଞ୍ଚଳର ଏକ ହାଇସ୍କୁଲର ଜଣେ ହିନ୍ଦୁ ମହିଳା ଶିକ୍ଷୟତ୍ରୀଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।
- ୨୯ ମେ ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶିଶୁଙ୍କ ପାଇଁ ‘ପିଏମ କେୟାର୍ସ ଫର୍ ଚିଲଡ୍ରେନ୍ସ’ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନାରେ ଅନାଥ, ଗରିବ ଓ ଅଭାବୀ ପିଲାମାନଙ୍କର ନିରନ୍ତର ଯତ୍ନ ନେବା ଓ ସୁରକ୍ଷା ଯୋଗାଇ ଦିଆଯିବ । ସେମାନଙ୍କୁ ଆବାସିକ ସୁବିଧା ପ୍ରଦାନ, ଶିକ୍ଷା ଓ ବୃତ୍ତି ଜରିଆରେ ସେମାନଙ୍କୁ ସଶକ୍ତ କରିବା, ୧୮ରୁ ୨୩ ବର୍ଷ ବୟସ ହେବା ପରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ।
- ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲର ନୂତନ ଡିନ ହେବେ ପ୍ରଫେସର ଡାକ୍ତର ସଂଘମିତ୍ରା ମିଶ୍ର। ପ୍ରଫେସର ମିଶ୍ର ବୁଧବାର ଦିନ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବେ।
- ଦକ୍ଷିଣ ପ୍ରଶାନ୍ତ ମହାସାଗର କ୍ଷେତ୍ରର ଦେଶମାନେ ଚୀନକୁ ଜୋରଦାର ଝଟକା ଦେଇଛନ୍ତି। ଏହି ଦ୍ୱୀପ ଦେଶମାନେ ଚୀନ ସହ କ୍ଷେତ୍ରୀୟ ସୁରକ୍ଷା ବୁଝାମଣା ଲାଗି ଅରାଜି ହୋଇଛନ୍ତି।
- ପୂର୍ବ ୟୁକ୍ରେନ ଉପରେ ବିଜୟ ସହିତ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ତାଙ୍କ ସେନାକୁ ହଣ୍ଟ ଟୁ କିଲ ମିସନ ଲାଗି ସବୁଜ ସଂକେତ ଦେଇଛନ୍ତି। ୟୁକ୍ରେନର ବଡ଼ ନେତା, ଅଧିକାରୀ ଓ ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ଏହି ଏହି ମିଶନର ଉଦ୍ଦେଶ୍ୟ।
- ବ୍ରାଜିଲରେ ବନ୍ୟା ଓ ଭୂ-ସ୍ଖଖଳ । ଏଥିରେ ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି ପାଇଛି । ଏନେଇ ପେରନୋମବୁକୋର ଅଧିକାରୀ ସୂଚନା ଦେଇଛନ୍ତି । ଏହାସହିତ ଏବେ ବି ୨୪ ଜଣ ନିଖୋଜ ରହିଛନ୍ତି ।
|
597 |
Y |
|
2286 |
01-06-2022 |
English |
- The Regional Meteorological Centre here forecasted that several districts of Odisha are likely to experience thunderstorm and rainfall. Thunderstorm with lightning very likely to occur at one or two places over the districts of Malkangiri, Koraput, Rayagada, Nabarangpur, Gajapati, Ganjam, Mayurbhanj, Keonjhar, Balasore, Bhadrak and Jajpur, the Meteorological Centre predicted.
- President Ram Nath Kovind conferred Shaurya Chakra, the third highest peacetime gallantry award, on two Odia security personnel posthumously during a ceremony at the Rashtrapati Bhawan here Tuesday.Special Operation Group (SOG) commandos—Sudhir Kumar Tudu and Debashis Sethy— had sacrificed their lives during an anti-Maoist operation in Kalahandi district in September 2020. While Sudhir had
- India’s economy grew by 4.1 per cent in JanuaryMarch quarter of 2021-22 – the lowest quarterly growth in the last fiscal – as the growth was 20.1 per cent, 8.4 per cent, and 5.4 per cent, in the first, second and third quarters, official data said, Tuesday
- The theme of World No Tobacco Day 2022 is ‘Poisoning our planet’. Around 600 million trees are chopped down across the globe annually to produce tobacco products. More than 70 lakh people in the world die due to tobacco use every year. Out of that, 10 lakh people die in India and the figure is 37,000 in Odisha,” said Director of Public Health Niranjan Mishra
- The Siksha ‘O’ Anusandhan (SOA) Deemed to be University here has been chosen as the top university in state and 20th in India in the India Private Universities Rankings 2022-23 conducted by Education World magazine
- Delhi Police Commissioner Rakesh Asthana Monday inaugurated the Social Media Cell (SMC) of the force with an in-house state-of-the-art studio ‘Face-2-Face’ at its headquarters on Jai Singh Marg
- Over 69 per cent polling was registered in the by-election to Brajrajnagar assembly segment in Odisha's Jharsuguda district, where voting was largely "incident-free" on Tuesday,
- AAP leader Sanjay Singh has submitted a complaint to police against the BJP's K Eshwarappa over his reported remarks that the saffron flag would become the national flag of India one day
- India on Tuesday reported a total of 2,338 new coronavirus infections, bringing the total number of COVID-19 cases to 4,31,58,087. The active cases also increased to 17,883, according to the Union Health Ministry data.
- Singer KK, 53, collapsed at the hotel where he was staying after a concert in Kolkata's Nazrul Mancha auditorium. Doctor at CMRI hospital said the singer was brought dead.
- PM Modi released the 11th installment of financial benefits under the Pradhan Mantri Kisan Samman Nidhi (PM-KISAN) scheme on the occasion by transferring an amount of around Rs. 21,000 crore to more than 10 crore beneficiary farmer families of the country.
- Assam CM Himanta Biswa Sarma on Tuesday handed over the first instalment of ₹32,500 each of the Pradhan Mantri Awas Yojana (PMAY) to around 15,000 beneficiaries of Sivasagar and Charaideo districts.
- The Food Corporation of India has distributed around 4.95 Lakh Metric Tonnes of food-grains in the Union Territories of J&K and Ladakh during the first five phases of Pradhan Mantri Garib Kalyan Anna Yojana (PMGKAY).
- In Karnatak a group of unidentified persons have vandalised idols of Hindu deities in Karnataka's Hassan district..
- Uttarakhanda govt on 31 May announced that the Dearness Allowance (DA) for state government employees will be increased to 31% from July 1.
- The MLA Local Area Development (MLALAD) Fund in Uttar Pradesh will be hiked to Rs 5 crore from Rs 3 crore, CM Yogi Adityanath announced on Tuesday.
- Over 250 children who lost their parents or guardians during the Covid pandemic have been identified and adopted by the Central Government under the PM CARES for Children scheme in telegana.
- The central govt said that, it has released the entire amount of GST compensation payable to states up to May 31, 2022 by releasing an amount of Rs 86,912 crore.
- The govt has approved continuation of the Prime Minister's Employment Generation Programme (PMEGP), over the 15th Finance Commission Cycle for five years from 2021-22 to 2025-26. It has been appproved with an outlay of around 13 thousand 554 crore rupees.
- Chief Economic Advisor (CEA) V Anantha Nageswaran on Tuesday said India faces low stagflationary risks as compared with the rest of the world.
|
536 |
Y |
|
2287 |
31-05-2022 |
Odia |
- ନିଜର ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଇଫକୋର କଲୋଲ ସ୍ଥିତ ନାନୋ ୟୁରିଆ(ତରଳ) ପ୍ଲାଣ୍ଟର ଉଦଘାଟନ କରିଛନ୍ତି।
- ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ଗିରଫ । ଗିରଫ ନେଇ ସୂଚନା ଦେଇଛି ED । ଅରବିନ୍ଦ କେଜ୍ରିଓ୍ବାଲ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି ସତ୍ୟେନ୍ଦ୍ର । ସେ ଆମ ଆଦମି ପାର୍ଟିର ଜଣେ ବରିଷ୍ଠ ନେତା । ସତ୍ୟେନ୍ଦ୍ର ହେଉଛନ୍ତି ଦିଲ୍ଲୀ କ୍ୟାବିନେଟରେ ଥିବା ୭ ମନ୍ତ୍ରୀଙ୍କ ମଧ୍ୟରେ ଅନ୍ୟତମ ।
- ବାରବାଟୀ ଷ୍ଟାଡିୟମରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯିବାକୁ ଥିବା ଟି ଟ୍ବେଣ୍ଟି ମ୍ୟାଚ ପାଇଁ ଜୁନ 1 ତାରିଖ ଦିନ 11ଟା ରୁ ଅନଲାଇନ ଟିକେଟ ବିକ୍ରି ହେବ । ମୋଟ 5 ହଜାର ଟିକେଟ୍ ଅନଲାଇନରେ ମିଳିବ । ଜଣେ ଦର୍ଶକ ଦୁଇଟି ଟିକେଟ ନେଇପାରିବେ । ପେଟିଏମ ଆପ୍ ଜରିଆରେ ଅନଲାଇନ ଟିକେଟ ବୁକ କରିବେ ଦର୍ଶକ ।
- ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ରାଜ୍ୟର ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗକୁ ମୋଦିଙ୍କ ନିକଟରେ ଉତଥାପନ କରିଛନ୍ତି ନବୀନ ।
- ବାଙ୍ଗାଲୋରରେ ପ୍ରେସମିଟ୍ ବେଳେ ରାକେଶ ଓ ସହଯୋଗୀ ଯୁଦ୍ଧବୀର ସିଂଙ୍କ ଉପରେ ହୋଇଛି କାଳିମାଡ଼ । ପ୍ରାୟ ୧୨ ଜଣ ଲୋକ ପ୍ରେସମିଟ ସ୍ଥଳରେ ପହଞ୍ଚି ତାଙ୍କ ଉପରେ କାଳିମାଡ଼ କରିଥିଲେ । ଏନେଇ ସ୍ଥାନୀୟ ପୋଲିସକୁ ଦାୟୀ କରିଛନ୍ତି ରାକେଶ । ରାକେଶଙ୍କ ଉପରେ କାଳିମାଡ ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ନେଇ ରାକେଶଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ଠେଲାପେଲା ହୋଇଛି ।
- ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ୬୮୫ ଜଣ । ୬୮୫ ଜଣଙ୍କ ମଧ୍ୟରୁ ସାଧାରଣ ବର୍ଗରେ ୨୪୪ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଇଡବ୍ଲୁଏସ ବର୍ଗରେ ୭୩, ଓବିସିରେ ୨୦୩, ଅନୁସୂଚିତ ଜାତିରେ ୧୦୫ ଓ ଅନୁସୂଚିତ ଜନଜାତିରେ ୬୦ ଜଣ କୃତକାର୍ଯ୍ୟ ହୋଇଛନ୍ତି ।
- ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ପ୍ରଥମ ପକ୍ରିୟାରେ ଦଳ ଉତ୍ତର ପ୍ରଦେଶର ୬ଟି ଆସନ ଲାଗି ଘୋଷଣା କରିଛନ୍ତି ପ୍ରାର୍ଥୀ ତାଲିକା । ଲକ୍ଷ୍ମୀକାନ୍ତ ବାଜପେୟୀ ଏବଂ ରାଧା ମୋହନ ଅଗ୍ରୱାଲଙ୍କ ସମେତ ୬ ଜଣଙ୍କ ନାମ ଘୋଷଣା କରାଯାଇଛି । ଦ୍ୱିତୀୟ ତାଲିକାରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ର ଗୋଟିଏ ଗୋଟିଏ ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ସମୁଦାୟ ୫୭ଟି ସିଟ ପାଇଁ ୧୦ ଜୁନରେ ହେବାକୁ ଯାଉଛି ନିର୍ବାଚନ ।
- ନେପାଳ ବିମାନ ଦୁର୍ଘଟଣାସ୍ଥଳରୁ ମିଳିଲା ୧୪ ମୃତଦେହ । ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ।
- ‘ଟେସଲା’ର ଇଲେକ୍ଟ୍ରି କାର୍ ଭାରତକୁ ଆସିବ କି ନାହିିଁ ଏ ସଂକ୍ରାନ୍ତରେ ଘୋଷଣା କରିଛନ୍ତି ବିଶ୍ୱର ବଡ଼ ଧନୀ ତଥା ଟେସଲା ସିଇଓ ଏଲନ ମସ୍କ । ଜଣେ ଟ୍ୱିଟର ବ୍ୟବହାରକାରୀଙ୍କୁ ରିପ୍ଳାଏ ଦେଇ ସେ ଏସମ୍ପର୍କରେ ସୂଚିତ କରିଛନ୍ତି ।
- ଜଣେ ୬୬ ବର୍ଷୀୟ ବ୍ୟକ୍ତିଙ୍କୁ ପତ୍ନୀଙ୍କ ସହ ଶାରୀରିକ ସଂପର୍କ ରଖିବା ମହଙ୍ଗା ପଡିଛି। ସେକ୍ସ କରିବାର ୧୦ ମିନିଟ୍ ପରେ ସେ ନିଜର ସ୍ମୃତି ଶକ୍ତି ହରାଇ ବସିଛନ୍ତି। ବୁଧବାର ଆୟରିଶ ମେଡିକାଲ୍ ଅର୍ଗାନାଇଜେସନର ଅଧିକାରୀକ ଜର୍ଣ୍ଣାଲରେ ଏହି ମାମଲା ପ୍ରକାଶ ପାଇଛି।
- ଜଣେ ୨୩ ବର୍ଷର ଯୁବତୀ। ସମ୍ ହସ୍ପିଟାଲ୍ ଡାକ୍ତରଙ୍କ ଚିକିତ୍ସା ଓ ବିରଳ ଟ୍ୟୁମର ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛନ୍ତି ସୋନାଲୀ ଦଳାଇ । ତାଙ୍କ ଶରୀରରେ ଥିବା ଟ୍ୟୁମରଟି କ୍ୟାନ୍ସର ନଥିଲା ଓ ଏହାକୁ ଇନ୍ଟ୍ରାଥୋରାସିକ୍ ଟ୍ୟୁମର କୁହାଯାଉଥିବା ବେଳେ ଏହାର ଓଜନ ପ୍ରାୟ ୩ କେଜି ଥିଲା ବୋଲି ପରୀକ୍ଷା ନିରୀକ୍ଷାରୁ ଜଣାପଡ଼ିଥିଲା।
- ଅରାଜି ଗାଁର ମନୋଜ ସାହୁଙ୍କ ସାନ ପୁଅ ନିଜ ଘର ପାଖ କାଣିନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଏକ ବଉଳା କୂମ୍ଭୀର ତାଙ୍କୁ ଝାମ୍ପ ମାରିଥିଲା । ତେବେ ସେ କୌଶଳକ୍ରମେ କୂମ୍ଭୀରକୁ ଗୋଇଠା ମାରିବା ସହିତ ଲଢେଇ କରି ନିଜ ଜୀବନ ବଞ୍ଚାଇଥିଲେ ।
- ମିଡିଆ ରିପୋର୍ଟ ଅନୁସାରେ ନୟନତାରା ଗୋଟିଏ ବିଜ୍ଞାପନ ପାଇଁ ୫କୋଟି ଟଙ୍କା ଫି’ ନେଇଛନ୍ତି । ଯାହା ପାଇଁ ସେ ଖୁବ୍ ଚର୍ଚ୍ଚାରେ ମଧ୍ୟ ରହିଥିଲେ । ଏହି ବିଜ୍ଞାପନ ଦୁଇ ଦିନରେ ସୁଟ୍ କରାଯାଇଥିଲା । ଏହା ବ୍ୟତୀତ ନୟନତାରା ଗୋଟିଏ ଫିଲ୍ମ ପାଇଁ ୪ରୁ ୫କୋଟି ଟଙ୍କା ଚାର୍ଜ କରନ୍ତି ।
- ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୨ର ଟାଇଟଲ୍ ଜିତିଲା ଗୁଜରାଟ୍ ଟାଇଟନ୍ସ। ରାଜସ୍ଥାନ ରୟାଲ୍ସକୁ ସାତ ଓ୍ଵିକେଟରେ ହରାଇ ନିଜର ପଦାର୍ପଣରେ ସଂସ୍କରଣରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି ଗୁଜରାଟ।
- ଟୋକିଓ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ୟୁଏଇର ଦୁବାଇରେ ଆୟୋଜିତ ଦୁବାଇ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ବିଶ୍ବର ଏକ ନମ୍ବର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ରବିବାର ଖେଳାଯାଇଥିବା ଏସ୍ଏଲ-୩ ଏକକ ବର୍ଗ ଫାଇନାଲରେ ନିଜ ଦେଶର ନିତିଶ କୁମାରଙ୍କୁ ୧୯-୨୧, ୨୧-୧୭ ଓ ୨୧-୧୭ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି।
- ଫିନଲାଣ୍ଡ ଓ ସ୍ୱିଡେନ ନାଟୋର ସଦସ୍ୟ ହେବା ପ୍ରସ୍ତାବକୁ ଦୃଢ ବିରୋଧ କରିଛନ୍ତି ତୁର୍କୀ ରାଷ୍ଟ୍ରପତି ତୟିପ୍ ଏର୍ଦୋଗାନ୍। ସେ କହିଛନ୍ତି, ଆତଙ୍କବାଦକୁ ସମର୍ଥନ କରୁଥିବା ରାଷ୍ଟ୍ର ନାଟୋର ସଦସ୍ୟ ହେବାକୁ ସେ ଦେବେନାହିଁ।
- ପ୍ରମୁଖ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ ଓ ମନ୍ଦିର ପରିସରକୁ ନୂଆ ରୂପ ଦେବା ପାଇଁ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି। ପ୍ରାୟ ୯୨ କୋଟି ଟଙ୍କାରେ ଏହି ପୀଠକୁ ଝଟକାଇବା ଲାଗି ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ।
|
541 |
Y |
|
2288 |
31-05-2022 |
English |
- Shruti Sharma has topped the civil services examination 2021, results of which were announced by the Union Public Service Commission (UPSC) on Monday.
- Delhi Health Minister Satyendar Jain has been arrested by the Enforcement Directorate in an alleged money laundering case.
- Congress leaders P Chidambaram, Jairam Ramesh, Vivek Tankha and Imran Pratapgarhi filed their nomination papers on Monday for the June 10 election to Rajya Sabha, amid voices of discontent emerging from within the party over the choice of candidates.
- The district court in Varanasi on Monday heard the arguments on the maintainability of a plea by five Hindu women seeking permission for daily worship of the Shringar Gauri Sthal in the Kashi Vishwanath-Gyanvapi complex.
- Bihar Chief Minister Nitish Kumar on Monday said RCP Singh, whom his JD(U) has denied another term in the Rajya Sabha, does not need to resign as Union minister ahead of the expiry of his tenure.
- A total of 23,512 people died due to COVID-19 in the state, the Uttar Pradesh government told the assembly on Monday.
- A Kota-based man has won his five-year fight to get a ₹ 35 refund from the Railways, helping in the process nearly 3 lakh people who were in a similar situation.
- Famous Punjabi singer and Congress leader Sidhu Moosewala was shot dead Sunday by unidentified assailants in Punjab’s Mansa district a day after the state government curtailed his security cover.
- Ukrainian President Volodymyr Zelenskyy visits troops on the frontline in Ukraine’s Kharkiv region.
- The Southwest Monsoon has set in over Kerala Sunday, three days ahead of its usual date of June 1, marking the start of the four-month rainy season that is crucial for India’s farmbased economy.
- Chief Minister and ruling BJD president Naveen Patnaik Sunday announced names of four candidates of his party for the upcoming Rajya Sabha elections. The Biju Janata Dal named three new candidates - Sulata Deo, Manas Ranjan Mangaraj and Niranjan Bishi - and renominated Sasmit Patra for the polls to the Upper House of Parliament.
- South Korean auteur Park Chan-wook, who was adjudged Best Director of Cannes fest, said during a press conference that the future of cinema is tightly connected with that of movie theatres, which alone can offer an incomparable cinematic experience.
- Chief Minister Naveen Patnaik Sunday encouraged the civil service probationers to follow the ideals and dreams of our founding fathers and strive to achieve excellence in jobs and serve the nation with pride.
- The highdecibel campaign for May 31 bypoll to Brajarajnagar Assembly segment in Jharsuguda district came to an end Sunday, with the Chief Electoral Officer (CEO) stating that all arrangements were in place for carrying out free and fair voting.
- The Department of Posts has for the first time delivered mail using a drone as part of a pilot project in Gujarat's Kutch district, covering a distance of 46 km in 25 minutes, officials said Sunday.
- West Bengal Governor Jagdeep Dhankhar Sunday said that issues were being created over his position and responsibilities as the chancellor of universities to divert attention from the pressing problems in the state.
- The US surpassed China to become India’s top trading partner in 2021-22, reflecting strengthening economic ties between the two countries.
- On the back of the best-ever price it earned on crude oil it produces, state-owned Oil and Natural Gas Corporation (ONGC) reported a record net profit of `40,305 crore in the fiscal year ended March 31, becoming India’s second most profitable company behind Reliance Industries Ltd.
- Rashtriya Lok Dal chief Jayant Chaudhary on Monday filed his nomination for Rajya Sabha polls as a joint candidate of the Samajwadi Party-RLD combine.
- Tata Steel’s Iron ore and Manganese Mines of Odisha has bagged 6 awards in the 23rd Mines Environment and Mineral Conservation (MEMC) week, 2020-21 organised under the aegis of Indian Bureau of Mines (IBM), Bhubaneswar Region.
|
550 |
Y |
|
2289 |
30-05-2022 |
Odia |
- ଆଇଫା(IIFA) ଆୱାର୍ଡରେ ଯୋଗ ଦେବା ପାଇଁ ଅବୁଧାବୀ ଯାଇପାରିବେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲୀନ ଫର୍ଣ୍ଣାଣ୍ଡିଜ୍। କୋର୍ଟ ତାଙ୍କୁ ବିଦେଶଗସ୍ତ କରିବାକୁ ଅନୁମତି ଦେଇଛନ୍ତି। ମେ ୩୧ ତାରିଖରୁ ଜୁନ ୬ ତାରିଖ ପର୍ଯ୍ୟନ୍ତ IIFA ଆୱାର୍ଡ ଆୟୋଜିତ ହେବ। ଏଥିରେ ସେ ଯୋଗ ଦେଇପାରିବେ ବୋଲି କୋର୍ଟ କହିଛନ୍ତି।
- ଯାଜପୁର ଜିଲ୍ଲା ହରିଦାସପୁର ରେଳ ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନ ବଗିରୁ କୋଇଲାରେ ନିଆଁ ଲାଗି ଧୂଆଁ ବାହାରୁଚି। କୋଇଲା ବୋଝେଇ ଟ୍ରେନଟି ଖୋର୍ଦ୍ଦାରୁ ଯଖପୁରା ଯାଉଥିବା ସମୟରେ ହରିଦାସପୁରରେ ଟ୍ରେନର ତିନୋଟି ବଗିରୁ ଧୂଆଁ ବାହାରୁଥିବା ଦେଖାଯାଇଛି।
- ବିଜେପି ରାଜ୍ୟସଭା ପାଇଁ ପ୍ରାର୍ଥୀ ତାଲିକା ବିଜେପି ପ୍ରକାଶ କରିଛି। ବିଜେପି ଉତ୍ତରପ୍ରଦେଶରୁ ଡକ୍ଟର ଲକ୍ଷ୍ମୀକାନ୍ତ ବାଜପାୟୀ, ଡ ରାଧା ମୋହନ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛି। ଏହା ବ୍ୟତୀତ ମଧ୍ୟପ୍ରଦେଶରୁ କବିତା ପାଟିଦାର, କର୍ଣ୍ଣାଟକରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଜିଗ୍ନେଶଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ମହାରାଷ୍ଟ୍ରରୁ ପ୍ରାର୍ଥୀ ଭାବରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ଡକ୍ଟର ଅନିଲ ସୁଖଦେବରାଓଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ରାଜସ୍ଥାନରୁ ବିଜେପି ଘନଶ୍ୟାମ ତିୱାରୀଙ୍କୁ ଟିକେଟ ଦେଇଛି ।
- ନେପାଳ ବିମାନ କ୍ରାସ ଘଟଣାରେ ନିଖୋଜ ୪ ଭାରତୀୟ ଙ୍କ ପରିଚୟ ମିଳିଛି ।ସେମାନେ ହେଲେ ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ଓ ବୈଭବ ତ୍ରିପାଠୀ । ସେମାନେ ଓଡିଶାର ହୋଇଥିବା ସୂଚନା ମିଳିଛି । ନେପାଳକୁ ସେମାନେ ବୁଲିବାକୁ ଯାଉଥିଲେ ।
- ଦକ୍ଷିଣ-ପୂର୍ବ ନାଇଜେରିଆର ଏକ ଚର୍ଚ୍ଚରେ ହୋଇଥିବା ଦଳାଚକଟା ଯୋଗୁଁ ୩୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ‘ଶପ୍ ଫର୍ ପ୍ରି’ କାର୍ଯ୍ୟକ୍ରମରେ ଲୋକେ ଅଂଶଗ୍ରହଣ କରିଥିଲେ ।
- ଶିଳ୍ପପତି ଗୌତମ ଅଦାନୀ ଏବେ ଦେଶର ନୂଆ ସିମେଣ୍ଟ କିଙ୍ଗ୍ ହେବେ । ତାଙ୍କର ଅଦାନୀ ଗ୍ରୁପ ଦେଶର ୨ ବଡ ସିମେଣ୍ଟ କଂପାନୀ ଏସିସି ଲିମିଟେଡ ଓ ଅମ୍ବୁଜା ସିମେଣ୍ଟ କିଣିଛନ୍ତି ।
- ଫ୍ଲିପ୍କାର୍ଟ ବିଗ୍ ସେଭିଂ ଡେ’ ସେଲ୍ ଗ୍ରାହକଙ୍କ ପାଇଁ ମେ’ ୩ ତାରିଖ ଠାରୁ ଆରମ୍ଭ ହେବ । ଏହି ସେଲ୍ ଆସନ୍ତା ମେ’ ମାସ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।
- ଇଲେକ୍ଟ୍ରି ଟୁ-ହୁଇଲର ନିର୍ମାତା ‘ହିରୋ ଇଲେକ୍ଟ୍ରିକ୍’କୁ ଏପ୍ରିଲ ମାସରେ ଶକ୍ତ ଝଟକା ଲାଗିଛି । ଏହି କଂପାନୀ ୨୦୨୨ ମାର୍ଚ୍ଚ ମାସରେ ୧୩,୦୨୩ ୟୁନିଟ ଇଲେକ୍ଟ୍ରିକ୍ ଟୁ-ହୁଇଲର ବିକ୍ରି କରିଥିବା ବେଳେ ଫେବ୍ରୁଆରୀ ମାସରେ ୭୩୬୦ ୟୁନିଟ ବିକିଥିଲା । କିନ୍ତୁ ଏବେ ଏପ୍ରିଲ ମାସରେ କଂପାନୀ ଗୋଟିଏ ମଧ୍ୟ ଦୁଇ ଚକିଆ ଇଲେକ୍ଟ୍ରି ବାହନ ବିକ୍ରି କରିପାରି ନାହିଁ ।
- ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କିଙ୍ଗ ନିୟମ ପାଳନ ନ କରିବା ଅଭିଯୋଗରେ ୨ଟି ବ୍ୟାଙ୍କକୁ ୫୯ ଲକ୍ଷ ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛି । ଏହି ୨ଟି ବ୍ୟାଙ୍କ ମୁମ୍ବାଇ ଓ ଗାଜିଆବାଦରେ ଅଛି । ମୁମ୍ବାଇସ୍ଥିତ ଅଭ୍ୟୁଦୟ କୋ-ଅପରେଟିଭ ବ୍ୟାଙ୍କ ଉପରେ ଅନେକ ନିର୍ଦେଶକୁ ଲାଗୁ କରା ନଟିବା ଅଭିଯୋଗରେ ୫୮ ଲକ୍ଷ ଟଙ୍କା ଜରିମାନା ହୋଇଛି ।
- ଟାଟା ଷ୍ଟିଲ ଏକ ବୟାନରେ କହିଛି ଯେ, ରୁଷିଆରେ ଏବେ ଆମେ କୌଣସି କଂପାନୀ ପରିଚାଳନା କରୁନାହିଁ । ସେଠାରେ ଆମର କୌଣସି ଅପରେସନ ନାହିଁ । ରୁଷିଆରେ ଆମର କୌଣସି କର୍ମଚାରୀ ନାହାନ୍ତି । ରୁଷିଆ ସହିତ ବ୍ୟବସାୟ ବନ୍ଦ କରିବା ନେଇ ବହୁତ ଚିନ୍ତା କରାଯାଇଛି ।
- ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ସୂଚନାନୁସାରେ, ମାନସର୍ ଜବାହରପୁର ଗାଁରେ ତାଙ୍କ ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
- ଡ୍ରଗ୍ସ ଚୋରା ଚାଲାଣ ଅଭିଯୋଗରେ ଉଗାଣ୍ଡାରୁ ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିଥିବା ଦୁଇଜଣ ମହିଳାଙ୍କୁ ଗିରଫ କରାଯାଇଛି। ସେମାନେ ତାଙ୍କ ପେଟରେ ୧୮୧ଟି କୋକେନ୍ କ୍ୟାପସୁଲ ଲୁଚାଇ ରଖିଥିଲେ ବୋଲି ଯାଞ୍ଚ ବେଳେ ଜଣାପଡ଼ିଛି। ଯାହାର ମୂଲ୍ୟ ୨୮ କୋଟି ଟଙ୍କା ହେବ ବୋଲି ପୁଲିସ କହିଛି । ଏହି ଦୁଇ ମହିଳା ଧରାନପଡ଼ିବା ପାଇଁ କୋକେନ୍ କ୍ୟାପସୁଲଗୁଡ଼ିକୁ ଗିଳି ଦେଇଥିଲେ।
- ମେଡିକାଲ କଲେଜଗୁଡ଼ିକ ପ୍ରତିଷ୍ଠା ଦ୍ୱାରା ରାଜ୍ୟ ସରକାରଙ୍କ ଅଧୀନସ୍ଥ ମେଡିକାଲ କଲେଜରେ ଏମ୍ବିବିଏସ୍ ସିଟ୍ ସଂଖ୍ୟା ୧୨୫୦ରୁ ୧୭୫୦କୁ ବୃଦ୍ଧି ପାଇବ, ଯାହାକି ଆଗକୁ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟଶିକ୍ଷାରେ ଦେଖାଦେଉଥିବା ଅଭାବକୁ ପୂରଣ କରିବାରେ ଖୁବ୍ ସହାୟକ ହେବ।
- ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ୱାନ ଭଏସ୍’ ପକ୍ଷରୁ ସୁନାପଦା ଗ୍ରାମସ୍ଥିତ ଖେଳପଡିଆ ଠାରେ ତିନିଦିନିଆ ରାଜ୍ୟସ୍ତରୀୟ ଦିବାରାତ୍ର କବାଡି ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଏଥିରେ ସମ୍ବଲପୁର, ଯାଜପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲାରୁ ୨୦ଟି ପୁରୁଷ ଟିମ୍ ଓ ୧୬ଟି ମହିଳା ଟିମ୍ ଯୋଗ ଦେଇଛନ୍ତି।
|
550 |
Y |
|
2290 |
29-05-2022 |
Odia |
- ପ୍ରସିଦ୍ଧ ଅଭିନେତା ବୋ ହପକିନ୍ସଙ୍କ ପରଲୋକ ଘଟିଛି। ୮୦ ବର୍ଷୀୟ ଏହି ଅଭିନେତା ଅନେକ ସୁପରହିଟ୍ ହଲିଉଡ଼ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା କମେଡି ଚଳଚ୍ଚିତ୍ର ‘ଆମେରିକୀୟ ଗ୍ରାଫିଟି’ ପାଇଁ ପ୍ରଶଂସକମାନେ ତାଙ୍କୁ ମନେ ରଖିଛନ୍ତି ଏବଂ ଆଜି ମଧ୍ୟ ପ୍ରଶଂସକମାନେ ଏହି ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି।
- ଦେଶରେ ବେକାରୀ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ୬୦ ଲକ୍ଷରୁ ଅଧିକ ଅନୁମୋଦିତ ସରକାରୀ ଚାକିରି ଖାଲିପଡ଼ିଛି। ସେଥିମଧ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ବିଭିନ୍ନ କ୍ଷେତ୍ରରେ ଏହି ପଦବୀଗୁଡିକ ଖାଲିପଡ଼ିଥିବା ଜଣାଯାଇଛି।
- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୮୨୮ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧୪ ମୃତ୍ୟୁ ରେକର୍ଡ କରାଯାଇଛି।
- ବିଜୁ ଜନତା ଦଳ ତା’ର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ୪ ଜଣଙ୍କ ପ୍ରାର୍ଥୀତ୍ବ ଉପରେ ମୋହର ଲଗାଇଛନ୍ତି। ବିଜେଡି ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ଡକ୍ଟର ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି।
- ଅପବ୍ୟବହାର ରୋକିବା ଲାଗି ପ୍ରକୃତ ଆଧାର କାର୍ଡ ନୁହେଁ, କେବଳ ଆଧାର କାର୍ଡର ‘ମାସ୍କଡ୍ କପି’ ବ୍ୟବହାର କରନ୍ତୁ ବୋଲି କେନ୍ଦ୍ର ସରକାର ନାଗରିକମାନଙ୍କୁ କହିଛନ୍ତି।
- ୨୦୨୧-୨୨ ଆର୍ଥିକ ବର୍ଷରେ ଜାଲ୍ ନୋଟ୍ ସଂଖ୍ୟା ବୃଦ୍ଧି ପାଇଥିବା କଥା ଭାରତୀୟ ରିଜର୍ଭ ବ୍ୟାଙ୍କ୍ ରିପୋର୍ଟରୁ ଜଣାପଡ଼ିବା ପରେ ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କ ବିମୁଦ୍ରାୟନ ପଦକ୍ଷେପକୁ ତୀବ୍ର ସମାଲୋଚନା କରିଛନ୍ତି।
- ଆମ୍ ଆଦମୀ ପାର୍ଟି ଦୁଇଜଣ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ରାଜ୍ୟସଭା ସଦସ୍ୟ ଭାବରେ ମନୋନୀତ କରୁଛି। ଜଣେ ପରିବେଶପ୍ରେମୀ ପଦ୍ମଶ୍ରୀ ସନ୍ଥ ବଲବୀର ସିଂ ଓ ଅନ୍ୟ ଜଣେ ହେଉଛନ୍ତି ପଦ୍ମଶ୍ରୀ ବିକ୍ରମଜିତ୍ ସିଂ ସାହନି ।
- ଉତ୍ତରପ୍ରଦେଶର ସରକାରୀ ଆଦେଶରେ କୁହାଯାଇଛି ଯେ କୌଣସି ମହିଳା କର୍ମଚାରୀଙ୍କ ଲିଖିତ ସମ୍ମତି ବିନା ସକାଳ ୬ଟା ପୂର୍ବରୁ ଏବଂ ସନ୍ଧ୍ୟା ୭ଟା ପରେ କାମ କରିବାକୁ କେହି ବାଧ୍ୟ କରିପାରିବେ ନାହିଁ।
- ଆଇଏମଡିର ସୂଚନା ଅନୁଯାୟୀ ଜୁନ୍ ୧ରେ ମୌସୁମୀ ବାୟୁ କେରଳ ଛୁଇଁବାରଥିଲା । ହେଲେ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିବା ସୂଚନା ଦିଆଯାଇଛି
- ଶନିବାର ସୁପର-୪ର ପ୍ରଥମ ଲିଗ୍ ମ୍ୟାଚ୍ରେ ଜାପାନକୁ ୨-୧ ଗୋଲ୍ରେ ପରାସ୍ତକରି ଭାରତ ପୂରା ୩ ପଏଣ୍ଟ ପାଇଛି।
|
524 |
Y |
|